• About
  • Contact
Tuesday, March 10, 2026
Tuesday, March 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶୁଭ ସନ୍ଦେଶ

ଶୁଭ ସନ୍ଦେଶ
Share on FacebookShare on Xshare on Whatsappshare on Linkedin
ଜୟ କୁମାର ମିଶ୍ର, ଗଜପତି, ୧୫ ଜୁଲାଇ ୨୦୨୩

ତପସ୍ୱିନୀ ତୁହି, ତପସ୍ୟା କରିଛୁ
ତପ ବଳେ ବର ପ୍ରାପ୍ତ,
ଗଗନ ବାବୁଙ୍କ, ହାତ ଧରି ସୁଖ
ସଉଭାଗ୍ୟରେ ହୁଅ ଲିପ୍ତ ll

ସଉଭାଗ୍ୟବତୀ, ହୁଅ ମାଆ ନିତି
ଚିର କାଳ, ଚିର ଦିନ,
ବିଭୁଙ୍କ କରୁଣା, ଆଶୀଷ ଝରଣା
ନୀରେ କରୁଥିବୁ ସ୍ନାନ ll

ମାଆ ଭଗବତୀ, ଇଷ୍ଟ ଦେବତୀ
ମଝିଘରିଆଣୀ ସାହା,
ତାଙ୍କୁ ନିତି ପୂଜି, ମନେ ମନେ ହେଜି
ଚାଲିବୁ ସଂସାର ରାହା ll

ଲଭି ପୁଅ, ଝିଅ, କୋଳାହଳ ମୟ
ସୁଖର ସଂସାର ଗଢ଼ି,
ତପ ତପସ୍ୟାରେ, ସାଧନା ବଳରେ
(ଜେମା) ଆଗକୁ ଯିବୁ ତୁ ମାଡ଼ି ll

ସଂସାର ବାଟରେ, ଜୀବନ ଯାକରେ
କେତେ ଦୁଃଖ, କେତେ ସୁଖ,
ବସୁମତୀ ପରି, ସବୁ ସହି କରି
କରିବୁ ପୁରଣ ଲକ୍ଷ୍ୟ ll

ଛାତିକୁ ପଥର, କର୍ତ୍ତବ୍ୟରେ ବୀର
ପ୍ରଗତି ରଥକୁ ବାହେ,
ସଂଯମ, ସଂଭ୍ରମ, ସହନ ମନନ
ସବୁଠି ସେ ପୂଜ୍ୟ ହୁଏ ll

ଯିଏ ଯାହା କହୁ, ଅବା କେ ନକହୁ
ନୁହେଁ ସେତ ବଡ଼ କଥା,
ନିଜ କର୍ମ ଧର୍ମ, ଶିଷ୍ଟ ଶିଷ୍ଟାଚାର
ଦିଅଇ ସୁଦିନ ବାର୍ତ୍ତା ll

ଭଲ ସାର କଥା, ସମୃଦ୍ଧିର ଚିନ୍ତା
କରୁ ଘେନା, କାନ, ମନ
ନବ ଜୀବନର, ରୂପରେଖ ଘର
ସୁଖରେ ବିରାଜମାନ ll

ପତି ତୋର ପ୍ରୀୟ, ସର୍ବ ଶ୍ରେଷ୍ଠମୟ
ପତି ହିଁ ଦେବତା ତୋର,
ପ୍ରଥମରେ ପୂଜି, ମନ କଥା ବୁଝି
ଅନ୍ୟସବୁ କାରବାର ll

ଆଜି ଶ୍ରାବଣର, ତ୍ରୟୋଦଶୀ ତିଥି
ବାରରେତ ଶୁକ୍ରବାର,
ରୋହିଣୀ ନକ୍ଷତ୍ର, ବୃଷ ଚନ୍ଦ୍ର ଅଟେ
ଶୁଭଲଗନେ ବାହା ଘର ll

