• About
  • Contact
Thursday, August 27, 2026
Thursday, August 27, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ସାକ୍ଷୀ ସେହି କୃଷ୍ଣ ଚୁଡ଼ା ଗଛ….

ସାକ୍ଷୀ ସେହି କୃଷ୍ଣ ଚୁଡ଼ା ଗଛ….
Share on FacebookShare on Xshare on Whatsappshare on Linkedin
ରଶ୍ମୀ ସାମଲ, ଭୁବନେଶ୍ୱର, ୨ ଅପ୍ରେଲ ୨୦୨୪

ସକାଳୁ ସକାଳୁ ଶୁଭଶ୍ରୀ ର ଫୋନ ବାଜି ଉଠିଲା। ସ୍କୁଲ ସାଙ୍ଗ ଦୀପ୍ତି ର କଲ ଆସିଛି। ରିସିଭ କରୁ କରୁ ସେ ପଟୁ ଅଭିନନ୍ଦନ, ଆଶ୍ଚର୍ଯ୍ୟ ହୋଇଗଲା। କ’ଣ ପାଇଁ ପଚାରିବା ପୂର୍ବରୁ, ସେ ପଟୁ କହି ଚାଲୁଥାଏ ଆଲୋ ଫୁଲେଇ, ସବୁଆଡ଼େ ଚହଳ ପଡିଛି ତୋ ବିଷୟରେ, ମୋତେ କ’ଣ ପାଇଁ କିଛି ତୁ କହିନୁ ଆଜି ଯାଏଁ। ହଁ ଏବେ ତ ମୁଁ ପର ହୋଇଗଲି ତୋର, ଅଭିମାନରେ ଦୀପ୍ତି ବହୁତ କିଛି କହି ଚାଲିଥାଏ।ଧୀରେ ଆସି ଖବର କାଗଜ ଟା ଲେଉଟାଉ ଲେଉଟାଉ ସାହିତ୍ୟ ପାଇଁ ସମ୍ମାନିତ ହେବାକୁ ଥିବା ଖବର ଦେଖି ଶୁଭ୍ରଶ୍ରୀ ନିଜେ ଅତ୍ୟନ୍ତ ଖୁସି ଓ ଆନନ୍ଦିତ ହୋଇ ଯାଇଥିଲା ସେହି କିଛି ସମୟ ପାଇଁ। ଏପ୍ରିଲ ଅଣତିରିସ ରେ ବେଷ୍ଟ ଲେଖିକା ସମ୍ମାନ ରେ ସମ୍ମାନିତ ତାକୁ କରାଯିବ। ନିଜକୁ ବିଶ୍ୱାସ କରି ପାରୁ ନଥାଏ। ଟିକେ ଘାବରେଇ ଯାଇଥିଲା। ସେ କାର୍ଯ୍ୟକ୍ରମ ପୁଣି ତା ନିଜ ଜିଲ୍ଲା ରେ ଆୟୋଜନ ହୋଇଛି; ସେ ଯେଉଁ କଲେଜ ରେ ପାଞ୍ଚ ବର୍ଷ ପାଠ ପଢ଼ିଥିଲା। ସେଦିନ ତା ପାଇଁ ତାର ଲେଖିକା ଜୀବନର ସବୁଠୁ ବଡ଼ ସଫଳତା ବୋଧେ ଥିଲା। ତଥାପି ମନ ଟିକେ ଆନମନା ହେଉଥାଏ।ଡ୍ରଇଂ ରୁମ ରେ ଆସି ସାହିତ୍ୟ ପ୍ରତିଭା ପାଇଁ ପାଇଥିବା ମାନପତ୍ର ଓ ଉପହାର ସବୁ କୁ ନୀରିଖେଇ ଦେଖୁଥାଏ। ହେଲେ ଯାହା ପାଇଁ ସେ କଲମ ଧରିଥିଲା ତାଙ୍କ ସହ ଆଉ କଣ ଦେଖା ହୋଇ ପାରିବନି? କ୍ଷଣିକ ଉତ୍ତାପରେ ମନଟା ଯେପରି ଭାସୁଥାଏ। ସବୁଦିନ ପାଇଁ ରହିଥିବା ଶୂନ୍ୟସ୍ଥାନ କିଛି ଅସନ୍ତୋଷର ଭାବରେ ଛଟ ପଟ ହେଉଥାଏ ଶୁଭଶ୍ରୀ। କଣ୍ଠ ଅବ ରୁଦ୍ଧ ହୋଇ ଯାଉଥାଏ। କେମିତି ଜଣେଇବ ଏହି ଖ୍ୟାତି ବିଷୟରେ, ସାଧାରଣ କଥାକୁ ଗଳ୍ପରେ ରୂପାନ୍ତର କରିବାର କୌଶଳ ଯାହା ଠାରୁ ଶିକ୍ଷା ପାଇଥିଲା ବାରମ୍ବାର ମନେ ପଡ଼ୁଥାଏ ତାଙ୍କ କଥା। ସ୍ୱାମୀ ଓ ପିଲା ମାନେ କିନ୍ତୁ ବହୁତ ଖୁସି ହେଉଥାନ୍ତି ଏହି ଖବର ରେ।

