• About
  • Contact
Thursday, September 17, 2026
Thursday, September 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ -୬)

ଆମେ ପାଉଡି ଭୂୟାଁ (ଭାଗ-୫)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ମାର୍ଚ୍ଚ ୨୦୨୩

ପୂର୍ବଦିନ ରାତିରେ ଡେରିରେ ଶୋଇ ଥିବାରୁ ଉଠୁଉଠୁ ଡେରି ହୋଇଗଲା ଚିନାମାଳୀ ର। ଘରକାମ ସାରି ଜଙ୍ଗଲକୁ କାଠକୁଟା ଆଣିବା ପାଇଁ ବାହାରିଗଲା। କାମସାରି ଝରଣା ନିକଟରେ ପହଞ୍ଚିଲା ବେଳକୁ ମନ୍ମଥ ତାକୁ ସେଠାରେ ଅପେକ୍ଷା କରିଥିଲା। ତାକୁ ଦେଖୁଦେଖୁ ପଚାରିଲା କ’ଣ ଆଜି ସନ୍ଧ୍ୟାରେ ଆମ ଘରକୁ ଯିବୁନା। କୃତ୍ରିମ ଅଭିମାନ କରି ଚିନାମାଳୀ କହିଲା ଆଜି ଯିବି ଯେ ଆଉ ଆମ ଘରକୁ ଆଉ ଆସିବିନି। ସେହିଠାରୁ ତୋର ହାତଧରି ତୋ ଘରକୁ ପଳେଇ ଯିବି। କାଲି ମାମୁଁ ଆସିଥିଲେ। ସେ ବାଆଙ୍କୁ ମୋ ବିଷୟରେ ଗୋଟିଏ ପ୍ରସ୍ତାବ ଆଣିଥିବା କହୁଥିଲେ।

ପିଲାଟି ତାଙ୍କ ଗାଁ ର। ସୁରଟରେ ଚାକିରୀ କରିଛି। ବାଆ ତାଙ୍କ ଘରକୁ ଯାଇ ବୁଲି ଆସିବ ବୋଲି କହିଛି। ମନ୍ମଥ ଚିନାମାଳୀର କଥା ଶୁଣି ହସିଦେଇ କହିଲା ଆଲୋ ତୁ କାହିଁକି ବ୍ୟସ୍ତ ହେଉଛୁ ତା ପୂର୍ବରୁ ମୋ ନାନୀ ତୋ ବୋଉକୁ ଆମ ବିଷୟରେ କହିବା ସହ ପ୍ରସ୍ତାବ ମଧ୍ୟ ପକାଇ ସାରିଛି। ତା କଥା ଶୁଣିବା ପରେ ତାର ଟିକେ ହୋସ ଆସିଲା ଏବଂ ସେ ମନ୍ମଥ ନିକଟରେ ବସୁବସୁ କହିଲା ଆଜି ଟିକେ ଶିଘ୍ର ଘରକୁ ପଳେଇ ଯିବା। ଘରକାମ ସାରି ସନ୍ଧ୍ୟାବେଳେ ମୁଁ ତୁମ ଘରକୁ ଯିବି। ତୁମେ ଟିକେ ଚମ୍ପା କୁ (ମନ୍ମଥ ର ଭଉଣୀ) ପଠାଇବ। ସେ ଆସିଲେ ବୋଉ ମୋତେ ତା ସହିତ ଛାଡ଼ିବ। ଏହା ପରେ ଉଭୟ ଘରମୁହାଁ ହେଲେ।

