• About
  • Contact
Tuesday, March 10, 2026
Tuesday, March 10, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home More

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୯ ଜାନୁୟାରୀ ୨୦୨୬

ବିଜୁ ଜନତା ଦଳରୁ ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କରାଯିବା ପରେ ଏବେ ଦଳ ଭିତରେ ବିବାଦ ଘନେଇଛି। ନିଲମ୍ବନର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ଅବା ଯେଉଁ କାରଣ ବିଜେଡି ପକ୍ଷରୁ ଦର୍ଶାଯାଇଛି ତାହାକୁ ମଧ୍ୟ କେହି ବିଶ୍ୱାସ କରିବା ଭଳି ସ୍ଥିତି ନାହିଁ। ତେବେ ହଠାତ୍ ଦଳରୁ ଦୁଇ ବିଧାୟକଙ୍କୁ ନିଲମ୍ବନ କରିବା ଘଟଣା ଏବେ ଦଳର ବରିଷ୍ଠ ନେତାଙ୍କୁ ପୁଣି ଥରେ ବିଜେଡିର ଭବିଷ୍ୟତ ବାବଦରେ ଚିନ୍ତା କରିବାକୁ ଏକରକମ ବାଧ୍ୟ କରିଦେଇଛି।

ଯଦି କେହି ବିଜୁ ଜନତା ଦଳରେ ଏହି ଦୁଇ ବିଧାୟକଙ୍କ ନିଲମ୍ୱନ ଆଦେଶ ଓ ଦଳ ପକ୍ଷରୁ ଦର୍ଶାଯାଇଥିବା କାରଣକୁ ବୁଝିବାକୁ ଚେଷ୍ଟା କରେ, ତେବେ ଯେ କେହିବି ଏ କଥା ସ୍ବୀକାର କରିବେ ଯେ, ଏହି ନିଲମ୍ବନ ଆଦେଶ ଦୁଇ ବିଧାୟକଙ୍କୁ ଯେତିକି ପ୍ରଭାବିତ କରିନାହିଁ ବରଂ ଅଧିକ ଭାବେ ପ୍ରଭାବିତ ହୋଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏଭଳି ନିଷ୍ପତ୍ତି ଦଳ ତାଙ୍କ ବିରୋଧରେ ନେଉ ବୋଲି ଢେର ଆଗରୁ ଚାହୁଁଥିଲେ। ଏଣୁ ତାଙ୍କର ନିଲମ୍ବନ ଆଦେଶ ତାଙ୍କୁ ଅଧିକ ଆଶ୍ୱସ୍ତ କରିଛି। ଏହାଦ୍ୱାରା କୌଣସି ମତେ ସନାତନଙ୍କ ରାଜନୈତିକ କ୍ୟାରିୟର ପ୍ରଭାବିତ ହେବ ନାହିଁ ବରଂ କେନ୍ଦୁଝର ରାଜନୀତିରୁ ବିଜେଡି ସମ୍ପୂର୍ଣ୍ଣ ପୋଛି ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଆଗରୁ କେନ୍ଦୁଝର ଜିଲ୍ଲା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପତ୍ର ଦଳ ବିରୋଧରେ ମୁହଁ ଖୋଲିଛନ୍ତି ଓ ବିଭିନ୍ନ ପ୍ରସଙ୍ଗରେ ଦଳର ନେତୃତ୍ୱକୁ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି। ବଦ୍ରି ପାତ୍ରଙ୍କ ଭଳି ବରିଷ୍ଠ ନେତା ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିସାରିଥିବା ବେଳେ ସନାତନ ମହାକୁଡ଼ଙ୍କୁ ଦଳ ନିଲମ୍ବିତ କରିଛି ତେବେ କେନ୍ଦୁଝର ରାଜନୀତିରେ ବିଜେଡିର ନେତା ଆଉ କିଏ ରହିଲେ ବୋଲି ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।