ଖରା ଦିନର ସକାଳ। ସବୁ ନିତ୍ୟକର୍ମ ସାରି ବାହାରି ପଡ଼ିଲା ସେହି ଲେଖିକା ପରିଚୟ ନେଇ। କାର ର ଝରକା ପାଖରେ ବସି ବାହାରକୁ ଚାହିଁ ଭାବୁଥାଏ ଆଜି ବହୁ ବର୍ଷର ସାଙ୍ଗ ମାନଙ୍କ ଖବର ଟିକେ ସେହି କଲେଜ ରୁ ଜାଣି ପାରିବ। ପୁଣି ସବୁ ସାର ମାନଙ୍କ ବିଷୟରେ ମଧ୍ୟ। ବନ୍ଦ ରହିଥିବା ବହୁ ବର୍ଷ ପୂର୍ବର ଅତୀତ ର ଉଜ୍ବଳ ସବୁ ଭାସି ଉଠୁଥାଏ ଆଖି ଆଗରେ। ଆଶ୍ଚର୍ଯ୍ୟ ହୋଇ ମୁଣ୍ଡ ଟେକି ବାହାରକୁ ଦେଖୁଥିଲା ସେହି ନାଲି ଟହ ଟହ ଫୁଲରେ ଭର୍ତି କୃଷ୍ଣ ଚୁଡ଼ା ଗଛ ସବୁକୁ। ଭାବୁଥାଏ ସେହି କୃଷ୍ଣ ଚୁଡ଼ା ଫୁଲର ଇତିହାସ କୁ। ଆଖିର ଦୁଷ୍ଟି ଶକ୍ତି କମି ସାରିଲାଣି କିନ୍ତୁ ଲେଖା ଥିବା ପ୍ରଭାବ ଶାଳୀ ଯୌବନର ଫର୍ଦ ସବୁ ଓଲଟେଇବା ସମୟରେ ଏସି କାର ମଧ୍ୟରେ ବି ଝାଳ ଜକେଇ ଆସୁଥାଏ ଶରୀରରେ।ନିଜ ଭ୍ୟାନିଟ ରୁ ରୁମାଲ ବାହାର କରି ମୁଁହ ଟିକେ ପୋଛୁ ପୋଛୁ ଭାବୁଥାଏ ଏବେ ସବୁ ବଦଳି ଯାଇଥିବ ସେହି ପରିବେଶ।

