• About
  • Contact
Wednesday, March 11, 2026
Wednesday, March 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ସେପ୍ଟେମ୍ବର ୨୦୨୩

ସେଦିନ ଗାଆଁ ଟା ପୁରା ନିଶବ୍ଦ ହୋଇ ଯାଇଥିଲା। କାହାରି ମୁହଁରେ ହସ ନ ଥିଲା।ଚିନାମାଳୀ ତା ମାଆ କୁ ପଚାରିଲା ଆଜି କଣ ହୋଇଛି କି କାହାରି ମୁହଁରେ ହସ ନାହିଁ । ସମସ୍ତେ ପୁରା ଗୁମସୁମ୍ । ତା କଥା ଶୁଣି ମାଆ କହିଲା ଆଲୋ ତୁ ଜାଣିନୁ କି ଆମ ଗାଁ ର ସତିଆ ବୁଢ଼ା ପରା ନଷ୍ଟ ହୋଇଗଲା (ଅର୍ଥାତ୍ ମରିଗଲା) । ତୋର ସେ ବବା ହିସାବ ହେବେ । ବୁଢ଼ା ବହୁତ ଦିନ ହେଲା ବିଛଣାରେ ଥିଲେ। ତାଙ୍କର କି ରୋଗ ହୋଇଥିଲା କେଜାଣି କଟକ ଡ଼ାକ୍ତର ଫେରାଇ ଦେଇଥିଲେ। ଏମିତିରେ ମଧ୍ୟ ତାଙ୍କୁ ବୟସ ମଧ୍ୟ ଅଶୀ ପାରି ହୋଇ ଯାଇଥିଲା । ମାଆ କଥା ଶୁଣି ଚିନାମାଳୀ କହିଲା ଆଲୋ ବୋଉ ବର୍ତ୍ତମାନ ତାଙ୍କ କ୍ରିୟା କର୍ମ କିପରି ହେବ।ତା ପ୍ରଶ୍ନ ଶୁଣି ପାଖରେ ବସି ମାଆ ଝିଅ ଙ୍କ କଥା ଶୁଣୁଥିବା ତା ବାପା କହିଲେ ଏଠିକି ଆସେ ଝିଅ ମୁଁ ତତେ ସବୁ କହିବି। ଆଗ୍ରହ ର ସହିତ ବାଆ ପାଖକୁ ଶୁଣିବାକୁ ଉଠିଗଲା। ବାଆ କଥା ଆରମ୍ଭ କରି କହିଲା ।

ଆମ ଭୂୟାଁ ସଂପ୍ରଦାୟର କୌଣସି ଲୋକର ମୃତ୍ୟୁ ହେଲେ,ଏହି ଖବର ପ୍ରଥମେ ଗ୍ରାମବାସୀ ଓ ବନ୍ଧୁବାନ୍ଧବମାନଙ୍କୁ ଡାକୁଆ ଦ୍ବାରା ଜଣାଇ ଦିଆଯାଏ । ବନ୍ଧୁବାନ୍ଧବ, ପରିବାରବର୍ଗ ଓ ଗ୍ରାମବାସୀମାନେ ଦର୍ଶନ କରିବା ପରେ ମୃତବ୍ୟକ୍ତିର ଶରୀରକୁ ଶ୍ମଶାନକୁ ଦାହ କରିବାକୁ ନିଅନ୍ତି। ନେବା ପୂର୍ବରୁ ତାର ସମ୍ପୁର୍ଣ୍ଣ ଶରୀରରେ ତେଲହଳଦୀ ଲଗାଇ ଦିଆଯାଏ । ଏହାପରେ ଶବକୁ ନୂତନ ବସ୍ତ୍ରଦ୍ବାରା ଘୋଡାଇ ଦିଆଯାଏ । ଶବକୁ କୋକେଇରେ କୁଟୁମ୍ବ ଲୋକମାନଙ୍କ ସହ ମୃତ ବ୍ୟକ୍ତିର ବଡପୁଅ କାନ୍ଧରେ ମଶାଣୀକୁ ନିଅନ୍ତି । ଭୂୟାଁମାନେ ମୃତବ୍ୟକ୍ତିର ଶବକୁ କେତେକ କ୍ଷେତ୍ରରେ ଦାହ ଓ କେତେକ କ୍ଷେତ୍ରରେ ପୋତି ଦିଅନ୍ତି । ତେବେ ସ୍ବାଭାବିକ ମୃତ୍ୟୁ କ୍ଷେତ୍ରରେ ଦାହ କରାଯାଏ । ସ୍ବାଭାବିକ ମୃତ୍ୟୁରେ ଶବ ମଶାଣୀରେ ପହଞ୍ଚିବାପରେ ତାହାକୁ ବଡ କାଠଗଣ୍ଡିଉପରେ ବସାଇ ଦିଆଯାଏ ଏବଂ ଚାରିପଟୁ କାଠଘୋଡାଇପ ଦିଆଯାଇ ନିଆଁ ଲଗାଯାଏ ।

