• About
  • Contact
Thursday, January 15, 2026
Thursday, January 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଶୁଣ ସର୍କାର

ଶୁଣ ସର୍କାର
Share on FacebookShare on Xshare on Whatsappshare on Linkedin
ପ୍ରଭୁକଲ୍ୟାଣ ମହାପାତ୍ର, ଭୁବନେଶ୍ୱର, ୧୮ ଜୁନ୍ ୨୦୨୫

କାନ ଖୋଲି ଶୁଣ ସରକାର,
ଗରିବଙ୍କ ଦୁଃଖ ଦୂର କର।
ବେକାରୀ ରହିଛି ଭରପୁର,
ଦରବୃଦ୍ଧି ପୁଣି ସୀମାପାର।
ସ୍ୱାସ୍ଥ୍ୟ ସେବା ଏଠି ଛାରଖାର,
ପାଣି ପାଇଁ ପଡ଼େ ହାହାକାର।
ବ୍ୟବସାୟ ଚାଲିଛି ଶିକ୍ଷାର,
ନିଶା କାରବାର ଜୋରଦାର।
ଆଇନ ଶୃଙ୍ଖଳା ହତାଦର,
ବଢୁଛି ମହିଳା ବଳାତ୍କାର।
ଦୁର୍ନୀତିଖୋରଙ୍କୁ ଗୁଳି ମାର,
ସମସ୍ୟାର କର ପ୍ରତିକାର।
ଶିକ୍ଷା, ସ୍ୱାସ୍ଥ୍ୟ, ପାଣି, ବିଜୁଳିର,
ସମସ୍ୟା ଅତ୍ୟନ୍ତ ଭୟଙ୍କର।
ଲୋକ ହେଉଛନ୍ତି ହରବର,
ଅନ୍ତ ଘଟୁ ନାହିଁ ସମସ୍ୟାର।
ମାଗଣା ଯୋଜନା ତ୍ୟାଗ କର,
ଲୋକଙ୍କୁ ଗୋଡ଼ରେ ଛିଡ଼ାକର।।୧।।

ଆଖି ଖୋଲି ଦେଖ ସରକାର,
ନୂଆ ଓଡ଼ିଶାର ଚିତ୍ରକର।
ବିଗତ ଦିନର କଳାକାର,
ନିଜ ଭୁଲ୍ ପାଇଁ ହତାଦର।
ଘରୋଇ କମ୍ପାନୀ ବେଫିକର,
ଚାନ୍ଦାରେ ପାଇଛି କାମ ତା’ର।
ଶିଳ୍ପରେ ବଢ଼ାଅ ରୋଜଗାର,
ଦାଦନକୁ କର ପ୍ରତ୍ୟାହାର।
ଶିଳାନ୍ୟାସ ପର୍ବ ବନ୍ଦ କର,
ଲୋକାର୍ପଣ କର ଲଗାତାର।
ପଡ଼ୋଶୀ ସହିତ ମତାନ୍ତର,
କଳି ବଢ଼ାଉଛି ସୀମାନ୍ତର।
ମହାନଦୀ ଜଳ ବିବାଦର,
କରିଦିଅ ଶୀଘ୍ର ପ୍ରତିକାର।
ପ୍ରଗତି ହେଉଛି ଓଡ଼ିଶାର,
ମିଳୁନାହିଁ ଏଠି ରୋଜଗାର।
ଭାଷଣ ଚାଲିିଛି ନିରନ୍ତର,
ଦୁଃଖ ହଟୁନାହିଁ ଲୋକଙ୍କର।।୨।।

ଜନ ପ୍ରତିନିଧି ମାନ୍ୟବର,
ରାଜନୀତି ଆଗେ ସଫାକର।
କଥା କମ୍ କହି କାମ କର,
ଭରଷା ବଢ଼ିବ ଜନତାର।
ଆବଶ୍ୟକ ନାହିଁ ପ୍ରଚାରର,
ହିସାବ ନିକାଶ ବରାବର।
ଶାସନେ ବ୍ୟାପୁଛି ଭ୍ରଷ୍ଟାଚାର,
ସମସ୍ୟା ବଢ଼ୁଛି ଲୋକଙ୍କର।
ନେତା କହୁଛନ୍ତି ଥୟ ଧର,
ଦେଖିବ ଶାସନ ଚମତ୍କାର।
କଳା ଟଙ୍କା ଏଠି ସରସର,
ନିର୍ବାଚନେ ତାହା ଖରଖର।
ଚାନ୍ଦା ଲାଗି ଦଳ ତରତର,
ସ୍ୱଚ୍ଛତା ସକାଶେ କିଆଁ ଡର।
ସମ୍ପତ୍ତି ବଢ଼ୁଛି ନେତାଙ୍କର,
ସାଧାରଣ ଲୋକ କ୍ଷୁଧାତୁର।
ଅସମତା କେବେ ହେବ ଦୂର,
ଗୀତା, ଭାଗବତ ପାଠ କର।।୩।।

ପ୍ରଭୁକଲ୍ୟାଣ ମହାପାତ୍ର

ପ୍ରଭୁକଲ୍ୟାଣ ମହାପାତ୍ର

ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର
ମୋବାଇଲ : ୯୯୩୭୭୧୧୩୮୯

Related Posts

ଅପରାହ୍ନ
Literature

ସ୍ମୃତିରେ ମନୋଜ ଦାସ (ଭାଗ ୫୮)

by Manas Ranjan Mahapatra
January 14, 2026

ମାନସ ରଞ୍ଜନ ମହାପାତ୍ର, ପୁରୀ, ୧୪ ଜାନୁୟାରୀ ୨୦୨୬ ସମକାଳୀନ ଓଡ଼ିଆ ସାହିତ୍ଯକୁ ଦୁଇ ଜଣ ଲେଖକ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇ ପାରିଛନ୍ତି। ଜଣେ କଥାଶିଳ୍ପୀ ମନୋଜ...

Read more
ଅପରାହ୍ନ

ଅପରାହ୍ନ

January 14, 2026
ଗଣତନ୍ତ୍ର ଶାସନ ଚାଲିଛି

ଗଣତନ୍ତ୍ର ଶାସନ ଚାଲିଛି

January 13, 2026
ବିଶ୍ବଗୁରୁ ବିବେକାନନ୍ଦ!

ବିଶ୍ବଗୁରୁ ବିବେକାନନ୍ଦ!

January 12, 2026
A Poem

A Poem

January 11, 2026
ମୁହିଁ ତୁମ ପାଶେ ସମର୍ପିତ

ମୁହିଁ ତୁମ ପାଶେ ସମର୍ପିତ

January 11, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.