• About
  • Contact
Friday, September 18, 2026
Friday, September 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୩୮)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜୁଲାଇ ୨୦୨୪

ମନ୍ମଥ, ମୁଁ ଓ ବାପା (ମୋ ଶଶୁର) ରାଉଡିଆ ଥିବା ୱାର୍ଡ ରେ ପହଞ୍ଚିଲୁ। ବାଟରେ ତାଙ୍କ ପୁଅ ଦେଖା ହୋଇଗଲା। ତାଙ୍କ ବେଡ୍ ପାଖରେ ଯାଇଁ ପହଞ୍ଚିଲୁ । ତାଙ୍କର ଚେତା ନ ଥିଲା। ସାଲାଇନ୍ ଚାଲିଥିଲା। କିଛି ସମୟ ଠିଆ ହୋଇ ବାହାରକୁ ଆସିଲୁ। ତାଙ୍କ ପୁଅଠୁ ସବୁ କଥା ବୁଝିଲୁ। ସେ ଯାହା କହିଲା। ତାହା ଥିଲା ଏହିପରି। ପ୍ରଥମେ ଜର ହୋଇଥିଲା। ରାଉଡିଆ ଦାଦା କିଏ ପାଙ୍ଗି ଦେଇଛି ଭାବି କୁକୁଡ଼ା ବଳି ଦେଇ ପୂଜାର୍ଚ୍ଚନା କଲେ। କିନ୍ତୁ ଜର ଭଲ ନହେବାରୁ ଖୁଣ୍ଟୁଗାଁରେ ଥିବା ମେଡିକାଲ ରେ ଦେଖାଇଲେ। ସେମାନେ ରାଉରକେଲା ପଠାଇ ଦେଲେ। ରାଉରକେଲା ରୁ କଟକ ମେଡିକାଲ ନେଇ ଆସିଲେ। ଏଵେ ଟିକିଏ ଭଲ ଅଛନ୍ତି।ତା ପରେ ଆମେ ଘରକୁ ମାନେ ଆମ ଘରକୁ ଆସିଲୁ। କିଛି ଦିନ ପରେ ମନ୍ମଥ ଠିକ ହୋଇ ଆସିଲା। ଧିରେ ଧିରେ ସବୁ ଖିଆପିଆ ମଧ୍ୟ କଲା। ସାମାନ୍ୟ ଦୁର୍ବଳତା ରହିଥିଲା। ଏହାର ମାସକ ପରେ ଦିନେ ଶୁଣିଲି ରାଉଡିଆ ଦାଦା ଭଲ ହୋଇ ଗାଁ କୁ ଆସିଛନ୍ତି ବୋଲି।ଗଙ୍ଗେଇ ଭାତ ଓ ରୁମା ଡାଲି ଓ କିଛି ମାଣ୍ଡିଆ ଚୁନା ଧରି ତାଙ୍କ ଘରଆଡେ ବାହାରିଲୁ।

ଆମକୁ ଦେଖି ସେ ଭାରି ଖୁସି ହୋଇଗଲେ। କିଛି ସମୟ ମନ୍ମଥ ସଙ୍ଗେ କଥା ହେବା ପରେ ପୂର୍ବ କଥା ମନେ ପକେଇ ମନ୍ମଥ ର ହାତ ଧରି କାନ୍ଦିବାକୁ ଲାଗିଲେ। କାନ୍ଦି କାନ୍ଦି କହିଲେ ବାବୁ ମୁଁ ଜଣେ ପାପି। ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ କେତେ ଲୋକଙ୍କର ଜୀବନ ମୁଁ ନ ନେଇଛି। ତୁମେ ଯଦି ମୋ କଥା ମାନିଥାନ୍ତ ତେବେ ତୁମ ଅଵସ୍ଥା ଯେ କଣ ହୋଇଥାନ୍ତା ସେ କଥା ମୁଁ ବେଶୀ ଭାବୁଛି। ମୋର କର୍ମର ଫଳ ମୁଁ ଭୋଗୁଛି। ମନ୍ମଥ ତାଙ୍କୁ ଆଶ୍ୱାସନା ଦେଇ କହିଲେ ଆପଣ ନିଜର ଭୁଲ ବୁଝିପାରିଲେ ଓ ଏଥିପାଇଁ ଅନୁତାପ କଲେ ଏହାଠାରୁ ବଡ଼ କଥା ଆଉକିଛି ନାହିଁ। ଏଵେ ଠାରୁ ଆମ ଅଞ୍ଚଳରେ ଯେପରି କେହି ଯେପରି ଏହି ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ନ ହୁଅନ୍ତି ଓ ଯଥାଶୀଘ୍ର ମେଡିକାଲ ଯାଇ ଡାକ୍ତର ଙ୍କ ପରାମର୍ଶ କ୍ରମେ ଔଷଧ ଖାଆନ୍ତି ତା ପ୍ରତି ଆପଣ ନଜର ରଖିବେ। ତାଙ୍କ ଘରେ କିଛି ସମୟ ବସି ଖୁଡିଙ୍କ ବୋହୂ ର ହାତରନ୍ଧା ଖାଇ ଘରକୁ ଆସିଲୁ।

ଘରେ ଆସି ପହଞ୍ଚିଲା ବେଳକୁ ମୋ ମାମୁଁ ଆସି ପହଞ୍ଚିଥିଲେ। ଖାଇସାରି ବିଶ୍ରାମ ନେଉଥିଲେ। ମନ୍ମଥ କିଛି ସମୟ ବିଶ୍ରାମ ନେଵା ପରେ ଦାଣ୍ଡ ପିଣ୍ଡାରେ ବସିଥାଏ। ଏହି ସମୟରେ ମାମୁଁ ଗାଁ ଆଡେ ଯାଇଥିଲେ ଆସି ପହଞ୍ଚିଲେ। ଶଶୁର ଜୋଇଁ କଥାବାର୍ତ୍ତା ରେ ମାତି ଗଲେ। ମାମୁଁ ମନ୍ମଥ ର ଦେହ କିପରି ଅଛି ବୋଲି ପଚାରିଲେ। ଏହାପରେ ଅନ୍ୟ କଥା ସଵୁ ପଡ଼ିଲା। ମନ୍ମଥ ରାଉଡିଆ ଦାଦା ଙ୍କ କଥା ମଧ୍ୟ କହିଲା। ମାମୁଁ ଶୁଣି କରି କହିଲେ ଆମ ଭୂୟାଁ ଲୋକମାନେ ଆହୁରି ଅନ୍ଧବିଶ୍ୱାସ ଯେପରି କିଏ କାହାକୁ ଗୁଣି କରିଦେଲା ଭାବି ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ଏହାପରେ ସେ ବାଂଶପାଳ ର ଗୋଟିଏ ଘଟଣା ଏହିପରି କହିଲେ।

