• About
  • Contact
Thursday, July 30, 2026
Thursday, July 30, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୧୯)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ସେପ୍ଟେମ୍ବର ୨୦୨୩

ସେଦିନ ବଡ଼ି ଭୋରରୁ ଉଠି ଘର କାମରେ ନିଜକୁ ହଜେଇ ଦେଇଥିଲା ଚିନାମାଳୀ । କିନ୍ତୁ ମନଟା ତାର ଜମା ଭଲ ଲାଗୁନଥିଲା। ମନ୍ମଥ କଥା ତାର ବହୁତ ମନେ ପଡ଼ୁଥିଲା । ବହୁତ ଦିନ ହେଲା ତା ନାନୀ ଘରକୁ ସେ ଆସିନି। ଚମ୍ପା ଘର ଆଡେ କାଲି ଯାଇଥିଲା । ଚମ୍ପା କୁ ବୁଲେଇ କରି ପଚାରି ଥିଲା ମନ୍ମଥ କଥା। ସେ କିନ୍ତୁ ସେ କେବେ ଆସିବ ସେ କଥା କହି ପାରିଲା ନାହିଁ । ମନ୍ମଥ ର ଭଉଣୀ ଯେ ତାର ଭାଉଜ ହେଵ। ତାକୁ ପଚାରିବାରୁ ସେ ଥଟ୍ଟା କରି କହିଲେ କଣ ମୋ ଭାଇକୁ ନ ଦେଖିଵାରୁ ତୁମ ମୁଣ୍ଡ ଖରାପ ହୋଇଗଲାଣି ନା କଣ । ମୁଁ ପା ତାକୁ ମନା କରିଛି ତାକୁ ଏଠାକୁ ନ ଆସିବା ପାଇଁ। ତୋତେ ତା ଘରକୁ ନେଵା ପରେ ଏଠିକି ଆସିବ। ଲାଜରେ ସେଠୁ ଉଠିକରି ପଳେଇ ଆସିଲା ସେ । କଣ କରିଵ କିଛି ଜାଣି ପାରୁନଥିଲା ସେ।ଏହି ସମୟରେ ବୋଉ ବାଡିପଟୁ ଡାକ ପକାଇଵାରୁ ସେ ଯାଉଛି ଵୋଲି କହି ଉଠିଗଲା ବାଡିପଟକୁ ।

ବାଡିପଟକୁ ଯାଇ ଦେଖିଲା ଯେ ବୋଉ ପଡିଶା ଘର ଖୁଡିଙ୍କ ସହିତ କଥା ହେଉଛି । ତାକୁ ଦେଖି ବୋଉ କହିଲା ଆଲୋ ଚିନା ତୋ ଖୁଡି କଣ କହୁଛି ଜାଣିଲୁଣି । ଚିନାମାଳୀ ସେ ଖୁଡିଙ୍କ ଆଡ଼କୁ ପ୍ରଶ୍ନିଳ ଆଖି ରେ ଚାହିଁବାରୁ ଖୁଡି କହିଲେ ବୁଝିଲୁ ଝିଅ ସେ ଯେଉଁ ପିଲାଟି ମ ଆମ ଚମ୍ପା ଘରକୁ ଆସେ ତଳବରଡାର । କାଲି ତାଙ୍କ ଘରୁ କିଏ ଜଣେ ଆସିଥିଲା ଖବର ଦେବାକୁ ସେ ପିଲାର ଦେହ କଣ ବହୁତ ଖରାପ । କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଏତିକି କହି ଖୁଡି କଣ ଗୋଟାଏ କାମ ଅଛି କହି ଉଠିଗଲେ । ଚିନାମାଳୀ ସେହି ଜାଗାରେ ଥପ୍ କିନି ବସି ପଡିଲା । ଆଖି ରୁ ତାର ଧାରଧାର ଲୁହ ବୋହି ଯାଉଥାଏ । ଏହି ସମୟରେ କାହାରି ଗୋଟିଏ ପାଟି ଶୁଣି ବୋଉ ଉଠିଗଲା ଓ ତା ପଛେ ପଛେ ଚିନାମାଳୀ ।

