• About
  • Contact
Tuesday, August 25, 2026
Tuesday, August 25, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ସ୍ୱରାଜ ଓ ଗାନ୍ଧୀଜୀ

ସ୍ୱରାଜ ଓ ଗାନ୍ଧୀଜୀ
Share on FacebookShare on Xshare on Whatsappshare on Linkedin
ଜୟନ୍ତ କୁମାର ଦାସ, ୨ ଅକ୍ଟୋବର ୨୦୨୨

ସ୍ୱରାଜର ଆକ୍ଷରିକ ଅର୍ଥ ଆତ୍ମ ଶାସନ । ଏହି ଶବ୍ଦଟିକୁ ଦାଦାଭାଇ ନାରୋଜି ପ୍ରଥମେ ବ୍ୟବହାର କରିଥିଲେ । ଶାସନ ପ୍ରଣାଳୀରେ ସଂସ୍କାର ଆଣିବା ଥିଲା ଏହାର ମୂଳ ଲକ୍ଷ୍ୟ । ସ୍ୱରାଜ ମୋର ଜନ୍ମଗତ ଅଧିକାର , ସେଥିରୁ କେହି ଆମକୁ ବଂଚ଼ିତ କରିପାରିବେ ନାହିଁ ଥିଲା ଲୋକମାନ୍ୟ ତିଲକଙ୍କ ବାଣୀ । ଏହା ଅଧିକାଂଶ ଲୋକଙ୍କ ମନକୁ ଛୁଇଁଲା ଏବଂ କ୍ରମଶଃ ସ୍ୱରାଜ ଶବ୍ଦଟି ସମସ୍ତଙ୍କ ଦ୍ୱାରା ଆଦୃତ ହେଲା । ସାଧୀନତା ସଂଗ୍ରାମର ଚରମପନ୍ଥୀ ଓ ନରମପନ୍ଥୀ ନେତାମାନେ ନିଜ ନିଜର ମତ ପାର୍ଥକ୍ୟ ଥିବା ସତ୍ତ୍ୱେ ସ୍ୱରାଜ ହାସଲ କରିବା ପାଇଁ ସଂକଳ୍ପବଦ୍ଧ ହେଲେ । ସେହି ସମୟରେ ଗାନ୍ଧୀଜୀ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟ ବିରୁଦ୍ଧରେ ସଂଗ୍ରାମ କରି ୧୯୧୫ ମସିହାରେ ଭାରତ ମାଟିରେ ପାଦ ଥାପିବା ପରେ ଏହି ଶବ୍ଦଟି ନୈତିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗୁରୁତ୍ବ ଲାଭ କଲା । ଗାନ୍ଧୀଜୀଙ୍କ ବ୍ୟାଖ୍ୟାନରେ ସ୍ୱରାଜର ଅର୍ଥ ନିଜକୁ ନିଜେ ଶାସନ କରିବା ନବୁଝାଇ ନିଜ ଉପରେ ଶାସନ କରିବା । ଆତ୍ମ ସଂଯମ ଓ ଆତ୍ମବିଶ୍ବାସ ଉପରେ ସେ ସଦାସର୍ବଦା ଗୁରୁତ୍ବ ଦେଉଥିଲେ । ଏପ୍ରିଲ ୨୮ ତାରିଖ ୧୯୪୨ ମସିହାରେ “ହରିଜନ” ପତ୍ରିକାରେ ଗାନ୍ଧୀଜୀ ପ୍ରକାଶ କରିଥିଲେ ସ୍ୱରାଜ ର ପ୍ରଥମ ସର୍ତ୍ତ ହେଉଛି ଆତ୍ମବିଶ୍ବାସ ବା ନିଜ ଉପରେ ଶାସନ । ରାମରାଜ୍ୟ ହିଁ ମୋ ସ୍ୱପ୍ନର ସ୍ୱାଧୀନତା ବୋଲି ସେ କହୁଥିଲେ । ତାଙ୍କ ରାମରାଜ୍ୟ ହିନ୍ଦୁ ରାଜ୍ୟକୁ ବୁଝାଏ ନାହିଁ । ରାମରାଜ୍ୟର ଅର୍ଥ ଇଶ୍ୱରଙ୍କ ରାଜ୍ୟକୁ ବୁଝାଏ । ଗାନ୍ଧିଜୀଙ୍କ ଦୃଷ୍ଟିକୋଣରେ ରାମ ଓ ରହିମ ଏକ ଓ ଅଭିନ୍ନ । ସତ୍ୟ ଓ ନୈତିକତାର ଭଗବାନ ବ୍ୟତୀତ ଅନ୍ୟ କୌଣସି ଭଗବାନଙ୍କୁ ସେ ବିଶ୍ବାସ କରୁନଥିଲେ । ଏପରି ଏକ ସମାଜ ପ୍ରତିଷ୍ଠା କରିବାକୁ ଗାନ୍ଧିଜୀ ଚାହିଁଥିଲେ ଯେଉଁଠି ପ୍ରତ୍ୟେକ ବ୍ୟକ୍ତି ଅନ୍ୟର ବିକାଶରେ ପ୍ରତିବନ୍ଧକ ସୃଷ୍ଟି ନକରି ନିଜର ଭୌତିକ ଓ ଆଧ୍ୟାତ୍ମିକ ବିକାଶ କରିବାର ସୁଯୋଗ ପାଇବ ଓ ନିଜର ସେବାକୁ ସମାଜ ପାଇଁ ଉତ୍ସର୍ଗ କରିବ । ପ୍ରତିଦାନରେ ସମାଜ ପ୍ରତ୍ୟେକ ବ୍ୟକ୍ତିର କଲ୍ୟାଣ ସାଧନ କରିବ । ଗାନ୍ଧୀଜୀଙ୍କ ପରିକଳ୍ପନାର ସମାଜ ହେଉଛି ପ୍ରତ୍ୟେକ ବ୍ୟକ୍ତି ପରିବାର ପ୍ରତି, ଗାଁ ପ୍ରତି ଓ ଦେଶପ୍ରତି ଅନୁରକ୍ତ ରହିବେ । ସମାଜ ହିଂସାମୁକ୍ତ ହେବ ଓ ବ୍ୟକ୍ତି ସମାଜ ପରସ୍ପରର ପରିପୂରକ ହେବା ସହିତ ଜଣେ ଅନ୍ୟ ଜଣ ପାଇଁ ଚିନ୍ତା କରିବ । ଯେଉଁମାନେ ମାନସିକ ଓ ଶାରୀରିକ ସ୍ତରରେ ଅନଗ୍ରସର ସେମାନଙ୍କ ପାଇଁ ସମାଜର ପ୍ରତ୍ୟେକ ବ୍ୟକ୍ତି ଚିନ୍ତା କରିବା ଏକ ନୈତିକ ଦାୟିତ୍ଵ ଓ କର୍ତ୍ତବ୍ୟ । ଏହାଫଳରେ ଏକ ସାମ୍ୟବାଦୀ ସମାଜ ଗଠନ ହୋଇପାରିବ ଯେଉଁଠି ସମସ୍ତଙ୍କର ସମାନ ଅଧିକାର ରହିବ । ଗାନ୍ଧୀଜୀଙ୍କ ସ୍ୱରାଜ ଥିଲା ଗତିଶୀଳ, ୟଙ୍ଗ ଇଣ୍ଡିଆ ପତ୍ରିକାରେ ଜାନୁୟାରୀ ୨୯, ୧୯୨୫ ସଂଖ୍ୟାରେ ସେ ଲେଖିଥିଲେ କେବଳ କେତେକ ଲୋକ କ୍ଷମତା ହାସଲ କଲେ ପ୍ରକୃତ ସ୍ୱରାଜ ଆସିବ ନାହିଁ, ସବୁ ଲୋକ କ୍ଷମତାର ଅପପ୍ରୟୋଗକୁ ପ୍ରତିରୋଧ କରିବାର ସାମର୍ଥ ହାସଲ କଲେ ହିଁ ସ୍ୱରାଜ ସଂଭବ ହୋଇପାରିବ । ସାର୍ବଜନୀନ ସ୍ଵରାଜ ଅର୍ଥ ସମସ୍ତ ବ୍ୟକ୍ତିଙ୍କର ସ୍ଵରାଜର ସମଷ୍ଟି ।

