• About
  • Contact
Tuesday, March 10, 2026
Tuesday, March 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ବୀଣା ବାଦିନୀ

ବୀଣା ବାଦିନୀ
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨ ଫେବୃଆରୀ ୨୦୨୫

କର ପତ୍ର ଯୋଡ଼ି କରୁଛି ସ୍ତୁତି
ମାଘ ମାସ ଶୁକ୍ଳ ପଞ୍ଚମୀ ତିଥି।
ମରାଳ ବାହିନୀ – ମାତା ଆସୁଛନ୍ତି
ଉତ୍ସବ ପାଳନ୍ତି ମରତ ବାସୀ।।

ବସନ୍ତ ପଞ୍ଚମୀ ଆଜିର ଦିନ
ବ୍ରହ୍ମା ମୁଖୁ ମାତା ହେଲେ ଉତ୍ପନ୍ନ।
ଚତୁର୍ଭୁଜା ହସ୍ତେ ବୀଣା ଶୋଭା ପାଏ
ପଦ୍ମ ଆସନରେ ଶୁଭ୍ରବସନ।।

ଜନ୍ମନ୍ତେ ମାତାଙ୍କ ବୀଣାର ଧ୍ଵନୀ
ତ୍ରିପୁରେ ଶୁଭିଲା ରାଗ ରାଗିଣୀ।
ଜଡ଼ ଚେତନାକୁ ଜାଗ୍ରତ କରିଲେ
ସୁନ୍ଦର ଦିଶିଲା ଧରଣୀ ରାଣୀ।।

ସ୍ରଷ୍ଟାଙ୍କ ସୃଷ୍ଟିରେ ଲାଗିଲା ଗୋଳ
ପର୍ବତ ଶିଖରୁ ଝରଣା ଜଳ।
ଝର ଝର ହୋଇ ଝରି ପଡୁଅଛି
ସୃଷ୍ଠି ହେଲା ନଦୀ ହ୍ରଦର ଧାର।।

ସୁଜଳା ସୁଫଳା ହେଲା ଅବନୀ
ଆଶ୍ରିବାଦ ଦେଲେ ବୀଣା ବାଦୀନି।
ସର୍ବସଙ୍କଟର ସମାଧାନ କଲେ
ବିଦ୍ୟା ବୁଦ୍ଧି ଦେଇ ବିଦ୍ୟା ଦାୟିନୀ।।

ଜଗତ ଜନଙ୍କ ମଙ୍ଗଳ କରି
ଘରେ ଘରେ ଆଜି ପୂଜା ତୁମରି।
ଶ୍ରୀପଞ୍ଚମୀ ତିଥି ସବୁ ଶୁଭ କାର୍ଯ୍ୟ
କରୁଛନ୍ତି ମାତା ନାମ ସୁମରି।।

ବିଦ୍ୟା ନିକେତନ ଆଜିର ଦିନ
ପିଲାଙ୍କର ମନ ଭାରି ପ୍ରସନ୍ନ।
ସାଜ୍ଜ ସଜ୍ଜା କରି ପ୍ରଫୁଲ୍ଲ ଚିତ୍ତରେ
ମାତାଙ୍କୁ ବସାଇ ଦିବ୍ୟଆସନ।।

ଅଗରୁ ଚନ୍ଦନ ପୁଷ୍ପର ବାସ
ପୂଜା କରୁଛନ୍ତି କରି ଉପାସ।
ଶଙ୍ଖ ଘଣ୍ଟା ଆଉ ବେଦ ମନ୍ତ୍ର ଧ୍ଵନୀ
ମୁଖରିତ କରେ ସାରା ଜଗତ।।

ଦୀନ ଅକିଞ୍ଚନ ଶିରି ଚରଣେ
ଭକ୍ତି ଭାବ ରହୁ ମୋହରି ମନେ।
ତୁମ ଆଶିଷରେ ବିତି ଯାଉ ଦିନ
କଲ୍ୟାଣ କରନ୍ତୁ ଜଗତ ଜନେ।।

।। ଜୟ ମା’ ବୀଣାବାଦୀନି ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ଯୁଦ୍ଧ ସରୁ ବୋଲି କହନ୍ତିନି କେହି
Literature

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

by Manas Ranjan Mahapatra
March 10, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ମାର୍ଚ୍ଚ ୨୦୨୬ କୁଳୁକୁଳୁ ଝରଣାମାନଙ୍କୁ 'ନଈ ହେଇ ଯା' ବୋଲି ଆଜିକାଲି କହନ୍ତିନି କେହି ସବୁ ଝର୍କାରେ ଭୟ କାଳେ...

Read more
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.