• About
  • Contact
Friday, September 18, 2026
Friday, September 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୩୬)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଜୁନ୍ ୨୦୨୪

ଘରେ ପହଞ୍ଚି ଦେଖିଲି ମୋର ଜଣେ ସମ୍ପର୍କୀୟ ଦିଅର ଆସିଥିଲେ। ତାଙ୍କ ଠାରୁ ଯାହା ଶୁଣିଲି ମାଟିତଳୁ ଭୂମି ଖସିଯିବା ପରି ଲାଗିଲା। ମନ୍ମଥ ଜଙ୍ଗଲ କୁ ଯାଇଥିଲା। ସେଠାରେ ଗୋଟିଏ ଗଛମୂଳେ ଶୋଇଥିଲା କ’ଣ ଗୋଟାଏ ବିଷଧର ଜନ୍ତୁ କାମୁଡି ଦେଇଥିଲା। ଗାଁ ରେ ଝଡାଫୁଙ୍କା କରିଥିଲେ କିନ୍ତୁ ଦେହ ଅଧିକ ଖରାପ ହେବାରୁ ବାଂଶପାଳ ଓ ସେଠାରୁ କେଉଁଝର ଏବଂ ସେଠାରୁ କଟକ ପଠାଇଛନ୍ତି। ଝଡାଫୁଙ୍କା କରି ଡେରି ରେ ମେଡିକାଲ ଆଣିଥିବାରୁ କେନ୍ଦୁଝର ଡାକ୍ତର ମାନେ ବହୁତ ବିରକ୍ତ ହେଲେ। ଚେତା ହରେଇ ପଡ଼ିଲି ମୁଁ। ପୁଣି କିଛି ସମୟ ପରେ ଚେତା ଫେରିପାଇଲା ପରେ ମନକୁ ଦୃଢ଼ କଲି ଓ ବାବାଙ୍କ କଥା ମନେପକାଇଲି । ବାବା କହିଥିଲେ ଝିଅ ବିପଦ ଆସିବ।ସାହସ ଧରି ବଡାମ ଦେବତାଙ୍କୁ ସୁମରଣା କରି ତା’ର ମୁକାବିଲା କରିବୁ। ମୋର ଆଶିର୍ବାଦ ତୋ ସହିତ ସବୁବେଳେ ଅଛି। ତରବର ହୋଇ ବାହାରି ପଡ଼ିଲି। ବାପା ମଧ୍ୟ ମୋ ସହିତ ବାହାରିଲେ। ଖୁଣ୍ଟୁଗାଁରୁ ରାଉରକେଲା ଯାଇ ସେଠାରୁ କଟକ ଟ୍ରେନ କିମ୍ବା ବସ୍ ରେ ଯିବା ପାଇଁ ପଡିବ ବୋଲି ବାପା କହୁଥିଲେ। ସେହିପରି ଗଲେ କଟକ ରେ ପହଞ୍ଚିବାକୁ ବହୁତ ସମୟ ଲାଗିବ। ଏମିତି ଭାବିଭାବି ଖୁଣ୍ଟୁଗାଁରେ ପହଞ୍ଚିଲୁ। ରାଉରକେଲା ଯିବା ପାଇଁ ବସ୍ କୁ ଅପେକ୍ଷା କରିଥାଉ ବଜାରରେ ଥିବା ଏକ ଜଳଖିଆ ଦୋକାନ ରେ। ସେ ଆମ ଭୂୟାଁ ଲୋକ। ମୋର ଦାଦା ହେବେ। ତାଙ୍କ ଆଗରେ ବାପା ସବୁ କଥା କହୁଥାନ୍ତି। ଜଣେ ଲୋକ ତାଙ୍କ ଦୋକାନ ରେ ଜଳଖିଆ ଖାଇଥାନ୍ତି। ସେ ଆମ ମାନଙ୍କର କଥା ଶୁଣୁଥିଲେ। ଦାଦାଙ୍କୁ ପଇସା ଦେବା ସମୟରେ ସେ କହିଲେ ଆପଣମାନେ ମୋ କାର୍ ରେ କଟକ ପର୍ଯ୍ୟନ୍ତ ଯାଇପାରିବେ। ମୁଁ ତାଙ୍କ କଥା ଶୁଣି ବହୁତ ଖୁସି ହୋଇଗଲି। ତାଙ୍କ ଗାଡ଼ିରେ ବସି ଆମେ କଟକ ବାହାରି ଆସିଲୁ । ସେ ବାବୁ ଆମକୁ ମେଡିକାଲ ରେ ଛାଡ଼ି ଦେଲେ। ତାଙ୍କୁ ଗାଡି ଭଡା ବାବଦରେ ଟଙ୍କା ଯାଚିଲି କିନ୍ତୁ ସେ ନେଲେ ନାହିଁ ବରଂ ତାଙ୍କ ନମ୍ବର ଦେଇ କହିଲେ ମୋ ବାବୁ ଏ ହସ୍ପିଟାଲରେ ଡ଼ାକ୍ତର ଅଛନ୍ତି। ଯଦି ଦରକାର ପଡ଼େ ତେବେ ମୋତେ ଫୋନ୍ କଲେ ମୁଁ ହସ୍ପିଟାଲ ଆସି ବାବୁଙ୍କ ସହିତ ଚିହ୍ନା ପରିଚୟ କରାଇ ଦେବି।ଆମ ବାବୁ ବହୁତ ଭଲ ଲୋକ। ସେ ତୁମକୁ ନିଶ୍ଚୟ ସାହାଯ୍ୟ କରିବେ। ଏହାପରେ ଆମେ ହସ୍ପିଟାଲ ଭିତରକୁ ଗଲୁ। ମନ୍ମଥ ପାଖରେ ପହଞ୍ଚିଲା ବେଳକୁ ତାକୁ ଆଇସିୟୁ କୁ ନେଇ ଯାଇଥିଲେ। ବାହାରେ ଅପେକ୍ଷା କରି ରହିଲୁ।

