• About
  • Contact
Friday, May 29, 2026
Friday, May 29, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡୀ ଭୂୟାଁ (ଭାଗ ୭୪)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଏପ୍ରିଲ ୨୦୨୬

ସକାଳୁ ସକାଳୁ ଉଠିପଡ଼ି ନିତ୍ୟକର୍ମ ସାରି କୁଆଡ଼େ ଯିବା ପାଇଁ ବାହାରି ପଡ଼ିଲା ମନ୍ମଥ। ମୁଁ ପଚାରିବାରୁ କହିଲା ଯେ, “ବଣେଇଁ ର ବିଲୁଆ ଭାଇ ଙ୍କ ଦେହ ବହୁତ ଖରାପ। କଟକ ଡାକ୍ତରଖାନାକୁ ଯାଇଥିଲେ। ସେଠି ମାସେ ରହିବା ପରେ ଘରକୁ ଆସିଛନ୍ତି।’ ମୁଁ କିଛି ଟଙ୍କା ସାଇତି କରି ରଖିଥିଲି। ବିଲୁଆ ବଡ଼ବାପାଙ୍କ ପାଇଁ ବାଟରୁ କଣ ଫଳମୂଳ ଆଉ ମିଠା କିଣି ନେବା ପାଇଁ ତାକୁ କହିଲି। ସେ ଗଲାବେଳେ କହିଲି ତା ପରଦିନ ସକାଳୁ ବାହାରି ଆସିବା ପାଇଁ। ସେ ଯିବା ପରେ ମୁଁ ଘର କାମରେ ବ୍ୟସ୍ତ ରହିଲି। ଏହି ସମୟରେ ନଣନ୍ଦ ଜୟନ୍ତୀ ଗାଁ ମୁଣ୍ଡରେ ଥିବା ଜଳଖିଆ ଦୋକାନ ରୁ ପକୁଡ଼ି ଆଉ ଆଳୁଚପ ଧରି ପହଞ୍ଚିଗଲା। ମୋତେ ଜବରଦସ୍ତି ପକୁଡ଼ି ଆଉ ଚପ୍ ଖୁଆଇଲା। ମୁଁ ତାକୁ ଖାଇବା ପାଇଁ କହିବାରୁ ସେ ହସିଦେଇ କହିଲା, “ଭାଉଜ ମୁଁ ଦୋକାନରୁ ଖାଇକରି ଆସିଛି। ତୁମେ ଖାଇଦିଅ।” ମୁଁ ବାଧ୍ୟ କରିବାରୁ ଦୁଇଟା ଚପ୍ ଖାଇଲା। ତାପରେ ମୁଁ ଚୁଲିରେ ଭାତ ବସାଇ ପରିବା କାଟି ବସିଲି ଆଉ ସେ ମୋ ପାଖରେ ବସିଲା ଆଉ ଆମେ ଦୁଇଜଣ କଥାବାର୍ତ୍ତା ରେ ମଜ୍ଜିଗଲୁ।

