• About
  • Contact
Saturday, January 24, 2026
Saturday, January 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବିଚିତ୍ର ମଣିଷ

ବିଚିତ୍ର ମଣିଷ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୨୪ ମଇ ୨୦୨୩

ବାପା ମାଆ ଆଜି, ବଇରୀ ହେଲେଣି
ଜରାଶ୍ରମ ତାଙ୍କ ଗତି,
ବାସ, ଗ୍ରାସ ପାଇଁ, ହନ୍ତସନ୍ତ ହୋଇ
ହୀନ ହିନସ୍ଥାର ସ୍ଥିତି ll
କୁକୁର ପୋଷିବା, ସଉକ ହେଲାଣି
ମାଛ, ମାଂସ, ରୁଟି, କ୍ଷୀର,
ତାହାର ଆଦର, ଯତନ ବେଭାର
ଖରଚକୁ ନାହିଁ ଡର ll
ଭଉଣୀ ବିବାହ, ଘରବର ସହ
ଭବିଷ୍ୟତ କଥା ଏଡ଼ି,
ଶାଳୀର ପ୍ରେମରେ, ଘରଣୀ ଭୟରେ
ବ୍ୟବସ୍ଥା ପଥରେ ମାଡ଼ି ll
ଭାଇର ଅଭାବେ, ସହଯୋଗ କେବେ
ମିଳିବା ଦୁଃସହ କଥା,
ଶଳାପାଇଁ ଚିନ୍ତା, ଘୁରେ ଜ୍ୱାଇଁମଥା
କହି ଆଦର୍ଶର ବାର୍ତ୍ତା ll
ରୋଗୀକୁ ଔଷଧ, ପାଠ ପାଇଁ ନିଧି
ଖୋଜା ଲୋଡ଼ା ହୁଏ ନାହିଁ,
ଜୁଆ ମଦ ପାଇଁ, ଯୋଗାଡ଼ ହୁଅଇ
ମରଦ ପଣିଆ ସେହି ll
ବହି ପଢ଼ା ଛାଡ଼ି, ମୋବାଇଲ ଭିଡ଼ି
ସମୟର ଅପଚୟ,
ଖାଲି ଗୁଲି ଗପ, ବୃଥାରେ ବହପ
ବୁଲାବୁଲି ପ୍ରତି ଲୟ ll
ଫେସନ ଦିଶୁଛି, ଭଳି, ଭଳି କିଛି
ବିଚିତ୍ର ବେଭାର ସବୁ,
ମଥାଠାରୁ ଚିତା, ବଳିପଡ଼େ କଥା
ନବ ଆଧୁନିକ ବାବୁ ll
ଅଳସୁଆଙ୍କର, ବାରବାଟି ଚାଷ
ରାତି ଗୋଟାକରେ ହାତୀ,
ବୃଥା ପ୍ରେଷ୍ଟିଜ୍ ଟି, ଭିଡ଼ି ଧରେ ଏଠି
ମନରେ ସଂକୀର୍ଣ୍ଣ ନିତି ll
କଥା ବଡ଼ ବଡ଼, ମୁହଁ ଟାଣ ତୋଡ଼
ସିଝେ ନାହିଁ ହାତେ ଖଡ଼ା
ଅଭାବର ଦାଉ, ଅସହ୍ୟ ହୋଇଲେ
ପିଲା, ସ୍ତ୍ରୀ ପିଠି ଫଡ଼ା ll
ଋଣ ନେଇ ନେଇ, ସୁଝା ହୁଏନାହିଁ
ଓଲଟାରେ ଟାଣପଣ,
ଧମକ ଚମକ, ଆଖିଟି ଆରକ୍ତ
ଅଭାଷା, କୁଭାଷା ପୁଣ ll
ଯୋଜନା କଳ୍ପନା, ସୀମାରେ ରୁହେନା
ଶୁଣିବାକୁ ଲାଗେ କାବା,
ନିର୍ଲଜ ଓଠଟି, କରେ ହୁରି ପାଟି
ଘେନିବାକୁ ବାହା ବାହା ll
ବିଚିତ୍ର ମଣିଷ, ବିଚିତ୍ର ମାନସ
ବିଚିତ୍ର ତା କାରବାର,
ନାହିଁ ଲଘା ପଘା, ଚେତନାର ଜାଗା
ବିବେକ ଶୂନ୍ୟତା ଘର ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ସରସ୍ଵତୀ ବନ୍ଦନା : ବିଦ୍ୟା, ବିବେକ ଓ ବୈଷୟିକ ପ୍ରଗତିର ସମନ୍ୱୟ
Literature

ସରସ୍ଵତୀ ବନ୍ଦନା : ବିଦ୍ୟା, ବିବେକ ଓ ବୈଷୟିକ ପ୍ରଗତିର ସମନ୍ୱୟ

by Saswat Ranjan Das
January 23, 2026

ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୩ ଜାନୁୟାରୀ ୨୦୨୬ "ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା, ଯା ଶ୍ୱେତ ପଦ୍ମସନା, ଯା ବୀଣା ବରଦଣ୍ଡ ମଣ୍ଡିତ...

Read more
ବୀଣା ବାଦିନୀ

ବୀଣା ବାଦିନୀ

January 23, 2026
ମନ୍ତ୍ରୀ ସେବେର

ମନ୍ତ୍ରୀ ସେବେର

January 22, 2026
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.