ଏମିତି ରେ ଦୁଇ ତିନି ଦିନ ବିତିଗଲା କିନ୍ତୁ ମନ୍ମଥ ର ଅବସ୍ଥା ଭଲ ଆଡ଼କୁ ନ ଆସିବାରୁ ସେହି ବାବୁ ଯାହାଙ୍କ ଗାଡ଼ିରେ ଆମେ କଟକ ପର୍ଯ୍ୟନ୍ତ ଆସିଥିଲୁ ତାଙ୍କୁ ଫୋନ୍ କଲୁ। ସେ ଆମ କଥା ଶୁଣି ବ୍ୟସ୍ତ ନହେବା ପାଇଁ କହିଲେ ଓ ସେ ସଙ୍ଗେ ସଙ୍ଗେ ମେଡିକାଲ ଆସୁଛନ୍ତି ବୋଲି କହିଲେ। ବୁଡ଼ି ଯାଉଥିବା ଲୋକ କୁଟାଖିଅ କୁ ଆଶ୍ରା କଲା ଭଳି ମୁଁ ବହୁତ ଖୁସି ହୋଇଗଲି। କିଛି ସମୟ ପରେ ସେ ଆସି ପହଞ୍ଚିଲେ। ତାଙ୍କ ବାବୁଙ୍କ ନିକଟକୁ ନେଇଗଲେ। ଡାକ୍ତର ଙ୍କ ନିକଟରେ ପହଞ୍ଚି ତାଙ୍କୁ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ।କାରଣ ସେ ହିଁ ମନ୍ମଥ ର ଚିକିତ୍ସା କରୁଥିଲେ। ଆମକୁ ମଝିରେ ମଝିରେ ଆସି ବ୍ୟସ୍ତ ନ ହେବା ପାଇଁ କହୁଥିଲେ। ଆମକୁ ଦେଖି ସେ କହିଲେ ଆପଣମାନେ ବହୁତ ଡେରି କରିଥିଲେ। ରୋଗୀ କୁ ଗୁଣିଆ ପାଖରେ ବହୁତ ସମୟ ରଖିଥିଲେ। ତେଣୁ ଏଭଳି ଭୋଗିଲେ। ତୁରନ୍ତ ହସ୍ପିଟାଲ ଆଣିଥିଲେ ଭଲ ହୋଇ ଘରକୁ ଯାଆନ୍ତେଣି। ରୋଗୀ ଆଉ ପନ୍ଦର ଦିନ ହସ୍ପିଟାଲରେ ରହିବ।

