ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୭ ଅପ୍ରେଲ ୨୦୨୫
ହେ ପୂଜ୍ୟ ତୁମେ ନମସ୍ୟ ନମାମି
ସମୟ ସ୍ରୋତରେ କାଳଜୟୀ।
ତୁମ ଗାଥା ଆଜି ଜନ ମାନସରେ
ଗଣକବି ହୋଇ ଗଲା ରହି।।
ନୀ-ରସ ମନରେ ଭରି ଦେଇଥିଲ
ନିଜ ରଚନାର ନାଟ୍ୟରସ।
ନିରକ୍ଷରତାରେ ପୁରି ରହିଥିଲା
ସେ କାଳ ସମାଜ, ସେ ମଣିଷ।।
କୁପୋଷଣ ଆଉ ସାମନ୍ତ ଶାସନ
ଅବହେଳା ନିଷ୍ପେସିତ ଜନେ।
ହାସ୍ୟ ରସ ଆଉ ସୁଆଙ୍ଗ ରଚିଲ
ଉର୍ଜା ଭରିଦେଲ ଜନ ପ୍ରାଣେ।।
କେତେ କଳାକାର ଗଢିଲେ ଆପଣ
ପୁର ପଲ୍ଲୀ ହେଲା ପୁଲକିତ।
ଚାରି ଆଡେ଼ ଚର୍ଚ୍ଚା ବୈଷ୍ଣବ ପାଣି
ଗୀତିନାଟ୍ୟ ତାଙ୍କ ଅଦ୍ଭୁତ।।
ଅଭିନୟ କିସ, ଶିଖାଇଲ ତୁମେ
ବାଦ୍ୟ ଘୁଙ୍ଗୁରର ତାଳେ ତାଳେ।
ନାଚି ନଚାଇଲ ଦେଖି ଦ୍ରବି ଗଲେ
ରହିଗଲା କୀର୍ତ୍ତି କାଳେ କାଳେ।।
ଆଜି ବି ରହିଛି ଉଜ୍ଜୀବିତ ହୋଇ
ତୁମ ସେ ନାଟକ କର୍ଣ୍ଣବଧ।
‘କାର୍ମୁକ ଟଙ୍କାର ଅସ୍ତ୍ରର ଝଙ୍କାର’
ଶୁଣିଲେ ଜନତା ହୁଏ ସ୍ତବଦ।।
ଯୋଗ ଜନ୍ମା ତୁମେ ଉତ୍କଳ ମାଟିରେ
ଜନ୍ମ ନେଇଥିଲ କାଳଜୟୀ।
ରହିଗଲା ଯଶ ଆଉ ଥରେ ଆସ
ଏ ଜାତି ରହିଛି ବାଟ ଚାହିଁ।।






