• About
  • Contact
Thursday, March 5, 2026
Thursday, March 5, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୪୩)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ସେପ୍ଟେମ୍ବର ୨୦୨୪

ଖାଇସାରି ସମସ୍ତେ ଏକାଠି ବସି ପିଢ ବୈଠକ କିପରି ହେବ, କେଉଁ ସବୁ ବିଷୟରେ ଆଲୋଚନା କରାହେବ ସେ ସମ୍ପର୍କ ରେ ଆଲୋଚନା କରିବା ପରେ ବାରିକ ଭାଇ ତାଙ୍କ ଘରକୁ ଅର୍ଥାତ ଜମରଡିହ ଗାଁ କୁ ଯିବାକୁ କହିଲେ। କାଲି ସେଠାରେ ପାଖାପାଖି ଗାଁ ର କିଛି ଲୋକ ଆସୁଛନ୍ତି ଓ ସେଥିଲାଗି ସେ ଡାକିବା ପାଇଁ ଆସିଥିଲେ ବୋଲି କହିଲେ। ସମସ୍ତେ ଜମରଡିହ ଗାଁ କୁ ବାହାରି ପଡ଼ିଲେ। ଚାଲିଚାଲି ସନ୍ଧାର ଗାଁ ରେ ଆସି ପହଞ୍ଚିଲା ବେଳକୁ ଦିନ ଦୁଇଟା ହୋଇଯାଇଥିଲା। ସମସ୍ତେ ସୋନୁଭାଇ ଙ୍କ ଘରେ ଦିନ ଟା କଟାଇ ତା ପର ଦିନ ସକାଳ ବସ୍ ରେ ଯିବାପାଇଁ ସ୍ଥିର କରିଲେ। ତାଙ୍କ ଘରକୁ ବାହାରୁଛନ୍ତି, ଏହି ସମୟରେ ସବାରି ଗାଡ଼ି ଟା ଆସି ପହଞ୍ଚିଲା। ଡ୍ରାଇଭର ପିଲାଟି ବାରିକ ଭାଇଙ୍କ ପୁତୁରା ଥିଲା। ସମସ୍ତେ ସେହି ଗାଡ଼ିରେ ବସି ଜମରଡିହ ଛକରେ ପହଞ୍ଚିଲେ।

ସେଠାରୁ ଚାଲିକରି ବାରିକ ଭାଇ ଙ୍କ ଘରକୁ ଆସୁଥିବା ବେଳେ ସରୁଆଳି ଗାଁର ଆଦିମ ଜନଜାତି ଭୂୟାଁ ସମ୍ପ୍ରଦାୟର ଶରତ ଦେହୁରୀ ଓ ଫକିର ଦେହୁରୀଙ୍କ ସହ ବାଟରେ ଦେଖାହେଲା। ସେମାନେ ନଗିରାକୁ ଏକ ବିବାହ କାର୍ଯ୍ୟରେ ଯୋଗଦେବା ପାଇଁ ଯାଉଥିଲେ। ସେମାନଙ୍କ ସହ କଥାହେବା ପରେ ଆଦିମ ଜନଜାତି ଭୂୟାଁ ମାନଙ୍କର ବିବାହରେ ମଧ୍ୟସ୍ଥି (ଯାହାକୁ କି ଭୂୟାଁମାନଙ୍କ ଭାଷାରେ ଧାଉଁରିଆ କୁହାଯାଏ), ସେମାନଙ୍କର ବିବାହ ରେ କ’ଣ ସବୁ କାମ ଥାଏ ତାହା ଆଲୋଚନା ହେଲା।

