• About
  • Contact
Saturday, April 18, 2026
Saturday, April 18, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ଆମେ ପାଉଡି ଭୂୟାଁ (ଭାଗ ୫୮)

ଆମେ ପାଉଡି ଭୂୟାଁ (ଭାଗ ୧୮)
Share on FacebookShare on Xshare on Whatsappshare on Linkedin
ଭବେଶ ଚନ୍ଦ୍ର କର, କେନ୍ଦୁଝର, ୨୮ ମଇ ୨୦୨୫

ତାପର ଦିନ ସକାଳୁସକାଳୁ ଡେରି ଗାଁ ର ଲୋଚନ ଭାଇ ଆସି ପହଞ୍ଚିଲେ। କ’ଣ ଗୋଟେ କାମରେ ମନ୍ମଥ କୁ ଉପରବରଡା ଗାଁ କୁ ଡାକୁଥିଲେ। ଉଭୟ ବହୁତ ଘନିଷ୍ଠ ବନ୍ଧୁ। ତେଣୁ ତାଙ୍କ କଥା ଭାଙ୍ଗି ନପାରି ମନ୍ମଥ ତରବର ହୋଇ ନିତ୍ୟକର୍ମ ସାରି ବାହାରି ପଡ଼ିଲେ। ପ୍ରଥମେ ଡେରି ଗାଁ ହୋଇ ଉପରବରଡା ଗାଁ କୁ ଯିବା ପାଇଁ ପଡ଼େ। ଗାଁ ନିକଟରେ ଥିବା ଜଙ୍ଗଲରେ ଶଙ୍କର ଅଜା ଦେଖା ହୋଇଗଲେ। ତାଙ୍କୁ ଦେଖି ମନ୍ମଥ ମଜାରେ ପଚାରିଲା ଅଜା ସବୁ ଭଲ ତ।ଅଜା ହସିଦେଇ କହିଲେ ହଁ ରେ ନାତିଆ ଏକ ରକମ ଭଲ ରେ ଅଛି।ଆଉ ଆମ ନାତୁଣୀ ବୋହୂ ଖବର କ’ଣ। ମନ୍ମଥ ବୁଢ଼ା କୁ ଚିଡାଇବା ପାଇଁ କହିଲା ସବୁ ଭଲ ଯେ ଅଜା। ବୁଢ଼ା ଆଗ୍ରହ ସହିତ ପଚାରିଲା ହଁ କ’ଣ ହେଲା କହ। ମନ୍ମଥ କହିଲା ତୁମ ନାତୁଣୀ ବୋହୂ ତୁମର ବହୁତ ପ୍ରଶଂସା କରେ କିନ୍ତୁ ଥରେ ମତେ ଗୋଟିଏ କଥା କହିଲା ଆଉ କହିଲା ଅଜା ଦେଖା ହେଲେ ପଚାରିବ। ଶଙ୍କର ଅଜା ର ମନରେ ଆହୁରି ଆଗ୍ରହ ଜନ୍ମିଲା। ମୁଁ ତାଙ୍କୁ କ’ଣ ପଚାରିବା ପାଇଁ କହିଛି। ତେଣୁ କହିଲା କ’ଣ ପଚାରୁନୁ। ମନ୍ମଥ କହିଲା ନାଇଁ ସେ ଯେଉଁ କଥା ପଚାରୁଥିଲା ଶୁଣିଲେ ତୁମେ ଆଉ ତୁମ ଗାଁ ଲୋକେ ଖରାପ ଭାବିବେ। ଏହାଶୁଣି ବୁଢ଼ା କହିଲା ଆଦୌ ଖରାପ ଭାବିବି ନାହିଁ କହ। ଏହା ପରେ ମନ୍ମଥ କଥା ଆରମ୍ଭ କରି କହିଲା।