କଥା ହେବା ଭିତରେ ସେ ପଚାରିଲା, “ବୁଝିଲ ଭାଉଜ, ଆଜି ଆମ ଗାଁ ର ଦରବାର ଘରେ ସବୁ ମହିଳାମାନଙ୍କୁ ନେଇ ସନ୍ଧ୍ୟା ବେଳେ କଣ ଗୋଟେ ମିଟିଂ ହେବାର ଅଛି। ମହିଳା ମାନଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା ସମ୍ପର୍କରେ ସଚେତନ କରିବା ପାଇଁ ଏହି ବୈଠକ ଡକାଯାଥଇଛି। ତୁମେ ଯିବ ନା?” ମୁଁ ଚାରି ଆଡକୁ ଅନାଇଁ କହିଲି, “ଚୁପ୍ ଚୁପ୍ ଧିରେ କହ। ବୋଉ ଶୁଣିଲେ ତୋତେ ଗାଳି କରିବେ।” ଜୟନ୍ତୀ କିଛି ବୁଝି ନ ପାରି କହିଲା “ମୋତେ କଣ ପାଇଁ ବୋଉ ଗାଳି କରିବ? କଣ ଖରାପ କଥା ମୁଁ କହିଲି?” ମୁଁ ତାକୁ ବୁଝେଇ କହିଲି, “ନାହିଁ ମୋର ଏବେ ପିଲାପିଲି ହେବାର ଅଛି ତ ବାହାରକୁ ଗଲେ କାଳେ କୌଣସି ଦୁଷ୍ଟ ଆତ୍ମା ପେଟରେ ଥିବା ପିଲା ର କ୍ଷତି କରିବେ କିମ୍ବା ଗାଁ ର ବିବାଦି ଲୋକ ପାଙ୍ଗି (ଗୁଣି ବା ପେଷାଣ) ଦେବେ ତାକୁ ଡରି ବୋଉ ପାଟି କରିବେ।” ସେ ମୋ କଥାକୁ ହସରେ ଉଡ଼ାଇ ଦେଇ କହିଲା, “ବୁଝିଲ ଭାଉଜ, ସେଗୁଡ଼ାକ ସବୁ ଆମ ସମାଜରେ ଥିବା କୁସଂସ୍କାର। ବୋଉ ସିନା ପୁରୁଣାକାଳିଆ ଲୋକ। ତା ଭିତରେ ସେହି ଭୁଲ ଧାରଣା ସବୁ ଅଛି। ତୁମେ ପରା ଏବେକାର ଝିଅ। ତୁମ ମନ ମଧ୍ୟରେ ସେହି ଭୁଲ ଧାରଣା କିପରି ଅଛି?” ମୁଁ ସବୁ ଶୁଣି କହିଲି, “ବୁଝିଲ ମୁଁ ସେ ସବୁ ଜାଣେ। କିନ୍ତୁ ଯେତେ ହେଲେ ବି ମୁଁ ଶାଶୁ ଘରର ବୋହୂ। ତେଣୁ ଶାଶୁଶଶୁରଙ୍କ କଥା କୁ ମାନିବା ମୋର ଧର୍ମ। ତଥାପି ମୁଁ ବୋଉଙ୍କୁ ବୁଝାଇ ଦେବି ସନ୍ଧ୍ୟା ବେଳେ ଆମେ ଦୁଇଜଣ ସାଙ୍ଗ ହୋଇ ଯିବା।” ଆମ ନଣନ୍ଦ ଭାଉଜଙ୍କ କଥାକୁ ମୋ ଶାଶୁ ଘର ଭିତରେ ଥାଇ ଶୁଣୁଥିବାର ମୁଁ ଜାଣି ନଥିଲି। ମୋର କଥା ସରିଛି କି ନାହିଁ ସେ ଆରପଟ ଘରୁ ପାଟି କରି ଆସିଲେ ଆଉ ଆମ ଦୁଇଜଣଙ୍କ ଆଗରେ ଠିଆ ହୋଇ କହିଲେ, “କଣ କହିଲୁ ବୋହୂ? ତୁ ମୋତେ ବୁଝାଇ ଦେବୁ? ମୁଁ କଣ ଛୋଟ ଛୁଆ? ମୋର ସଫା କଥା ଶୁଣୁ ତୁ ସନ୍ଧ୍ୟା ସମୟରେ ଦରବାର ଘରକୁ ଯାଇ ପାରିବୁ ନାହିଁ।” ତାଙ୍କର ଏପରି ଟାଣଟାଣ କଥା ମୋତେ ବହୁତ ଆଘାତ ଦେଲା। ମୋ ଆଖିରୁ ଠପ୍ ଠପ୍ ହୋଇ ଲୁହ ବୋହିଗଲା। ମୁଁ ତରବର ହୋଇ ମୋ ଶୋଇବା ଘରକୁ ଚାଲିଗଲି। ନଣନ୍ଦ ଜୟନ୍ତୀ ବୋଉଙ୍କୁ ପାଟି କରି କହିଲା, “ତୋର ଗୋଟେ କାଣ୍ଡ ଜ୍ଞାନ କିଛି ନାହିଁ। ଭାଉଜ କଣ ତୋ କଥା ରୁ ବାହାରି ବାହାରକୁ ଯାଇଥିଲେ କି? ତୁ ତାଙ୍କୁ ଏପରି ପାଟି କରିବା ଠିକ୍ ହେଲା ନାହିଁ।” ବୋଉ ଙ୍କୁ ସମ୍ଭାଳେ କିଏ! ଆହୁରି ଜୋରରେ ପାଟି କରି କହିଲେ, “ହଉ ହଉ ଭାଉଜ ପଟ ନେଇ ଓକିଲାତି କରୁଥା। ମୁଁ ତ ଏ ଘରର ବୁତୁରୁ (ଚାକର)। ମୁଁ ସମସ୍ତ ଙ୍କ ଆଦେଶ ମାନି ଚଳିବି। ଆଜି ମନ୍ମଥ ଆସୁ ତା ସହିତ ମୋର କଥାବାର୍ତ୍ତା।” ଏହା କହି ସେ ଦାଣ୍ଡ ଆଡ଼କୁ ଚାଲିଗଲେ।

