ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୮ ଜୁଲାଇ ୨୦୨୫
ଆମକୁ ଯିବାକୁ ହେବ ତ ଦିନେ
ଅଫେରା ରାଜ୍ୟକୁ ଆଗ ପଛ ହୋଇ,
ତଥାପି ମଣିଷ ବିକଳ କିଆଁ
ଧନ, ମାନ, ପଦ, ସିଂହାସନ ପାଇଁ ।।୧।।
ଏଠିକୁ ଆମେ ତ ଆସିଛେ ଏକା
ଫେରିବା ସବୁକିଛି ଛାଡ଼ିଦେଇ,
ଏକଥା ଜାଣିବି କାହିଁକି ଆମେ
ମୋହ ଆଉ ମାୟାରେ ହେଉଛେ ବାଇ ।।୨।।
ସମ୍ପତ୍ତି ପ୍ରତିପତ୍ତି ପାଇଁ
ଜୀବନ ବିତି ଯାଉଛି ଧାଇଁ ଧାଇଁ,
ସେଥିରେ ଶାନ୍ତି ମିଳିପାରୁ ନାଇଁ
ମଣିଷ ହେଉଛି ହାଇଁପାଇଁ ।।୩।।
କ୍ଷମତାର ଅହଂକାର ହଟାଇ
ମନରୁ ଇର୍ଷା, ଦ୍ୱେଷ, କ୍ରୋଧ ଲିଭାଇ,
ସମାଜରେ ସଦଭାବ ବସାଇ
ବୈଜୟନ୍ତୀ ବାନା ଦେବାରେ ଉଡାଇ ।।୪।।
ଆମେ ସମସ୍ତେ ମୁସାଫେର ହୋଇ
ଆସିଛେ ଏଠିକୁ କିଛି କ୍ଷଣ ପାଇଁ,
ହସ ଖୁସିରେ ସମୟ ବିତେଇ
ବାହୁଡ଼ିବା ଦିବ୍ୟ ଅନୁଭବ ନେଇ ।।୫।।