• About
  • Contact
Saturday, January 24, 2026
Saturday, January 24, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ମହା ଶିବରାତ୍ରି

ମହା ଶିବରାତ୍ରି
Share on FacebookShare on Xshare on Whatsappshare on Linkedin
ବିଜୟ କୁମାର ପାଣି, ମାହାଙ୍ଗା, କଟକ, ୨୬ ଫେବୃଆରୀ ୨୦୨୫

ହେ ଧୃଜଟି ପ୍ରଭୁ ଶଶାଙ୍କଶେଖର
ବୃଷଭ ବାହାନେ ଚଢ଼ି।
ମର୍ତ୍ତ୍ୟଲୋକେ ଆସି ହୋଇଅଛ ଉଭା
ଭକ୍ତେ ରହିଛନ୍ତି ବେଢ଼ି।।

ମହା ଶିବରାତ୍ରୀ ସଭିଏଁ କୁହନ୍ତି
ଭକତ ହୋଇଛି ଭୋଳା।
ରହି ଉଜାଗର ଘିଅ ଦୀପ ଜାଳେ
ପାଳନ୍ତି ଜାଗର ମେଳା।।

କାଳଙ୍କ ଉପରେ ମହାକାଳ ତୁମେ
ମହୀଚାରି ବିଶ୍ୱେଶ୍ୱର।
ମନ୍ତ୍ର ଉଚ୍ଚାରଣେ କମ୍ପୁଅଛି ମହୀ
ତୁମେ ପରା ଯଜ୍ଞେଶ୍ୱର।।

ଜଟାରେ ଧାରଣ ଗଙ୍ଗା ମାତା ଯେଣୁ
ନାମ ବହିଛ ଗାଙ୍ଗେୟ।
ବିଶ୍ଵ ଜନ ମିଳି କରୁଛନ୍ତି ସ୍ତୁତି
ଓଁ ନମଃ ଶିବାୟ।।

ଆଲୋକ ମାଳରେ ସୁସଜ୍ଜିତ ଆଜି
ଯେତେ ସବୁ ଶିବାଳୟ।
ଉତ୍ସବ ମୁଖର ମର୍ତ୍ତ୍ୟବାସୀଙ୍କର
ଶିବଶଙ୍କର କି ଜୟ।।

ତପେ ଦିଅ ବର କୋପେ ଦିଅ ବର
ନାମଟି ଭୋଳାଶଙ୍କର।
ସୃଷ୍ଟି ରକ୍ଷା ଅର୍ଥେ କାମ କ୍ରୋଧ ଶାନ୍ତ
କଲ ମହାକାଳୀଙ୍କର।।

ଡମ୍ବୁରୁ ବଜାଇ ଉଦଣ୍ଡିତ ହୋଇ
ତାଣ୍ଡବ ରଚିଲ ଯାଇ।
ଲହ ଲହ ଜିହ୍ୱା ଖୁଙ୍କାର କେଶିନୀ
କାଳିକା ମାତାଙ୍କ ପାଇଁ।।

ସେତ ମହାମାୟୀ ଶାନ୍ତ ଚିତ୍ତ ହୋଇ
ଦୀପ ପ୍ରଜ୍ବଳିତ କରି।
ସ୍ବାମୀ ରୂପେ ବରି ବୋଲାଇ ଶଙ୍କରି
ତ୍ରୈଲୋକେ ପଡ଼ିଲା ହୁରି।।

ଅମାବାସ୍ୟା ତିଥି ଉମା ମହୀପତି
ସର୍ବଜନେ କଲେ ପୂଜା।
ଜାଗର ନାମରେ ନାମିତ ତ୍ରିପୁରେ
ଦେବାଧିଦେବଙ୍କ ରାଜା।।

ବିଶ୍ବର କଲ୍ୟାଣ କରନ୍ତି ଆପଣ
ନିମିଶକେ ପୁଣି ଧ୍ଵଂସ।
ପାପୀଙ୍କୁ ସଂହାରି ଭକ୍ତଙ୍କୁ ଉଦ୍ଧରି
ଧରାକୁ କର ଉଶ୍ୱାସ।।

ବିଜୟ କୁମାର ପାଣି

ବିଜୟ କୁମାର ପାଣି

ସମାଜସେବୀ ଏବଂ କବି

Related Posts

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ
More

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

by Nirvik Bureau
January 19, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଜାନୁୟାରୀ ୨୦୨୬ ବିଜୁ ଜନତା ଦଳରୁ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯିବା ପରେ ଏବେ...

Read more
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୧)

January 14, 2026
Dhanada’s Discourse: Hong Kong Help Group: When WhatsApp Becomes a Lifeline

Dhanada’s Discourse:
Hong Kong Help Group: When WhatsApp Becomes a Lifeline

January 8, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୦)

December 29, 2025
ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ  ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

ମାହାଙ୍ଗାରେ ବିଶିଷ୍ଟ ରାଜନେତା ମତଲୁବ ଅଲ୍ଲୀ ଏବଂ ସମାଜ ସଂସ୍କାରକ ବୈରାଗୀ ଚରଣ ମିଶ୍ରଙ୍କ ଜୟନ୍ତୀ ପାଳିତ

December 18, 2025
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୬୯)

December 16, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.