ସେତେବେଳେ କଲେଜ ରେ ବହୁତ କମ ପିଲା ପାଠ ପଢୁଥିଲେ। ଛୋଟିଆ କମନ ରୁମ ଥିଲା। ଏବେ ସବୁଠି ସ୍ମାର୍ଟ୍ କ୍ଲାସ। ପଢ଼ାଉ ଥିବା ସାର ମାନେ ବୋଧେ ଅବସର ନେଇ ସାରିଥିବେ କିମ୍ବା ଅନ୍ୟ କଲେଜ କୁ ବଦଳି ହୋଇ ଯାଇଥିବେ। ଆଉ ଅବିନାଶ ସାର? ସେହି ଭାବିବା ସମୟରେ ନିଜ ମୁଂହରେ ଚିନ୍ତା ଓ ଆଶଙ୍କାର କିଛି ଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଥାଏ। ମନର ଭାବ ଶୂନ୍ୟ ଚାହାଣି ଯେପରି କିଛି ନିଜର ଅପାରଗତା କୁ ନିଜେ ନିଜ ଭିତରେ ସ୍ପଷ୍ଟ ଦେଖି ପାରୁଥାଏ। ଘଣ୍ଟେ ପନ୍ଦର ମିନିଟ ରେ ଯାଇ କଲେଜ ଫାଟକ ପାଖରେ ପଂହଁଚି ଯାଇଥିଲା କାର।କଲେଜ ର ଭୂଗୋଳ ସତେ ଯେପରି ବଦଳି ଯାଇଛି। ଆଉ ସେହି କୃଷ୍ଣ ଚୂଡ଼ା ଗଛର ର ଇତିହାସ ମଧ୍ୟ। ଆଜି ଦିନ ରେ ସେ ଆଉ ସେଠାର ପାଠ ପଢ଼ୁଥିବା ଛାତ୍ରୀ ଶୁଭଶ୍ରୀ ନଥିଲା। ସମ୍ମାନିତ ପ୍ରତିଭା ର ଆଉ ଏକ ନିଆରା ପର୍ବ ତା ପାଇଁ। ଦୀର୍ଘ ସତେଇସ ବର୍ଷର ଅବଧି ପରେ ସାମ୍ନା ସାମ୍ନି ହୋଇ ଯାଇଥିଲେ ଅବିନାଶ ସାର। ଦୂରରୁ ଠିକ ଚିହ୍ନି ସାରିଥିଲା ଶୁଭଶ୍ରୀ। ତାଙ୍କ ଶବ୍ଦର ସ୍ୱରରେ ସେହି ଆକୁଳତାର ଆବେଗ ସତେ ଯେପରି ଭରି ରହିଥିଲା। ଏବେ ସେହି କଲେଜ ର ଅଧ୍ୟକ୍ଷ ଜାଣି କ୍ଷଣିକ ପାଇଁ ଖୁସି ହୋଇଗଲା। ଯାହାଙ୍କ ପାଇଁ ଆଜି ସେ ଏତେ ବଡ଼ ଗାଳ୍ପିକା। ସାର କହି ହାତ ଯୋଡ଼ିବା ପୂର୍ବରୁ ଫୁଲ ତୋଡ଼ା ଟି ହାତକୁ ବଢ଼ାଇ ସାରିଥିଲେ। ସଭା ସ୍ଥଳକୁ ଯିବା ସମୟରେ ଭାବୁଥାଏ ଏ କି ଅପୂର୍ବ ସୌଭାଗ୍ୟ। ସମ୍ମୁଖରେ ବସିଥିବା ପିଲା ମାନଙ୍କୁ ଜଳ ଜଳ ଦେଖୁଥାଏ। ସେତେବେଳେ ସରକାରୀ ଚାକିରୀ ର ଅଭାବ ହେତୁ ଏତେ ବଡ଼ ବିଶ୍ୱବିଦ୍ୟାଳୟରେ ଏମ ଫିଲ୍ କରି ମଧ୍ୟ ବହୁତ କମ ବେତନରେ ସେହି ବେସରକାରୀ କଲେଜ ରେ ଅଧ୍ୟାପକ ଥିଲେ ଅବିନାଶ ସାର। ତା ଠାରୁ ବୟସର ମାତ୍ର ତିନି ଚାରି ବର୍ଷର ବ୍ୟବଧାନ।

