• About
  • Contact
Saturday, January 24, 2026
Saturday, January 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଘର

ଘର
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୭ ନଭେମ୍ବର ୨୦୨୪

ଖରା, ବରଷାକୁ, ଶୀତ କାକରକୁ
ସୁରକ୍ଷା କବଚ ସିଏ,
ଦେଇ ନିରାପତ୍ତା, ବଢ଼ାଏ କ୍ଷମତା
କୋଠାବାଡ଼ି ଘର ଟିଏll (1)
ଥିଲେ ଝାଟି ମାଟି, ଛଣ, ଛପରଟି
ନାକ ଟେକା, ଘୃଣା ପଣ,
ଥାଉଟି ସଂସ୍କାର, ଥାଉ ଶିଷ୍ଟାଚାର
ନଜର ନଥାଏ ଜାଣll (2)
ଉତ୍ତାପ ହରାଇ, ହିତକର ସେହି
ଅସହ୍ୟ, ଗରମ ପାଇଁ,
ତଥାପି ମଣିଷ, ଅବୁଝାରେ ବଶ
କୁଟୀର, କୁଡିଆ ଚାହିଁll (3)
କରେ ମନ ଉଣା, ଅଲେଖା ଅଗଣା
ଦେଖି ଦୂରୁ ମୁହଁ ମୋଡ଼େ
ସରସ ବଦନ, ହୋଇ ଯାଏ ମ୍ଳାନ
ବିଷର୍ଣ୍ଣରେ ସ୍ଥାନ ଛାଡ଼େll (4)
ଥାଉ ଜମି ବାଡ଼ି, ତୋଟା, ଲଟା, ଗଛ
ବନ୍ଧ, ସୁନା, ରୁପା ଯେତେ,
ପକ୍କା ଘର ଟିଏ, ଯେବେଟି ନଥାଏ
ମନ ସାନ, ହୀନ ମତେll (5)
ନୁହେଁ ଇଟା ମାଟି, ବାଲି, ଗୋଡ଼ି ସହ
ସିମେଣ୍ଟ, ଲୁହା, ପଥର
ସଞ୍ଚୟ, ଶ୍ରମରେ, ଘର କୋଠା ଭରେ
ହୁଏ, ପୂର୍ଣ୍ଣ କଳେବରll (6)
କେତେ ଯେ ସପନ, କେତେ ଅନୁଧ୍ୟାନ
କେତେ ଯେ ଯୋଜନା ଭରା,
କେତେ କଥା, ନଥା, ହୀନ ଓ ହିନସ୍ଥା
ଏକା, ଘର ପାଇଁ, ଯାତରାll (7)
ବାର ଦୁଆରକୁ, ପାଦଟି ଯିବାକୁ
କରେ ବାଧ୍ୟ, ପରିସ୍ଥିତି,
କୁଲିଆ, ମୁଲିଆ, ତାପି ମିସ୍ତ୍ରୀ ଠିଆ
କମାର, ଦୁଆରେ ନିତିll (8)
ଆଲୋକ ପାଣିର, ବ୍ୟବସ୍ଥା ନଜର
ଖୋଜା ଲୋଡ଼ା, ହୁଏ ପୁଣି,
ସାରି ହାତୁ ଧନ, କେତେ ବାବୁଧନ
କାକୁତି, ମିନତି ବାଣୀll (9)
ଦେଖି ନଦେଖିବା, ଶୁଣି ନଶୁଣିବା
ବାହାନାର ଲୁଚକାଳି,
ମିଛ ସତ ଭରା, ନଥିବା ଯାତରା
ଘର ପାଇଁ ମନ ଢାଳିll (10)
କେତେ ନଷ୍ଟ ହୁଏ, ଚୋର ଖଣ୍ଟ ବୁହେ,
ମଧ୍ୟସ୍ତି ବାପୁଡ଼ା ଖାଏ,
ପାଣି ପରି ଧନ, ହୁଏ ବିସର୍ଜନ
ପଥର ଛାତିଟି, ସହେll (11)
ହୁଏ ଋଣ ବାଡ଼ି, କରଜ ବନ୍ଧକ
ଧାର, ଉଧାରଟି କେତେ,
ବିଭିନ୍ନ ପ୍ରସ୍ତାବ, କାନ ଶୁଣୁ ଥିବ
ଘର, ବାଡ଼ି, ଦାଣ୍ଡ, ପଥେll (12)
ଜନ, ମନ କଥା, ଭିନ୍ନ ଭିନ୍ନ ଚିନ୍ତା
ଭାବନାର ଅନୁରୂପେ,
ଆଗରେ, ପଛରେ, କିଏ ବା କାନରେ
ଟୁପୁରୁ, ଟାପୁରୁ ଗପେll (13)
କୁଚକ୍ରୀ ଲୋକଟି, କରୁ ଥାଏ ଖଟି
ପାଣିରେ ଲଗାଇ ନିଆଁ,
କରି ଲଗାଜୁଟା, କରେ ହଟହଟା
ବିବାଦକୁ ହୁଏ ଠିଆll (14)
ଜିରାରୁ ଶିରାଟି, କାଢ଼ି ଏଠି ସେଠି
ପେଞ୍ଚ, ପାଞ୍ଚ, ମନ ଗଢ଼ା,
ହୃଦୟ ସହେନା, ବଢ଼ଇ ବେଦନା
ପିଲାଠାରୁ, ବୁଢ଼ୀ, ବୁଢ଼ାll (15)
ମନ କାର ଜଳେ, ଇରିଷା ଅନଳେ
ଦେଖିସହି ପାରେ ନାହିଁ,
କାଢ଼ି ମନ୍ଦବୁଦ୍ଧି, ଛନ୍ଦମନ୍ଦ ଖୁନ୍ଦି
ଅପ ପ୍ରଚାରରେ ବାଇll (16)
କେତେ ଖାଇ ଦେଲା, କେତେ ବୋହି ନେଲା
ଭଣ୍ଡାମୀ, ଠକାମୀ କରି,
କୃପଣ ପଣରେ, ମଗଧିଆ ଟିରେ
କରି ଘର, ବାହାଦୁରୀll (17)
କରିଲା ଅପହ, କେତେ କରି ଦ୍ରୋହ
ଭାଇ, ଭଗାରୀଙ୍କ ଧନ,
ହୋଇ ଏକଡୁକା, କଲା ଅଟାଳିକା
ଲୁଚା, ଚୋରାଟିରେ ମନll (18)
ଦିଏ ଘର, ମାନ, ସମାଜେ ଆସନ
ସଭା, ସମିତିରେ ସ୍ଥାନ,
ନୂଆ ବନ୍ଧୁ ବଢ଼େ, କିଏ ପିଣ୍ଡା ଚଢେ
ପ୍ରସ୍ତାବକୁ ଉଥାପନll (19)
ପୁଅ, ଝିଅ ପାଇଁ, ପାତ୍ର ଯୋଗାଡ଼ଇ
ପକ୍କା, ଘର ବାଡ଼ି ଟିଏ,
ବାହାର ସୁନ୍ଦର, କରନ୍ତି, ନଜର
ଅନ୍ୟ ସବୁ କିଏ ଚାହେଁ? (20)
ଘର ଏକ ସ୍ୱପ୍ନ, ଭାବନା ମଗନ
କୁସ୍ତି, କସରତ ଖେଳ,
ସେ ଏକ ତପସ୍ୟା, ସାଧନା ଓ ନିଶା
ବହୁ ଶ୍ରମଟିର ଫଳll (21)