ଅସ୍ବାଭାବିକଭାବେ ମୃତ୍ୟୁବରଣ କରିଥିବା ଯଥା ସର୍ପାଘାତ, ବାଘ ଆକ୍ରମଣରେ ମୃତ୍ୟୁ, ହାତୀ ଆକ୍ରମଣରେ ମୃତ୍ୟୁ ଓ ଆତ୍ମହତ୍ୟା ଇତ୍ୟାଦିରେ ଶବକୁ ପୋତି ଦେବାର ବିଧି ରହିଛି । ଭୂୟାଁ ସମାଜର ପ୍ରଚଳିତ ବିଧି ଅନୁଯାଇ ପ୍ରଥମେ ୬ଫୁଟ୍ ଲମ୍ବ ଓ ୩ ଫୁଟ୍ ଓସାରର ଅଣ୍ଟାଏ ଗଭୀରର ଗୋଟିଏ ଗାତ ଖୋଳାଯାଏ । ତାରି ଭିତରେ ଶବକୁ ଦକ୍ଷିଣ ଦିଗକୁ ମୁଣ୍ଡ କରି ଓ ପଶ୍ଚିମକୁ ମୁହଁ କରି ବାମପଟକୁ ଅଣେଇ କରି ଶୁଆଇ ଦିଆଯାଏ । ଏହାପରେ ମୃତବ୍ୟକ୍ତିର ବଡପୁଅ ପ୍ରଥମେ ମାଟି ପକାଏ ତାପରେ ଅନ୍ୟପୁଅମାନେ ମାଟି ପକାଇବାପରେ କୁଟୁମ୍ବ ଲୋକମାନେ ଓ ବନ୍ଧୁବାନ୍ଧବମାନେ ମାଟି ଦେବାପରେ ଶବକୁ ପୋତି ଦିଆଯାଇ ସମାଧୀ ଉପରେ ବଡ ପଥରଖଣ୍ଡ ରଖିଦିଆଯାଏ । ମଶାଣୀରୁ ଫେରିବାପରେ ପରିବାରବର୍ଗ, କୁଟୁମ୍ବ ଲୋକ ଓ ବନ୍ଧୁବାନ୍ଧବମାନେ ଗାଧୋଇକରି ଘରକୁ ଯାଆନ୍ତି କିନ୍ତୁ ବଣାଇଁରେ ପୁରୁଷ ଲୋକମାନେ ଲଣ୍ଡା ହେବାସହ ନଖକାଟି ଗାଧୋଇ କରି ଘରକୁ ଯାଆନ୍ତି ।

ଅନ୍ୟ ଅଞ୍ଚଳ ମାନଙ୍କରେ ଦଶଦିନ ଦିନ ଲଣ୍ଡା ହୋଇ ନଖକାଟିି ଗାଧୋଇଥାନ୍ତି । ମୃତ୍ୟୁର ଏଗାରଦିନ ଦିନ କୁଟୁମ୍ବ ଓ ବନ୍ଧୁବାନ୍ଧବମାନଙ୍କୁ (କେତେକ ଅଞ୍ଚଳରେ କେବଳ ବନ୍ଧୁମାନେ ଆଉ କେତେକ ଅଞ୍ଚଳରେ ଉଭୟ କୁଟୁମ୍ବ ଓ ବନ୍ଧୁମାନେ ରାନ୍ଧିଥାନ୍ତି) ଭୋଜି ଦିଆଯାଏ । ମୃତବ୍ୟକ୍ତିର ଆତ୍ମାକୁ ଡାକିବାର ବିଧି ମଧ୍ୟ ଭୂୟାଁ ସଂପ୍ରଦାୟରେ ଅଛି । ବଣାଇଁ ଅଞ୍ଚଳରେ ଏହି ଛାଇ ବା ଆତ୍ମାକୁ ଏଗାରଦିନ ଦିନ ପର୍ଯ୍ୟନ୍ତ ଡକାଯାଉଥିବାବେଳେ, ବାଂଶପାଳରେ ସମାଧୀ ଦେବାଦିନ ଠାରୁ ଛାଇକୁ ଡକାଯାଏ । ପ୍ରତ୍ୟେକ ଦିନ ଗୋଟିଏ ଜାଗାରେ କିଛି ଭାତ ଗାଁ ସୀମାରେ ଦିଆଯାଏ । କିନ୍ତୁ ଏହା କେବଳ ବୃଦ୍ଧ ଓ ବୟସ୍କ ଲୋକର ଛାଈ ବା ପ୍ରେତାତ୍ମାକୁ ଦିଆଯାଏ । ଏହି ସମୟରେ ବାହାରେ କିଏ ଜଣେ ଡାକପକାଇ କହିଲା ଭାଇ ଆସ ସଵୁ ଭାଇଆ ମାନେ ଆସିଗଲେଣି । ତୁମକୁ ଯାହା ଅପେକ୍ଷା। ବାଆ ଉଠିଗଲା ସେହି ସତିଆ ବୁଢ଼ା ଘରକୁ ଓ ଚିନାମାଳୀ ଘର ଭିତରକୁ ଚାଲିଗଲା ମା କୁ ପଚାରି ସତିଆ ବୁଢ଼ା ଘରକୁ ଯିବା ପାଇଁ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Dhanada’s Discourse: In the Aftermath of the US Losing the War to Iran: Prof Jiang
More

Dhanada’s Discourse:
In the Aftermath of the US Losing the War to Iran: Prof Jiang

by Dhanada K. Mishra
March 8, 2026

Dhanada K Mishra, Hong Kong, 8 March 2026 In the midst of escalating tensions between the United States and Iran...

Read more
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
Fifty-five Years of Unspoken & Emotional Journey of a Journalist’s Wife

Fifty-five Years of Unspoken & Emotional Journey of a Journalist’s Wife

February 9, 2026
Dhanada’s Discourse:When Mobs Call the Shots: India’s Slide from Pluralism to Peril

Dhanada’s Discourse:
When Mobs Call the Shots: India’s Slide from Pluralism to Peril

February 8, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.