ଶୁଭଶ୍ରୀ ର ଶେଷ ବର୍ଷ ରେ ସେ ଜଏନ କରିଥାନ୍ତି ସେହି କଲେଜ ରେ।ଏବେ ସମୟର ବ୍ୟବଧାନ ଚିଠିରୁ ମୋବାଇଲ ରେ ପଂହଁଚି ସାରିଲାଣି। ଠିକ ହଜିଲା ଦିନର ସ୍ମୃତି ସବୁ ହାତ ମୁଠାରେ ସାଉଁଟି ପାଇଛି ଆଜି। କିନ୍ତୁ ମୁଖ ମଣ୍ଡଳର ନକ୍ସା ବଦଳି ଯାଉଥାଏ। କିଛି ବନ୍ଧୁ ମାନେ ବହୁତ ଖୁସି ହୋଇ ପ୍ରଶଂସାରେ ପୋତି ପକାଉଥାନ୍ତି। କିଏ କହୁଥାଏ ଯାହା ହେଉ ଶୁଭଶ୍ରୀ ଏହି କଲେଜ ର ଛାତ୍ରୀ ହୋଇ ଆଜି ଓଡ଼ିଶାରେ ଚହଳ ପକେଇଛି। ଆଉ କିଏ କହୁଥାଏ ଅମୁକ ପେପର ରେ ବାହାରିଥିବା ଗପଟି ବହୁତ ଭଲ ହେଲେ ଅବିନାଶ ସାର ଚୁପ ଥାଆନ୍ତି। ସେହି ସମାରୋହ ସମୟର ବାତାବରଣ ସବୁ ତା ପାଇଁ ଅଲଗା ଥିଲା। ଅବିନାଶ ସାର ମୁଖ୍ୟ ଆୟୋଜକ ମଧ୍ୟ। ତାଙ୍କ ଉପସ୍ଥାପନା ଶୈଳୀରୁ ଅନୁଭବ ହେଉଥାଏ ସେହି ଭଲ ପାଇବାର ସ୍ବତନ୍ତ୍ର ସ୍ଥାନ ଟିକକ ଆଜି ବି ଥିଲା। ସେହି ନୀଳ ରଙ୍ଗର ସାର୍ଟ ବି ଏକ ସଂକେତ ଥିଲା। ଥରେ ଦୁଇ ଜଣଙ୍କ କଥା ଭିତରେ ନୀଳ ରଙ୍ଗ ଭାରି ପସନ୍ଦ ର ପ୍ରସଙ୍ଗ ଉଠିଥିଲା। ଆଜି ବି ଭାବୁଥାଏ ଶୁଭଶ୍ରୀ, ତାର ମନ ଖୁସି କରିବା ପାଇଁ ଏବେ ବି ସେହି ନୀଳ ସାର୍ଟ। କେହି କିଛି ପ୍ରକାଶ କରି ପାରୁନଥିଲେ। ମନେ ପଡ଼ୁଥିଲା ସେହି ବହୁ ବର୍ଷ ତଳର କଥା।

