• About
  • Contact
Tuesday, March 10, 2026
Tuesday, March 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୬୨)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ଜୁଲାଇ ୨୦୨୫

ଗାଁ ର ପ୍ରଧାନ ଶିର ଭାଇଙ୍କ ଘରେ ପହଞ୍ଚି ଝରା ଭାଇ ଓ ମନ୍ମଥ ତାଙ୍କ ସହିତ ବାପାଙ୍କ (ବର୍ତ୍ତମାନର ଦେହୁରୀଙ୍କ) ଦେହ ଭଲ ରହୁ ନଥିବାରୁ ନୁଆ ବିଶ୍ରୀ ଦେହୁରୀ ମନୋନୟନ ବାଛିବା ପାଇଁ ଗାଁ ବୈଠକ ଡାକିବାକୁ ପ୍ରଧାନଙ୍କୁ ଅନୁରୋଧ କଲେ। ଝରା ଭାଇ ମଧ୍ୟ ମନ୍ମଥ ଦେହୁରୀ ହେଉ ବୋଲି ବାପାଙ୍କ ଇଛା କଥା କହିବାରୁ ପ୍ରଧାନ ମନ୍ମଥ କୁ ତାର କଣ ଇଛା ପଚାରିଲେ। ସେ କିନ୍ତୁ ବିନମ୍ରତାର ସହିତ ନିଜର ଅସୁବିଧା କଥା କହିଲା ଯେ, “ମୁଁ ଏ ଗାଁ ର ଜ୍ବାଇଁ। ଆମ ଗାଁ ର ସ୍ବୟଂ ଶାସନ ବ୍ୟବସ୍ଥାକୁ ସଜାଡିବାର ଦାୟିତ୍ଵ ମୋତେ ମହାପିଢ ଦେଇଛି। ଏହାକୁ ଛାଡ଼ିଦେଲେ ଚାରୋଟି ଜିଲ୍ଲା ରେ ଥିବା ସମସ୍ତ ପିଢମାନଙ୍କ ମଧ୍ୟରେ ସମନ୍ୱୟ ର ଦାୟିତ୍ଵ ମଧ୍ୟ ମୋତେ ଦିଆଯାଇଛି। ତେଣୁ ମୋତେ ଏଥିପାଇଁ ସମୟ ହେବ ନାହିଁ। ଆଉଜଣକୁ ଏହି ଦାୟିତ୍ବ ଦିଆଯାଉ।” ପ୍ରଧାନ ଏହା ଶୁଣି କହିଲେ, “ମନ୍ମଥ ତୁମ କଥାରେ ମୁଁ ଏକମତ। ତେବେ ତୁମେ ତ ଆମ ଗାଁ ର ଜ୍ବାଇଁ। ଆମ ଗାଁ ର ପିଲାମାନେ ତୁମକୁ ବହୁତ ଭଲ ପାଆନ୍ତି। ତୁମେ ଆମ ଗାଁ ର ଜଣେ ଯୁବକଙ୍କ ନାମ ଦିଅ।” ମନ୍ମଥ କହିଲା, “ଆଜ୍ଞା କାଳସୀ ବୁଲୁ। ସେ ଯାହା ଘରେ ପାଣି ଢାଳିବ ସେ ଦେହୁରୀ ହେବ।” ଏହି ସମୟରେ ଗାଁ ର ଡାକୁଆ ଦିନବନ୍ଧୁ ଭାଇ ଶିର ଭାଇ ଙ୍କ ଘରେ ପହଞ୍ଚିଲେ। ସେ ମଧ୍ୟ ସେହି ଆଲୋଚନା ରେ ଭାଗ ନେଲେ। ଶେଷରେ ତାପରଦିନ ସନ୍ଧ୍ୟା ରେ ଦରବାର ଘରେ ଗାଁ ବୈଠକ ବସି ଦେହୁରୀ ବାଛିବା ପାଇଁ ସ୍ଥିର କରାଗଲା। ଗାଁ ର ଲୋକମାନଙ୍କୁ ବୈଠକ କୁ ଡାକିବାର ଦାୟିତ୍ଵ ଡାକୁଆ ଦୀନବନ୍ଧୁ ଭାଇଙ୍କୁ ଦିଆଗଲା।

ତାପରଦିନ ସନ୍ଧ୍ୟା ସମୟରେ ଆମ ଗାଁ ଦରବାର ଘରେ ବିଶ୍ରୀ ଦେହୁରୀ ମନୋନୟନ ପାଇଁ ଗାଁ ଲୋକମାନେ ଏକାଠି ହେଲେ। ଗାଁର ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରୁଥାନ୍ତି। ଗାଁର ସମସ୍ତେ ବାପାଙ୍କୁ ଦେହୁରୀ କାମ ନ ଛାଡ଼ିବାକୁ ବାଧ୍ୟ କରୁଥାନ୍ତି। ବାପା ଙ୍କ କହିବା କଥା ଥିଲା, “ପ୍ରଥମରେ ମୋ ଦେହ ଭଲ ରହୁନାହିଁ। ଦ୍ଵିତୀୟ ରେ ଯୁବକ ମାନେ ବୟସ୍କ ଲୋକମାନେ ଥିବା ଅବସ୍ଥାରେ ଦାୟିତ୍ଵ ନେବା ଉଚିତ। ବୟସ୍କ ଲୋକମାନେ ସେମାନଙ୍କୁ ଭୁଲ୍ କଲେ ବତାଇ ଦେବେ।” ବହୁତ ଆଲୋଚନା ହେଲା କିନ୍ତୁ କାହାରିକୁ ବଛା ଯାଇ ପାରିଲା ନାହିଁ। ତେଣୁ କାଳସୀ ଦ୍ଵାରା ତାପରଦିନ ସକାଳୁ ଦେହୁରୀ ବାଛିବା ପାଇଁ ସ୍ଥିର କରାଗଲା। ଏଠାରେ କହିରଖେ ଯେ ଆମ ଭୂୟାଁ ଗାଁ ରେ ପ୍ରଧାନଙ୍କ ସମେତ ପାଟ ଦେହୁରୀ ବା ଗ୍ରାମଶିରୀ ଦେହୁରୀ, ବଡାମ୍ ଦେହୁରୀ, ମା ବିଶ୍ରି ଦେହୁରୀ ଓ ଡାକୁଆ ଗ୍ରାମ ଲୋକମାନଙ୍କ ଦ୍ବାରା ମନୋନୀତ ହୋଇଥାନ୍ତି। ଗାଁରେ ଘଟୁଥିବା ଛୋଟ ବଡ କଳିକଜିଆ ଗାଁରେ ବସି ଲୋକମାନେ ସମାଧାନ କରନ୍ତି। ସ୍ବାମିସ୍ତ୍ରୀ ମଧ୍ୟରେ ହେଉଥିବା ମତାନ୍ତର ଓ ମନାନ୍ତର ସମାଧାନମଧ୍ୟ ଗାଁ ଲୋକମାନେ କରନ୍ତି। ମଦ୍ୟପାନ କରି ଗାଁରେ ଗଣ୍ଡଗୋଳ କରୁଥିବା ଲୋକମାନଙ୍କୁ ମଧ୍ୟ ଗ୍ରାମସଭାରେ ଆଲୋଚନାପରେ ଦଣ୍ଡିତ କରାଯାଏ। ଦୋଷୀ ମାନଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଏ।

ତା ପରଦିନ ସକାଳେ ଗାଁର ଜଣେ ଲୋକ ଉପବାସରେ ରହିଲେ। ତାଙ୍କୁ କାଳିସି ଲାଗିଲା। ସେ ଏକ ପାଣିଢାଳକୁ ଧରି ଗାଁ ଲୋକମାନଙ୍କ ସହ ପୁରା ଗାଁ ବୁଲିଲେ। ଏହି ବୁଲିବା ସମୟରେ କାଳସୀ ମୋର ଜଣେ ଦାଦା (ବାଙ୍କ ଦେହୁରୀ) ଘରକୁ ଯାଇ ପାଣି ଢାଳିଲେ। ତେଣୁ ଗାଁ ର ସବୁ ଲୋକମାନେ ତାଙ୍କୁ ସେଠାରୁ ଶୋଭାଯାତ୍ରାରେ ଆଣି ଦରବାର ଘର ନିକଟରେ ପହଞ୍ଚିଲେ। ସେଠାରେ ସମସ୍ତେ ପୁଣି ଏକାଠି ବସି ଛଅ ବର୍ଷପାଇଁ ତାଙ୍କୁ ବିଶ୍ରୀ ଦେହୁରୀ ଦାୟିତ୍ବ ପ୍ରଦାନ କଲେ। ବିଶ୍ରୀ ଦେହୁରୀ ତାଙ୍କର ଏହି କାର୍ଯ୍ୟକାଳ ମଧ୍ୟରେ ହାଣ୍ଡିଆ ପିଅନ୍ତି ନାହିଁ (କେବଳ ପୂଜା ଭୋଗ ରେ ଥିବା ହାଣ୍ଡିଆ କୁ ଛାଡି), ମିଛ କହନ୍ତି ନାହିଁ ଓ କାହା ସହିତ କଳିକଜିଆ କରନ୍ତି ନାହିଁ।

ଏହାପରେ ଗାଁ ବୈଠକ ସରିଲା, ମନ୍ମଥ ଓ ଝରା ଭାଇ ଘରକୁ ଫେରିଲେ। ଫେରିବା ସମୟରେ ସେମାନେ ସେଦିନ ସନ୍ଧ୍ୟାବେଳେ ଝରା ଭାଇ ଙ୍କ ଗାଁ କୁ ଯାଇ ସେଠାରେ ତାପରଦିନ ବତିଶବାର ଭୂୟାଁ ପୀଢରଏକ ବୈଠକ ଥିଲା ସେଥିରେ ସେମାନେ ଯୋଗ ଦେବାକୁ ଆମ ଘରେ ଖାଇସାରି ବାହାରି ଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Dhanada’s Discourse: In the Aftermath of the US Losing the War to Iran: Prof Jiang
More

Dhanada’s Discourse:
In the Aftermath of the US Losing the War to Iran: Prof Jiang

by Dhanada K. Mishra
March 8, 2026

Dhanada K Mishra, Hong Kong, 8 March 2026 In the midst of escalating tensions between the United States and Iran...

Read more
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.