କିଛି ସମୟ ପରେ ମନକୁ ବୁଝାଇ ରୋଷେଇ ସାରି ଶଶୁର ଙ୍କୁ ଖାଇବାକୁ ଦେଇ ସାରି ଶାଶୁ ଆଉ ନଣନ୍ଦ ଜୟନ୍ତୀ କୁ ଖାଇବାକୁ ଡାକିଲି। ହେଲେ ଉଭୟ ଖାଇବା ପାଇଁ ମନା କରିଦେଲେ। ବହୁତ ବୁଝାଇବା ପରେ ନଣନ୍ଦ ଜୟନ୍ତୀ ବୁଝି ଖାଇବା ପାଇଁ ଆସିଲେ। କିନ୍ତୁ ଶାଶୁ ଆସିବା ପାଇଁ ମନା କଲେ। ତାଙ୍କର ଗୋଟିଏ କଥା, “ଆଜି ମନ୍ମଥ ଆସୁ ଏ କଥା ର ଫଇସାଲା ହେଲେ ଯାଇଁ ମୁଁ ଖାଇବି।” ମୁଁ କଣ କରିବି ଜାଣି ପାରିଲି ନାହିଁ। ପେଟରେ ଥିବା ଛୁଆ ପାଇଁ ଖାଇବା ନିହାତି ଦରକାର। ଏପଟେ ଶାଶୁଙ୍କ ରାଗ। ଏହି ସମୟରେ ଜୟନ୍ତୀ ଆସି କହିଲା, “ଭାଉଜ ଚାଲ ତୁମର ଆଉ ମୋର ଖାଇବା ବାଢି ଦେଇଛି। ତୁମେ ଖାଅ। ଭାଇ ଆସୁ ମୁଁ ମଧ୍ୟ ସବୁ କହିବି। ତୁମେ ନ ଖାଇଲେ ଭାଇ ତୁମକୁ ପ୍ରଥମେ ଗାଳି କରିବ।” ଏହାପରେ ଆମେ ନଣନ୍ଦ ଭାଉଜ ଦୁଇଜଣ ଖାଇ ବସିଲୁ। ଖାଇସାରି ପୁଣି ଥରେ ବୋଉଙ୍କୁ ଖାଇବା ପାଇଁ ଡାକିଲି।ସେ କିନ୍ତୁ ମୋ କଥା ଶୁଣି ନଶୁଣିଲା ପରି ବସିଲେ। ମୁଁ ବାଧ୍ୟ ହୋଇ ମୋ ଶୋଇବା ଘରକୁ ଆସି ବିଶ୍ରାମ ନେଲି।

