• About
  • Contact
Monday, October 12, 2026
Monday, October 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ସ୍ୱର୍ଗତଃ ପ୍ରହଲ୍ଲାଦ ଦୋରା ଏକ ଅନନ୍ୟ ବ୍ୟକ୍ତିତ୍ୱ

ସ୍ୱର୍ଗତଃ ପ୍ରହଲ୍ଲାଦ ଦୋରା ଏକ ଅନନ୍ୟ ବ୍ୟକ୍ତିତ୍ୱ
Share on FacebookShare on Xshare on Whatsappshare on Linkedin

ଅମୂଲ୍ୟ କୁମାର ସ୍ୱାଇଁ, ମାହାଙ୍ଗା, ୨୦ ଅକ୍ଟୋବର ୨୦୨୨

ଦେଖୁ ଦେଖୁ ମହାକାଳ ସ୍ରୋତ ଗ୍ରାସି ଦେଲା ବର୍ଷଟିଏ, କିନ୍ତୁ ସ୍ମୃତିଘନ ମୁହ୍ୱର୍ତ୍ତର ସେ ସବୁ ଘଟଣାର ଚିତ୍ରସବୁ ବର୍ତ୍ତମାନ ସୁଦ୍ଧା ତରଙ୍ଗାୟିତ ସେଇ କାଳସ୍ରୋତର ଉର୍ମିମାଳାରେ, ନଶ୍ୱର ଶରୀର ପୋଡ଼ି ପାଉଁଶ ହୋଇଗଲା ସତ, କିନ୍ତୁ ସେ ଅବିନାଶୀ ଆତ୍ମାର ଅବିରତ ବ୍ୟସ୍ତ ବିଚରଣ ଏବେ ବି, ଏଇ ପାଣି,ପବନ,ମାଟି,ଆକାଶ ସବୁଥିରେ ଏବଂ ଦରଦୀ ପ୍ରାଣର ଅନ୍ତରଙ୍ଗ ଉଚ୍ଚାରଣ ମଣିଷଟିଏ ହୁଏ, ବର୍ଣ୍ଣ ବୈଷମ୍ୟ ଦୂର କରିବାକୁ ଚେଷ୍ଟା କର, ପାଠ ପଢ଼ି ଉଚ୍ଚ ଶିକ୍ଷିତ ହୁଏ, ଆଦିବାସୀମାନଙ୍କୁ ଶିକ୍ଷା ଯେପରି ଦିଆଯିବ ତା ପାଇଁ ଚେଷ୍ଟାକର, ପରର ଉପକାର କର ଅବହେଳିତ, ନିଷ୍ପେସିତ ଲୋକଙ୍କୁ ସମାଜରେ ଉଠିବାକୁ ଦିଅ । ଆଦିବାସୀ, ହରିଜନମାନଙ୍କୁ ଶିକ୍ଷା ସମ୍ୱନ୍ଧୀୟ କାର୍ଯ୍ୟମାନ କରିବାକୁ ଚେଷ୍ଟା କର । ଠିକ୍ ଏହି  ଭାବନା ଭିତରେ ତାଙ୍କ କଣ୍ଠରେ ଆବୃତ୍ତ ଗୋସ୍ୱାମୀ ତୁଳସୀ ଦାସଙ୍କ ଅମୃତପଦର ମର୍ମବାଣୀପରି ।  “ପରହିତ ସରିସ ଧର୍ମ ନାହିଁ ଭାଇ,  ପର ପୀଡ଼ାସମ ନାହିଁ ଅଧମାଇ” । 