ସନ୍ଧ୍ୟା ବେଳକୁ ଚମ୍ପା ଆସିବା ପରେ ଚିନାମାଳୀ ବୋଉକୁ କହି ତାଙ୍କ ଘରକୁ ବାହାରି ଗଲା। ତାକୁ ଦେଖି ମନ୍ମଥର ପିଉସୀ ନାନୀ ଘରକୁ ଡାକିନେଲେ। ଦୁଆରେ ଦୁଇଟି ଦଉଡ଼ିଆ ଖଟରେ ଝରା ଭାଇ ଓ ବିଲୁଆ ଭାଇ ବସିଥିଲେ। ଚିନାମାଳୀ ଉଭୟଙ୍କୁ ଜୁହାର କରିବା ପରେ ମନ୍ମଥ ର ନାନା ତାକୁ ଉଭୟଙ୍କର ସହିତ ପରିଚୟ କରାଇବାକୁ ଯାଇ ତା ବାପାଙ୍କ ନାମ କାହ୍ନୁ ଦେହୁରୀ ଙ୍କ ନାମ କହିବାରୁ ଉଭୟ ଚିହ୍ନିଲେ। ଚିନାମାଳୀ ଲାଜ ଲାଜ ହୋଇ ସେମାନଙ୍କ ସହ କଥା ହେଉଥିଲା। ଏହି ସମୟରେ ଅନ୍ୟ ସାଙ୍ଗ ଝିଅମାନେ ଆସି ପହଞ୍ଚିଗଲେ। କାବେରୀ ଝରା ଭାଇ ଙ୍କ ନାତୁଣୀ ହେବ। ସେ କଥା ଆରମ୍ଭ କରି ପଚାରିଲା ବବା ତୁ ତ ଏତେଆଡ ବୁଲି ଆମ ପାଉଡି ଭୂୟାଁ ଜାତିର କଥା କହୁଛୁ। ଆମକୁ କିଛି କହନା। ଝରା ଭାଇ ହସି କରି କହିଲେ କହିବି ଯେ କିନ୍ତୁ ତୁମ୍ଭମାନଙ୍କୁ ଗୋଟିଏ କାମ କରିବା ପାଇଁ ପଡିବ। ସମସ୍ତେ ଏକ ସ୍ଵରରେ କହିଲେ ତମେ ଯାହା କହିବ ଆମେ କରିବୁ। ବିଲୁଆ ଭାଇ କହିଲେ ଆମ ପାଇଁ ନାଲି ଚା ବନେଇ କରି ଆଣ। ଆମେ ଚା ପିଉଥିବୁ ଓ ତୁମକୁ ଭଲଭଲ କଥା କହୁଥିବୁ। ଚମ୍ପା ଉଠିଗଲା ଚା ବନେଇବା ପାଇଁ। କିଛି ସମୟ ପରେ ଚା ଓ କଳା କୋଳଥ ଭଜା ଧରି ଆସି ପହଞ୍ଚିଗଲା।

ଚା ପିଉପିଉ ବିଲୁଆ ଭାଇ କହିଲେ ଆଜି କନ୍ତ ଦେବୀ ଙ୍କ ବିଷୟରେ ଶୁଣ। କାଲି ଆମ ଜାତି ବିଷୟରେ ଆଲୋଚନା କରିବା। ଏହା କହି ସେ କଥା ଆରମ୍ଭ କଲେ। ଭୂୟାଁମାନଙ୍କ ଅଧିଷ୍ଟାତ୍ରୀ ଦେବୀ କନ୍ତଦେବୀଙ୍କୁ ନେଇ ବଣେଇ ଅଞ୍ଚଳରେ ଭୂୟାଁମାନଙ୍କ ମଧ୍ୟରେ ଏକ ଲୋକକଥା ଅଛି । ବଣେଁଇ ନିକଟରେ (ପ୍ରାୟ ୧୫କି.