• About
  • Contact
Wednesday, March 4, 2026
Wednesday, March 4, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

ଗାନ୍ଧୀଜୀ ଓ ମୌଳିକ ଶିକ୍ଷା

ଅକ୍ଟୋବର ୨ ର ମହତ୍ତ୍ୱ
Share on FacebookShare on Xshare on Whatsappshare on Linkedin
ଜୟନ୍ତ କୁମାର ଦାସ, ଭୁବନେଶ୍ୱର, ୨୧ ଅକ୍ଟୋବର ୨୦୨୨

ଅର୍ଥନୈତିକ ସ୍ୱାଧୀନତା ବିନା ଦେଶର ପ୍ରଗତି ଅସମ୍ଭବ ବୋଲି ଗାନ୍ଧୀଜୀ ହୃଦୟଙ୍ଗମ କରିଥିଲେ । ଗାନ୍ଧୀଜୀଙ୍କ ପରିକଳ୍ପନାର ମୌଳିକ ଶିକ୍ଷା ଅର୍ଥନୈତିକ ସ୍ୱାଧୀନତାର ମାପକାଠି ସଦୃଶ । ୧୯୩୭ ରେ ଗାନ୍ଧିଜୀ ଦେଶରେ ସାବଲମ୍ବୀ ଶିକ୍ଷା ପଦ୍ଧତି ପ୍ରବର୍ତ୍ତନ କରିବା ଉପରେ ଗୁରୁତ୍ବ ଦେବା ଆରମ୍ଭ କଲେ । ୱାର୍ଦ୍ଧାରେ ରାଷ୍ଟ୍ରୀୟ ଶିକ୍ଷା ପରିଷଦ ବୈଠକରେ ଆଦର୍ଶ ଶିକ୍ଷା ପଦ୍ଧତି ପ୍ରସ୍ତୁତ କରିବା ପାଇଁ ଜାକୀର ହୁସେନ୍ କମିଟି ଗଠନ କରାଗଲା । କମିଟିର ସୁପାରିଶ ଅନୁଯାୟୀ ଯେଉଁ ଶିକ୍ଷା ପଦ୍ଧତି ଖସଡ଼ା ପ୍ରସ୍ତୁତ କରାଗଲା ତା’ର ନାଁ ରଖାଗଲା Wardha Scheme of Education । ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ହିନ୍ଦୁସ୍ଥାନୀ ତାଲିମ ସଂଘ ଗଢ଼ାହେଲା ।

