ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୯ ଜୁଲାଇ ୨୦୨୫
ରାତିର ବହଳ ଅନ୍ଧାର ଯେବେ
ଭିଜୁଥାଏ ଶିଶିର ବିନ୍ଦୁରେ
ନଈର ଉଛୁଳା ଫେନିଳ ଜଳ
ହସୁଥାଏ ରୂପା ଜୋଛନାରେ।
କ୍ଷେତରେ ସୁନାର ଫସଲ ଯେତେ
ଲୋଟୁଥାଏ ଶ୍ରାବଣ ବର୍ଷାରେ
ପକ୍ଷୀଙ୍କ ନିସ୍ତେଜ ତନୁ ଅଳସ
ଭାଙ୍ଗୁଥାଏ କୋମଳ ନିଡରେ।
ସେଇ ନିରବ, ନିଶ୍ଚଳ ରାତିରେ
ତୁମେ ସଖୀ ନଥିଲେ ପାଖରେ
ହୃଦୟ ସିଝେ ବିରହ ଜ୍ୱାଳାରେ
ମନ ଭରେ ଅଜଣା କୋହରେ।