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ସରସ୍ଵତୀ ବନ୍ଦନା : ବିଦ୍ୟା, ବିବେକ ଓ ବୈଷୟିକ ପ୍ରଗତିର ସମନ୍ୱୟ
Literature

ସରସ୍ଵତୀ ବନ୍ଦନା : ବିଦ୍ୟା, ବିବେକ ଓ ବୈଷୟିକ ପ୍ରଗତିର ସମନ୍ୱୟ

by Saswat Ranjan Das
January 23, 2026

ଇଂ. ଶାଶ୍ଵତ ରଞ୍ଜନ ଦାସ, କଟକ, ୨୩ ଜାନୁୟାରୀ ୨୦୨୬ "ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା, ଯା ଶ୍ୱେତ ପଦ୍ମସନା, ଯା ବୀଣା ବରଦଣ୍ଡ ମଣ୍ଡିତ...

Read more
ବୀଣା ବାଦିନୀ

ବୀଣା ବାଦିନୀ

January 23, 2026
ମନ୍ତ୍ରୀ ସେବେର

ମନ୍ତ୍ରୀ ସେବେର

January 22, 2026
ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

ଲେଖକ ବଳରାମ ଦାସ: ଦୁଇଟି ଦେଖା (ଭାଗ ୫୯)

January 20, 2026
ସତରେ ଏମିତି ହୁଅନ୍ତା କି-୨୨

ସତରେ ଏମିତି ହୁଅନ୍ତା କି-୨୨

January 20, 2026
କହିଲେ ମଦୁଆ, ବାଧିଯାଏ କିଆଁ?

କହିଲେ ମଦୁଆ, ବାଧିଯାଏ କିଆଁ?

January 17, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.