• About
  • Contact
Friday, September 18, 2026
Friday, September 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡୀ ଭୂୟାଁ (ଭାଗ ୭୬)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜୁନ ୨୦୨୬

ସେଦିନ ରାତିରେ ଆମେ ଘରକୁ ଫେରି ଖାଇସାରି ବିଶ୍ରାମ ନେଲୁ। ସକାଳୁ ଉଠି ଘର କାମ କରୁଥିଲି। ଦେହଟା କାହିଁକି ଟିକେ ଭଲ ଲାଗିଲା ନାହିଁ। ବୋଉଙ୍କୁ ଦେହ ଖରାପ ଲାଗୁଥିବା କଥା କହିଲି।ସେ କହିଲେ, “ଯା ଟିକେ ବିଛଣାରେ ଗଡପଡ ହୋଇଯାଆ ଦେହ ଠିକ୍ ଲାଗିବ।” କିଛି ସମୟ ଗଡପଡ ହେଲି ତଥାପି ଠିକ୍ ନଲାଗିବାରୁ ମନ୍ମଥ କୁ କହିଲି। ଏହି ସମୟରେ ବୋଉ ଆସି ପହଞ୍ଚିଲେ ଆଉ କହିଲେ, “ମୁଁ ଯାଉଛି ଆମ ପଡିଶା ଘର ନାନୀଙ୍କୁ ଡାକିଆଣେ। ମୋତେ ଲାଗୁଛି ପିଲା ଜନ୍ମ କରିବା ସମୟ ହୋଇଗଲା।” ମନ୍ମଥ ଏହା ଶୁଣି ତାଙ୍କୁ ବାରଣ କରି ୧୦୮ କୁ ଫୋନ୍ କରିବା ପରେ କିଛି ସମୟ ପରେ ଗାଡ଼ି ଆସି ପହଞ୍ଚିଲା ଆଉ ଆମେ ବାଂଶପାଳରେ ଥିବା ସରକାରୀ ଡାକ୍ତରଖାନାକୁ ବାହାରିଗଲୁ। ସେଠି ପହଞ୍ଚିବାର କିଛି ସମୟ ପରେ ମୋତେ ଲେବର ରୁମ୍ କୁ ନେଇଗଲେ ଆଉ ପୁଅ ଜନ୍ମ ହେଲା। ହସ୍ପିଟାଲରେ ଚାରିଦିନ ରହିବା ପରେ ଘରକୁ ଆସିଲୁ। ପୁଅ ହୋଇଥିବାରୁ ଘରେ ସମସ୍ତେ ବହୁତ ଖୁସି ଥିଲେ। ମୋ ଶାଶୁ ତାଙ୍କ ପୁରୁଣାକାଳିଆ ରିତିନୀତି ସବୁ ପାଳନ କରିବାରେ ବ୍ୟସ୍ତ ଥିଲେ। ଆମ ଭୂୟାଁ ମାନେ ଛୁଆ ଜନ୍ମ ହେବା ପରେ ପରେ ମାଆ ଓ ନବଜାତ ଶିଶୁକୁ ଗୋଟିଏ ଘରେ ଅଲଗା ରଖନ୍ତି। ଏହି ସମୟରେ ସେ ଅଶୌଚ ଥିବାରୁ ରୋଷେଇ ଘର କୁ ଯିବା ପାଇଁ ବାରଣ କରାଯାଇଥାଏ। ଦଶଦିନରେ ନବଜାତକର ମାଆ ଓ ପରିବାର ର ଲୋକମାନେ ନଖ କାଟିବା, ଖିଅର ହେବା, ଲୁଗାପଟା ସଫା କରିବା, ନୁଆ ହାଣ୍ଡି କରିବା ସହିତ ମାଆ ଓ ଛୁଆ ରହିଥିବା ଘରକୁ ଧୋଇ କରି ଶୁଦ୍ଧ କରାଯାଇଥାଏ। ଆମ ପାହାଡି ଭୂୟାଁ ଲୋକମାନେ ସେମାନଙ୍କ ନିଜ ଭିତରୁ ଜଣକୁ କ୍ଷୌର କାର୍ଯ୍ୟ କରିବା ପାଇଁ ବାଛିଥାନ୍ତି। ଧୋବା ‌‌ନଥିବାରୁ ନିଜେ ଲୁଗାପଟା ସଫା କରିଥାନ୍ତି। ଆମ ସମାଜରେ ପୁଅ ଓ ଝିଅ ମଧ୍ୟରେ କିଛି ଫରକ ନଥାଏ। ଉଭୟଙ୍କ ଜନ୍ମକୁ ବାପା ମାଆ, ପରିବାର ଓ ସମାଜ ସମାନ ନଜରରେ ଦେଖେ। ଆମର ମଧ୍ୟ ଏହି ସବୁ ରିତିନୀତି ଅନୁସାରେ କାର୍ଯ୍ୟ ସରିଲା।