“ପ୍ରହଲ୍ଲାଦ ଦୋରା” ଦୋରାବାବୁ କେତେ ଛୋଟିଆ ନାଆଁଟିଏ, କିନ୍ତୁ ସେଇ ଛୋଟିଆ ନାଁ ଟି ପଛରେ ଯେଉଁ ବିଶାଳ କୋମଳ ହୃଦୟର ମାର୍ମିକ ଭାବନା ଝଲସି ଉଠେ, ସେଥିରେ ଥାଏ ଅପୂର୍ବ ଆପଣାପଣର ଭାବାବେଗ ଉଚ୍ଛ୍ୱାସ । ଜୀବନ ଯୁଦ୍ଧରେ ସଦା ଧୀରସ୍ଥିର, ଆନନ୍ଦ ଚିତ୍ତ, ହାରଜିତର ବେପରୁଆ ଭାବ, ଧୈର୍ଯ୍ୟଶୀଳ ରହି ସେ ତାଙ୍କର ପ୍ରହଲ୍ଲାଦ ନାମକୁ ସାର୍ଥକ କରିନାହାଁନ୍ତି ବରଂ ସ୍ଥିତପ୍ରଜ୍ଞ, ନିଜର ଜ୍ଞାନ ଗୁଣରେ ବିଚାରବନ୍ତ ହୋଇ ସୁଖ ଦୁଃଖରେ ସମଭାବ ସମ୍ପନ୍ନ ପ୍ରଦର୍ଶନ କରି ଅନୁକୂଳ ଓ ପ୍ରତିକୂଳରେ ବିଚଳିତ ନ ହୋଇ ପ୍ରତିଟି ସମସ୍ୟାକୁ ସାମନା କରିଛନ୍ତି । ସମାଧାନ କରିଛନ୍ତି । ତାଙ୍କର ବାକ୍ୟ ଓ ବ୍ୟବହାରରେ ସେ ଥିଲେ ଅଭିନ୍ନ, ନୀତିଦୀପ୍ତ ଓ ଅବିଚଳିତ ।

