• About
  • Contact
Friday, September 18, 2026
Friday, September 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୪୫)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୩୦ ଅକ୍ଟୋବର ୨୦୨୪

ତାପର ଦିନ ସକାଳୁ ମନ୍ମଥ, ଝରା ଭାଇ ଓ ବୈରାଗୀ ଭାଇ ବାରକୋଟ ର ରମ୍ଭା ଦେବୀ ପିଢ ର ସର୍ଦ୍ଦାର ଅରୁଣ ଭାଇଙ୍କ ଘରକୁ ବାହାରି ପଡ଼ିଲେ। ଅରୁଣ ଭାଇ ନିକଟରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରନ୍ତି। ସ୍କୁଲ୍ ରେ ତାଙ୍କୁ ଦେଖା କରିବା ପରେ ସେ ସମସ୍ତଙ୍କୁ ଧରି ତାଙ୍କ ଗାଁ ଟାଇଁସିରା ଗାଁ କୁ ଆସିଲେ। ତାଙ୍କ ଘରେ ଖିଆପିଆ ସରିବା ପରେ ସମସ୍ତେ କଥା ହେବା ପାଇଁ ବସି ପଡ଼ିଲେ। କଥା ଆରମ୍ଭ କରି ମନ୍ମଥ ପଚାରିଲା, “ଆଛା ଭାଇ ଆପଣଙ୍କ ଏହି ରମ୍ଭା ଦେବୀ ପିଢ ଅଧିନରେ କେତୋଟି ଗାଁ ଆସୁଛି?” ତା’ର ଉତ୍ତର ରେ ଅରୁଣ ଭାଇ କହିଲେ, “ଆମର ଏଠି ଦୁଇଟି ପିଢ ଥିଲା। ଗୋଟିଏ ରମ୍ଭା ଦେବୀ ପିଢ ଓ ଅନ୍ୟଟି ଦେବୀ ଚୁଆ ପିଢ। ଦେବୀଚୁଆ ପିଢ ର ବୈଠକ ଅନିୟମିତ ଭାବେ ବହୁତ ଦିନ ପୂର୍ବେ ହେଉଥିଲା। ସେହି ପୀଢ ଅଧିନରେ ଥିବା ଗାଁ ର ପ୍ରଧାନ ମାନେ ମହାପୀଢ ବୈଠକ ରେ ରମ୍ଭା ଦେବୀ ପିଢ ରେ ଦେବୀଚୁଆ ପିଢ ମିଶି ଯିବା ପାଇଁ ପ୍ରସ୍ତାବ ଦେଲେ। ଉଭୟ ପୀଢର ମୁଖିଆ ମାନଙ୍କ ସହିତ କଥାବାର୍ତ୍ତା ହୋଇ ମହାପୀଢ ବୈଠକ ରେ ଉଭୟ ପୀଢର ମିଶ୍ରଣ ପାଇଁ ସ୍ଥିର କରାଗଲା। ଏବେ ରମ୍ଭା ଦେବୀ ପିଢ ଅଧିନରେ ୩୧ଟି ଗାଁ ଅଛି।” ଏହାଶୁଣି ମନ୍ମଥ ପଚାରିଲା, “ଗାଁ ମାନଙ୍କ ରେ ଲୋକମାନେ କିପରି ପୂଜା ଓ ବାଦବିବାଦ ର ସମାଧାନ କରୁଛନ୍ତି?” ଏହା ଶୁଣି ଅରୁଣ ଭାଇ କହିଲେ, “ସବୁ ଭୂୟାଁ ଗାଁ ମାନଙ୍କ ଭଳି ଏଠାକାର ଗାଁ ମାନଙ୍କ ରେ ପ୍ରଧାନ ସମେତ ପାଟ ଦେହୁରୀ ବା ଗ୍ରାମଶିରୀ ଦେହୁରୀ, ବଡାମ୍ ଦେହୁରୀ, ମା ବିଶ୍ରି ଦେହୁରୀ ଓ ଡାକୁଆ ଗ୍ରାମ ଲୋକମାନଙ୍କ ଦ୍ବାରା ମନୋନୀତ ହୋଇଥାନ୍ତି। ଗାଁରେ ଘଟୁଥିବା ଛୋଟ ବଡ କଳିକଜିଆ ଗାଁରେ ବସି ଲୋକମାନେ ସମାଧାନ କରନ୍ତି। ସ୍ବାମୀ ସ୍ତ୍ରୀ ମଧ୍ୟରେ ହେଉଥିବା ମତାନ୍ତର ଓ ମନାନ୍ତର ସମାଧାନ ମଧ୍ୟ ଗାଁ ଲୋକମାନେ କରନ୍ତି। ମଦ୍ୟପାନ କରି ଗାଁରେ ଗଣ୍ଡଗୋଳ କରୁଥିବା ଲୋକମାନଙ୍କୁ ମଧ୍ୟ ଗ୍ରାମସଭାରେ ଆଲୋଚନା ପରେ ଦଣ୍ଡିତ କରାଯାଏ। ଦୋଷୀ ମାନଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଏ। ତେବେ ଆମ ଗାଆଁ ନିକଟରେ ବିଶ୍ରୀ ଦେହୁରୀ ମନୋନୟନ କରାଯାଇଥିଲା।”