ଏକୋଇଶ ଦିନ ପରେ ମୋ ପୁଅର ନଳତା ଉତ୍ସବ ବା ନାମକରଣ ଉତ୍ସବ ହେଲା। ମୋ ବାପଘରକୁ ଓ ବନ୍ଧୁବାନ୍ଧବ ଓ ସାହିଭାଇଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଆମ ଘରୁ ମୋ ବାପା, ଭାଇ, ଗାଁ ର ଦୁଇତିନି ଜଣ ଲୋକ ଆସିଥିଲେ। ସେମାନେ ମିଠା, ଫଳମୂଳ, ଜଙ୍ଗଲ ରୁ ଶାଗ ଓ ନୁଆ ଲୁଗାପଟା ଆଣିଥିଲେ। ଜମରଡିହ ଗାଁ ର ବାରିକ ଦାଦା, ବରୁଣଡିହ ଗାଁ ର ମୁଣ୍ଡା ଦାଦା, ବୈରାଗୀ ଦାଦା, ବରଡିହ ଓ ସନ୍ଧାର ଗାଁ ର କିର୍ତନ ଦାଦା ଆଉ ସୋନୁ ଦାଦା ମଧ୍ୟ ଆସିଥିଲେ। ବଣେଇଁ ରୁ ଝରା ଦାଦା ଆଉ ବିଲୁଆ ଦାଦା ଙ୍କ ପୁଅ ମଧ୍ୟ ଆସିଥିଲେ। ଏହାମଧ୍ୟରେ ବିଲୁଆ ଦାଦା ଙ୍କୁ ଭଗବାନ ତାଙ୍କ ପାଖକୁ ନେଇ ସାରିଥିଲେ। ସେ ଯେଉଁଦିନ ନଷ୍ଟ ହେଲେ (ମୃତ୍ୟୁବରଣ କଲେ) ସେଦିନ ବହୁତ କାନ୍ଦିଛି। ଆମ ଭୂୟାଁ ସମାଜ ଜଣେ ଟାଣୁଆ, ଅଭିଜ୍ଞ ଓ ପରୋପକାରୀ ନେତାଙ୍କୁ ହରାଇଲା। ମନ୍ମଥ ସେଦିନ ମୋତେ ବୁଝାଇ କହିଲା, “ବୁଝିଲୁ ଚିନାମାଳୀ, ବିଲୁଆ ଦାଦା ମରିଛନ୍ତି ସତ ହେଲେ ତାଙ୍କ ହାତଗଢା ଅନେକ ଯୁବନେତା ଏବେ ମଧ୍ୟ ଅଛୁ। ଆମର ପ୍ରଥମ କାମ ହେବ ଆମ ସମାଜ ରେ ବିଲୁପ୍ତ ହେବାକୁ ଯାଉଥିବା ଗ୍ରାମ୍ୟ ସ୍ବୟଂ ଶାସନ ବ୍ୟବସ୍ଥାର ପୁନରୁଦ୍ଧାର କରିବା।”

ଏଥର କଥା କୁ ଆସୁଛି ମୋ ପୁଅ ର ନଳତା ଉତ୍ସବ ଦିନ ମୋତେ ଲାଗୁଥିଲା ଯେ ଆଜି ସତେ ଯେପରି ଜଣେ ବିପ୍ଳବୀ ର ନାମକରଣ ହେବାକୁ ଯାଉଛି। ସନ୍ଧ୍ୟାରେ ଗାଁ ର ସମସ୍ତ ମହିଳାମାନେ ଆମ ଘରେ ଏକାଠି ହେଲେ। ନାମକରଣ ପାଇଁ ଆମ ଗାଁ ର ଜଣେ ବୟସ୍କା ମହିଳା ଗୋଟିଏ ବଡ଼ ପାତ୍ରରେ ଥିବା ପାଣିରେ ଗୋଟିଏ ଚାଉଳ ପାଣିରେ ପକାଇଲେ। ପୁଣି କିଛି ସମୟ ପରେ ଆଉ ଜଣେ ବୟସ୍କା ମହିଳା ଆଉ ଗୋଟିଏ ଚାଉଳ ପାଣିରେ ପକାଇଲେ। ଏହି ସମୟରେ ସେମାନେ ଆମର ପୁର୍ବ ପୁରୁଷଙ୍କ ନାମ ସ୍ମରଣ କରି ଚାଉଳ ପାଣିରେ ପକାଉଥିଲେ। ଏହାପରେ ପାଣିରେ ହାତ ବୁଡାଇ ଚାଉଳ ଦୁଇଟି କୁ ଖୋଜିଲେ। ଚାଉଳ ଦୁଇଟି ଅଲଗା ଅଲଗା ରହିଥିଲା। ତେଣୁ ପୁଣି ଆଉଥରେ ଆଉଜଣେ ପୁର୍ବ ପୁରୁଷଙ୍କ ନାମ ମନେମନେ ସ୍ମରଣକରି ଚାଉଳ ପକାଇଲେ। ପାଣିରେ ହାତ ବୁଡାଇ ଚାଉଳ ଦୁଇଟି ଲାଗି ଯାଇଥିଲା। ଶେଷ ଥର ପକାଇଥିବା ଚାଉଳ ଟି ମନ୍ମଥ ଙ୍କ ଜେଜେ ଙ୍କ ନାଁ ଭାବି କରି ପକାଇଥିଲେ। ତେଣୁ ମୋ ପୁଅର ନାମ ତାଙ୍କ ନାମ ଅର୍ଥାତ୍ ସୁରଥ ରଖାଗଲା। ଆମ ଭୁୟାଁ ମାନେ ପ୍ରଥା ଅନୁସାରେ ବଡ଼ ପୁଅ ର ନାମ ତାର ଜେଜେ ବାପା ଙ୍କ ନାଁ ଦେଇଥାନ୍ତି। ଏହା ପରେ ସମସ୍ତେ ସାମୁହିକ ଭୋଜନ ପାଇଁ ଦରବାର ଘର କୁ ଗଲେ। ସେଠାରେ ସମସ୍ତେ ଗ୍ରାମଶ୍ରୀ ଓ ବିଶ୍ରୀ ମାଙ୍କ ନିକଟରେ ନବଜାତକର ଶୁଭ ମନାସି ଆଣିଥିବା ଉପହାର ମନ୍ମଥ ହାତରେ ଦେଇ ପଙ୍କ୍ତି ଭୋଜନରେ ସାମିଲ ହେଲେ।

ତାପରଦିନ ସକାଳେ ନଣନ୍ଦ ଜୟନ୍ତୀ କୁଣିଆଁ ମାନଙ୍କ ଚର୍ଚ୍ଚା କରୁଥାଏ। ମନ୍ମଥ ବାଡ଼ି ପଟେ କୁଣିଆଁ ମାନଙ୍କ ପାଇଁ ହେଉଥିବା ରୋଷେଇ ଘରେ ମାଂସ ରନ୍ଧାରେ ପୂଜାରୀ ଙ୍କୁ ସାହାର୍ଯ୍ୟ କରୁଥାଏ। ଏହି ସମୟରେ ଆମ ଘର ଆଗରେ ଗୋଟିଏ ଗାଡ଼ିରେ କେହି ଜଣେ ଆସି ମନ୍ମଥ କୁ ଖୋଜିଲେ। ମୋ ଛାତିରେ ଛନକା ପଶିଲା। ଗାଡ଼ିରେ କିଏ ଆସି ତାକୁ ଖୋଜୁଛନ୍ତି? ମୋ ସାନଭାଇ କୁ ପଠାଇଲି କିଏ ଆସିଛନ୍ତି ଦେଖି ଆସିବା ପାଇଁ। ସେ ବାହାରକୁ ଆସିଲା ଆଉ କିଛି ସମୟପରେ ଯାଇ କହିଲା, “ଦିଦି ସହରରୁ ଜଣେ ସରକାରୀ ବାବୁ ଆସିଛନ୍ତି। ତାଙ୍କ ସହିତ ମନ୍ମଥ ଭାଇ ପିଣ୍ଡାରେ ବସି କଥା ହେଉଛନ୍ତି। ହଁ ଦିଦି ସେ ବାବୁ ଜଣଙ୍କ ଭାଇ ସହିତ ଆମର ପାଉଡୀ ଭୂୟାଁ ମାନଙ୍କ ର ପିଢ ଆଉ ତାର କାମ ବିଷୟରେ କଥା ହେଉଛନ୍ତି।” ମନରେ ମୋର ଆଗ୍ରହ ବଢିଗଲା ଆଉ ଦାଣ୍ଡ ଦୁଆର ପାଖକୁ ଉଠିଗଲି ସେମାନଙ୍କ କଥା ଶୁଣିବା ପାଇଁ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.