• About
  • Contact
Wednesday, March 11, 2026
Wednesday, March 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଅଳସୀ ଝିଅଟେ (ଶୀତ)

ଅଳସୀ ଝିଅଟେ (ଶୀତ)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୧୭ ଡିସେମ୍ବର ୨୦୨୨

ଉତ୍ତରା ଆଲଟର ଉତୁରା ପଣରେ
ଆଖିପତା ତାର କଳସେ ଲାଜରେ
ଭିଜେଇ ଦିଏ ଅଳସୀ ଦେହକୁ
ଶିଶିରର ବତୁରା ସ୍ନେହରେ ।।

ସପନ ପଖଳା ସୁହାଗରେ ମଥାପାତି
ପହିଲି ପୁଲକ ତୋଳେ ହାତଛନ୍ଦି
ସବିତା ପ୍ରିତୀର ସରାଗରେ
ଉଠିଆସେ ସୋରିଷ ଫୁଲର ବିଛଣାରୁ
ନଳିନୀର ପାଲଟା ପଂକ୍ତିରୁ ଜୀବନଚର୍ଯ୍ୟାରେ ।।

ଝୁଲି ପଡିଥିବା ସୁନା କ୍ଷେତରେ
ସଜାଡେ ସଜସକାଳର ସତେଜତା
ଓଠର ଭାଷାକୁ ପଢ଼ି ନିଏ ଏମିତି ସତରେ
ମନକୁ ସ୍ନିଗ୍ଧମୟ କରି ଲୋଟିପଡେ
ଶ୍ବେତବର୍ଣ୍ଣା ଗାଲିଚାରେ ଏରୁଣ୍ଡି ବନ୍ଧରୁ
ଧାନ ପେଣ୍ଡିର କେଶକୁ ବେଣୀବନ୍ଧନରେ ।।

ଯେମିତିକି ଡାଲିଆ ଫୁଲର ମର୍ଯ୍ୟାଦାରେ
ସୌନ୍ଦର୍ଯ୍ୟ ଭାରି ଭାରି ଲାଗେ
ଗେଣ୍ଡୁ ସେବତୀର ପାଦ ଶବ୍ଦରେ
ଚହଲା ମନର ରୂପର ରୋଷଣୀ
ଭିନ୍ନ ଏକ ସମ୍ମୋହନ ବୟସ ସାଥିରେ ।।

ଚୁଲୁବୁଲି ମୃଦୁ ରଙ୍ଗ ଝୁମିଯାଏ
ଗ୍ରାମ୍ୟପଥେ ଅତୀତର ପରିଚୟ ମାଗି
ରଡ଼ନିଆଁ ଉହ୍ମେଇର ଚିତ୍ର ଆଙ୍କି
ଅବର୍ତ୍ତମାନରୁ ଆକାଶର ରୂପାଜହ୍ନ ଯାଏ
ଯେତେ ସକଳ ଉଷ୍ମତା ମିଠା ଶବ୍ଦରେ
ଦୂର ସ୍ମୃତି ଝାପ୍ସା ଝାପ୍ସା ସେଇ ପୃଥିବୀରେ ।।

ସନ୍ଧ୍ୟାକୁ ସଜାଇ ସହରି ଆଲୋକେ
ଶିଳାନ୍ୟାସ ଦେଇଥାଏ ରାତିର ଛାତିରେ
ଅଳସୀ ଆଳାପରୁ ଲମ୍ବିଯାଏ ଚଉଠେ କମ୍ବଳର ମୋହ
ବିଳାସୀ ନାୟିକାର ପଲଙ୍କେ ସ୍ବପରେ
ସତେଜ କରେ ଫୁଲମତିକୁ ଶତଲଜ୍ୟା ଦେଇ
ତାଟକା ତମାଳ ତଟରୁ କଳ୍ପନାର ଅପବାଦେ ।।

ଅସ୍ତବ୍ୟସ୍ତ ସଂଯମତାରେ ଅବଶିଷ୍ଟ ଭାଗ୍ୟ
ଶେଷ ପରିଧି ପ୍ରାନ୍ତରେ ମହଣେ ଜଞ୍ଜାଳ
ନିଉଛାଳି ହୁଏ ଅଳସୀ ଝିଅଟେ ପରି
ସେହି ଅନୁଚ୍ଚାରିତ ଶବ୍ଦ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.