• About
  • Contact
Wednesday, March 11, 2026
Wednesday, March 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଦାସ ଆପଣେ

ଦାସ ଆପଣେ
Share on FacebookShare on Xshare on Whatsappshare on Linkedin
ପ୍ରମୋଦ କୁମାର ଦାଶ, କଟକ, ୯ ଅକ୍ଟୋବର ୨୦୨୪

ଜନମଙ୍ଗଳ ରେ ଜନସେବା ଯଜ୍ଞେ ଝାସ ଯିଏ ଦେଇଥିଲେ।
ଜନବନ୍ଧୁ ଭାବେ ଜନମାନସ ରେ ଇତିହାସେ ଖ୍ୟାତ ହେଲେ।।
ସେବା ଓ ପ୍ରେମ ର ମହତ୍ତ୍ଵ ଶିକ୍ଷାକୁ ଭାଗବତ ଠାରୁ ନେଇ।
ସେବା ସର୍ବଶ୍ରେଷ୍ଠ ଧର୍ମ ଆଚରଣ ଜୀବନ ପଥରେ ଧ୍ୟାୟୀ।।
ଉତ୍କଳୀୟ ଜାତୀୟତାବାଦ କୁ ସେ ଜୀବନେ କଲେ ବ୍ୟାପକ।
ଉତ୍କଳ ସମ୍ମିଳନୀ ମାଧ୍ୟମେ ରଖିଲେ ଓଡ଼ିଆ ଜାତି ର ଟେକ।।
ଭାଷା କୁ ଜାତିର ପ୍ରାଣସ୍ପନ୍ଦନରେ କରିଥିଲେ ଅଭିହିତ।
ଦେଶ ଜାତି ପ୍ରେମେ ଉତ୍କଳ ଭୂମିର ରଖିଥିଲେ ସେ ମହତ।।
ନିଃସ୍ବାର୍ଥପର ଦୁଃଖୀ ସେବା ତ୍ୟାଗ ତୁଳନା ତାହାର ନାହିଁ।
ସତ୍ୟବାଦୀ ବନ ବିଦ୍ୟାଳୟ ସମ ପ୍ରତିଷ୍ଠା ଜଗତେ କାହିଁ।।
ବିଧାନ ସଭାର ସଦସ୍ୟ ଥାଇଁ ବି ଦୁଃଖୀ ଦୁଃଖ ବୁଝୁଥିଲେ।
ନିରନ୍ନ ବୁଭୁକ୍ଷୁ ଜନତା ସେବା କୁ ବିଭୁ ସେବା ମଣିଥିଲେ।।
ଓଡ଼ିଶା ପ୍ରଦେଶ ଗଠନେ ଅଂହିସା ଆନ୍ଦୋଳନ କରିଥିଲେ।
ଓଡ଼ିଆ ର ସ୍ୱର ଲିପିବଦ୍ଧ୍ ପାଇଁ ସମାଜ ପ୍ରତିଷ୍ଠା କଲେ।।
ମହାତ୍ମା ଭାବରେ ନିଜ ତନ ମନ ଧନ ଯୌବନ ତେଜିଲେ।
ଉତ୍କଳମଣି ସେ ଧ୍ରୁବତାରା ଆମ ହୃଦୟେ ଅଙ୍କିତ ହେଲେ।।
ଦାସ ଆପଣେ ଙ୍କୁ ଝୁରୁଛି ଆଜି ଅପହଞ୍ଚ ଇଲାକା ମାଟି।
ପୁଣ୍ୟ ଜନ୍ମତିଥି ସ୍ମରଣୀୟ ସଦା ଘେନ ମୋ ପ୍ରଣାମ କୋଟି।।

ପ୍ରମୋଦ କୁମାର ଦାଶ

ପ୍ରମୋଦ କୁମାର ଦାଶ

ରାଜ୍ୟ ସରକାର ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପରିବେଶ ସେବକ ଓ ସଭାପତି : ଜନମଙ୍ଗଳ । ଗୋପାଳପୁର, ନିଶ୍ଚିନ୍ତକୋଇଲି, କଟକ
ମୋ : ୯୩୩୭୫୪୭୨୪୨

Related Posts

ମୁଁ କାହିଁକି ଲେଖେ (ଭାଗ ୬୩)
Literature

ମୁଁ କାହିଁକି ଲେଖେ (ଭାଗ ୬୩)

by Manas Ranjan Mahapatra
March 11, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୧ ମାର୍ଚ୍ଚ ୨୦୨୬ ପଚାଶ ବର୍ଷ ଲେଖି ସାରିବା ପରେ କାହିଁକି ଲେଖିଲି, ସେ ନେଇ ମୋ ମନ ଭିତରେ କୌଣସି ପ୍ରଶ୍ନ...

Read more
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.