 ଭଗବାନ ଶ୍ରୀକୃଷ୍ଣ ଭଗବତ୍ ଗୀତାରେ କହିଛନ୍ତି  “ଯଂ ହିନ ବ୍ୟଥୟନ୍ତ୍ୟେତେ ପୁରୁଷଂ ପୁରୁଷର୍ଷଭ, ସମ ଦୁଃଖ ସୁଖଂ ଧୀରଂ ସୋଅମୃତତ୍ୱାୟ କଳ୍ପତେ” । (ଗୀତା – ୨ଅ-୧୫ତମ ଶ୍ଳୋକ)  ସୁଖ ଦୁଃଖରେ ସମଭାବ ସମ୍ପନ୍ନ ଯେଉଁ ଧୀର ପୁରୁଷକୁ ଜଡ଼ ପଦାର୍ଥର ଅନୁକୂଳତା ଓ ପ୍ରତିକୂଳତାର ସଂଯୋଗ ବ୍ୟାକୁଳିତ କରିପାରେ ନାହିଁ, ସେ ଅମର ହେବା ନିମନ୍ତେ ଯୋଗ୍ୟ ହୋଇଥାଏ ଅର୍ଥାତ୍ ଅମର ହୋଇଯାଏ । ସେହିଭଳି ଜଣେ ବ୍ୟକ୍ତି ଥିଲେ ସଚ୍ଚା ରାଜନୀତିଜ୍ଞ, ସାମ୍ୱାଦିକ, ଆଇନଜୀବୀ, ଧର୍ମନିଷ୍ଠ, ନିଃସ୍ୱାର୍ଥପର ସେବକ, ପୂର୍ବତନ ଉପବାଚସ୍ପତି ଓ କାର୍ଯ୍ୟକାରୀ ବାଚସ୍ପତି ସ୍ୱର୍ଗତ ପ୍ରହଲ୍ଲାଦ ଦୋରା । ଛାତ୍ର ଜୀବନରୁ ସମାଜସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରି ମା, ମାଟିର ବିକାଶ ପାଇଁ ଚିନ୍ତାପ୍ରକଟ କରିଥିଲେ ଓ ସ୍ଥିରକରି ନେଇଥିଲେ ଯେ ଉତ୍କଳ ଭୂମିର ବହୁବିଧ ବିକାଶ କେବଳ ଜନପ୍ରିୟ ନେତା ବିଜୁବାବୁଙ୍କ ଦ୍ୱାରା ସମ୍ଭବ, ଯାହାଫଳରେ ଶେଷରେ ବିଜୁବାବୁଙ୍କ ନେତୃତ୍ୱକୁ ସ୍ୱୀକାର କରି ରାଜନୀତିରେ ଯୋଗ ଦେଇଥିଲେ ଏବଂ ମାତ୍ର ୨୫ ବର୍ଷ ବୟସରେ ଜଣେ ଉଚ୍ଚ ଶିକ୍ଷିତ ଭାବରେ ବିଜୁବାବୁଙ୍କ ନେତୃତ୍ୱରେ ଗଠିତ ଆଞ୍ଚଳିକ ଦଳ ଉତ୍କଳ କଂଗ୍ରେସର ଅବିଭକ୍ତ କୋରାପୁଟ ଜିଲ୍ଲାର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ୧୯୭୫ ମସିହାରେ ସମଗ୍ର ଭାରତବର୍ଷରେ ହୋଇଥିବା ଜରୁରୀକାଳୀନ ପରିସ୍ଥିତିରେ ସରକାରଙ୍କ ବିରୋଧରେ କେତେକ ଆନ୍ଦୋଳନ ପନ୍ଥା ଗ୍ରହଣ କରି ବଡ଼ ବଡ଼ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ପରେ ରାଜ୍ୟ ଜନତା ଦଳର ସାଧାରଣ ସମ୍ପାଦକ ଓ ୩୧ ବର୍ଷ ବୟସରେ 1977ରେ କୋରାପୁଟ ଜିଲ୍ଲା – ଏବର ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଜନତା ଦଳରୁ ବିଜୟ ଲାଭ କରିଥିଲେ ଏବଂ ସେହି ସମୟରେ ନିଜର ଜ୍ଞାନ ଗୁଣ, ନିଷ୍ଠାପରତା ଓ ସମ୍ୱେଦନଶୀଳ ବ୍ୟବହାର ଓ ବିଧାନସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇ ଏକ ଚର୍ଚ୍ଚିତ ବିଧାୟକ ହୋଇଥିଲେ ଏବଂ ପରେ ପରେ ଜନତା ଦଳର ଦୁଇଥର ଜାତୀୟ ପରିଷଦର ସମ୍ପାଦକ ହୋଇଥିଲେ ।

୧୯୭୯ ଭାରତ ବର୍ଷରେ ଜନତା ଦଳର ବିଭାଜନ, ଏବଂ ୧୯୮୪ ମସିହା ଇନ୍ଦିରା ଗାନ୍ଧି ହତ୍ୟାକାଣ୍ଡରେ ସମଗ୍ର ଭାରତବର୍ଷରେ କଂଗ୍ରେସର ସପକ୍ଷ ହାୱାରେ ଜନତା ଦଳର ବିପର୍ଯ୍ୟୟ ଯୋଗୁ ତାଙ୍କୁ ଚିତ୍ରକୋଣ୍ଡାରୁ ପରାଜିତ ହେବାକୁ ପଡିଥିଲା ସତ କିନ୍ତୁ ଦଳ ସପକ୍ଷରେ ପ୍ରଚାରକୁ ଛାଡି ନ ଥିଲେ ବରଂ ଦଳର ସଂଗଠନକୁ ଦୃଢିଭୂତ କରିଥିଲେ ଯାହା ପଳରେ ୧୯୯୦ ମସିହାରେ ଜନତାଦଳରୁ ପୁନର୍ବାର ସେହି ନିର୍ବାଚନ ମଣ୍ଡଳୀରୁ ଜିତି ଉପ-ବାଚସ୍ପତି ଭାବେ ଶପଥ ନେଲେ ଏବଂ ସେତେବେଳର ଜଣେ ବୟୋଜ୍ୟଷ୍ଠ ଓ ନବାଗତ ବିଧାୟକ  ଯୁଧିଷ୍ଠିର ଦାସଙ୍କୁ ବାଚସ୍ପତି ପଦ ମିଳିଥିଲା ।