ମିଦୂରତ୍ବ ମଧ୍ୟରେ) କନ୍ତସରା ନାମକ ଏକ ଗାଁ ଅଛି । ବହୁତ ବର୍ଷତଳେ (ପାଖାପାଖି ୨୦୦ବର୍ଷତଳେ) ଏହି କନ୍ତସରା ଗାଁର ଜଣେ ପାତ୍ର ଲୋକ (ହରିଜନ ସମ୍ପ୍ରଦାୟର ର ଲୋକ) ତାର ବିଲରେ ହଳ କରୁଥିବା ସମୟରେ ଏକ ନିର୍ଦ୍ଦିଷ୍ଟ ଜାଗାରେ ଲଙ୍ଗଳର ସମାରେ ଏକ ଲୌହ ଜିନିଷ ଲାଗିବାରୁ ସେ ତାକୁ ହାତରେ ଧରି ଫୋପାଡିଦେଲା । ଫୋପାଡିବାପରେ ସେ ଦେଖିଲା ସେ ସ୍ଥାନରୁ ରକ୍ତ ବାହାରୁଛି । ସେ ହଳ ନବୁଲାଇ ଘରକୁ ଫେରି ଗାଁର ସମସ୍ତଙ୍କ ଆଗେ ଘଟଣା ସଂପର୍କରେ କହିଲା । ଗାଁର ସମସ୍ତେ ସେହି ଜାଗା ବୁଲି ଦେଖିଲେ କିନ୍ତୁ ସେପରି କିଛି ଦେଖିପାରିଲେ ନାହିଁ । ଠିକ୍ ସେହିଦିନ ରାତିରେ ଗାଁର ନାୟକଙ୍କୁ ସ୍ବପ୍ନାଦେଶ ହେଲା ଯେ ନିକଟବର୍ତ୍ତି ପାହାଡରେ ଦେବୀଙ୍କୁ ପ୍ରତିଷ୍ଠିତ କରି ପୂଜା କରିବା ପାଇଁ । ସେହିଦିନଠାରୁ ଦେବୀ ସେହି ଠାରେ ପୂଜା ପାଇଲେ । କନ୍ତସରା ଗ୍ରାମରେ ଆବିର୍ଭାବ ହୋଇଥିବାରୁ କନ୍ତଦେବୀ ନାମରେ ପରିଚିତ ହେଲେ ଓ ଆଶ୍ବୀନ ମାସରେ ଦେବୀଙ୍କ ନିକଟରେ ଏକ ବିଶେଷ ପୂଜାର ଆୟୋଜନ ଭୂୟାଁମାନଙ୍କ ଦ୍ବାରା କରାଯାଇଥାଏ । ଏବେ ଲକ୍ଷ୍ମଣ ଦେହୁରୀ ନାମକ ଜଣେ ଯୁବକ ଦେହୁରୀଭାବେ ଦେବୀଙ୍କ ପୂଜାର୍ଚ୍ଚନା ଦାୟିତ୍ବରେ ଅଛନ୍ତି । କିନ୍ତୁ ବାଂଶପାଳର ଭୂୟାଁମାନେ କନ୍ତଦେବୀ କେନ୍ଦୁଝରର ଭୂୟାଁମାନଙ୍କ ଦେବୀ ଓ ସୁନ୍ଦରଗଡର ଭୂୟାଁମାନେ ଏଠାରୁ ଚୋରିକରି ନେଇଛନ୍ତି ବୋଲି ଦାବିକରନ୍ତି ।

କେନ୍ଦୁଝରର ଭୂୟାଁମାନେ କହନ୍ତି ଯେ ବଣେଁଇର ଭୂୟାଁମାନେ କେନ୍ଦୁଝରରୁ ମା କନ୍ତଙ୍କୁ ଚୋରିକରିନେଇଛନ୍ତି ବୋଲି । ବୟସ୍କ ଭୂୟାଁ ଲୋକମାନେ କହନ୍ତି ଯେ ବହୁବର୍ଷ ତଳେ (ପ୍ରାୟ ୩୦୦ ବର୍ଷତଳେ) ବଣେଁଇ ଗଡ ନିକଟସ୍ଥ କନ୍ତସରା ଗାଁର ଜଣେ ଭୂୟାଁ ଯୁବକ କେନ୍ଦୁଝରର ତଳଇମିରି ଗାଁ ରେ ଥିବା ତାର ବନ୍ଧୁ ଗାଁକୁ ଆସିଥିବା ବେଳେ ଧାଙ୍ଗଡା ଧାଙ୍ଗଡୀ ମାନଙ୍କ ସହ ଚାଙ୍ଗୁନାଚ କରିବା ସମୟରେ ଜଣେ ଭୂୟାଁ ଯୁବତୀକୁ ଭଲପାଇ ବସେ । ଭୂୟାଁମାନଙ୍କ ମଧ୍ୟରେ ଧରିପଳା ବା ଝିଙ୍କା