• About
  • Contact
Friday, March 13, 2026
Friday, March 13, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନବରାତ୍ରୀ (ସିଦ୍ଧିଦାତ୍ରୀ)

ନବରାତ୍ରୀ (ସିଦ୍ଧିଦାତ୍ରୀ)
Share on FacebookShare on Xshare on Whatsappshare on Linkedin
ସସ୍ମିତା ପଣ୍ଡା, ୪ ଅକ୍ଟୋବର ୨୦୨୨

ନବମ ବିଭାବେ ସିଦ୍ଧିଦାତ୍ରୀ ନାମେ
ଆବିର୍ଭୁତା ମହାମାୟା ।
ଶାନ୍ତ ଆଭରଣେ କମଳ ବାସିନୀ
ସଂସାରକୁ କରଦୟା ।।

ସତ୍ୟ ଚତନାର ପରମ ଐଶ୍ବର୍ଯ୍ୟ
ଚତୁର୍ଭୁଜା ମହାଶକ୍ତି ।
ଶଙ୍ଖ ଚକ୍ର ଗଦା କମଳ ଧାରଣେ
ଅପୂର୍ବ ସୌନ୍ଦର୍ଯ୍ୟ କାନ୍ତି ।।

ଆଜି କାଶତଣ୍ଡି ଚାରୁ ସୁଷମାରେ
ସବୁଜିମା ଛନ୍ଦନ୍ୟାସ ।
ଅନନ୍ତ ଆକାଶ ନିଳୀମା ରାଶିରୁ
ରଜନୀର ଜୋତ୍ସ୍ନାସ୍ନାତ ।।

ମୁଗ୍ଧ ମନୋହର ରୂପ ରୋଷଣୀରେ
ଧରଣୀ ସ୍ବାକ୍ଷର ତୋଳେ ।
ନବଦୂର୍ଗା ରୂପେ ନୈସର୍ଗିକ ଧାରା
ଆବିର୍ଭାବ ସେତେବେଳେ ।।

ମାଟି ମନସ୍କରେ ଛଳଛଳ ଗୀତି
କାଶତଣ୍ଡି ତନୁତୀର୍ଥ ।
ଲାବଣ୍ୟ ଲହର ବିଲ୍ବ ପଲ୍ଲବରେ
କୁମୁଦିନୀ ଆଶା ମାତ୍ର ।।

ଶ୍ରଦ୍ଧା ସକାଳରେ ନୈବେଦ୍ୟର ସଜ
ନଳିନୀ ପାଖୁଡା ସିକ୍ତ ।
ଗଙ୍ଗଶିଉଳୀର ମୁକ୍ତ ସଂଯୋଜନା
ତୁମ ଶ୍ରୀପୟରେ ବ୍ୟକ୍ତ ।।

ଅଭୟର ମୁଦ୍ରା ତୁମ ସଂଦର୍ଶନେ
ମେଘର ଗଜରା ସ୍ପର୍ଶ ।
କୋଟି ବ୍ରହ୍ମାଣ୍ଡର ବୀଜମନ୍ତ୍ରେ ମାଆ
ତୁମେହିଁ ଆରମ୍ଭ ଶେଷ ।।

ସସ୍ମିତା ପଣ୍ଡା

ସସ୍ମିତା ପଣ୍ଡା

ବିଶିଷ୍ଟ କବି, କଟିକଟା, କଟକ, ଦୂରଭାଷ ନଂ ୯୪୩୮୮୫୬୭୮୪

Related Posts

ଶାସ୍ତ୍ରୀୟ ମୋ ଭାଷା
Literature

ଶାସ୍ତ୍ରୀୟ ମୋ ଭାଷା

by ଦେବେନ୍ଦ୍ର କୁମାର ସାହୁ
March 11, 2026

ଦେବେନ୍ଦ୍ର କୁମାର ସାହୁ, ନିଶ୍ଚିନ୍ତକୋଇଲି, ୧୧ ମାର୍ଚ୍ଚ ୨୦୨୬ ଦାରୁ ଏଠି ବ୍ରହ୍ମ ପୁଣି ଶବ୍ଦ ଏଠି ବ୍ରହ୍ମ ଜାତି କହେ ଅନ୍ନ ବ୍ରହ୍ମ ପବନ ବି...

Read more
ମୁଁ କାହିଁକି ଲେଖେ (ଭାଗ ୬୩)

ମୁଁ କାହିଁକି ଲେଖେ (ଭାଗ ୬୩)

March 11, 2026
ଯୁଦ୍ଧ ସରୁ ବୋଲି କହନ୍ତିନି କେହି

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

March 10, 2026
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.