ୟଙ୍ଗ ଇଣ୍ଡିଆ ପତ୍ରିକାରେ ଗାନ୍ଧିଜୀ ଲେଖିଥିଲେ –

The Swaraj of my dream recognizes no race or religious distinction nor is it to be the monopoly of lettered persons not yet of moneyed men. Swaraj is to be for all, including the farmer, but emphatically including the maimed, the blind, the starving toiling millions.

The Swaraj of my dream is the poor man’s Swaraj. The necessities of life should be enjoyed by you in common with those enjoyed by the princes and the moneyed men. But you ought to get all the ordinary amenities of life that a rich man enjoyed. I have not the slightest doubt that Swaraj is not Poorna Swaraj until these amenities are guaranteed to you under it.

ଗାନ୍ଧିଜୀଙ୍କ ମତରେ ସମସ୍ତ ବ୍ୟକ୍ତି ନାଗରିକ ହିସାବରେ ସେମାନଙ୍କ କର୍ତ୍ତବ୍ୟ ସଂପାଦନ କଲେ ଏପରି ସ୍ୱରାଜ ଆସିପାରିବ । ଗାନ୍ଧୀଜୀ କହିଥିଲେ – ମୋ ସ୍ୱପ୍ନର ସ୍ୱରାଜ ଜାତିଗତ ବା ଧର୍ମଗତ ପାର୍ଥକ୍ୟକୁ ସ୍ୱୀକାର କରେ ନାହିଁ । ଏହା ସମ୍ଭ୍ରାନ୍ତ ବା ଧନୀଲୋକଙ୍କର ଏକଚାଟିଆ ନୁହେଁ । ସ୍ୱରାଜ ସମସ୍ତଙ୍କର ହେବା ଉଚିତ, ଶିକ୍ଷିତ ଓ ଧନୀ ଯେମିତି ଅନ୍ଧ, ବିକଳାଙ୍ଗ, ନିରନ୍ନ ଓ ଅଗଣିତ ଖଟିଖିଆଙ୍କର ବି ସେମିତି ।

