• About
  • Contact
Tuesday, March 10, 2026
Tuesday, March 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବାଲି

ବାଲି
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୨୪ ଜୁନ୍ ୨୦୨୫

କିଛି ଅବସୋସ ଅବଲମ୍ବନର ଛାଇରେ ଜିଇଁଲେ ଜୀବନ ହୁଏ
କିଛି ପରିଚିତ ଅନ୍ତର୍ଦାହ ସାଥେ ଜୀବନର ସୁର ମିଳେଇ ଯାଏ
କିଛି ଦେହଭୋଗା ପରଳ ପଛରେ ଥାଇ ଥୁଣ୍ଟାହସ ହସିଲେ ଗଲା
ଖୁଣ୍ଟିଖିଆ ମନ ସମୟ ଛାତିରୁ ଓଳିଏ ଘେନିଲେ କଅଣ ଗଲା

କେଉଁଠି କେମିତି କେତେବେଳେ ଯଦି ସ୍ମୃତିର ବଖରା ଥରକେ ଖୋଲେ
କେଉଁ ବଖରାର ଦୁଆରେ ଦୁଆରୀ ଲେଉଟାଣି ଟାକୁ ନିତି ତଉଲେ
ହିସାବ ନାଆଁରେ ନିଶାପ ହୁଏନି ବରାବର ଯେବେ ସମ୍ପର୍କ ହୁଏ
ଛାଇନିଦ ପରି ଛାଇର ଛନ୍ଦରେ ତାରା ଗଣୁଗଣୁ ରାତି କି ଥାଏ

ବିରହ ରାତିର ତାରା ପରି କେବେ ନିଜେ ହସୁଥାଏ ହସାଉ ଥାଏ
ଲୁହନଈ ତୁଠେ କୁଆଁରୀ କଇଁର କେଉଁ ପାଖୁଡାରେ ଲୁହ ବା ଥାଏ
କେଉଁଠି ବର୍ଷାର ପହିଲି ଛୁଆଁକୁ ଆଗତୁରା ଛୁଏଁ ବୈଶାଖୀ ଝଡ଼
କା’ନଥିବା ରାତି ଖୋଲିଦେଇ ନଥି ମନ ଦୁଆରରେ ପକାଏ ବାଡ଼

ବାଲିଚର କଥା ଚୋରା ବାଲି ବ୍ୟଥା ବାଲିବନ୍ଧ ଦାଢେ ବାଉଳା ପାଦ
ବାଲି ଛୁଉଁ ଛୁଉଁ ପାଦ ପୋତି ହେଲେ ପାଉଁଜି ଆଖିକୁ ଓହ୍ଲାଏ ନିଦ ।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଯୁଦ୍ଧ ସରୁ ବୋଲି କହନ୍ତିନି କେହି
Literature

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

by Manas Ranjan Mahapatra
March 10, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ମାର୍ଚ୍ଚ ୨୦୨୬ କୁଳୁକୁଳୁ ଝରଣାମାନଙ୍କୁ 'ନଈ ହେଇ ଯା' ବୋଲି ଆଜିକାଲି କହନ୍ତିନି କେହି ସବୁ ଝର୍କାରେ ଭୟ କାଳେ...

Read more
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.