ଗାନ୍ଧିଜୀ ଚାହୁଁଥିଲେ ଶିକ୍ଷା ବ୍ୟବସ୍ଥା ଏମିତି ହେବା ଦରକାର ଯେଉଁ ପଦ୍ଧତିରେ ମନ ଓ ଆତ୍ମାର ବୌଦ୍ଧିକ ବିକାଶ ଘଟିବ । ପ୍ରତ୍ୟେକ ଛାତ୍ର କାର୍ଯ୍ୟ ମାଧ୍ୟମରେ ଜାଣିବ ଯେ ଏହା କାହିଁକି ଓ କେଉଁଥିପାଇଁ କରାଯାଇଛି ଓ ଏହାର ଅଭିପ୍ରାୟ କ’ଣ ? “ହରିଜନ” ପତ୍ରିକାରେ ଗାନ୍ଧୀଜୀ ପ୍ରକାଶ କରିଥିଲେ ଯେଉଁ ଶିକ୍ଷା ହସ୍ତଶିଳ୍ପ ଓ ଉତ୍ପାଦନ ଶ୍ରମ ମାଧ୍ୟମରେ ଦିଆଯାଏ, ତାହା ହିଁ ଯଥାର୍ଥ ଶିକ୍ଷା । ଶିଶୁର ସର୍ବାଙ୍ଗୀନ ଉନ୍ନତି ମୌଳିକ ଶିକ୍ଷାର ଲକ୍ଷ୍ୟ,କେବଳ ଖାତା ବହି ଭିତରେ ସୀମିତ ନ ରହି ବିଭିନ୍ନ ହସ୍ତଶିଳ୍ପ ଜ୍ଞାନ ଆହରଣ କରି କାର୍ଯ୍ୟରେ ଲଗାଇବା ଏହାର ଅଭିପ୍ରାୟ । ଏହା କରିବା ଦ୍ୱାରା ଉଭୟ ହାତ ଓ ମନ ଏକ ସଂଗେ ଶିକ୍ଷା ଲାଭ କରିବ । ଏହି ଶିକ୍ଷା ଦ୍ୱାରା ମଣିଷର ସଂପୂର୍ଣ୍ଣ ବ୍ୟକ୍ତିତ୍ଵର ବିକାଶ ଘଟିବ । ଶ୍ରମଜୀବୀ ଓ ବୁଦ୍ଧିଜୀବୀଙ୍କର ମଧ୍ୟରେ ଥିବା ପ୍ରଭେଦ କ୍ରମଶଃ ଦୂରେଇବାରେ ମୌଳିକ ଶିକ୍ଷାର ପ୍ରମୁଖ ଭୂମିକା ରହିବ । ମୌଳିକ ଶିକ୍ଷାରେ ପାଠପଢ଼ା ସହିତ ସୂତାକଟା, ଲୁଗାବୁଣା, ଚମଡ଼ା କାମ ଆଦି ହସ୍ତଶିଳ୍ପରେ ଧ୍ୟାନ ଦେବା ଆବଶ୍ୟକ । ଏହା ଭବିଷ୍ୟତରେ ଉତ୍ତମ ନାଗରିକ ଗଢ଼ିବାରେ ସାହାଯ୍ୟ କରେ । ପ୍ରତ୍ୟେକ ଭବିଷ୍ୟତ ନାଗରିକ ନିଜର ଅଧିକାର ଓ କର୍ତ୍ତବ୍ୟକୁ ସୁଚାରୁ ରୂପେ ବୁଝିବା ଓ ହୃଦୟଙ୍ଗମ କରି କାର୍ଯ୍ୟରେ ପରିଣତ କରିବା ଏହି ଶିକ୍ଷାପଦ୍ଧତିର ଉଦ୍ଦେଶ୍ୟ । ଯେଉଁ ଶିକ୍ଷା ଆହରଣ ପରେ ଯଦି ଅନ୍ୟ ଉପରେ ବୋଝ ସୃଷ୍ଟି ହୁଏ, ସେ ଶିକ୍ଷା ବାସ୍ତବରେ ମୂଲ୍ୟହୀନ ଓ ଦିଗହୀନ । ଏହି ଶିକ୍ଷା କେବଳ ଉତ୍ପାଦନ ଶକ୍ତିକୁ ନଷ୍ଟ କରେ ତାହା ନୁହେଁ ବରଂ ଏହା ସେମାନଙ୍କ ଭିତରେ ଅନୈତିକ ମନୋବୃତ୍ତି ସୃଷ୍ଟି କରେ । ଶ୍ରମକୁ ମର୍ଯ୍ୟାଦା ଦେବା ମୌଳିକ ଶିକ୍ଷାର ଏକ ଅଂଶବିଶେଷ ସେ ହସ୍ତଶିଳ୍ପ ହେଉ ବା ମଇଳା ସଫା କରିବା ହେଉ, ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ଏହାର ନୀତି । ଏହାଦ୍ଵାରା ପ୍ରତ୍ୟେକ ବ୍ୟକ୍ତି ସ୍ୱାବଲମ୍ବୀ ହୋଇପାରିବ ଓ ଶ୍ରମଦାନ କରିବା ପାଇଁ ସଂକୋଚ ପ୍ରକାଶ କରିବ ନାହିଁ । ଗାନ୍ଧିଜୀ “ହରିଜନ” ପତ୍ରିକାରେ ଲେଖିଥିଲେ “ପ୍ରତ୍ୟେକ ବିଦ୍ୟାଳୟ ନିଜ ଖର୍ଚ୍ଚ ନିଜେ ଉଠାଇ ନେଇପାରିବ । ଏକମାତ୍ର ସର୍ତ୍ତ ହେଉଛି, ସରକାର ବିଦ୍ୟାଳୟରେ ତିଆରି ହେଉଥିବା ସାମଗ୍ରୀ ଗୁଡ଼ିକୁ କିଣିନେବେ । ଶିଖିବା ଓ ଶିଖାଇବା ଲୋକର ଗୁଣାତ୍ମକ ମାନ ପରଖିବା ଆବଶ୍ୟକ, ଯାହା ଫଳରେ ଉଭୟ ଉତ୍ସାହିତ ହେବେ ଓ କାମରେ ଆଗ୍ରହ ପ୍ରକାଶ କରିବେ” । ମୌଳିକ ଶିକ୍ଷାନୀତି ଅନୁଯାୟୀ ପ୍ରତ୍ୟେକ ପ୍ରଦେଶର ଶିକ୍ଷାବୋର୍ଡ ପାଠ୍ୟକ୍ରମ ତିଆରି କରିବାରେ ଜଣେ ବିଶେଷଜ୍ଞ ସଦସ୍ୟ ରହିବେ । ଏହି ପାଠ୍ୟକ୍ରମରେ ହସ୍ତଶିଳ୍ପ ସହିତ ବୌଦ୍ଧିକ ଶିକ୍ଷାର ବିକାଶ ଉପରେ ଗୁରୁତ୍ୱ ରହିବ ।