ଚମ୍ପା ଆସି ତାଙ୍କ ଘରେ ଵସିଥିଲା । ଚମ୍ପାକୁ ଦେଖି ଚିନାମାଳୀ ଆହୁରି ଜୋରରେ କାନ୍ଦିବାକୁ ଲାଗିଲା । ଚମ୍ପା ତାକୁ ବୁଝାଇବାକୁ ଯାଇ କହିଲା ଆଵେ କାନ୍ଦୁଛୁ କଣ ମୁଁ ପା ଆସିଛି ତୋତେ ନେଇ କେନ୍ଦୁଝର ଯିବା ପାଇଁ । ଭାଉଜ ପଠାଇଛନ୍ତି । ଯା ଶିଘ୍ର ଶିଘ୍ର ବାହାରି ପଡ। ଦୁଇ ସାଙ୍ଗ ତରବର ହୋଇ କେନ୍ଦୁଝର ଟାଉନ ବାହାରି ପଡିଲେ । ଖୁଣ୍ଟୁଗାଁ ଓ ପାଳଲହଡା ଦେଇ ଯାଉଥିବା ବସ୍ କେନ୍ଦୁଝରରେ ପହଞ୍ଚିବାକୁ ଚାରି ପାଞ୍ଚ ଘଣ୍ଟା ଲାଗେ । ଦୁଇଜଣ କେନ୍ଦୁଝରଗଡ ରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହୋଇ ଯାଇଥିଲା । ପଚାରି କରି କେନ୍ଦୁଝର ଡାକ୍ତରଖାନାରେ ପହଞ୍ଚି ମନ୍ମଥ କୁ ଖୋଜି ଖୋଜି ନୟାନ୍ତ ହେଲେ କିନ୍ତୁ ପାଇଲେ ନାହିଁ । ଏହି ସମୟରେ ବିଷ୍ଣୁ ମାମୁଁ ଦେଖା ପଡ଼ିଗଲେ । ଉଭୟଙ୍କ ଦେହରେ ଜୀବନ ପଶିଲା । ବିଷ୍ଣୁ ମାମୁଁ ତାଙ୍କୁ ପଚାରିଲେ ପିଲେ ତୁମେ ଦୁଇଜଣ କେତେଵେଳୁ ଆସିଲଣି ? ମନ୍ମଥ କୁ ଦେଖିବାକୁ ଆସିଛ ତ ? ଚାଲ ଖାଇକରି ଆସିବ । ତା ପରେ ତା ପାଖକୁ ଯିଵା। ଚିନାମାଳୀ ଖାଇବାକୁ ଯିବାକୁ କୁନ୍ତୁକୁନ୍ତୁ ହେବାରୁ ମାମୁଁ କହିଲେ ଆରେ ମାଆ ବ୍ୟସ୍ତ ହୋନି । କାଲି ମନ୍ମଥ ର ଦେହ ବହୁତ ଖରାପ ଥିଲା । କିନ୍ତୁ ଆଜି ଟିକେ ଭଲ ଆଡ଼କୁ ଆସିଲାଣି।ଜର ନାହିଁ । ଖିଆପିଆ କଲାଣି । ବାଧ୍ୟ ହୋଇ ଦୁଇଜଣ ମାମୁଁଙ୍କ ସଙ୍ଗେ ଖାଇବା ପାଇଁ ଗଲେ ।

