• About
  • Contact
Sunday, December 7, 2025
Sunday, December 7, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଆଜିର ଖରାପ ମଣିଷ

ଆଜିର ଖରାପ ମଣିଷ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୪ ଡିସେମ୍ବର ୨୦୨୪

ଖରାପ ମଣିଷ, ହୋଇବ ଅବଶ୍ୟ
ଆଜିର ସମାଜ ଭାବ,
ଯିଏ ଯାହା ମାଗେ, ନଦେଲେଟି ସଙ୍ଗେ
ନିନ୍ଦାଟି ପ୍ରଚାର ହେବ ।।
ମାଡ଼ିବେନି ପାଖ, ହୋଇ କେ’ବିମୁଖ
କରି, କେତେ ହାଟ, ବାଟ
ଛଅକୁ ଛପନ, ଭଲକୁ ଗୋପନ
କହି କରୁ ଥିବେ ନାଟ ।।
ଦେଇ ଧାର, ଋଣ, ନମାଗିଲେ ଜାଣ
ହୋଇଯିବ ଭଲ ଲୋକ,
ଯେବେ ମାଗି ଦେବ, ମନ ପକାଇବ
ହେବେ, ଦୁଃଖେ ବକବକ ।।
କଟିବ ସମ୍ପର୍କ, ବଢ଼ିଯିବ ଦୁଃଖ
ଦୂର ବ୍ୟବଧାନ ରେଖା,
ଅପ ପ୍ରଚାରର, ଶୁଭୁଥିବ ସ୍ୱର
ଏଠି, ସଠି ତ’ ଅଲେଖା ।।
ବୋଲହାକ ପାଇଁ, ସମୟ ନଦେଇ
ନିଜ ବାଟେ ନିଜେ ଥିଲେ,
ଗୋଠରୁ ଖଣ୍ଡିଆ, କରିଦେବେ ଯାହା
ଜନ ମନ୍ଦବୁଦ୍ଧି ତୁଲେ ।।
ଆହାର, ବିହାର, ନିଶା, ପଶା, ପର
ଲମ୍ପଟ ନଥିଲେ ଜମା,
କାଢ଼ି ତାଲିକାରୁ, ସାଙ୍ଗ ସୁଖ ଘରୁ
ମାଡିବେନି ତୁମ ସୀମା ।।
ସତକୁ କହିଲେ, ଶତ୍ରୁ ହେବେ ପଲେ
ବିଷ ଓଗାଳିବେ ଭାରି,
ସଚୋଟ ପଣକୁ, ମନ ଜାଣିବାକୁ
ହୁଏ ନାହିଁ, ଇଛା କା’ରି ।।
କେରାଣ୍ଡିକୁ ଗୁନ୍ଥି, ବଳିଆ ଧରନ୍ତି
ଚତୁର ପଣରେ କେହି,
ନୋହି ସହଭାଗି, ହୋଇଲେ ବିରାଗୀ
କେହି ପଚାରିବେ ନାହିଁ ।।
କୋଠକାଠ ଧନ, ଚଳୁ ପାଇଁ ମନ
ହୋଇଲେ ଅମଙ୍ଗ କେହି,
ଦୁରାଇ ରୁହନ୍ତି, କଟୁକ୍ତି କୁହନ୍ତି
ବୁଲି ଗାଆଁ, ଗଣ୍ଡା ଯାଇ ।।
ଚିଲେଇ କହିବେ, ଅପମାନ ଦେବେ
ଗାନ୍ଧୀ, ଗୋପବନ୍ଧୁ କହି,
ଆଖି ଠରାଠରି, ଇସାରାକୁ କରି
ମୁଖ ଭଙ୍ଗୀମା ବଚନ ଥୋଇ ।।
ତୋଷାମଦ କଥା, କଳ୍ପିତ ବାରତା
କହି ନଜାଣିଲେ ଓଠ,
ଦେଖି ପାଗ, ବେଗ, ବଦଳାଇ ଦିଗ
ଗତି ନକରିଲେ ଶଠ ।।
ସ୍ୱାଧୀନ ଚିନ୍ତନ, ସ୍ୱାଧୀନତା ମନ
ହଇରାଣ ହରକତ,
ପାଦେ, ପାଦେ କଥା, ନିନ୍ଦାର ବାରତା
ଆସି ମେଳୁଥିବ ନିତ୍ୟ ।।
ଥୁଲେ ଦୁଃଖେ କେହି, ପଚାରିବେ ନାହିଁ
ସୁଖ କାଳେ ମୁଣ୍ଡ ବିନ୍ଧା,
ଅସହିଷ୍ଣୁ ହୋଇ, ପ୍ରକାରନ୍ତେ କହି
ଦେବେ କେତେ ଗୋବା, ଖୁନ୍ଦା ।।
କହିବେ କୃପଣ, ନାହିଁ ତ୍ୟାଗପଣ
ସୁଣ୍ଠାରେ କରିଛି ଘର,
ଓଦା ହାତେ କୁଆ, ଉଡ଼ାଏନି ଯାହା
ଏହି ତାର କାରବାର ।।
ଯିଏ ଯାହା କହୁ, ବ୍ୟବହାର ଦେଉ
ସହିଗଲେ ହେବ ଭଲ,
ତୁଣ୍ଡକୁ ଖୋଲିଲେ, ପ୍ରତିବାଦ କଲେ
କମିବ ସରାଗ ମୁଲ ।।

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.