ଯେଉଁ ଧନ୍ଦା ବଛାଯିବ ସେଥିରେ ଛାତ୍ର ପାଠ ଶେଷ କରିବା ପରେ ଆବଶ୍ୟକ ସ୍ଥଳେ ସେହି ଧନ୍ଦାକୁ ନିଜର ପେଶା ରୂପେ ଗ୍ରହଣ କରିବେ ଯଥା ଲୁଗାବୁଣା, ସୂତାକଟା, କୃଷି, ଫଳ ଓ ପନିପରିବା ଉତ୍ପାଦନ, ଚମଡ଼ା କାମ ଇତ୍ୟାଦି । ମାତୃଭାଷା ମାଧ୍ୟମରେ ଶିକ୍ଷାଦାନ ହେଉଛି ଶିକ୍ଷାର ମୂଳଭିତ୍ତି । ମୌଳିକ ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ହେଉଛି –

୧- ବିଦ୍ୟାର୍ଥୀ ଆତ୍ମବିଶ୍ୱାସ ସହିତ ବିନା ସଂକୋଚ ଓ ଦ୍ୱିଧାରେ କଥାବାର୍ତ୍ତା କରିପାରିବ ଓ ଦୈନିକ ଖବରକାଗଜ ଓ ପତ୍ରପତ୍ରିକା ସହଜରେ ପଢ଼ିପାରିବ ଓ ବୁଝିପାରିବ
୨- ହସ୍ତାକ୍ଷର ବୋଧଗମ୍ୟ ହେବା ଜରୁରୀ
୩- ଗଣିତ ଶିକ୍ଷା ଏପରି ଦିଆଯିବ ଯେ ଛାତ୍ରମାନେ ନିଜ ନିଜର ଉଦ୍ୟୋଗ ଧନ୍ଦା, ଘରୋଇ ଓ ସାମାଜିକ ଜୀବନରେ ବିଭିନ୍ନ ହିସାବ ନିକାଶ ନିଜେ କରିବାରେ ସକ୍ଷମ ହେବେ ।
୪- ଭାରତର ପ୍ରଗତି ବିଷୟରେ ନିଜେ ଆଗ୍ରହ ସୃଷ୍ଟି କରିବ , ଦେଶପ୍ରେମଭାବ ଜାଗ୍ରତ ହେବା ସହିତ ସତ୍ୟ, ନ୍ୟାୟ ଓ ଅହିଂସା ଉପରେ ବିଶ୍ୱାସ ଜନ୍ମାଇବା ଓ ସବୁ ଧର୍ମ ପ୍ରତି ଶ୍ରଦ୍ଧାଭାବ ପ୍ରକଟ କରିବ ।
୫- ସର୍ବସାଧାରଣଙ୍କ ପାଇଁ ସେବା ଓ ସୁବିଧା ଯେତେ ପ୍ରକାର ବ୍ୟବସ୍ଥା ରହିଛି ସେଗୁଡିକ ସହିତ ଶିକ୍ଷାର୍ଥୀ ପରିଚିତ ହେବ ।
୬- ନିଜ ଦେଶ ଓ ବିଦେଶର ଭୌଗଳିକ ସ୍ଥିତି ଓ ପରିସ୍ଥିତି ଜୀବଜଗତ ଉପରେ କି ପ୍ରଭାବ ପକାଏ ସେ ବିଷୟରେ ଜ୍ଞାନ ଆହରଣ କରିବା, ଗଛ, ଫସଲ, ଚତୁଃପାର୍ଶ୍ଵରେ ଥିବା ଜୀବଜନ୍ତୁଙ୍କୁ ଚିହ୍ନିବା, ବିଭିନ୍ନ ଋତୁରେ ଫସଲ ବିଷୟରେ ଜ୍ଞାନ, ମନୁଷ୍ୟ ଶରୀର ଓ ଅଙ୍ଗ ପ୍ରତ୍ୟଜ୍ଞ ଜ୍ଞାନ ବିଷୟରେ ସଚେତନ ହେବା । ଦେହର ପରିଚ୍ଛନତା, ଘର, ଗାଁ, ଗାଡ଼ିଆ, ସଡ଼କ ଓ ନର୍ଦ୍ଦମା ସଫେଇ, ସଚ୍ଛ ପିଇବା ପାଣି ବ୍ୟବସ୍ଥା, ଶୁଦ୍ଧ ବାୟୁର ଗୁରୁତ୍ୱ, ରୋଗୀଙ୍କ ସେବା ଓ ସାଧାରଣ ଚିକିତ୍ସା ବିଷୟରେ ଜାଣିବା । ବ୍ୟାୟମର ଗୁରୁତ୍ୱ, ରାଷ୍ଟ୍ରଭାଷାରେ କାମଚଳା ଜ୍ଞାନ ଅର୍ଜନ କରିବା ମୌଳିକ ଶିକ୍ଷାର ତତ୍ତ୍ୱ କାରଣ ବଡ଼ ହେଲାପରେ ସେ ଅନ୍ୟପ୍ରଦେଶର ଲୋକଙ୍କ ସହ ଭାବ ବିନିମୟ କରିପାରିବ । ଯେଉଁ ପ୍ରଦେଶର ମାତୃଭାଷା ଅଣହିନ୍ଦୀ ହୋଇଥିବ, ସେଠାରେ ଷଷ୍ଠ ଶ୍ରେଣୀରୁ ହିନ୍ଦୁସ୍ଥାନୀ ଶିଖିବା ବାଧ୍ୟତାମୂଳକ ହେବ । ମୌଳିକ ଶିକ୍ଷାର ମାନଦଣ୍ଡ ବୃଦ୍ଧି ପାଇଁ ଶିକ୍ଷକ ମାନଙ୍କର ତାଲିମ ବ୍ୟବସ୍ଥା ଜରୁରୀ । ମୌଳିକ ଶିକ୍ଷାର ରୂପରେଖ ଏହିପରି, ଯାହାଦ୍ୱାରା ଗ୍ରାମ୍ୟ ଜୀବନର ଯେଉଁ ବାସ୍ତବ ସମସ୍ୟା ରହିଛି ତାହା ସହିତ ପାଠର ସିଧାସଳଖ ସମ୍ବନ୍ଧ ରହିବ ଓ ଗ୍ରାମ୍ୟ ଜୀବନର କିଛି ଉନ୍ନତି ଘଟାଇବା ଏହାର ଲକ୍ଷ୍ୟ ହେବ । ତୁଳାଭିଣା ଓ ତକଲିରେ ସୂତାକଟା ପ୍ରତ୍ୟେକ ଶିକ୍ଷକଙ୍କ ପାଇଁ ବାଧ୍ୟତାମୂଳକ ହେବ । ଶିକ୍ଷକ ମାନଙ୍କର ପାଠପଢାଇବାରେ ଓ ହସ୍ତଶିଳ୍ପରେ ନିପୁଣତା ଥିବା ଆବଶ୍ୟକ । ଏହାଫଳରେ ବୁଦ୍ଧିମାନ, ଶିକ୍ଷିତ, କୁଶଳ ଶିକ୍ଷକ ତିଆରି ହେବେ ଯାହାଙ୍କ ଆଦର୍ଶ ଛାତ୍ରମାନଙ୍କର ଧ୍ୟେୟ ହେବ । ପ୍ରତିଭା ଦେଖି ଗୋଟିଏ ଶ୍ରେଣୀରୁ ଆଉ ଗୋଟିଏ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବା ଶିକ୍ଷକଙ୍କ କାର୍ଯ୍ୟ । ମୌଳିକ ବିଦ୍ୟାଳୟରେ ତାଲିମପ୍ରାପ୍ତ ଶିକ୍ଷକଙ୍କ ଭୂମିକା ଯେତିକି, ବିଜ୍ଞ ନିରୀକ୍ଷକଙ୍କ ଭୂମିକା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କର ତାଲିମ ବ୍ୟବସ୍ଥା ଜରୁରୀ । (କ୍ରମଶଃ)

ଜୟନ୍ତ କୁମାର ଦାସ

ଜୟନ୍ତ କୁମାର ଦାସ

ସଂପାଦକ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି, କଟକ

Related Posts

Odisha’s Two-Speed Economy: Growth at the Top, Distress at the Bottom
Opinion

Odisha’s Two-Speed Economy: Growth at the Top, Distress at the Bottom

by Ambika Prasad Kanungo
February 28, 2026

Ambika Prasad Kanungo, Bhubaneswar, 28 February 2026 Odisha is frequently cited as one of India’s fastest-growing states, with rising industrial...

Read more
Fault Lines in the National Education Policy

Fault Lines in the National Education Policy

January 10, 2026
Small is Beautiful!

Small is Beautiful!

January 10, 2026
Centre’s New Work Guarantee Scheme: A Promise Sans Dignity

Centre’s New Work Guarantee Scheme: A Promise Sans Dignity

December 25, 2025
Unity in Bharat: Evolution through Different Eras

Unity in Bharat: Evolution through Different Eras

December 10, 2025
The Vibe of Bihar Elections—In the Long Run We Are All Dead

The Vibe of Bihar Elections—In the Long Run We Are All Dead

November 23, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.