• About
  • Contact
Tuesday, March 17, 2026
Tuesday, March 17, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Opinion

କେତେ ମହତ୍ତ୍ୱପୂର୍ଣ୍ଣ ! ମହାତ୍ମାଙ୍କ ଓଡ଼ିଶା ଆଗମନ !

Share on FacebookShare on Xshare on Whatsappshare on Linkedin

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆମ ଦେଶ ଭାରତ ପାଳନ କରୁଛି ଅମୃତ ମହୋତ୍ସବ। ଘରେ ଘରେ ସ୍ବାଧୀନତାର ଅମୃତ ଉତ୍ସବର ମାହୋଲ ସୃଷ୍ଟି କରିବାପାଇଁ, ଜାତୀୟ ପତାକା ଉଡ଼ାଇବା ପାଇଁ ଆହ୍ଵାନ ଦିଆଯାଇଛି। ସ୍ୱାଧୀନତା ହାସଲ କ୍ଷେତ୍ରରେ ଇତିହାସ ବର୍ଣ୍ଣିତ ସଂଗ୍ରାମ ଓ ସଂଗ୍ରାମୀ ମାନଙ୍କୁ ମନେ ପକାଇ ବର୍ଷ ତମାମ୍ ସ୍ମୃତି ଚାରଣ କରିବାର ଅବସର ମିଳିଛି । ଗାଆଁ ଗଣ୍ଡା, ସହର ବଜାର, ଦପ୍ତର ଦରବାର ସାଜସଜା କରି ସଭା-ସମିତି ଉତ୍ସବ- ଅନୁଷ୍ଠାନ ଆୟୋଜନ ମାଧ୍ୟମରେ ହସ ଖୁସି ମନେଇବାର ପ୍ରୟାସ ଜାରି ରହିଛି। ଏହାର ଆଭିମୁଖ୍ୟ ହେଲା ପୂର୍ବଜ ମାନଙ୍କର ତ୍ୟାଗ, ବଳିଦାନ, ସଂଗ୍ରାମ ସମ୍ପର୍କରେ ଅବଗତ ହେବା ଏବଂ କଷ୍ଟ ଲବ୍ଧ ସ୍ଵାଧୀନତାର ସ୍ଵାଦ ଚାଖିବା । ଭାରତର ସମସ୍ତ ସ୍ୱତନ୍ତ୍ରତା ସେନାନୀ ଙ୍କ ପ୍ରକୃତ ପରାକାଷ୍ଠା ଉତ୍ତର ପିଢ଼ିଙ୍କ ପାଇଁ ମହତ୍ତ୍ଵ ପୂର୍ଣ୍ଣ ସାବ୍ୟସ୍ତ କରାଇବା ।

       ଏହି କ୍ରମରେ ଭାରତବର୍ଷର ମୁକ୍ତି ସଂଗ୍ରାମର ମନ୍ତ୍ରଦାତା ଆମ ଜାତିର ପିତା ବାପୁ ମହାତ୍ମା ଙ୍କ ଅନନ୍ୟ ଅବଦାନ ସଂପର୍କରେ ଆଲୋଚନା କରିବା ଉଚିତ୍ ହେବ । ଓଡ଼ିଶା ମାଟିର ବୀର ବରପୁତ୍ର ମାନେ ବାପୁ ମହାତ୍ମା ଙ୍କ ଶାନ୍ତି ଓ ଅହିଂସା ନୀତିରେ ଅନୁପ୍ରାଣିତ ହୋଇ ଦେଶ ମାତୃକାର ମୁକ୍ତି ସଂଗ୍ରାମର ଝାସ ଦେଇଥିଲେ। ସେମାନଙ୍କୁ ଅନୁପ୍ରେରିତ କରିବା ପାଇଁ ମହାତ୍ମା ଗାନ୍ଧୀ ୧୯୨୧ ମସିହାରୁ ୧୯୪୬ ମସିହା ମଧ୍ୟରେ ପ୍ରାୟତଃ ଆଠ ଥର ଓଡ଼ିଶା ଆଗମନ କରିଥିଲେ ।