ଷ୍ଟଡ଼ି ଟୁରରେ ଯିବା ସମୟରେ ଡିପାର୍ଟମେଣ୍ଟର ସମସ୍ତ ପିଲାଙ୍କ ସହ ସୁଦୁର ସମୁଦ୍ର କୁଳରେ ବୁଲୁ ବୁଲୁ ଅନ୍ୟମନସ୍କତାରେ ଗୋଡ଼ ଟିକେ ଖସିଯାଇଥିଲା ସମୁଦ୍ରର କିଛି ତଳକୁ। ଆଉ ସେହି ଲୁଣି ପାଣିରୁ ଟାଣି ଆଣିଥିଲେ ଅବିନାଶ ସାର ଓଦାରେ ଜଡ଼ ସଡ଼ ହୋଇ। ସ୍ତବ୍ଧ ହୋଇଯାଇଥିଲା ଶୁଭଶ୍ରୀ। ଖସି ଯାଉଥିବା ଜୀବନକୁ ବଞ୍ଚେଇଥିଲେ ସାର ସେ ଦିନ। ବୋଧେ ସେତେବେଳକୁ ପ୍ରେମ ନିଶା ଟିକେ ଲାଗି ସାରିଥିଲା। ସେ ଦିନ ଅଜାଣତରେ ଆଖି କଥା କହୁଥିଲା। ତାପରେ ଘରେ ମିଛ କହି ଛୁଟିରେ ସାର ଅନର୍ସ କ୍ଲାସ ନେବେ, ବହି ଖାତା ଧରି କଲେଜ ରେ ପଂହଁଚି ଯାଏ ବେଳେ ବେଳେ। ଦିନେ ନିରୋଳା ଖରା ବେଳରେ ଓଢଣୀରେ କୃଷଚୁଡ଼ାର ପାଖୁଡ଼ା ବିଛାଡ଼ି ହୋଇଥିବା ବେଳେ, ଧୀରେ ଧୀରେ ସେହି ଲାଲ ପାଖୁଡ଼ା କୁ ସବୁ ସଫା କରି ଦେଉଥିଲେ ଅବିନାଶ ସାର। ଗଛ ଡ଼ାଳରେ ବସିଥିବା ଚଢ଼େଇ ର ରାବରେ ଚମକି ପଡ଼ିଥିଲା ସେ।ଅମାନିଆ ପବନ ଟା ପୁଣି ଫିଙ୍ଗୁଥାଏ ସେହି ପାଖୁଡ଼ା କୁ ସବୁ। ସେ ଦିନର ଭଲ ପାଇବା ଅକ୍ଷୁର୍ଣ ସତେଜ ଆଉ ପବିତ୍ର ଥିଲା। ତାଙ୍କ ମାର୍ଜିତ ବ୍ୟବହାର ଚିରଦିନ ହୃଦୟରେ ଲିପିବଦ୍ଧ। ଅବିନାଶ ସାରଙ୍କ ପାଖରେ ଯେତେବେଳେ ସେହି ଅବ୍ୟକ୍ତ ପ୍ରେମକୁ ବ୍ୟକ୍ତ କରିବାର ସମୟ ଆସିଲା, ସାକ୍ଷୀ ସେହି କୃଷ୍ଣ ଚୁଡ଼ା ଗଛ ମୂଳ। ସେ ଦିନ ସାର ମୋର ଉତ୍ତରରେ କୁଞ୍ଚିତ କପାଳରେ ହାତ ଦେଇ ସତ୍ୟକୁ ହଜମ କରି ପାରି ନଥିଲେ। ମନ ଟା ତାଙ୍କର ଲଢେଇ କଲା ଭଳି ଲକ୍ଷ କରିଥିଲି। ବସିଥାଏ ନୀରବରେ ହଜାରେ ପ୍ରଶ୍ନ ନେଇ କିନ୍ତୁ କିଛି ଉତ୍ତର ନଥିଲା ଶୁଭଶ୍ରୀ ପାଖରେ।