ସେଦିନ ଗାଁ ପ୍ରାଇମେରୀ ସ୍କୁଲରେ ପିଲାମାନେ ପାଠ ପଢ଼ାରେ ବ୍ୟସ୍ତ ଥିଲେ। ଜଣେ ଶିକ୍ଷକ ଲକ୍ଷ୍ୟ କଲେ ଜଣେ ପିଲା ବେଞ୍ଚ ରେ ନଵସି ତଳେ ଶୋଇ ରହିଛି।ତା ନିକଟକୁ ଯାଇ ତା ଦେହରେ ହାତ ମାରି ଦିଅନ୍ତି ଦେଖିଲେ ପିଲାଟି ଦେହରେ ଜର ଖଇ ଫୁଟୁଛି। ସେ ସଙ୍ଗେସଙ୍ଗେ ପିଲାଟିକୁ ହେଡମାଷ୍ଟରଙ୍କ ରୁମ୍ କୁ ନେଇ ଗୋଟିଏ ଟେବୁଲ ଉପରେ ଶୁଆଇ ଦେଲେ। ପାଖ ବଜାରରୁ ବିସ୍କୁଟ ଗୋଟିଏ ପ୍ୟାକେଟ ଆଣି ପିଲାଟିକୁ ଖୋଇଦେଇ। ପାରାସେଟାମଲ୍ ବଟିକା ଫାଳେ ଖୁଆଇ ଦେଲେ। କିଛି ସମୟ ପରେ ଜର କମିଗଲା ଓ ପିଲାଟି ଆଖି ଖୋଲି ଚାହିଁଲା। ହେଡମାଷ୍ଟର ତାଙ୍କ ଘରକୁ ଖବର ପଠାଇ ଦେବା ସହିତ ସ୍ଵାସ୍ଥ୍ୟ ବିଭାଗ ର ଜଣେ ମହିଳା କର୍ମୀଙ୍କୁ ଫୋନ୍ କରି ଡାକିଦେଲେ। ମହିଳା କର୍ମୀ ଜଣଙ୍କ କିଛି ସମୟ ପରେ ଆସି ପହଞ୍ଚିଲେ। ସଙ୍ଗରେ ଆଣିଥିବା କିଟ୍ ରେ ପିଲାର ରକ୍ତ ନେଇ ପରୀକ୍ଷା କରିବା ପରେ ମ୍ୟାଲେରିଆ ବୋଲି କହିଲେ ଓ ତୁରନ୍ତ ବାଂଶପାଳ ମେଡିକାଲ ନେବାପାଇଁ କହିଲେ। ଏହିସମୟରେ ପିଲାଟିର ମା ଆସି ପହଞ୍ଚିଲା। ଦିଦି ଙ୍କ ଠାରୁ ସଵୁଶୁଣି କହିଲା ଦିଦି ତୁ କିଛି ଜାଣିନୁ। ମୋ ପୁଅକୁ ପରା ମୋ ଦିଅର ପାଙ୍ଗିଛି। କାଲି ରାଉଡିଆ କୁକୁଡା ବଳି ଦେଇଥିଲା। ସେ କହିଥିଲା ଦିନେ ଦୁଇଦିନ ଜର ଅଧିକ ରହିବ ତା ପରେ ଆପେଆପେ କମିଯିବ। ଏହିସମୟରେ ପିଲାଟିର ବାପା ଜଙ୍ଗଲ ରୁ ଆସି ପହଞ୍ଚିଲା। ହାଣ୍ଡିଆ ପିଇଥାଏ। ସେ ସବୁ ଶୁଣି ତା ଭାଇ ଉପରେ ବହୁତ ରାଗି କରି ଗାଳିଗୁଲଜ କଲା। ହେଡମାଷ୍ଟର ଯେତେ ବୁଝାଇଲେ ମଧ୍ୟ ସେ କିଛି ଶୁଣିବା ପାଇଁ ପ୍ରସ୍ତୁତ ନ ଥିଲା। କିଛି ଲୋକ ଗଦା ହୋଇଗଲେ। ସେ ଲୋକମାନଙ୍କ ମଧ୍ୟରେ ତା’ର ସାନଭାଇ ମଧ୍ୟ ଥିଲା। ଏ ମଦ୍ୟପ ହିତାହିତ ଜ୍ଞାନ ଭୁଲିଗଲା। ତା ସାନଭାଇର ବେକରେ ପଡ଼ିଥିବା ଗାମୁଛା ଧରି ଘୋଷାରି ଆଣିଲା ଓ କାନ୍ଧରେ ପକାଇ ଥିବା ଟାଙ୍ଗିଆରେ ତାର ବେକରେ ଚୋଟ ପରେ ଚୋଟ ପକାଇ ଚାଲିଲା।