• About
  • Contact
Saturday, March 14, 2026
Saturday, March 14, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ମୋ ଜନମଭୂମି

ମୋ ଜନମଭୂମି
Share on FacebookShare on Xshare on Whatsappshare on Linkedin
ଜଗନ୍ନାଥ ପ୍ରସାଦ ଦାଶ, ନିଶ୍ଚିନ୍ତକୋଇଲି, କଟକ, ୧୬ ମାର୍ଚ୍ଚ ୨୦୨୫

ମୋ ଜନମଭୂମି ଅତୀବ ସୁନ୍ଦର
ହୃଦୟେ ନେଇଛି ସ୍ଥାନ
ଏନ୍ତୁଡ଼ି ଶାଳଟି ଥିଲା ଜନ୍ମବେଳେ
କଟିଥିଲା ପିଲାଦିନ।
ଯା ପାଣି ପବନେ ଶରୀର ମୋ ଗଢା
ଖାଦ୍ୟ କରିଛି ଭୋଜନ
ଯୋଉଠି ପ୍ରଥମେ ଚାଲିବା ଶିଖିଲି
କହିଲି ମାତୃ ବଚନ।
ଯେସ୍ଥାନେ ମୋ ସାଙ୍ଗ ସାଥି ଧୂଳି ଖେଳ
ଆଖି ଦେଖିଚି ସପନ
ବାପା ବୋଉ ମୋର ଆଦ୍ୟ ଗୁରୁ ଥିଲେ
ବିଦ୍ୟା କରିଛି ପଠନ।
ଜନମ ଘରୁ ମୁଁ ସଂସ୍କାର ଶିଖିଲି
କରି ଜ୍ଞାନ ଅରଜନ
ସ୍ନେହ ମମତାର ନିଗୁଢ଼ ସମ୍ପର୍କ
ଥିଲା ଅତୁଟ ବନ୍ଧନ।
ସାହି ର ମୋ ଜ୍ଞାତି ଭାଇ ପରିଜନ
ଆତ୍ମୀୟ ଯେତେ ସ୍ୱଜନ
କେତେ ଥଟା ମଜା ହସ ଖୁସି ସାଥେ
ବିତିଥିଲା ଛୋଟ ଦିନ।
ବାର ବାର ମୋର ମନେପଡେ ଗାଆଁ
ଜନମଭୂମି ଦର୍ଶନ
ଯେତେ ଭୂମି ଥିଲେ ମୋ ପାଇଁ ଅଭୁଲା
ମାଆ ମାଟି ର ଚନ୍ଦନ।

ଜଗନ୍ନାଥ ପ୍ରସାଦ ଦାଶ

ଜଗନ୍ନାଥ ପ୍ରସାଦ ଦାଶ

ଯୁବ କବି

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.