ବାପାଙ୍କର ମା କୁ ନିତି ସକାଳୁ ଗାଳି ବାହାଘର କଥାର ଯୁକ୍ତି ତର୍କ ପାଇଁ । ଆରେ ଝିଅ ପାଇଁ ଓକିଲାତି କରିବା ଦରକାର ନାହିଁ ଏତେ। ପ୍ରାଇଭେଟ କଲେଜ ରେ ଅଧ୍ୟାପକ ସିଏ କେଇ ପଇସା ପାଉଥିବ? ମା’ର ଯୁକ୍ତି ଥିଲା ତାର ଅନ୍ୟ ଭାଇ ମାନେ ବିଦେଶ ରେ ବଡ଼ ବଡ଼ ଚାକିରୀ କରୁଛନ୍ତି। ପଇସାର ଅଭାବ ନାହିଁ। ଓଃ ତମ ଝିଅ ସେମାନଙ୍କୁ ରୋଷେଇ ବାସ କରି ପରସିବ? ତମ ଚିନ୍ତାଧାରା ଏତେ ଛୋଟ? ମା ଯେତେ କହୁଥାନ୍ତି ପିଲାଟା କମ୍ପିଟେଟିଭି ପରୀକ୍ଷା ସବୁ ଦେଉଛି, ଏତେ ଟ୍ୟାଲେଣ୍ଟ ଅଛି, ସେ ନିଶ୍ଚୟ କିଛି ସରକାରୀ ଚାକିରୀ ପାଇଯିବ। ତମ ମା ଝିଅ ଙ୍କର କୌଣସି କଥା ମୁଁ ଶୁଣିବି ନାହିଁ।ସରକାରୀ କିରାଣୀ ଟିଏ ହେଉ ପଛେ ମୁଁ କିନ୍ତୁ ସେଠାରେ ଝିଅକୁ ଦେଇ ପାରିବିନି। ସବୁ ଦିନେ ବାପା ମାଙ୍କ ଯୁକ୍ତି ଆଉ ଶାନ୍ତି ଶୁଣି ଶୁଣି ଚିନ୍ତା କଲା କାହିଁକି ମା ଗାଳି ଏହି ବୟସରେ ଖାଇବ? ବାପାଙ୍କୁ ମନେଇବାର ଆଉ କୌଣସି ମାଧ୍ୟମ ନଥିଲା। ସବୁ କଥା ପ୍ରକାଶ କରିଥିଲା ଆସି ଅବିନାଶ ସାର ଙ୍କ ପାଖରେ ସେଦିନ। ଯେଉଁଠି ସାକ୍ଷୀ ଥିଲା ସେହି କୃଷ୍ଣ ଚୁଡ଼ା ଗଛ। ଏମିତି ଭାବୁ ଭାବୁ ସେହି ସମୟରେ ମଞ୍ଚରେ ଥିବା ଅନ୍ୟ ମାନଙ୍କ ଭାଷଣ ଟିକେ କାନରେ ବାଜୁଥାଏ ଶୁଭଶ୍ରୀର। ତାର ଗପ ବିଷୟରେ ଆଲୋଚନା ମଧ୍ୟ ଚାଲିଥାଏ। ସମସ୍ତ ଅତିଥି ମାନଙ୍କ ପ୍ରଶ୍ନରେ ମୁଣ୍ଡ ଟୁଙ୍ଗାରିବାର ଅଭିନୟ କରୁଥାଏ। ମଧ୍ୟାହ୍ନ ସମୟରେ ଶୁଭଶ୍ରୀ ଅବିନାଶ ସାର ଙ୍କର ସେହି ହସ ହସ ଚେହେରାରୁ ସବୁ ବୁଝି ସାରିଥିଲା।ଫୋନରେ ସାର ଙ୍କ କଥାରୁ ଜାଣି ପାରିଲା ତାର ସାଙ୍ଗ ଲିପ୍ସା କୁ ବାହା ହୋଇ ସାର ଏକପ୍ରକାର ଖୁସିରେ ଅଛନ୍ତି। ଯାହା ହେଉ, ଏକ ଦୀର୍ଘ ନିଶ୍ଵାସ ମାରିଲା। ହାତରେ ଧରିଥିବା ସେହି ପ୍ରେମ କବିତା ଟିକୁ ଆଉ ସେଠାରେ ଆବୃତି ନ କରି ମୋଡ଼ା ମୋଡ଼ି ଲୋଚା ଲୋଚି କରି ପୁଣି ଭ୍ୟାନିଟି ରେ ରଖି ତର ତର ହୋଇ ଆସି ଡ୍ରାଇଭର ପାଖରେ ପଂହଁଚି ସାରିଥିଲା। ପତ୍ର ବିନା କୃଷ୍ଣ ଛୁଡ଼ା ଗଛର ର ସେହି ଲାଲ ଟହ ଟହ ଫୁଲ ର ପାଖୁଡ଼ା ମାନ ସତେ କି ହାତ ହଲେଇ କି ବିଦାୟ ଦେଉଥାନ୍ତି।

ରଶ୍ମି ସାମଲ

ରଶ୍ମି ସାମଲ

ରଶ୍ମି ସାମଲ, ଭୁବନେଶ୍ୱର, ବିଶିଷ୍ଟ କବି ଓ ଗାଳ୍ପିକ

Related Posts

Vipul’s Voice:What is Spirituality?
More

Vipul’s Voice:
What is Spirituality?

by Vipul Agarwal
August 19, 2026

Vipul Agarwal, Delhi, 19 August 2026 The five elements, Prithvi, Jal, Agni, Vayu, and Aakash, are the fundamental components of the...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୭)

July 17, 2026
ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

ନୀଳାଚ଼ଳରେ ଜଗନ୍ନାଥ ଙ୍କ ରଥଯାତ୍ରା

July 16, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.