ଏହି ସମୟରେ ବିଧାନସଭାରେ ବହୁ ସମୟ ମନୋନିବେଶ କରି ସେ ନିର୍ଭୀକ, ନିରପେକ୍ଷ ଭାବରେ ବିଧାନସଭାକୁ ସୁପରିଚାଳିତ କରି ଅନ୍ୟମାନଙ୍କ ପାଇଁ ଏକ ଦୃଷ୍ଟାନ୍ତ ପାଲଟିଯାଇଥିଲେ । କାରଣ ଜଣେ ଜ୍ଞାନୀ ଗୁଣି ଓ ସଚ୍ଚୋଟ ରାଜନୀତିଜ୍ଞ ଭାବରେ ସେ ଥିଲେ ଗଣତନ୍ତ୍ରର ପୂଜାରୀ, ନିର୍ଭୀକ ଓ ନିଜ ସଂକଳ୍ପରେ ଅଟଳ, କାରଣ ଛାତ୍ର ଅବସ୍ଥାରୁ ଗଭୀର ଶୃଙ୍ଖଳା ଓ କଡ଼ା ଅନୁଶାସନ ଭିତରେ ନିଜକୁ ଗଢ଼ିତୋଳିଥିଲେ । ଏହି ସମୟ ଭିତରେ ସେ ରାଜ୍ୟଗୋଷ୍ଠୀ ସଂସଦୀୟ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଦିଲ୍ଲୀରେ ହୋଇଥିବା ଜାତୀୟ ସେମିନାରରେ ଯୋଗଦେଇ ନିଜର ସନ୍ଦର୍ଭ ପାଠ କରି ପ୍ରଶଂସାର ପାତ୍ର ହୋଇଥିଲେ ଓ ସରକାରଙ୍କ ତରଫରୁ ଶ୍ରୀଲଙ୍କା, ନେପାଳ ଓ ବଙ୍ଗଳାଦେଶରେ ହୋଇଥିବା ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗ ଦେଇଥିଲେ ।

୧୯୯୫ ମସିହା ପରେ ଜନତା ଦଳର ବିପର୍ଯ୍ୟୟ, ସଙ୍କଟ ଅବସ୍ଥା, ବିଜୁବାବୁଙ୍କ ଦେହାନ୍ତ ପରେ ନୂତନ ଦଳର (ବିଜୁ ଜନତା ଦଳ) ଆବିର୍ଭାବ ଯୋଗୁ ସେ ବି.ଜେ.ପି.ରେ ଯୋଗଦେଇ ୨୦୦୪ ମସିହାରେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇ ପୁନର୍ବାର ବିଜେଡି – ବିଜେପି ମେଣ୍ଟ ସରକାରରେ ଉପବାଚସ୍ପତି ଭାବେ ରହିଥିଲେ । ପ୍ରଥମେ ଉପବାଚସ୍ପତି ଓ ପରେ କାର୍ଯ୍ୟକାରୀ ବାଚସ୍ପତି ଭାବେ କାର୍ଯ୍ୟକରି ଗୃହ ପରିଚାଳନା କ୍ଷେତ୍ରରେ ତାଙ୍କର ପାରଙ୍ଗମତା ଦେଖାଇଥିଲେ । ଦଳମତ ନିର୍ବିଶେଷରେ ପ୍ରତ୍ୟେକ ବିଧାୟକଙ୍କୁ ସମ୍ମାନ ଓ ଶ୍ରଦ୍ଧା ପ୍ରଦର୍ଶନ କରି ଶୃଙ୍ଖଳାର ସହ ଗୃହ ଚଳାଇବାରେ ସେ ସଫଳ ହୋଇଥିଲେ । ପୂଜ୍ୟପୂଜାକୁ ପ୍ରାଧାନ୍ୟ ଦେଉଥିବା ଶ୍ରୀଦୋରାଙ୍କ ପ୍ରଚେଷ୍ଠାରେ ବିଧାନସଭା ସଚିବାଳୟରେ ଅନେକ ମହାପୁରୁଷଙ୍କ କୃତି କିର୍ତ୍ତୀକୁ ମନେପକାଇବା ପାଇଁ ପଣ୍ଡିତ ଗୋପବନ୍ଧୁ ସ୍ମାରକୀ ପ୍ରବନ୍ଧ ଓ ବକ୍ତୃତା ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଧାନସଭା ତରଫରୁ ଆରମ୍ଭ କରିଥିଲେ ।

