• About
  • Contact
Thursday, March 12, 2026
Thursday, March 12, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମଧୁପାର୍ବଣ ପଞ୍ଚମ ଚରଣେ (ମା ସ୍କନ୍ଧମାତା)

ରାତିଦିନ ଜଳୁଥାଏ
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, କଟକ, ୨୬ ମାର୍ଚ୍ଚ ୨୦୨୩

ତୁ ସର୍ବନାମ ମମତ୍ବ ବୋଧରେ
ଚତୁର୍ଭୁଜା
ତୋ କୋମଳ ସ୍ପର୍ଶରେ
ଏ ଧରା ସଞ୍ଜିବନୀ ସୁର ଆଙ୍କେ
ପଞ୍ଚମ ଚରଣେ ତୁ ଆଜି
ସ୍କନ୍ଧମାତା ।

ମଧୁଚୈତ୍ର ସୁହାସିନୀ
ମଙ୍ଗଳମୟୀ
ତୁ ଥରେ ଆପଣେଇ ନେ
ମୋ ଭିତର ବିକଳପଣକୁ
ସଂସାରର କ୍ଷଣଭଙ୍ଗୁର ସମୟକୁ
ଲୋଟାଇ ଦେଇ
ତୋ ପାଦତଳେ
ନିଃଶ୍ବାସଟିଏ ପାଇଯାଉ ବିଶ୍ୱାସ
ମୁକୁଳା ରଖିଛି ଦୁଆର ।

ଖୁବ୍ ଅଣନିଃଶ୍ବାସୀ ମୁଁ
ଆଜି ତୋ ବିନା
ନିଜର ଅସ୍ତିତ୍ବ ହରାଇ
ତୋ ଆଲିଙ୍ଗନ ପାଇଁ
ମୁଁ କେତେ ଦୂର୍ବଳତା ସାଉଁଟିବି ଆଉ ।।

ତୋ ବିଶୁଦ୍ଧ ଚକ୍ରରେ
ମୋ ଅଶୁଦ୍ଧ ଆତ୍ମାର ପରିଚୟ କେଉଁଠି ଯେ ……..
ମୁଁ ଅଭ୍ୟାସ କରୁଛି
ତୋ ପଣତ ଛାଇତଳେ
ତମାମ ଜୀବନ ଢ଼ାଳି
ନିଶ୍ଚିତ ରୁ ନିଶ୍ଚିତ ହେବାକୁ ।

ତୋ ଆଉ ମୋ ଭିତର
ବନ୍ଧନ ସମୁଦ୍ର ହୋଇ ଲଙ୍ଘି ଯାଉ
ମୁଦିହେଉ ଆଖିପତା ମୋର
ଝରିପଡ଼ୁଥାଉ ମୋ
ମୋ ଭିତର ଅଜ୍ଞାନତା
ଏକିଭୁତ ହେବାକୁ
ତୋ ପାଖରେ ମୁଁ
ନବ ଚେତନାର ପଦ୍ମ ଆଙ୍କିଛି
ତୁ ମୋତେ ଭଲପାଉ ବୋଲି
ମୁଁ ତ ଏଯାଏଁ ଦେହ ଧରିଛି
ଆଉ କିଛି କହିବିନି ତୋତେ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.