ବିବାହ ପ୍ରଥା ରହିଛି । ସେହି ପ୍ରଥା ଅନୁଯାଇ ଉକ୍ତ ଯୁବକଟି ସେ ଭଲପାଉଥିବା ଝିଅଟିକୁ ଧରି ପଳାଇ ଆସିଲା । ଅଧବାଟରେ ଅର୍ଥାତ ବାଂଶପାଳର ଉପରବରଡା ଗ୍ରାମସନ୍ନିକଟ ଜଙ୍ଗଲରେ ଝିଅକୁ ଛାଡି (ଅଧବାଟରେ) ତାର ବାପାମା, ପରିବାରବର୍ଗ ଓ ଜ୍ଞାତି କୁଟୁମ୍ବ କୁ ଜଣାଇ ସଙ୍ଗରେ ଆଣିବା ପାଇଁ ନିଜ ଘରକୁ ଗଲା । ଘରେ ସମସ୍ତଙ୍କୁ ଜଣାଇଁ ସେମାନଙ୍କୁ ସଙ୍ଗରେ ଧରି ସେହି ଜାଗାରେ (ଉପରବରଡାର ଜଙ୍ଗଲରେ) ପହଞ୍ଚିଲା।  କିନ୍ତୁ ଝିଅଟି ସେ ଜାଗାରେ ନଥିଲା । ଯୁବକଟି ବ୍ୟସ୍ତହୋଇ ଯୁବତୀଟିର ନାମ ଧରି ଡାକି ଡାକି ଜଙ୍ଗଲରେ ଝିଅଟିକୁ ଖୋଜିବାରେ ଲାଗିଲା । ଏହି ସମୟରେ ଝିଅଟିର କୁନ୍ଥାଣ (ଭୂୟାଁମାନଙ୍କ ଭାଷାରେ କୁନ୍ତୁ କୁନ୍ତୁ ) ସେମାନଙ୍କୁ ଶୁଣାଗଲା । ଶବ୍ଦଟି ଯେଉଁ ଜାଗାରୁ ଆସୁଥିଲା ସେଠାରେ ପହଞ୍ଚି ସେଠାରେ ସେମାନେ ଝିଅ ବଦଳରେ ମାଙ୍କୁ ଦର୍ଶନ କଲେ । ମାଙ୍କ ନିର୍ଦେଶ ଥିଲା ଏହିପରି ନିକଟରେ ପଡିଥିବା ସମାପରି ଲୁହାକୁ ନେଇ କନ୍ତସରା ଗ୍ରାମରେ ପୂଜା କରିବା ପାଇଁ । କୁନ୍ତୁ କୁନ୍ତୁ ରୁ ଦେବୀଙ୍କ ନାମ କନ୍ତ ରଖାଗଲାବୋଲି ଲୋକେ କହନ୍ତି । ନିର୍ଦେଶ ମୁତାବକ ସେହି ସମାକୁ ଆଣି କନ୍ତସରାରେ ପୂଜା କରାଗଲା । ଏବେ ମଧ୍ୟ କନ୍ତସରା ଗ୍ରାମର ଲୋକମାନେ କେନ୍ଦୁଝରର ସେହି ଗାଁକୁ ମୂଲ (କନ୍ୟାମୂଲ,ଯାହାକି ଭୂୟାଁମାନଙ୍କ ବିବାହ ସମୟରେ ବରଘର କନ୍ୟାଘରକୁ ଦେଇଥାଏ) ଦେଇଆସୁଛନ୍ତି । ତେବେ କନ୍ତଦେବୀଙ୍କ ପୂଜାବିଧି ସଂପର୍କରେ ତୁମମାନଙ୍କୁ କହୁଛି ଶୁଣ। କିନ୍ତୁ ତାହାପୂର୍ବରୁ କହିବି ଯେ କନ୍ତଦେବୀଙ୍କ ପୂଜା ଦେବଗଡର ଶରଣକୂଳଠାରେ ମଧ୍ୟ ସେଠାକାର ଭୂୟାଁମାନେ ବର୍ଷକୁ ଥରେ ସେହି ଆଶ୍ବୀନ ମାସରେ କରନ୍ତି । ତେବେ କନ୍ତସରାଠାରେ ଆଶ୍ବୀନମାସ ପୂର୍ଣମୀ ତିଥୀରେ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ଜଣେ ଅବିବାହିତ ଯୁବକକୁ ଲୁହାଶିକୁଳି ଓ କଣ୍ଟାଦ୍ବାରା ଦେବୀଙ୍କ ସମ୍ମୁଖରେ ବହୁ ଉଚ୍ଚରେ ଉକୁଚାଇ ଦିଆଯାଏ (ଟଙ୍ଗାଇବାକୁ ଆମ ଭୂୟାଁ ଭାଷାରେ ଉକୁଚାଇଦେବା କୁହାଯାଏ । (ଉଦାହରଣ, ସେ ଦଉଡି ଦେଇଦେଲା କୁ ଭୂୟାଁମାନେ ସେ ଉକୁଚାଇଦେଲା କୁହନ୍ତି )। ସେହି ଯୁବକଟିକୁ ହାଣ୍ଡିଆ ପିଆଇ ନିଶାସକ୍ତ କରାଇ ଦିଆଯାଇଥାଏ । ସେଠାରେ ପୂଜା କାର୍ଯ୍ୟ ସମାପନ ହେବାପରେ ଓ ଉପସ୍ଥିତ ସମସ୍ଥ ଭକ୍ତମାନେ ଟୀକା ଲଗାଇଲାପରେ ଟଙ୍ଗା ଯାଇଥିବା ଯୁବକଟିକୁ ତଳକୁ ଅଣାଯାଏ । ପୂର୍ବେ ଦେବୀଙ୍କ ନିକଟରେ ବଳି ଦିଆଯାଉଥିଲା । ଏବେ ବୋଦାବଳି ଦିଆଯାଉଛି । ଆଉଏକ କଥା ମଧ୍ୟ ଜାଣ ଯେ ପୂର୍ବେ ଏକ ନିର୍ଦ୍ଦଷ୍ଟ ପରିବାରର ଜଣେ ଅବିବାହିତ ଯୁବକକୁ ଏହି କାର୍ଯ୍ୟ କରିବାକୁ ପଡୁଥିଲା ଏବେ ପାଳିକରି କରାଯାଉଅଛି । ମାଙ୍କ ପୂଜାରେ କୌଣସି ତ୍ରୁଟି ଘଟିଲେ ସଂପ୍ରୁକ୍ତ ଯୁବକଟି ବର୍ଷେ ମଧ୍ୟରେ ମୃତ୍ୟୁ ବରଣ କରିଥାଏ ବୋଲି ଭୂୟାଁମାନେ ବିଶ୍ବାସ କରନ୍ତି । ତେଣୁ ପୂଜାକାର୍ଯ୍ୟ ବହୁ ସତର୍କତାର ସହ କରାଯାଇଥାଏ । ପୂଜାରେ ମଧ୍ୟ ମାନସିକ ରଖିଥିବା ଭକ୍ତମାନେ ମା’ଙ୍କ ନିକଟରେ ଅରୁଆ ଚାଉଳ, ଗୁଡ, ଫଳମୂଳ ଭୋଗ କରିଥାନ୍ତି ।  ପୂଜାପରେ ସାମୁହିକ ଭୋଜନ କରି ହାଣ୍ଡିଆ ପିଇ ସାରାରାତି ଚାଙ୍ଗୁ ନାଚ କରିଥାନ୍ତି ଏହି ନାଚରେ ଧାଙ୍ଗଡାଧାଙ୍ଗଡୀ ମାନେ ଭାଗ ନେଇଥାନ୍ତି ।

ଏତିକି କହି ବିଲୁଆ ଭାଇ କହିଲେ କାଲି ଆମ ଜାତି ବିଷୟରେ ଆଲୋଚନା କରିବା। ରାତ୍ରୀ ବହୁତ ହେଲାଣି। ସମସ୍ତେ ଘରକୁ ଯାଅ କାଲି ଦରବାର ଘରକୁ ସନ୍ଧ୍ୟା ସମୟରେ ଆସି ପହଞ୍ଚିବ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.