ରାଜନୈତିକ ଜୀବନରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଧିଷ୍ଠିତ ହୋଇ ନିଷ୍ଠାପର ସହ ତାଙ୍କର ଦାୟିତ୍ୱ ତୁଲାଇ ମଧ୍ୟ ଅଧିକାଂଶ ସମୟରେ ତାଙ୍କୁ ରାଜନୀତିର ଶିକାର ହେବାକୁ ପଡିଥିଲା । ତାଙ୍କର ଜ୍ଞାନ, ଗୁଣ, ସହନଶୀଳତା, ନିଷ୍ଠାପରତା କର୍ମ କରିବାର ଆଦବ କାଇଦା କେତେକ ରାଜନୈତିକ ନେତାଙ୍କ ଅସହିଷ୍ଣୁତାର ଚକ୍ରବ୍ୟୁହରେ ସେ ପେଷି ହୋଇଯାଇଥିଲେ ମଧ୍ୟ ନିଜର ଧୈର୍ଯ୍ୟ ଓ ନିର୍ଭୀକତା ଯୋଗୁ ସେ ସବୁକୁ ଖାତିର କରୁନଥିଲେ । ରାଜନୀତିରେ ସରକାରଙ୍କ ଜନବିରୋଧି କାର୍ଯ୍ୟକଳାପକୁ ବିରୋଧ କରି ଜନସାଧାରଣଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ଅନେକ ବାର ଗିରଫ ହୋଇଥିଲେ । ଜନସାଧାରଣଙ୍କ ସେବା ସ୍ୱତନ୍ତ୍ର ଭାବେ ଗରିବ, ଖଟିଖିଆ ଓ ସର୍ବୋପରି ଆଦିବାସୀମାନଙ୍କ ଉନ୍ନତି ପାଇଁ ସଦା ସର୍ବଦା ଚିନ୍ତା ପ୍ରକଟ  କରିଆସିଥିବା ଶ୍ରୀ ଦୋରାଙ୍କୁ କେବେ ରାଗ, ହିଂସା, ଇର୍ଷା ଓ ଦ୍ୱେଷ ସ୍ପର୍ଶ କରିନଥିଲା । ସାମାଜିକ ଓ ନ୍ୟାୟ ମୀମାଂସାରେ ସେ ଥିଲେ ଦୂରଦୃଷ୍ଟିସମ୍ପନ୍ନ, ସତ୍ୟାଶ୍ରୟୀ, ସାଲିସବିହୀନ ସଂଚାଳକ । ଜୀବନ ତାଙ୍କର ବୈପ୍ଲବିକ ଚିନ୍ତା ଚେତନାର ଉଚ୍ଛ୍ୱାସ, ଆନନ୍ଦ ଓ ବେଦନାକୁ ଧରି ବହୁ ଦ୍ୱନ୍ଦ୍ୱ ପରୀକ୍ଷା ନିରୀକ୍ଷା ମଧ୍ୟରେ ଗତିଶୀଳ ।