ଗାନ୍ଧୀଜୀଙ୍କ ମତରେ ଏକ ବିକେନ୍ଦ୍ରିତ ସମାଜ ହିଁ ଜନସାଧାରଣଙ୍କୁ ପ୍ରକୃତ କ୍ଷମତା ପ୍ରଦାନ କରିପାରିବ, ସରାଜ ନିମ୍ନସ୍ତରରୁ ଉପର ଆଡକୁ ଯିବ । ହରିଜନ ପତ୍ରିକାରେ ୧୯୪୨ ମସିହା ଜାନୁୟାରୀ ୧୮ ତାରିଖ ସଂଖ୍ୟାରେ ଗାନ୍ଧୀଜୀ ପ୍ରକାଶ କରିଥିଲେ – ଯଦି ସତ୍ୟ ଓ ଅହିଂସା ମାଧ୍ୟମରେ ଆମେ ସ୍ଵରାଜ ହାସଲ କରିବାକୁ ଚାହୁଁ, ଆମର ଗଠନମୂଳକ ପ୍ରଚେଷ୍ଟା ଦ୍ବାରା ଏହାକୁ ତଳୁ ଉପର ଆଡକୁ ଧୀରେ ଧୀରେ ଅବଚଳିତ ଭାବେ ନେବା ହିଁ ଏକମାତ୍ର ପନ୍ଥା । ସେ ଏପରିଏକ ସ୍ଵରାଜ ଚାହୁଁଥିଲେ ଯେଉଁଥିରେ ଦେଶର ସବୁଠୁ ପଛରେ ଥିବା ବ୍ୟକ୍ତିଟି ମୁଣ୍ଡ ଟେକି ଅନ୍ୟମାନଙ୍କ ସଂଗରେ ସମାନ ଭାବରେ ବଂଚ଼ି ପାରିବ । କେହି ବିଳାସ ବ୍ୟସନ ଭିତରେ ରହିବେ ନାହିଁ କି କେହି ଭୋକ ଉପାସରେ ରହିବେ ନାହିଁ । ବାସ୍ତବିକ ଗାନ୍ଧିଜୀଙ୍କ ପରିକଳ୍ପନାର ସ୍ୱରାଜ ହେଉଛି ସାମାଜିକ, ଅର୍ଥନୈତିକ ବୈଷମତା ବିରୁଦ୍ଧରେ ଅଭିଯାନ । ରଚନାତ୍ମକ କାର୍ଯ୍ୟ ତଥା ଖଦି ଗ୍ରାମୋଦ୍ୟଗକୁଟୀର ଶିଳ୍ପ, ଅହିଂସା, ସ୍ୱଦେଶୀ ଅନୁକରଣ, ଅସ୍ପୃଶ୍ୟତା ନିବାରଣ, ସାମ୍ପ୍ରଦାୟିକ ସଦଭାବ, ମୌଳିକ ଶିକ୍ଷା ପ୍ରବର୍ତ୍ତନ, ନିଶାନିବାରଣ, ଶ୍ରମଭିତିକ କାର୍ଯ୍ୟ ଓ ଆତ୍ମନିର୍ଭରଶୀଳତା ଦ୍ୱାରା ପୂର୍ଣ୍ଣ ସ୍ୱରାଜ ହାସଲ କରିବା ସମ୍ଭବପର ବୋଲି ଗାନ୍ଧିଜୀ ଙ୍କ ଥିଲା ଦୃଢ଼ ବିଶ୍ୱାସ । ପ୍ରତ୍ୟେକ ପେଟକୁ ଦାନା ଓ ପ୍ରତ୍ୟେକ ଦେହକୁ କନା ଥିଲା ତାଙ୍କ ସ୍ୱରାଜର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।

 

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

Gen Z: The Powerhouse of Future India
Opinion

Gen Z: The Powerhouse of Future India

by Dr. Stalin Mishra
August 25, 2026

Dr. Stalin Mishra, Bhubaneswar, 25 August 2026 Every era presents a nation with a defining question. For India, the question is...

Read more
MMDR Amendment: Odisha’s mineral wealth and the price of federalism

MMDR Amendment: Odisha’s mineral wealth and the price of federalism

August 23, 2026
How safe is Democracy when the Media becomes weak? The Fourth Estate, Democratic accountability, and the future of free Journalism

How safe is Democracy when the Media becomes weak? The Fourth Estate, Democratic accountability, and the future of free Journalism

August 10, 2026
Jay’s Thoughts: Gen Z – the new Jeans?

Jay’s Thoughts:
Gen Z – the new Jeans?

August 10, 2026
Pariksha Pe Charcha: How the Examination Conquered the World—and India

Pariksha Pe Charcha: How the Examination Conquered the World—and India

August 9, 2026
Eighty Years in Fast Forward

Eighty Years in Fast Forward

August 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.