ଖାଇସାରି ଉଭୟ ଆସି ମନ୍ମଥ ପାଖରେ ପହଞ୍ଚିଲେ । ଚିନାମାଳୀ କୁ ଦେଖି ମନ୍ମଥ ହସି ଦେଇ ପଚାରିଲା ତୁମେ ଦୁଇଜଣ କେତେଵେଳୁ ଆସିଲଣି । ତୁମେ ଖବର କିପରି ପାଇଲ। ଚିନାମାଳୀ ଦୁଇଠୋପା ଲୁହ ଝରାଇ କହିଲା ତୁ ଦେହକୁ ଜଗିବୁନି । ଜର ହେଲେ ଡାକତର ନ ଦେଖାଇ ମନ ଇଚ୍ଛା ଔଷଧ ଖାଇଵୁ। ନିଜେ ଭୋଗିବୁ ଅନ୍ୟ ମାନଙ୍କୁ ହଇରାଣ କରାଇବୁ । ଏହି ସମୟରେ ଡାକ୍ତର ଆସି ପହଞ୍ଚିଵାରୁ ସମସ୍ତେ ବାହାରକୁ ଆସିଲେ । ଡାକ୍ତର ଦେଖି କରି ପୁଣି କିଛି ଔଷଧ ଲେଖିଦେଇ ଗଲେ । ରାତିରେ ଖାଇସାରି ସମସ୍ତେ ବାହାରେ ଶୋଇଲେ। ଚିନାମାଳୀକୁ କିନ୍ତୁ ନିଦ ଆସୁନଥାଏ । ମନ୍ମଥ ପାଦ ପାଖରେ ବସି ତା ପାଦକୁ ଚିପି ଦେଉ ଦେଉ ପଚାରିଲା ତୋ ଦେହ ଏବେ କିପରି ଲାଗୁଛି । ଚିନାମାଳୀ କୁ ଚାହିଁ ବୁଝାଇବାକୁ ଯାଇ ମନ୍ମଥ କହିଲା ଆଲୋ ଚିନା ତୁ ଆସିଲୁଣି ମୋ ଦେହ ବିନା ଔଷଧରେ ଭଲ ହୋଇଯିବ। ମନ୍ମଥ ପାଦର ବୁଢ଼ା ଆଙ୍ଗୁଠିଟାକୁ ଚିମୁଟି ଦେଇ ଚିନାମାଳୀ କହିଲା ତୁ ନା ବହୁତ ବଦମାସ୍ ହୋଇଗଲୁଣି । ମନ୍ମଥ କହିଲା ମୋତେ ଜର କିପରି ହେଲା ଜାଣିଛୁ ।

ସେଦିନ ବହୁତ ଜୋର ରେ ବର୍ଷା ହୋଇ ଛାଡି ଯାଇଥାଏ । ମୁଁ ଓ ମୋ ସାଙ୍ଗ ସନିଆ ସାଙ୍ଗ ହୋଇ ବାହାରି ପଡ଼ିଲୁ ଜଙ୍ଗଲକୁ କାଠ ଆଣିଵା ପାଇଁ। ଜଙ୍ଗଲ ଯିବା ରାସ୍ତାରେ ମୁଣ୍ଡା ସାହି ପଡ଼େ। ସାହି ପାରି ହେଲେ ସେମାନଙ୍କର ମଶାଣିକ ଯାହାକୁ ସେମାନେ ଶାସନ ବୋଲି କହନ୍ତି । ମୁଣ୍ଡା ଲୋକେ ଜଣେ ମରିଗଲା ପରେ ଏହିଠାରେ ତାର ଶବକୁ ପୋତି ତା ଉପରେ ପଥର ଲଦି ଦିଅନ୍ତି । ସେଦିନ ସନିଆ ମୋ ସହିତ ବାଜି ମାରିଲା ଯଦି ମୁଁ ସେହି ପଥର ଉପରେ ଚାଲି କରି ଆସିଵି ତେବେ ସେ ମୋତେ ଶହେ ଟଙ୍କା ଦେବ। ମୁଁ ତାର ବାଜି କୁ ପୁରଣ କରିଵା ପାଇଁ ସେ ପଥର ଉପରେ ଚାଲି କରି ତାକୁ କହିଲି ଦେଖ୍ ମୁଁ ଚାଲି ପାରିଲି ନା ନାହିଁ । ଏହା ପରେ ରାସ୍ତା ରେ ହିଁ ମୋତେ ଜ୍ଵର ଆସିଲା । ମୁଁ ଘର ପର୍ଯ୍ୟନ୍ତ ଯାଇ ପାରିଲି ନାହିଁ। ରାସ୍ତାରେ ଥିବା ଗୋଟିଏ ଗଛମୂଳେ ବେହୋସ୍ ହୋଇ ପଡ଼ିଗଲି । ଚେତା ଫେରିଲା ବେଳକୁ ମୁଁ ମେଡିକାଲ ର ବେଡ଼ ରେ ଶୋଇଛି । ମୋତେ ଲାଗୁଛି କୌଣସି ପ୍ରେତ ମୋ ଦେହ ରେ ସଵାର ହୋଇଛି । ଏ ପର୍ଯ୍ୟନ୍ତ ସେ ମୋ ଦେହରୁ ଯାଇନାହିଁ । ତା କଥା ଶୁଣି ଚିନାମାଳୀ କହିଲା ଏଗୁଡାକ ସବୁ ତୋ ମନର ଧାରଣା। ସେ ଭୂତପ୍ରେତରେ ମୁଁ ଵିଶ୍ଵାସ କରେନି।ତୁ ଶୋଇପଡ଼।ଜର ତ କମିଲାଣି । ଏତିକି କହି ଚିନାମାଳୀ ମନ୍ମଥ ର ପାଦତଳେ ଶୋଇ ପଡିଲା ।