 ସମାଜର ଉନ୍ନତି ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟକୁ ଏକମାତ୍ର ପାଥେୟ ଭାବି ତାଙ୍କ ଅଞ୍ଚଳରେ ଅନେକ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟକେନ୍ଦ୍ର ଗଢ଼ି ତୋଳିଥିଲେ । ଆଜିର ରାଜନୀତିରେ ତାଙ୍କ ପରି ଜଣେ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ବିରଳ । ସେ ଯେଉଁ ଉଚ୍ଚ ଆଦର୍ଶ ନୀତିବାଦର ଦୃଷ୍ଟାନ୍ତ ଦେଇଯାଇଛନ୍ତି ତାର ପଟାନ୍ତର ନାହିଁ । ରାଜନୀତିକୁ ଧର୍ମନୀତିଭାବେ ଆବୋରି ନେଇ ଅନ୍ୟମାନଙ୍କର ଉଦାହରଣ ପାଲଟିଥିଲେ, ଲୋକମତରେ ରାଜନୀତିରେ ଯଥାର୍ଥରେ ସେ ଥିଲେ “ପ୍ରହଲ୍ଲାଦ” ।

ଧନ୍ୟ ମାନନୀୟେଷୁ, ଆପଣଙ୍କ ତ୍ୟାଗ, ଆଦର୍ଶ ସେବା, ଜାତିପ୍ରୀତି ଉତ୍ତରପୀଢିକୁ ଦିଗଦର୍ଶନ ଦେବ । ଧନ୍ୟ ଆପଣଙ୍କ ସିଦ୍ଧିସାଧନା ଓ କୀର୍ତ୍ତି ଯାହା ମଣିଷର ହୃଦୟରେ ଚିର ଅମର ହୋଇ ରହିବ ।

ଅମୁଲ୍ୟ କୁମାର ସ୍ବାଇଁ ଜଣେ ବିଶିଷ୍ଟ ଲେଖକ ଏବଂ ଓଡ଼ିଶାର ବରପୁତ୍ର ମାନଙ୍କ ଜୀବନ ଯାତ୍ରାର ଗବେଷକ।
Amulya Kumar Swain

Amulya Kumar Swain

Writer and Researcher

Related Posts

The Mahatma
Opinion

ମହାତ୍ମା

by Kiran Seth
October 2, 2026

କିରନ ସେଠ୍, ଦିଲ୍ଲୀ, ୨ ଅକ୍ଟୋବର ୨୦୨୬ (ମୂଳ ଇଂରାଜି ଲେଖା କୁ ଧନଦାକାନ୍ତ ମିଶ୍ର ଓଡ଼ିଆ କୁ ଅନୁବାଦ କରିଛନ୍ତି।) ଆମେ ତାଙ୍କୁ ଜାତିର ପିତା...

Read more
ରାଜନେତା ହେବ ତ ଲାଲ ବାହାଦୁରଙ୍କ ପରି, ଅଦ୍ଧାର୍ଙ୍ଗିନୀ ହେବ ତ ଲଲିତାଙ୍କ ପରି

ରାଜନେତା ହେବ ତ ଲାଲ ବାହାଦୁରଙ୍କ ପରି, ଅଦ୍ଧାର୍ଙ୍ଗିନୀ ହେବ ତ ଲଲିତାଙ୍କ ପରି

October 2, 2026
The Mahatma

The Mahatma

October 2, 2026
The Many Faces of Ageing: Why Empathy Must Lead Our Response

The Many Faces of Ageing: Why Empathy Must Lead Our Response

October 1, 2026
Pariksha Pe Charcha: One Leak, Millions Betrayed—How India Must Re-engineer Its Public Examinations

Pariksha Pe Charcha: One Leak, Millions Betrayed—How India Must Re-engineer Its Public Examinations

September 12, 2026
Third EyeWhen the Referee becomes part of the Game!

Third Eye
When the Referee becomes part of the Game!

September 5, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.