• About
  • Contact
Tuesday, March 10, 2026
Tuesday, March 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଗାଁ

ଗାଁ
Share on FacebookShare on Xshare on Whatsappshare on Linkedin
ଆଲୋକ କୁମାର ପ୍ରଧାନ, ପୁରୀ, ୧୩ ଫେବୃଆରୀ ୨୦୨୩

ତୁମ ସହରର ମହୁଲୀ ନିଶାରେ ମୋ ଗାଁ ନିଇତି ମରେ।
ନିତି ମରେ ସିନା ଦଣ୍ଡେ ନିମିଷେ କି ସହରକୁ ଭୁଲିପାରେ।
ଯେଉଁଠି ଏ ହାତୁ ସେ ହାତ ହୋଇ କି ମାରଇ ଶେଷ ନିଃଶ୍ୱାସ।
ମଉକାରେ ଛକା ସହରୀ ଭାଷାରେ ଗାଁ ଭାଷାରେ ବିଶ୍ବାସ।

ଗାଁ ରେ ବିଶ୍ବାସ ଗାଁ ଗୋହିରୀରେ ନସରପସର ହୁଏ।
ଗାଈଆଳ ଟୋକା ଟିକି ବଂଇଶୀ ରେ ଟିକକରେ ଧରା ଦିଏ।
କେବେ ବସି ମିତ କେବେ ବା ସଙ୍ଗାତ ଅଜ୍ଞାତବାସେ ଯାଏ।
ଅପରିଚିତ ର ପରିଚୟ ନେଇ ଅନ୍ଧାର ଗୋଟଉ ଥାଏ।

ସହରୀ ପଣର ଘାଇ ମୁହଁରେ ମୋ ଗାଁ ଛିଡ଼ା ଘାସ ବୁଦେ।
ବରାଦୀ ଜୀବନ ବଉଦରେ ଗାଁ ରଫୁକରା ମେଘ ବୁନ୍ଦେ।
ମୁନ୍ଦେ ତୋରାଣି ର ତୋରା ତୂଣୀରରେ ତେରେଛା ବାଣ ମୋ ଗାଁ।
ହାତ ଟେକିଦେଲେ ଅବିଶ୍ବାସ ମେଳେ ମାଳେ ବିଶ୍ବାସ ତା ନାଁ।

ମୋ ଗାଁ କୁ କେବେ ଆଙ୍କନି ସହରୀ ଶିରିତୁଟା ସରାଗରେ।
ମୋ ଗାଁଉଲୀପଣ ଚିରକାଳ ବନ୍ଦୀ ମମତାର ପ୍ରୀତି ସୁରେ।

ଆଲୋକ କୁମାର ପ୍ରଧାନ

ଆଲୋକ କୁମାର ପ୍ରଧାନ

ବିଶିଷ୍ଟ କବି ଓ ଲେଖକ ।
ଅମୃତାଂଶୁ, ବାଲିଗୁଆଳି, ପୁରୀ ।

Related Posts

ଗୋଧୂଳି
Literature

ଗୋଧୂଳି

by ଆଲୋକ କୁମାର ପ୍ରଧାନ
March 9, 2026

ଆଲୋକ କୁମାର ପ୍ରଧାନ, ପୁରୀ, ୯ ମାର୍ଚ୍ଚ ୨୦୨୬ କେମିତି ରାସ୍ତାଟେ ସରେ ମରୁଥାଏ ସରିବା ସମୟ ସମୟ ମୁଠାରେ ଧରି ହେଉଥାଏ ଆୟୁଷର କ୍ଷୟ ଖୁଆଦଣ୍ଡ...

Read more
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
ସତରେ ଏମିତି ହୁଅନ୍ତା କି – ୨୪

ସତରେ ଏମିତି ହୁଅନ୍ତା କି – ୨୪

February 23, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.