ଇନ୍ଦ୍ର ଦେବଙ୍କରେ, ଶୁଭଶ୍ରୀ ନଜର
କରୁଅଛି ବାରିପାତ,
ଶୂନ୍ୟ ଆକାଶରୁ, କଲ୍ୟାଣଟି ଝରୁ
ଶୁଭେ ଯିବ ଭବିଷ୍ୟତ ll

ଶଙ୍ଖ, ଘଣ୍ଟ ତାଳ, ବାଦ୍ୟନାଦ ବଳ
ହୁଳହୁଳି ଧ୍ଵନି ତାନ
ପୁରହିତ ମନ୍ତ୍ର, ହୋମ ଯଜ୍ଞ ଚିତ୍ର
ମାଙ୍ଗଳିକ ବର ଦାନ ll

କାଚ, ମାଛ ଧରି, ସଂସାରକୁ କରି
ସୁକ୍ଷାତି ଅର୍ଜନ କର,
ଏତିକି କାମନା, ଏତିକି ବାସନା
ଏହି ବୁଢ଼ା ଅଜା ଟିର ll

ଦୂରେ ରହି ଆଜି, କରୁଛି କଲ୍ୟାଣ
ଅନେକ ଶୁଭ ମନାସି
ନାତୁଣୀ ମୋହର, ଯିବ ଶାଶୁଘର
ମନ ନାଚେ ହୋଇ ଖୁସି ll

ଅଖିରେ ଲୋତକ, ଆନନ୍ଦର ସାକ୍ଷ
ହସିଲା ଘରଟି ବସୁ,
ତୁଠ ଜଗିଥିଲେ, ପାଟ ତୁ ପିନ୍ଧିବୁ
ଗାରିମା ମହକ ବାସୁ ll

ସୁଦିନ ସକାଳ, ସୂର୍ଯ୍ୟୋଦୟ ବେଳ
ପାଖେଇ ଆସିଲା ଜେମା
ପ୍ରତୀକ୍ଷାର ଫଳ, ହୋଇବ ରସାଳ
ଅମୃତ ପରାଏ ଭାମା ll

ଆଜି ଶୁକ୍ରବାର, ଚଉଦ ତାରିଖ
ମାସଟି ଜୁଲାଇ ଅଟେ
ତେଇଶି ମସିହା, ସ୍ମୃତି ଛବି ତାହା
ଚିରଞ୍ଜିବି ମନ ପଟେ ll

ଜୟ କୁମାର ମିଶ୍ର

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି
ଓଡିଶା, 761206,
ଯୋଗାଯୋଗ 6372127449

Related Posts

ଯୁଦ୍ଧ ସରୁ ବୋଲି କହନ୍ତିନି କେହି
Literature

ଯୁଦ୍ଧ ସରୁ ବୋଲି କହନ୍ତିନି କେହି

by Manas Ranjan Mahapatra
March 10, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୦ ମାର୍ଚ୍ଚ ୨୦୨୬ କୁଳୁକୁଳୁ ଝରଣାମାନଙ୍କୁ 'ନଈ ହେଇ ଯା' ବୋଲି ଆଜିକାଲି କହନ୍ତିନି କେହି ସବୁ ଝର୍କାରେ ଭୟ କାଳେ...

Read more
ଗୋଧୂଳି

ଗୋଧୂଳି

March 9, 2026
ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

ମୁଁ ଅଜ୍ଞାତ ଚିରକାଳ (ଭାଗ ୬୨)

March 4, 2026
ଭାଇଚାରା ର ରଙ୍ଗ

ଭାଇଚାରା ର ରଙ୍ଗ

March 4, 2026
The Season of Board Exams: A Mother’s Tale

The Season of Board Exams: A Mother’s Tale

March 2, 2026
କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

କୈଳାଶ ରାୟ: ଏକ କାହାଣୀ (ଭାଗ ୬୧)

February 24, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.