ଡକ୍ଟର ମନୋରମା ବିଶ୍ୱାଳ ମହାପାତ୍ର, ଭୁବନେଶ୍ୱର, ୫ ନଭେମ୍ବର ୨୦୨୩
କେତେ ଶରଧାରେ ସଜାଡ଼ି ଥିଲି ମୁଁ
ଛୋଟ ଘରଟିକୁ ମୋର
ସେ ଘର ଭିତରେ ଥାପି ଥଲି କେତେ
ଜୀବନର ନୂଆ ସୁର ।୧।
ସେ ନୂଆ ସୁରରେ ଇନ୍ଦ୍ରଧନୁର
ସାତଟି ରଙ୍ଗ ହୋଇ
କେତେ ଟିକିଟିକି ଫୁଲ ଫୁଟି ଥିଲା
ଅସରା ମହକ ନେଇ ।୨।
ସେ ମହକ ଆଜି କେତେ ବେଳେ ସତେ
କୁଆଡ଼େ ଯେ ଗଲା ଚାଲି
ଉଦାସୀନତା ଓ ଶୂନ୍ୟତା ସାଥେ
ଜୀଇଁ ମୁଁ ରହିଛି ଖାଲି ।୩।