ତା’ର ଦୁଇଦିନ ପରେ ଆଇସିୟୁ ରୁ ବାହାରକୁ ଆଣିଲେ। ମନ୍ମଥ ବହୁତ ଦୁର୍ବଳ ହୋଇଯାଇଥିଲା। ଦିନକର କଥା ରାତିରେ ଡାକ୍ତରମାନେ ଆସି ଦେଖି ଯିବା ପରେ ମେଡିକାଲ ଖାଇବା ଆସିଲା। ମନ୍ମଥ କୁ ଖୋଇଦେଇ ମୁଁ ତା ପାଖରେ ବସିଛି ସେ ମୋତେ କହିଲା ଆଲୋ ଚିନା ଆଜି ମୋତେ ଭଲ ଲାଗୁଛି। ତୁ ଯାଆ ବାହାରେ ଖାଇଦେଇ ଆସିବୁ।ମନ କିନ୍ତୁ ହେଲା ନାହିଁ ବାହାରକୁ ଯାଇ ଖାଇବା ପାଇଁ। ତେଣୁ ଯେଉଁ ଅଳ୍ପ କିଛି ବଳକା ଖାଦ୍ୟ ଥିଲା ତାକୁ ଖାଇ ମନ୍ମଥ ର ବେଡ଼ କଡ଼ରେ ଗଡ଼ି ପଡିଲି। ରାତିରେ ସ୍ବପ୍ନରେ ଦେଖୁଛି ଖଣ୍ଡାଧାର ଜଳପ୍ରପାତ ନିକଟରେ ଦେଖା ହୋଇଥିବା ବାବା ମୋତେ କହୁଛନ୍ତି ଝିଅ ବହୁତ ବଡ଼ ବିପଦରୁ ତୁ ବଞ୍ଚିଗଲୁ। ଆଗକୁ ଆହୁରି ବଡ଼ବଡ଼ ବିପଦ ତୋ ପାଇଁ ଆସୁଛି। ହୁସିଆର ରହ। ବାବାଙ୍କ ପାଦତଳେ ଲମ୍ବ ହୋଇ ପଡ଼ିଗଲି। ନିଦ ଭାଙ୍ଗିଗଲା ମନ୍ମଥ ର ଡାକରେ। ଆଲୋ କ’ଣ ଖରାପ ସପନ ଦେଖିଲୁ କି। ଏମିତି ବିଳିବିଳେଉଛୁ କଣ । ଆଖି ଖୋଲି ଦେଖେ ତ ସକାଳ ହୋଇ ଗଲାଣି। ଧଡ଼ ପଡ଼ ହେଇ ଉଠି ସକାଳ ନିତ୍ୟକର୍ମ ସାରିବାକୁ ବାହାରକୁ ଚାଲି ଆସିଲି।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡି ଭୂୟାଁ (ଭାଗ ୭୯)

by ଭବେଶ ଚନ୍ଦ୍ର କର
September 17, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୭ ସେପ୍ଟେମ୍ବର ୨୦୨୬ ତାପରଦିନ ସନ୍ଧ୍ୟାରେ ଆମେ ଜଙ୍ଗଲରୁ ଫେରି ଦାଣ୍ଡପିଣ୍ଡାରେ ବସି କଥା ହେଉଛୁ ଏହି ସମୟରେ ଦେହୁରୀ ଦାଦାଙ୍କ...

Read more
Dhanada’s Discourse: The Day AI Started Doing the Work  – The Opportunity and Pitfalls of Agentic AI

Dhanada’s Discourse: The Day AI Started Doing the Work – The Opportunity and Pitfalls of Agentic AI

September 9, 2026
Vipul’s Voice:What is Spirituality?

Vipul’s Voice:
What is Spirituality?

August 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡି ଭୂୟାଁ (ଭାଗ ୭୮)

August 14, 2026
Dhanada’s Discourse: The Cloud Has a Thirst – India’s data-centre dilemma

Dhanada’s Discourse: 
The Cloud Has a Thirst – India’s data-centre dilemma

August 10, 2026
Vipul’s Voice: Realisation at the age of 70

Vipul’s Voice:
 Realisation at the age of 70

July 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.