ପାହାନ୍ତିଆ ସମୟରେ ପାଦରେ କଣ ଗୋଟାଏ ତାତିଲା ଜିନିଷ ଲାଗିଲା ଭଳି ଅନୁଭବ କରିବାରୁ ମନ୍ମଥ ଧଡପଡ ହୋଇ ଉଠିପଡି ଦେଖେ ତ ଚିନାମାଳୀ ତା ପାଦତଳେ ଶୋଇଛି। ତାକୁ ଡାକିଵାରୁ ସେ ନ ଶୁଣିବାରୁ ହଡବଡେଇ ସେ ପାଖ ପେସେଣ୍ଟ ର ଆଟେଡାଣ୍ଟ କୁ ଡାକିଲା ଓ ନର୍ସ ଙ୍କୁ ଡାକିଵାକୁ କହିଲା । ନର୍ସ ଓ ଡ଼ାକ୍ତର ଆସି ସଙ୍ଗେସଙ୍ଗେ ଚିନାମାଳୀ କୁ ଦେଖି ତାକୁ ଅନ୍ୟ ଗୋଟିଏ ବେଡ଼ କୁ ନେଇ ସାଲାଇନ୍ ଓ ଅକ୍ସିଜେନ ଲଗାଇଲେ। ଏହି ସମୟରେ ମନ୍ମଥ ର ବାପା ଓ ବିଷ୍ଣୁ ମାମୁଁ ସେଠାରେ ଆସି ପହଞ୍ଚିଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

Vipul’s Voice: Realisation at the age of 70
More

Vipul’s Voice:
 Realisation at the age of 70

by Vipul Agarwal
July 19, 2026

Vipul Agarwal, Delhi, 19 July 2026 I fail to even imagine how it will feel when somebody realises at the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
ରଥଯାତ୍ରାର ପୌରାଣିକ ତଥ୍ୟ

ରଥଯାତ୍ରାର ପୌରାଣିକ ତଥ୍ୟ

July 16, 2026
ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

ଆଧ୍ୟାତ୍ମିକ ପୁସ୍ତକ ସଂକଳନ: ବ୍ରହ୍ମ ଅଚ୍ୟୁତ ଲୋକାର୍ପିତ

July 12, 2026
Dhanada’s Discourse: In Praise of Productive Hallucinations

Dhanada’s Discourse:
In Praise of Productive Hallucinations

July 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.