• About
  • Contact
Saturday, October 18, 2025
Saturday, October 18, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନିର୍ବାଚନ ପର୍ବ

ନିର୍ବାଚନ ପର୍ବ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୬ ଅପ୍ରେଲ ୨୦୨୪

ଆସିଗଲା ଦେଶରେ ଆମର
ଏବେ ନିର୍ବାଚନ ପର୍ବ,
କମିଶନଙ୍କ ଭାଷାରେ ତାହା
ଆମ ଦେଶର ଗର୍ବ ।। ୧ ।।

ବିଶ୍ୱରେ ସବୁଠୁଁ ବଡ଼ ଏହି
ଗଣତନ୍ତ୍ର ନିର୍ବାଚନ,
ଶତାନବେ କୋଟି ଭୋଟର
ତହିଁରେ କରିବେ ମତଦାନ ।। ୨ ।।

ବ୍ୟବସ୍ଥାକୁ ସ୍ୱଚ୍ଛ, ମୁକ୍ତ ଓ
ଅବାଧ କରିବା ପାଇଁ,
କେତେ ଝାଳ ବୋହିଅଛି
ହିସାବ କେହି ରଖିନାହିଁ ।। ୩ ।।

ଜଘନ୍ୟ ଅଭିଯୁକ୍ତ ବି ଏଠାରେ
ନିର୍ବାଚନ ଲଢୁଅଛି,
ଆମ ଦକ୍ଷ ବ୍ୟବସ୍ଥାକୁ ତାହା
ଉପହାସ କରୁଅଛି ।। ୪ ।।

କଳା ଟଙ୍କାର ପ୍ରାଦୁର୍ଭାବ
ଏଥିରେ ରୋକିବା ପାଇଁ,
ଯେତେ ଉଦ୍ୟମ କଲେ ମଧ୍ୟ
ଫଳ କିଛି ମିଳୁ ନାହିଁ ।। ୫ ।।

ଏବେ ହେବ କେତେ ସମାବେଶ
ପୁଣି ପଥପ୍ରାନ୍ତ ସଭା,
ସେଥିରେ ମିଳିବ ନେତାଙ୍କର
ପ୍ରତିଶୃତି ମନଲୋଭା ।। ୬ ।।

ତହିଁରେ ଭୋଟର ଦେଖିବେ
ରୋଚକ ଦୃଶ୍ୟ ଅସରନ୍ତି,
ଯୁଦ୍ଧ ପୂର୍ବରୁ ବଦଳି ଯିବେ
ସବୁ ପକ୍ଷର ସେନାପତି । ୭ ।।

ନେତାମାନେ ମଞ୍ଚକୁ ଆସିବେ
କେତେ ବହୁରୂପୀ ସାଜି,
କରେଇରେ ମାଛ ଭଳି
ଏବେ ଭୋଟର ହେବେ ଭାଜି ।। ୮ ।।

ଘର ଘର ବୁଲିବେ ପୁଣି
କେତେ ନେତା, କୁଜି ନେତା,
ଭୋଟ ନେବା ପାଇଁ କହିବେ
ଅନେକ କଅଁଳିଆ କଥା ।। ୯ ।।

ହାତୀ, ଘୋଡ଼ା ଦେବୁ କହି
ଭୁଲାଇବେ ମନ,
ଭୋଟ ସରିଯିବା ପରେ
ନେତା ହେବେ ଅନ୍ତର୍ଦ୍ଧାନ ।। ୧୦ ।।

କର୍ମୀ ଆଉ ନେତା ଏବେ
ହେବେ ମାଲାମାଲ,
ମଦ, ମାଂସ ସଂଗେ ଟଙ୍କା
ତାଙ୍କୁ କରିବ ବେହାଲ ।। ୧୧ ।।

ଅଦ୍ଭୁତ ଆମ ନିର୍ବାଚନ
ବିଚିତ୍ର ଏହି ଦୃଶ୍ୟ
ଧନୀ ପାଏ ଦରମା ଛୁଟି
ଆଉ ଗରିବ ରହେ ଓପାସ ।। ୧୨ ।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)
Literature

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)

by Manas Ranjan Mahapatra
October 14, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଅକ୍ଟୋବର ୨୦୨୫ ପୁରୀରେ ମୋ ଉପର ବ୍ୟାଚରେ ଏମ୍.ଏ. ଇଂରାଜୀରେ ପଢୁଥିଲେ ଜଣେ ଗଣେସ୍ଵର ବେହେରା, ନିମାଇଁ ପଟ୍ଟନାୟକ, ହିମାଂଶୁ...

Read more
ଶ୍ରବଣବାଧିତ

ଶ୍ରବଣବାଧିତ

October 14, 2025
ଥରେ ବାପା ହେଲା ପରେ

ଥରେ ବାପା ହେଲା ପରେ

October 14, 2025
ଅଦ୍ୱିତୀୟ ଶରତ !!

ଅଦ୍ୱିତୀୟ ଶରତ !!

October 12, 2025
ହେ ଉତ୍କଳମଣି!

ହେ ଉତ୍କଳମଣି!

October 9, 2025
ରାଜନୀତି – ୪

ରାଜନୀତି – ୪

October 7, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.