• About
  • Contact
Monday, December 8, 2025
Monday, December 8, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Literature

ଉତ୍କଳ

ଉତ୍କଳ
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୧ ଅପ୍ରେଲ ୨୦୨୪

କେତେ ପୁଣ୍ୟବଳେ ଜନମ ଲଭିଛି
ଉତ୍କଳ ଭୂଖଣ୍ଡ ଠାରେ ।
ନୀଳାଚଳ ଧାମ ଆରାଧ୍ୟ ଠାକୁର
ଉତ୍କଳର ଘରେ ଘରେ ।।

ସୁଦୀର୍ଘ ଏହାର ବେଳାଭୂମି ସବୁ
ସୌନ୍ଦର୍ଯ୍ୟ ବଢାଇ ଥାଏ ।
ଚିଲିକାର ପକ୍ଷୀ ବଢ଼ାଉଛି ଶୋଭା
ପର୍ଯ୍ୟଟକ ମନ ମୋହେ ।।

ଦୁଇଶହ ଏକଷଠୀ ଚିଲିକା ବୁକୁରେ
କେତେ ଯେ ବଣିକ ଯୁଦ୍ଧ ।
ହୋଇଯାଇ ଅଛି ଇତିହାସ ସାକ୍ଷୀ
ସାଧବ ପୁଅଙ୍କ ମଧ୍ୟ ।।

ମଗଧ ସହିତ କଳିଙ୍ଗର ଯୁଦ୍ଧ
ଶୁଣିଲେ ରୋମ ଟାଙ୍କୁରେ ।
ଧଉଳି ପାହାଡ ରହିଅଛି ସାକ୍ଷୀ
ସେ ଦୟା ନଦୀର ତୀରେ ।।

କଳିଙ୍ଗ ପୁଅଙ୍କ କଟିଗଲା ମଥା
ନୁଆଇଁ ନ ଥିଲେ ଶିର ।
ରକ୍ତ ରଞ୍ଜିତ ହୋଇଗଲା ସିନା
ଦୟା ନଦୀର ନୀର ।।

ଚେଦୀ ବଂଶର ଐରଖାରବେଳ
ନେଲେ ଦିନେ ପ୍ରତିଶୋଧ ।
ଉତ୍କଳ ଜନତା ଖୁସି ହୋଇଥିଲେ
ତାଙ୍କ ପାଇଁ କରି ଗର୍ବ ।।

ରାଣୀଗୁମ୍ଫା ଆଉ ହାତୀଗୁମ୍ଫା ଦେଖି
ତାଙ୍କ ସ୍ମୃତି ମନେ ପଡେ ।
ଆମ କଳାକୃତି ବିଶ୍ଵ ଦରବାରେ
ପ୍ରଶଂସିତ ହୁଏ ଦୃଢେ ।।

କେତେ ଯେ ସଂଗ୍ରାମ କରିଛନ୍ତି ଆମ
ପୂର୍ବ ପୁରୁଷମାନେ ।
କେତେ ବିଦେଶୀଙ୍କ ଦ୍ଵାରା ଲୁଣ୍ଠିତ
ମନେ ପଡେ ଆଜି ଦିନେ ।।

ବଙ୍ଗର ଶାସକ ସେନାପତି ଥିଲେ
କଳାପାହାଡ଼ ଯା’ ନାମ ।
କେତେ ଯେ ମନ୍ଦିର ତୀର୍ଥ କ୍ଷେତ୍ର ସବୁ
ଧ୍ଵଂସ କଲା ନରାଧମ ।।

ମୁକୁନ୍ଦ ଦେବଙ୍କୁ ପରାସ୍ତ କରି
ଉତ୍କଳର କିଛି ଅଂଶ ।
ବଙ୍ଗଳାରେ ଆଜି ଲୀନ ହୋଇଅଛି
ଆମରି ପୂର୍ବ ପୁରୁଷ ।।

ଆଫଗାନ, ଫରାସୀ, ମରହଟ୍ଟା –
ଇଂରେଜ ମାନେ ଆସି ।
ଲୁଣ୍ଠନ କରି ନେଇ ଯାଇଛନ୍ତି
କୋଣାର୍କ ଯାର ସାକ୍ଷୀ ।।

ଦେଶ ମାତୃକାକୁ ରକ୍ଷା କରିବାକୁ
ପାଇକ ବିଦ୍ରୋହ ହୁଏ ।
ବଳି ପଡ଼ିଥିଲେ ବକ୍ସି ଜଗବନ୍ଧୁ,
ବୀର ସୁରେନ୍ଦ୍ର ସାଏ ।।

ଶ୍ରୀ ମଧୁସୂଦନ, ଫକୀର ମୋହନ
ଗୌରୀଶଙ୍କର ରାୟ ।
କୃଷ୍ଣଚନ୍ଦ୍ର ଦେବ ସଂଗ୍ରାମ କରି
ସ୍ଵତନ୍ତ୍ର ଉତ୍କଳ ହୁଏ ।।

ସନ ଉଣେଇଶ ଛତିଶ ମସିହା
ଏପ୍ରିଲ ତାରିଖ ଏକ ।
ସୃଷ୍ଟି ହେଲା ଆମ ଗୌରବମୟ
ନୂତନ ଉତ୍କଳ ଦେଶ ।।

ମହାପୁରୁଷଙ୍କ ନୀତି ଆଦର୍ଶର
ଉତ୍କଳ ଏହି ଧାମ ।
କାଳିଆ ଠାକୁର ସାହା ହେଇଥନ୍ତୁ
ଖୁସିରେ ଯାଉ ଦିନ ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି
Literature

ଦୀପ ରୁଖାରୁ ସ୍ବର୍ଗ ଦି’ ଆଙ୍ଗୁଳି

by ଅବନୀ ଚନ୍ଦ୍ର ଦାସ
December 3, 2025

ଅବନୀ ଚନ୍ଦ୍ର ଦାସ, ଭୁବନେଶ୍ୱର, ୩ ଡିସେମ୍ବର ୨୦୨୫ ଏହି ପ୍ରବାଦଟି କାହିଁ କେତେଦିନରୁ ଆମ ସମାଜରେ ପ୍ରଚଳିତ ହୋଇ ଆସୁଛି, ତାର ହିସାବ କିଏ ରଖିଛି...

Read more
କିଛି କଥା – ୩

କିଛି କଥା – ୩

December 2, 2025
ଭୁବନେଶ୍ୱର  ବଦଳି (ଭାଗ ୫୨)

ଭୁବନେଶ୍ୱର ବଦଳି (ଭାଗ ୫୨)

December 1, 2025
Of Love And Peace

Of Love And Peace

November 29, 2025
କିଛି କଥା

କିଛି କଥା-୨

November 25, 2025
’କା’ର କଳାକାର (ଭାଗ ୫୧)

’କା’ର କଳାକାର (ଭାଗ ୫୧)

November 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.