ତୁଳସୀ ହେବାକୁ ଭାଗ୍ୟ ନାହିଁ ମୋର
ହେବି ପ୍ରଭୁ ତୁମ ଅଙ୍ଗ ଲାଗି
ସେପରି ତପସ୍ୟା କରିନାହିଁ ମୁହିଁ
ହୋଇଯାଇ ନାହିଁ ମୁହିଁ ଯୋଗୀ.
ଦୟଣା ହେବାକୁ ଇଚ୍ଛା ଅଛି ହେଲେ
ସେପରି ସୁକର୍ମ ନାହିଁ ମୋର
ଦୁରାଶା ସେପରି କାହିଁକି କରିବି
ଲାଗି ହେବି ଶ୍ରୀଭୁଜେ ତୁମର.
ଫୁଲ ହେଵା ପାଇଁ ସୁକର୍ମ ମୋ ନାହିଁ
ଜାଣି ମୁଁ ପାରୁଛି ଆହେ ନାଥ,
ସେ କାମନା କାହିଁ କରିବି ପ୍ରଭୁ ମୁଁ
ଦୁଃଖେ କରିବି ମନ ଅଶାନ୍ତ.
ଖଣ୍ଡୁଆ ପାଟ ମୁଁ ହୁଅନ୍ତି ଜଗାରେ
ହୁଅନ୍ତି ମୁଁ ତୁମ ଆଭୂଷଣ
ମୋର କର୍ମ ଫଳ କହୁଅଛି ମୋତେ
ସେ ଆଶା କରିବା ଅକାରଣ.
ମୁଁ ଏବେ ଭାବୁଛି ତୁମ ଯୋଗ୍ୟ ଦ୍ରବ୍ୟ
ଯଦି ପ୍ରଭୁ ମୁହିଁ ହେବି ନାହିଁ
ଧୂଳି କଣିକାଏ କରିଦିଅ ମୋତେ
ବଡଦାଣ୍ଡେ ତୁମ ଦିଅ ପକାଇ.
ଟଙ୍କା ଦିଅ … ଚାକିରୀ ନିଅ
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୫ ଅକ୍ଟୋବର ୨୦୨୫ ଓଡ଼ିଶାରେ ଟଙ୍କା ଦେଲେ ସରକାରୀ ଚାକିରୀ ମିଳିପାରୁଛି ଏକଥାଟି ସମସ୍ତଙ୍କୁ ଅଡ଼ୁଆ ଲାଗିପାରେ ମାତ୍ର କିଛି ଦିନ...
Read more