• About
  • Contact
Tuesday, October 28, 2025
Tuesday, October 28, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ନୂଆପଡ଼ା ଉପ-ନିର୍ବାଚନ

ନୂଆପଡ଼ା ଉପ-ନିର୍ବାଚନ
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୫

ନୂଆପଡ଼ା ଉପ-ନିର୍ବାଚନ ପାଇଁ
ରାଜ୍ୟ ରାଜନୀତି ଏବେ ଘାଇଁ ଘାଇଁ,
ଦଳ ମୁଖିଆଙ୍କ ମୁଣ୍ଡ ଝାଇଁ ଝାଇଁ
ତାଙ୍କ ଆଖିରେ ଜମାରୁ ନିଦ ନାଇଁ ॥୧॥

କଂଗ୍ରେସ ସେଠି ପଡ଼ିଥିଲା ନଇଁ
ଗତ ସ୍ୱାଧୀନ ପ୍ରାର୍ଥୀଙ୍କୁ ଆଗେ ଥୋଇ,
ପ୍ରାର୍ଥୀ ଚୟନରେ ଦେଲା ଚମକାଇ
ପ୍ରଚାର ରଥ ଟାଣିନେଲା ଆଗେଇ ॥୨॥

କଂଗ୍ରେସ ରଣସଜ୍ଜାକୁ ନିରିଖେଇ
ବି.ଜେ.ପି., ବି.ଜେ.ଡ଼ି. ଗଲେ ଘାବରେଇ,
କଂଗ୍ରେସ ଜିତାପଟ ରୋକିବା ପାଇଁ
ଷଡ଼ଯନ୍ତ୍ର ଚଳାଇଲେ ଦିଲ୍ଲୀ ଠେଇଁ ॥୩॥

ବି.ଜେ.ପି. ନେତା ସେଠି ଦେଲେ ବୁଝେଇ
ବି.ଜେ.ଡ଼ି. ଆଦୌ ବିବ୍ରତ ହୁଅ ନାଇଁ,
ଏକାବନରୁ ଗଲେ ପଚାଶ ହୋଇ
ମୁଖ୍ୟ ବିରୋଧୀ ମାନ୍ୟତା ଯିବ ନାଇଁ ॥୪॥

ନୂଆପଡ଼ା ଅଙ୍କ ତୁମେ ଫେଡ଼ି ଦେଇ
ହୋଇଯାଅରେ ଆମର ଗେହ୍ଲା ଭାଇ,
ଏଇ ମତଦାନ ତାତି ଟାଇଁ ଟାଇଁ
ତାହା ମହତ୍ତ୍ୱ ରଖୁଛି ଆମ ପାଇଁ ॥୫॥

ଜିତିଲେ ଜୋସ୍ ଭରିବ ଦଳ ଠେଇଁ
ରଜ୍ୟ ସରକାର ଦୌଡିବ ସାଇଁ ସାଇଁ,
ତେଣୁ ତୁମ ପ୍ରାର୍ଥୀ ଚୋରି କରି ନେଇ
ଆମେ ସୃଷ୍ଟି କରୁଅଛୁ ହଇଚଇ ॥୬॥

ଏଇ ଗୋଳିଆ ପାଣିକୁ ଚହଲାଇ
ଭଲ ମାଛ ମାରିନେବା ଆମେ ଦୁଇ,
ସଲାକୁସ୍ତିରେ ସାମିଲ ହୋଇ ଯାଇ
କଂଗ୍ରେସର ଭୋଟ୍ ଆଣିବା ଛଡ଼ାଇ ॥୭॥

ମିଛ ଆରୋପେ କଂଗ୍ରେସକୁ ଫସାଇ
ଆମେ ଭୋଟରଙ୍କୁ ଦେବାରେ ଭୁଲାଇ,
ତେଣୁ ମନ ଊଣା ଆଦୌ କର ନାଇଁ
ଆମେ ଖରା ହେଲେ ପରା ତୁମେ ଛାଇ ॥୮॥

ଅନୁକମ୍ପା ଭୋଟ୍ ହାତେଇବା ପାଇଁ
ଦୁଇ ଦଳ ପ୍ରତିଯୋଗିତା ଚଳାଇ,
ପୋଷ୍ଟରରେ ରାଜୁଙ୍କ ଛବି ଲଗାଇ
ଭୋଟରଙ୍କୁ କରୁଅଛନ୍ତିରେ ବାଇ ॥୯॥

ନୂଆପଡ଼ା ଭୋଟରଙ୍କୁ କଅଁଳେଇ
ମତ ନିଜ ସପକ୍ଷରେ ନେବା ପାଇଁ,
ନେତା ପଡ଼ିଛନ୍ତି ସେଠି ଗୋଠ ହୋଇ
ଭୋଟର ମଜ୍ଜା ନେଉଛି ମାରି ହାଇ ॥୧୦॥

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ପୁଣିଥରେ କାଳୀଚରଣ ଦାସ (ଭାଗ ୪୭)
Literature

ପୁଣିଥରେ କାଳୀଚରଣ ଦାସ (ଭାଗ ୪୭)

by Manas Ranjan Mahapatra
October 28, 2025

ମାନସ ରଞ୍ଜନ ମହାପାତ୍ର, ପୁରୀ, ୨୮ ଅକ୍ଟୋବର ୨୦୨୫ କାଳୀଚରଣ ଦାସଙ୍କୁ ଏବେ ପାଇଲି। ସେ ରହୁଛନ୍ତି ଲକ୍ଷ୍ମୀସାଗରରେ, ଭୁବନେଶ୍ୱରରେ। ଏବେ ବି କିଛି ପ୍ରକାଶନ ସଂସ୍ଥା...

Read more
ସତରେ ଏମିତି ହୁଅନ୍ତା କି – ୨୧

ସତରେ ଏମିତି ହୁଅନ୍ତା କି – ୨୧

October 27, 2025
ସତରେ ଏମିତି ହୁଅନ୍ତା କି – ୨୦

ସତରେ ଏମିତି ହୁଅନ୍ତା କି – ୨୦

October 22, 2025
ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)

ଶୁଭେନ୍ଦ୍ର ନାଥ ମହାପାତ୍ର: ଏକ ନିଖୋଜ ଚଢ଼େଇ (ଭାଗ ୪୬)

October 14, 2025
ଶ୍ରବଣବାଧିତ

ଶ୍ରବଣବାଧିତ

October 14, 2025
ଥରେ ବାପା ହେଲା ପରେ

ଥରେ ବାପା ହେଲା ପରେ

October 14, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.