ଜଣେ ବର ପକ୍ଷର ଧାଉଁରିଆ ବା କଣ୍ଡେଇ। ତାଙ୍କ ସହିତ ଆଉଜଣେ ଲୋକ ଛେଳି ମୁଣ୍ଡାଇ ଯାଉଥିଲା। ସେ ଥିଲେ କନ୍ୟାପକ୍ଷର କଣ୍ଡେଇ। ବିବାହ ତା ପରଦିନ ବରଘରେ ହେବ। ବିବାହର ଦୁଇଦିନ ପୁର୍ବରୁ ବରପକ୍ଷର ଧାଉଁରିଆ ମିଠା ଭାର ଓ ବୋଦା କିମ୍ବା ଛେଳି (ଖାସି) ନେଇ କନ୍ୟା ପକ୍ଷର କଣ୍ଡେଇ ସହ କନ୍ୟା ଘରକୁ ଯାଉଛନ୍ତି। ବର ଘରୁ ବାହାରିବା ସମୟରେ କାଳେ କାହାର ଖରାପ ନଜର ଲାଗିବ ସେଥିପାଇଁ ବର ଘରର ସ୍ତ୍ରୀ ଲୋକମାନେ (ବିଶେଷ କରି ଥଟ୍ଟା ସମ୍ପର୍କିୟା, ଯଥା, ବର ର ଭାଉଜ, ଜେଜେମା, ଆଈ ଇତ୍ୟାଦି) ସେମାନଙ୍କ ପକ୍ଷର ଧାଉଁରିଆ ମାନଙ୍କ ଦେହରେ ଗୀତ ବୋଲି ହଳଦୀ ବୋଳି ଦେଇଥିଲେ। ସେମାନେ କନ୍ୟାଘରେ ପହଞ୍ଚିବା ପରେ ସେଠାରେ ସେମାନଙ୍କୁ କନ୍ୟାପକ୍ଷର ଲୋକମାନେ ସ୍ବାଗତ କରିବେ। ସେଠାରେ ମଧ୍ୟ ମହିଳାମାନେ ଲଗାଯାଇଥିବା ହଳଦୀର ଦୁଇଗୁଣା ଅଧିକା ହଳଦୀ ବୋଳି ସେମାନଙ୍କୁ ସ୍ବାଗତ କରିବେ। ମଙ୍ଗନ ଦିନ ସେମାନେ ନେଇଥିବା ମିଠା, ପିଠା, ଖଇ ଇତ୍ୟାଦି ଗ୍ରାମଶିରୀଙ୍କ ନିକଟରେ ଭୋଗ ଦେବା ପରେ କନ୍ୟାକୁ ଖାଇବାକୁ ଦିଆଯିବ।ତାକୁ ଖାଇବାପରେ କନ୍ୟା ପଡୋଶୀ ମାନଙ୍କ ଘରକୁ ମଙ୍ଗୁଳୁତି ଖାଇବା ପାଇଁ ଯିବ। ନେଇଥିବା ଛେଳିକୁ କଟାଯାଇ କୁଟୁମ୍ବମାନେ ଭୋଜି ଖାଇବା ପରେ କନ୍ୟାକୁ ଧରି ବର ଘରକୁ ଆସିବେ।ସେଠାରେ ବିବାହ କାର୍ଯ୍ୟ ଦେହୁରୀ ସମ୍ପର୍ଣ କରିବେ ବୋଲି ଶରତ ଦେହୁରୀ କହିଲେ। ବେଳ ଉଛୁର ହୋଇଯାଉଥିଲା। ତେଣୁ ସେମାନଙ୍କୁ ବିଦାୟ ଦେଇ ଏମାନେ ବାରିକ ଭାଇ ଙ୍କ ଘର ମୁହାଁ ହେଲେ।

ବାରିକ ଭାଇ ଙ୍କ ଘରେ ପହଞ୍ଚି ପାଣିପୁଣା (ଅର୍ଥାତ ଚା ଜଳଖିଆ) ଖାଇସାରି କଥାବାର୍ତ୍ତା ରେ ସମସ୍ତେ ମଜ୍ଜିଗଲେ। ଏପଟେ ସେମାନଙ୍କ ପାଇଁ ରୋଷେଇ ଚାଲିଥାଏ। ସେହି ଗାଁ ର ଡାକୁଆ ଶୀର ଦେହୁରୀ, କିର୍ତ୍ତନ ଦେହୁରୀ ମଧ୍ୟ ଆଲୋଚନା ରେ ବସିଥିଲେ। କଥା ପ୍ରସଙ୍ଗରେ ଶୀର ଭାଇ ତଳ ପାଉଡି ରେ ଥିବା ପିଢ ବୈଠକ କେବେ ହେବ ଓ ସେହି ବୈଠକ ରେ ଡାକୁଆମାନଙ୍କ ଏକ ସଂଘ ଜିଲ୍ଲାସ୍ତରରେ ଗଠନ କରିବା ପାଇଁ କହିଲେ। ଝରା ଭାଇ ଏହା ଶୁଣି କହିଲେ, “ପ୍ରଥମେ ଆମେ ମହାପିଢ ସ୍ତରରେ ଏହାକୁ ଆଲୋଚନା କରିବା ଓ କେବଳ ଅନୁଗୋଳ ନୁହେଁ ଅନ୍ୟ ତିନୋଟି ଜିଲ୍ଲା ରେ ମଧ୍ୟ ତୁମମାନଙ୍କୁ ଏକତ୍ରିତ କରିବା ସହିତ ପୁଣି ସେହି ସମସ୍ତ ସଦସ୍ୟମାନଙ୍କୁ ନେଇ ଏକ କମିଟି ମହାପିଢ ସ୍ତରରେ ମଧ୍ୟ ଗଠନ କରିବା।” କଥାଟି ସମସ୍ତେ ଗ୍ରହଣ କଲେ। ଏହି ସମୟରେ ବାରିକ ଭାଇ ଙ୍କ ପୁଅ ସମସ୍ତଙ୍କୁ ଖାଇବା ପାଇଁ ଡାକିବାରୁ ସମସ୍ତେ ଖାଇବା ପାଇଁ ଉଠିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Jay’s Thoughts:Dated Rituals and our unquestioning acceptance of them
More

Jay’s Thoughts:
Dated Rituals and our unquestioning acceptance of them

by Jay Jagdev
February 22, 2026

Jay Jagdev, Bhubaneswar, 22 Februry 2026 The past few weeks have been unbearably hectic—marked by shock, grief, and strain. A...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.