ରକ୍ତର ନଈ ବୋହିଗଲା। ସମସ୍ତେ ଅବାକ୍ ହୋଇ ଚାହିଁ ରହିଥାନ୍ତି। ତା ପରେ ସେ ସମସ୍ତ ଙ୍କୁ ଗୋଡ଼ାଇ ହାଣିବାକୁ ଉଦ୍ୟମ କଲା। ଗାଁ ର କିଛି ଯୁବକ ତାକୁ କଵଜା କରି ଗୋଟିଏ ଗଛରେ ବାନ୍ଧି ଦେଇ ପୁଲିସ୍ କୁ ଫୋନ୍ କରିଦେଲେ। କିଛି ସମୟ ପରେ ପୁଲିସ ଆସି ପହଞ୍ଚିଲା। କିନ୍ତୁ ସେତେବେଳକୁ ଆଉ କିଛି ନଥିଲା। ହତ୍ୟାକାରୀ ମଦ୍ୟପ ଯୁବକକୁ ଥାନାକୁ ନେଇଗଲା ଓ ଦିଦି ଙ୍କୁ ଏକ ଅଟୋ ରେ ବାଂଶପାଳ ମେଡିକାଲ ପଠାଇ ଦେଲା। ତାର ମା ମଧ୍ୟ ପିଲାଟି ସଙ୍ଗରେ ଗଲା। କିନ୍ତୁ ଦୁଃଖର କଥା ମେଡିକାଲ ନେବା ରାସ୍ତାରେ ପିଲାଟି ଆଖି ବୁଜିଲା। ଏମିତି ଅନେକ ଘଟଣା ଆମ ଅଞ୍ଚଳରେ ଘଟୁଛି। ତେଣୁ ଆମ ପୀଢ ଓ ମହାପୀଢ ସ୍ତରରେ ଏହାର ଆଲୋଚନା କରି ମଦ୍ୟପାନ ବନ୍ଦ କରିବା ସହିତ ଏହି ସଵୁ ଅନ୍ଧବିଶ୍ୱାସ ବିଲୋପ ପାଇଁ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଵାର ଦାୟିତ୍ଵ ଜୋଇଁ ତୁମେ ନିଅ। ଆରମାସରେ ବୁଢାଖମଣରେ ହେବାକୁ ଥିବା ପୀଢ ବୈଠକ ରେ ଏ ସଂପର୍କରେ ଆଲୋଚନା କରିବା ପାଇଁ ମୁଁ କାଲି ମହାସର୍ଦାର ବିଲୁଆ ନାଏକ ଓ ଝରା ନାଏକଙ୍କ ସହିତ କଥା ହେବା ପାଇଁ ତାଙ୍କ ଘରକୁ ଯିବି। ତୁମେ ଯଦି ରାଜି ହୁଅନ୍ତ ତେବେ ସାଙ୍ଗ ହୋଇ ଯାଆନ୍ତେ। ପାଖରେ ସେମାନଙ୍କର କଥା ଶୁଣୁଥିବା ଚିନାମାଳି କହିଲା ମାମୁଁ କାଲି ପରା ଖୁଣ୍ଟ ଗାଁ ହାଟ। ସେଠିକୁ ସେ ଦୁଇଜଣ ନିଶ୍ଚୟ ଆସିବେ। ତେଣୁ ତୁମେ କାଲି ଖୁଣ୍ଟ ଗାଁ ହାଟକୁ ଗଲେ ସେମାନଙ୍କ ସହିତ ଦେଖା ହୋଇ ଯାଆନ୍ତା। ମାମୁଁ ମୋ କଥା ରେ ସମ୍ମତି ଜଣାଇ କହିଲେ ତୁ ଠିକ କହିଛୁ। କାଲି ଆମେ ଖୁଣ୍ଟ ଗାଁ ହାଟକୁ ଯାଇ ବିଲୁଆ ଭାଇ ଓ ଝରା ଭାଇ ଙ୍କ ସହିତ ଏ ବିଷୟ ରେ କଥା ହୋଇ ଯିବୁ। ଏହି ସମୟରେ ବୋଉ ଖାଇବାକୁ ଡାକିବାରୁ ସମସ୍ତେ ଖାଇବାକୁ ଉଠିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.