“ସେହି ମନୋନୟନ ପ୍ରକ୍ରିୟା ଏହିପରି।ନିର୍ଦିଷ୍ଟ ଦିନ ଗାଁର ଜଣେ ଲୋକ ଉପବାସରେ ରହିଲେ। ତାଙ୍କୁ କାଳିସୀ ଲାଗିଲା। ସେ ଏକ ପାଣିଢାଳକୁ ଧରି ଗାଁ ଲୋକମାନଙ୍କ ସହ ଗ୍ରାମ ପରିକ୍ରମା କଲେ। ଏହି ବୁଲିବା ସମୟରେ କାଳସୀ ଜଣେ ଲୋକ ଘରକୁ ଯାଇ ପାଣିଢାଳିଲା। ତାହାପରେ ଗାଁ ଲୋକମାନେ ତାଙ୍କୁ ଦେହୁରୀ ଦାୟିତ୍ବ ପ୍ରଦାନ କଲେ। ସେହିଦିନ ଗ୍ରାମସଭା ବସି ଛଅ ବର୍ଷପାଇଁ ତାଙ୍କୁ ବିଶ୍ରୀ ଦେହୁରୀ ଦାୟିତ୍ବ ପ୍ରଦାନ କରାଗଲା।ଏହାର କିଛିଦିନପରେ ଗାଁରେ ବିଶ୍ରୀ ଓଷାକାର୍ଯ୍ୟ ରେ ସେ ଦେହୁରୀ କାର୍ଯ୍ୟ ନିର୍ବାହ କଲେ। ତୁମ ସେଠାକାର ଗାଁ ମାନଙ୍କ ଭଳି ଏଠି ମଧ୍ୟ ମହିଳାମାନଙ୍କୁ ଦେହୁରୀ ରହିବାକୁ ବାରଣ କରାଯାଏ।” ଏହା ଶୁଣି ବୈରାଗୀ ଭାଇ ପଚାରିଲେ, “ତୁମର ପୀଢ ର ନାମକରଣ ରମ୍ଭା ଦେବୀ ପୀଢ କାହିଁକି କରାଗଲା?” ଏହାର ଉତ୍ତରରେ ଅରୁଣ ଭାଇ କହିଲେ, “ବଣେଇଁ ଅଞ୍ଚଳରେ ଏବଂ ଆମର ଏଠି ମଧ୍ୟ ପୂଜା ପାଉଥିବାରୁ କନ୍ତଦେବୀଙ୍କ ପରି ରମ୍ଭା ଦେବୀ ମଧ୍ୟ ଏଠାରେ ପୂଜା ପାଆନ୍ତି। ଲୋକକଥା ଅଛି ଉଭୟ ଦୁଇ ଭଉଣୀ। ଦୁଇ ଠାକୁରାଣୀ ଙ୍କ ପୂଜାବିଧି ସମାନ। ତେବେ ତୁମ ପାଲ୍ଲହଡ଼ା ର ଉପର ପାଉଡି ର ରଡା ଗାଁ ଓ ତା ଆଖପାଖ ଗାଁରେ ଯେପରି ପାଣିକୁ ପୂଜା କରନ୍ତି ଏଠାକାର କିଛି ଗାଁ ରେ ମଧ୍ୟ ଜଙ୍ଗଲ, ଭୂମି ଓ ପାଣି ବା ଚୁଆ କୁ ପୂଜା କରନ୍ତି।” ସବୁ ଶୁଣୁଥିବା ଝରା ଭାଇ କହିଲେ, “ଆଛା ଅରୁଣ ଭାଇ ଏଥର ଆମେ ଯେଉଁ ମହାପୀଢ ବୈଠକ କଥା ତୁମ ମାଧ୍ୟମରେ ପୀଢକୁ ଜଣାଇବାକୁ ଆସିଛୁ ସେ କଥା ଆଲୋଚନା କରିବା। ତୁମେ ତୁମ ପୀଢ ଅଧିନରେ ଥିବା ସମସ୍ତ ଗାଁ ର ମୁଖିଆ ମାନଙ୍କୁ ଡାକି ଏକ ପ୍ରସ୍ତୁତି ବୈଠକ କରି ତୁମ ପୀଢ ମହାପୀଢ ବୈଠକ ରେ କ’ଣ ସବୁ ସମସ୍ୟା ଉପସ୍ଥାପନ କରିବ ଓ କେଉଁମାନେ ବୈଠକ ରେ ଯୋଗ ଦେବେ ସେ କଥା ସ୍ଥିର କରି ମୋତେ ଜଣାଇବ। ଆଉ ତୁମେ ମଧ୍ୟ ମହାପୀଢ ବୈଠକ ପୂର୍ବ ଦିନ ପହଞ୍ଚିବ।”

ଏହାପରେ ସମସ୍ତେ ଉଠିଲେ ଘରକୁ ଆସିବା ପାଇଁ। ଅରୁଣ ଭାଇ ଅଟକାଉ ଥିଲେ କିନ୍ତୁ ଆଉ କେବେ ଆସିବା କହି ସମସ୍ତେ ଝରା ଭାଇ ଙ୍କ ଗାଁ ବୁଢାଖମଣ ବାହାରି ପଡ଼ିଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.