ସନ୍ଧ୍ୟା ପୁର୍ବରୁ ମନ୍ମଥ ଘରକୁ ଫେରି ଆସିଲା। ଦାଣ୍ଡ ଦୁଆର ମୁହଁରେ ବସିଥିବା ମୋର ଶାଶୁ କାନ୍ଦି କାନ୍ଦି ସବୁ କଥା କହିଲେ। ସେ ସବୁ କଥା ଶୁଣି କହିଲା, “ତୁ ଘରକୁ ଆସେ ପ୍ରଥମେ ଭାତ ଖାଇ ସାରେ। ତାପରେ ସେ ଦୁଇଜଣଙ୍କ କଥା ମୁଁ ବୁଝିବି।” ବାଧ୍ୟ ହୋଇ ସେ ହାତରେ ବାଢି କରି ଆଣିବା ପାଇଁ ରୋଷେଇ ଘର ଭିତରକୁ ଯାଉଛନ୍ତି ମୁଁ ତା ପୁର୍ବରୁ ରୋଷେଇ ଘରୁ ତାଙ୍କ ପାଇଁ ଖାଇବା ଧରି ଆସି ବାଢି କରି ଖାଇବା ପାଇଁ କହିଲି। ତାଙ୍କ ପାଖରେ ଆଉ ରାଗିବାର ବାଟ ନଥିଲା।ସେ ଚୁପଚାପ ଖାଇବା ପାଇଁ ବସି ପଡିଲେ। ଖାଇ ସାରିବା ପରେ ଆମ ତିନି ଜଣ ଙ୍କୁ ମନ୍ମଥ ଡାକିଲା। ପ୍ରଥମେ ଜୟନ୍ତୀ ସବୁ ଘଟଣା କହି ସାରିବା ପରେ ମନ୍ମଥ କଥା ଆରମ୍ଭ କରି କହିଲା, “ବୁଝିଲୁ ବୋଉ, ତୁ ସେ ଦୁଇଜଣଙ୍କ କଥା କାନଡ଼େରି ଶୁଣୁଥିଲୁ କଣ ପାଇଁ। ଯଦି ଶୁଣିଲୁ ହଠାତ୍ ଆସି ଗାଳିଗୁଲଜ କରିବା ଠିକ୍ ହେଲାନି। ତୁ ଧର୍ଯ୍ୟ ଧରି ଅପେକ୍ଷା କରିଥାନ୍ତୁ। ଯଦି ସନ୍ଧ୍ୟା ସମୟରେ ତୋ କଥା ନମାନି ଯାଇଥାନ୍ତା ତେବେ ତୁ ରାଗିଥାନ୍ତୁ। ତା ପରେ ଆଉ ଗୋଟିଏ କଥା ସେ ଦୁଇଜଣ ଠିକ୍ କହୁଛନ୍ତି। ଏଗୁଡ଼ିକ ସବୁ ଅନ୍ଧବିଶ୍ୱାସ। ତା ପରେ ତୁ ତୋ ବୋହୂ ଉପରେ ରାଗିକି ତା ପେଟରେ ଥିବା ତୋର ନାତିର ଖାଇବା ବନ୍ଦ କରିବା କଣ ଠିକ୍ କଥା?” ବୋଉ ଏହା ଶୁଣି କହିଲେ, “ସେ ଖାଇସାରିଛି।” ଏହା ଶୁଣି ମନ୍ମଥ କହିଲା, “ଯଦି ତୁ ଖାଇ ନାହୁଁ ବୋଲି ସେ ଖାଇ ନଥାନ୍ତା? ତେବେ?” ବୋଉ କଣ ବୁଝିଲେ କେଜାଣି ଉଠି ଆସି ମୋତେ କୁଣ୍ଢେଇ ଧରି କାନ୍ଦି କାନ୍ଦି କହିଲେ, “ମା ଲୋ ଏ ବୁଢ଼ୀ ଟା କଣ ରାଗରେ କହି ଦେଇଛି।ସେ କଥା ଧରିବୁ ନାହିଁ।” ମୁଁ ବୋଉ ଙ୍କ ପାଦତଳେ ପଡ଼ି ଯାଇ କହିଲି, “ବୋଉ ଆପଣ ମୋତେ କ୍ଷମା କରନ୍ତୁ। ମୋ ପାଇଁ ଆପଣ ଆଜି ଉପାସ ରହିଲେ।” ପାଖରେ ଥିବା ନଣନ୍ଦ ଜୟନ୍ତୀ ମୁହଁ ମୋଡ଼ି କହିଲା, “ଭଲ ଆଉ, ତେଲି ତେଲ ମିଶିଗଲେ। ମୁଁ ପିଡ଼ିଆ ଅଲଗା ହୋଇଗଲି।” ତା କଥା ଶୁଣି ବୋଉ କହିଲେ, “ନାହିଁ ଝିଅ, ତୁ ଅଲଗା ହୋଇ ନାହୁଁ। ଏ ଘଟଣା ତୋ ଜୀବନ ରେ କାଲି ଘଟିପାରେ। ତେଣୁ ତୁ କଣ କରିବା ଉଚିତ ଆଜି ଘଟଣା ତୋତେ ନିଶ୍ଚୟ ଶିଖାଇଥିବ।” ଏହି ସମୟରେ ମିଟିଂ ପାଇଁ ଡାକୁଆ ର ପାଟି ଶୁଣି ମନ୍ମଥ ଆଉ ଜୟନ୍ତୀ ଉଠି ଯିବାପାଇଁ ବାହାରିଲା ବେଳେ ମୋ ଶାଶୁ କହିଲେ, “ରୁହ ସମସ୍ତେ, ସାଙ୍ଗ ହୋଇ ଦରବାର ଘରକୁ ଯିବା।”

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Story Not So Untrue
More

Story Not So Untrue

by Sudipta Mishra
May 21, 2026

Sudipta Mishra, Puri, 21 May 2026 I was in college then. It happened almost two decades ago, sometime between 2006...

Read more
Vipul’s Voice: Crystal Clear Reality

Vipul’s Voice:
 Crystal Clear Reality

May 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୫)

May 15, 2026
Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

Dhanada’s Discourse: Super El Nino Fear  and the Built Environment: India’s Heatwave Crisis and the Coming ENSO Challenge — A Call for Climate-Resilient Infrastructure

May 8, 2026
ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

ଓଡ଼ିଆ ଅସ୍ମିତାର ମନ୍ତ୍ରଦାତା : ମଧୁବାବୁ

April 28, 2026
ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

ନିର୍ଭୀକ ର ପ୍ରଥମ ମୁଦ୍ରାକର : ପ୍ରଭାତ କୁମାର କର (ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ)

April 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.