ସେହିପରି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବିତ କରି ବିଜେଡି ସୁପ୍ରିମୋ କିଛି ଭଲ ବାର୍ତ୍ତା ଦେଇନାହାନ୍ତି ବୋଲି ଦଳରେ ଅନେକ ନେତା ଏବେ ନିଜ ନିଜ ଭିତରେ ଆଲୋଚନା କରୁଛନ୍ତି। ଏହାର କାରଣ ମଧ୍ୟ ବେଶ ସ୍ପଷ୍ଟ। ଅରବିନ୍ଦ ମହାପାତ୍ର ହେଉଛନ୍ତି ବିଜେଡିର ଏକଦା ପ୍ରତିଷ୍ଠାତା ସଦସ୍ୟ ଥିବା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଦଳରୁ ବିତାଡିତ ହୋଇଥିବା ବିଜୟ ମହାପାତ୍ରଙ୍କ ପୁଅ। ଯେଉଁଭଳି ଭାବେ ବିଜୟ ମହାପାତ୍ରଙ୍କୁ ନବୀନ ପଟ୍ଟନାୟକ ଅତୀତରେ ଦଳରୁ ବିଦା କରିଥିଲେ, ଠିକ୍ ସେହିପରି ଭାବେ ତାଙ୍କ ପୁଅଙ୍କୁ ମଧ୍ୟ ଦଳରୁ ନିଲମ୍ବିତ କରିଛନ୍ତି ବୋଲି ଏବେ ଦଳ ଭିତରେ ଚର୍ଚ୍ଚା ଚାଲିଛି। ଆହୁରି ମଧ୍ୟ ଅରବିନ୍ଦ ମହାପାତ୍ରଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟର ପ୍ରମାଣ ମିଳିଛି ବୋଲି ବିଜେଡି ପକ୍ଷରୁ ଯାହା କୁହାଯାଇଛି ଓ ଯେଉଁ ଶବ୍ଦ ପ୍ରୟୋଗ କରିଛନ୍ତି ଦଳର ପାଣ୍ଡିଆନ ପନ୍ଥୀ ନେତାମାନେ ତାହା ହେଉଛି “ଦୁର୍ନୀତି ଗ୍ରସ୍ତ” ଓ “ବିଶ୍ୱାସ ଘାତକ”। ଯାହାର କୌଣସି ପ୍ରମାଣ ମଧ୍ୟ ବିଜେଡି ପାଖରେ ନଥିବା ଭଳି ମାନେ ହୁଏ। କାରଣ ଏହି ଶବ୍ଦ ଗୁଡ଼ିକ ନବୀନ ପଟ୍ଟନାୟକ ଅତୀତରେ ଅନେକ ବରିଷ୍ଠ ନେତାଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିଥିଲେ ମଧ୍ୟ ତାହା ପ୍ରମାଣିତ କରିପାରି ନାହାଁନ୍ତି। ପୂର୍ବରୁ ଘଟିଥିବା ଅନେକ ଘଟଣାରେ ନବୀନ ପଟ୍ଟନାୟକ ବରିଷ୍ଠ ନେତା ବିଜୟ ମହାପାତ୍ର, ନଳିନୀ ମହାନ୍ତି, କମଳା ଦାସ, ଡ଼ା ଦାମୋଦର ରାଉତ ଆଦିଙ୍କ କ୍ଷେତ୍ରରେ ଏଭଳି ଶବ୍ଦ ପ୍ରୟୋଗ କରି ନିଜେ ଅପଦସ୍ତ ହୋଇଛନ୍ତି। ଏପରିକି ବିଜେଡିର ସବୁଠାରୁ କ୍ଷମତାଶାଳୀ ନେତା ଥିବା ସ୍ବର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କୁ ମଧ୍ୟ ନବୀନ ପଟ୍ଟନାୟକ ଯେଉଁଭଳି ଅପମାନଜନକ ସ୍ଥିତିରେ ଦଳରୁ ବିଦା କରିଥିଲେ ତାହା ମଧ୍ୟ ସାଧାରଣ ଲୋକଙ୍କ ମନରେ ଏଯାଏଁ ତାଜା ହୋଇ ରହିଛି।

ତେବେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିଆଯାଇଥିବା ଏକାଧିକ ନିଷ୍ପତ୍ତି ଯଦିଓ ବିଜେଡିକୁ ଅତୀତରେ ଅଧିକ କ୍ଷତି ପହଞ୍ଚାଇ ପାରିନଥିଲା,ମାତ୍ର ସେ ସ୍ଥିତି ଏବେ ବଦଳି ଯାଇଛି । ଲୋକଙ୍କ ଆସ୍ଥା ହରାଇଥିବା ଏକ ଦଳ ଯଦି ନିର୍ବାଚିତ ବିଧାୟକଙ୍କୁ କୌଣସି କାରଣ ନଥାଇ ନିଲମ୍ବିତ କରେ, ତାହା ପୁଣି ଦଳର ବରିଷ୍ଠ ସଦସ୍ୟ ମାନଙ୍କ ସହ ଆଲୋଚନା ନକରି ତେବେ ଦଳର ଭବିଷ୍ୟତ କ’ଣ ହେବ ତାହା ବେଶ୍ ଜଳଜଳ ହୋଇ ଦେଖାଯାଉଛି। ବିଜେଡି କ୍ଷମତାରୁ ବିଦା ହେବା ପରେ ଦଳ ସଭାପତି ନବୀନ ପଟ୍ଟନାୟକ ସାଧାରଣ ଲୋକ ଓ ଦଳର ନେତାଙ୍କ ଠାରୁ ଏତେ ମାତ୍ରାରେ ଦୂରେଇ ଗଲେଣିଯେ, କାହା ସହ ଆଉ ସିଧାସଳଖ ସମ୍ପର୍କରେ ରହିପାରୁ ନାହାଁନ୍ତି। ତାଙ୍କ ନେତୃତ୍ୱ ମଧ୍ୟ ଦୁର୍ବଳ ହୋଇ ଚାଲିଛି ଏପରିକି ସେ ସମ୍ପୂର୍ଣ୍ଣ ଭାବେ ଦଳର ନେତୃତ୍ୱ ନେବାପାଇଁ ଅସମର୍ଥ ହୋଇପଡ଼ିଛନ୍ତି ବୋଲି ଦଳ ଭିତରେ ଓ ବାହାରେ ଆଲୋଚନା ଜୋର ଧରିଛି। ଏଭଳି ପରିସ୍ଥିତିରେ ଦଳର ଦୁଇ ବିଧାୟକଙ୍କୁ ନିଲମ୍ବନ କରିବାର ନିଷ୍ପତ୍ତି ନବୀନ ପଟ୍ଟନାୟକ ନେବା ପରେ ବିଜେଡିର ରାଜନୈତିକ ଭବିଷ୍ୟତ ପ୍ରତି ଅଧିକ ଭାବେ ଦଳ ଭିତରର ବରିଷ୍ଠ ଓ ଯୁବ ନେତୃତ୍ୱଙ୍କୁ କ୍ଷୁବ୍ଧ କରିବା ଭଳି ମନେହୁଏ । ଯାହାର ଫଳ ସ୍ୱରୂପ ଦଳର ବରିଷ୍ଠ ନେତା ଓ ପାଣ୍ଡିଆନ ପନ୍ଥୀ ନେତାଙ୍କ ମଧରେ ଏବେ ଜୋରଦାର ଲଢ଼େଇ ଆଗକୁ ଦେଖିବାକୁ ମିଳିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି ।

Nirvik Bureau

Nirvik Bureau

Related Posts

Dhanada’s Discourse: In the Aftermath of the US Losing the War to Iran: Prof Jiang
More

Dhanada’s Discourse:
In the Aftermath of the US Losing the War to Iran: Prof Jiang

by Dhanada K. Mishra
March 8, 2026

Dhanada K Mishra, Hong Kong, 8 March 2026 In the midst of escalating tensions between the United States and Iran...

Read more
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
Jay’s Thoughts:Dated Rituals and our unquestioning acceptance of them

Jay’s Thoughts:
Dated Rituals and our unquestioning acceptance of them

February 22, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଆମେ ପାଉଡି ଭୂୟାଁ (ଭାଗ ୧୮)

ଆମେ ପାଉଡୀ ଭୂୟାଁ (ଭାଗ ୭୨)

February 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.