ଅଜା ତୁମ ନାତୁଣୀ ବୋହୂ ପଚାରୁଥିଲା ତୁମ ଗାଁ ଲୋକମାନେ କ’ଣ ସବୁ କାମରେ ଡେରି କରନ୍ତି ବୋଲି ଗାଁ ର ନାମ ଡେରି ରଖାଯାଇଛି। ଏହାଶୁଣି ବୁଢ଼ା ଅଜା ହସିଦେଇ କହିଲା ନାହିଁ ରେ ସେ କଥା ମିଛ। ପ୍ରକୃତ କଥା ହେଉଛି ବହୁ ବର୍ଷ ପୁର୍ବେ କେନ୍ଦୁଝର, ମୟୁରଭଞ୍ଜ ଓ ବିଶେଷ କରି ସିତାବିଂଜୀ, ଓ ଅସନପାଟରେ ଥିବା ବୌଦ୍ଧ ବିହାର ରୁ ବୌଦ୍ଧ ଶ୍ରମଣମାନେ ସୁନ୍ଦରଗଡ଼ ଜିଲ୍ଲାର ଏକ ବୌଦ୍ଧ ବିହାର କୁ ଯାଉଥିଲେ। ସେଠାରୁ ସେମାନେ ସମ୍ବଲପୁର ଓ ଛତିଶଗଡ଼ ଯାଉଥିଲେ। ଚାଲିଚାଲି ଯାଉଥିବା ସମୟରେ ଆମ ଗାଁ ନିକଟରେ ସନ୍ଧ୍ୟା ହେଉଥିବାରୁ ଆମ ଗାଁ ରେ ସେମାନେ ଡେରା ପକେଇ ରହୁଥିଲେ। ଡେରା ପକେଇ ରହୁଥିବାରୁ ଆମ ଗାଁ ର ନାମ ଡେରା ବୋଲି ଲୋକମାନେ କହୁଥିଲେ। ପରବର୍ତ୍ତୀ ସମୟରେ ଡେରା ଅପଭ୍ରଷ୍ଟ ହୋଇ ଗାଁ ର ନାମ ଡେରି ହୋଇଥିବା କଥା ମୋ ବବା (ଅଜା) କହୁଥିଲା। ଏମିତି କଥା ହେଉହେଉ କେତେବେଳେ ଉପରବରଡା ଗାଁ ରେ ଦୁଇସାଙ୍ଗ ପହଞ୍ଚି ଯାଇଥିଲେ ବାଟ ଜଣା ପଡିଲା ନାହିଁ। ଗାଁ ର ପ୍ରଧାନ ଙ୍କ ଘରେ ଉଭୟ ବସି ଗାଁ ବିଷୟରେ ଓ ଭୂୟାଁ ମାନଙ୍କ ମଧ୍ୟରେ ପ୍ରଚଳିତ ବିଭିନ୍ନ ଲୋକଗୀତ ସମ୍ପର୍କ ରେ କଥା ହେବା ସମୟରେ ପ୍ରଧାନେ ସପ୍ତାହ ର ସାତଦିନ ପାଇଁ ଥିବା ଗୀତ ସମ୍ପର୍କ ରେ ଏହିପରି କହିଲେ।

ରବିବାର
ରବିବାର ଦିନ ହାଟ
ଗୁଆପାନ ଧରି ସଙ୍ଗାତ ଜଗିଲି ବାଟ।
କେବେ ନ ପାଇଲି ଭେଟ
ଗୁଆପାନ ଧରି ସଙ୍ଗାତ ଜଗିଲି ବାଟ(ଘୋସା)।

ସୋମବାର
ସୋମବାର ଦିନ ଭୂୟାଁ ନାରୀମାନେ ଏହି ଗୀତଟି ବୋଲିଥାନ୍ତି ସୋମବାର ଦିନ ସଖା ଦେଇ ପଠାଇଲିରେ ସଙ୍ଗାତ କାଗଜଲେଖା।ଜଳଦି ଆସିବ ଏକା ଦେଇ ପଠାଇଲିରେ ସଂଗାତ କାଗଜଲେଖା।

ମଙ୍ଗଳବାର
ମଙ୍ଗଳବାରର ମଣ୍ଡାପାନ ଭାଙ୍ଗିଥିବରେ ସଙ୍ଗାତ ଗଣ୍ଡେ କି ଛଅଗଣ୍ଡା।
ଖଣ୍ଡେ ଖାଇ ମନ ଥଣ୍ଡା, ପାନ ଭାଙ୍ଗିଥିବରେ ସଙ୍ଗାତ ଗଣ୍ଡେ କି ଛଅଗଣ୍ଡା।

ବୁଧବାର
ବୁଧବାର ଦିନ ଖୁଦ ଦୁଇପରାଣୀଙ୍କୁ ସଙ୍ଗାତ ମାଡୁଛି ନିଦ। ଟୁକୁରୁୁ ମାଗୁଥାଇ ଦୁଧ ଦୁଇପରାଣୀଙ୍କୁ ସଙ୍ଗାତ ମାଡୁଛି ନିଦ।

ଗୁରୁବାର
ଗୁରୁବାର ଦିନ ହାଟ ଗୁଆପାନ ଧରି ଜଗିଲି ବାଟ କେବେ ନପାଇଲି ଭେଟ ଗୁଆପାନ ଧରି ଜଗିଲି ବାଟ
ସଙ୍ଗାତରେ …..

ଶୁକ୍ରବାର
ଶୁକ୍ରବାରର ସୁଖ ଦିନେ ହସିଦେଲେ ଯିବକି ଦୁଃଖ ସଙ୍ଗାତରେ
ଯେତେହେଲେ ପରଲୋକ ଦିନେ ହସିଦେଲେ ଯିବକି ଦୁଃଖ ସଙ୍ଗାତରେ।

ଶନିବାର
ଶନିବାର ଦିନ ଶନି ତୋତେ ଗଢିଥିଲାରେ ସଙ୍ଗାତ କାଳ ଶକୁନୀ।
ମଣିଷ ନପାରୁ ଚିହ୍ନି ତତେ ଗଢିଥିଲାରେ ସଙ୍ଗାତ କାଳ ଶକୁନୀ।

ଏମିତି କଥା ହେଉହେଉ ଖାଇବା ବେଳ ହୋଇଗଲା। ପ୍ରଧାନଙ୍କ ସ୍ତ୍ରୀ ଖାଇବାକୁ ଡାକିବାରୁ ସମସ୍ତେ ଖାଇବା ପାଇଁ ଉଠିଗଲେ।

ଭବେଶ ଚନ୍ଦ୍ର କର

ଭବେଶ ଚନ୍ଦ୍ର କର

ସମାଜସେବୀ, ଗବେଷକ ଏବଂ ଲେଖକ
ମୋବାଇଲ -୮୨୪୯୭୭୭୫୦୨

Related Posts

ଆମେ ପାଉଡି ଭୂୟାଁ (ଭାଗ ୧୮)
More

ଆମେ ପାଉଡୀ ଭୂୟାଁ (ଭାଗ ୭୪)

by ଭବେଶ ଚନ୍ଦ୍ର କର
April 14, 2026

ଭବେଶ ଚନ୍ଦ୍ର କର, କେନ୍ଦୁଝର, ୧୪ ଏପ୍ରିଲ ୨୦୨୬ ସକାଳୁ ସକାଳୁ ଉଠିପଡ଼ି ନିତ୍ୟକର୍ମ ସାରି କୁଆଡ଼େ ଯିବା ପାଇଁ ବାହାରି ପଡ଼ିଲା ମନ୍ମଥ। ମୁଁ ପଚାରିବାରୁ...

Read more
Why We Buy Brands That Make Us Feel “Complete”

Why We Buy Brands That Make Us Feel “Complete”

April 1, 2026
Vipul’s Voice: Herd Ego

Vipul’s Voice:
Herd Ego

March 19, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୩)

March 14, 2026
ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

ଯାଜପୁର ଗାନ୍ଧୀ: ପରମାନନ୍ଦ ମହାନ୍ତି

March 11, 2026
Dhanada’s Discourse: In the Aftermath of the US Losing the War to Iran: Prof Jiang

Dhanada’s Discourse:
In the Aftermath of the US Losing the War to Iran: Prof Jiang

March 8, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.