     କସ୍ତୁରବା ଗାନ୍ଧୀ ଙ୍କ ସହ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଗାନ୍ଧିଜୀ କଟକ ରେଳ ଷ୍ଟେସନ ରେ ପଦାର୍ପଣ କରିଥିଲେ । ସେଠାରେ ତାଙ୍କୁ ସ୍ବାଗତ କରିବାପାଇଁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମେତ ବହୁ ମହାମନିଷୀ ବୃନ୍ଦ ଉପସ୍ଥିତ ଥିଲେ । ବିରାଟ ପଟୁଆର ରେ ମହାତ୍ମା ଗାନ୍ଧୀଙ୍କୁ ନିଆଯିବା ବେଳେ କଟକ ସହର ପଥ ପାର୍ଶ୍ଵ ଜନ ସମୁଦ୍ର ଭିତରୁ ଜୟ ଜୟକାର ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହେଉଥିଲା । ଗାଁ ଗହଳିରୁ ବି, ଛୁଟି ଆସିଥିଲେ ଅସଂଖ୍ୟ ଜନତା । ସଭିଙ୍କ ଠାରେ ଦେଶପ୍ରେମ ଜାଗି ଉଠିଥିଲା ଯେମିତି । ପ୍ରବଳ ଉତ୍କଣ୍ଠା ଓ ଉତ୍ସାହ ଭରା ହୃଦୟ ନେଇ ଅପେକ୍ଷାରତ ଥିଲେ ସମସ୍ତ ଜନସାଧାରଣ । ଖିଲାପତ୍ ଆନ୍ଦୋଳନ ଏବଂ ଆମଦେଶରେ ହିନ୍ଦୁ ମୁସଲିମ ଏକତା ପରିପ୍ରେକ୍ଷୀରେ କଟକର “କଦମ୍ – ଇ – ରସୁଲ୍” ଠାରେ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ ମହାତ୍ମା ଗାନ୍ଧୀ ମାର୍ଚ୍ଚ ୨୪ ତାରିଖରେ । ପୁଣି, ବିନୋଦ ବିହାରୀ ଠାରେ ବିଶିଷ୍ଟ ନାରୀ ନେତ୍ରୀ ମାନଙ୍କୁ ନେଇ ଅପରାହ୍ନରେ ଯେଉଁ ସଭାର ଆୟୋଜନ ହୋଇଥିଲା, ସେଥିରେ ଅସହଯୋଗ ଆନ୍ଦୋଳନର ବାର୍ତ୍ତା ପ୍ରଚାର ଲକ୍ଷ୍ୟ ରଖି ଗାନ୍ଧିଜୀ ଯେଭଳି ବକ୍ତବ୍ୟ ରଖିଲେ, ତାହା ତତ୍ କାଳୀନ ଓଡ଼ିଶାର ନାରୀ ମାନଙ୍କ ମନରେ ଗଭୀର ରେଖାପାତ କରିଥିଲା । ଫଳରେ ସଭାରେ ସମବେତ ହୋଇଥିବା ନାରୀ ମାନେ ଗାନ୍ଧିଜୀଙ୍କ ଦେଶ ପ୍ରେମରେ ଉଦବୁଦ୍ଧ ହୋଇ ନିଜ ନିଜର ପିନ୍ଧା ଅଳଙ୍କାର ଆଭୂଷଣ ଗହଣା ମାନ ବର୍ଜନ କରି ଦାନ କରିଥିଲେ ।

ତତ୍ପରେ ସନ୍ଧ୍ୟାରେ ଦୋଳ ପୂର୍ଣ୍ଣିମାର ଜହ୍ନ ଆଲୁଅରେ କାଠଯୋଡ଼ି ନଦୀ ବାଲୁକା ଶଯ୍ୟାରେ ବିରାଟ ସାଧାରଣ ସଭାରେ ଉଦ୍ ବୋଧନ ଦେଇ ଗାନ୍ଧୀ ମହାତ୍ମା ଅଗଣିତ ଜନ ସମୁଦାୟ ଙ୍କୁ ସ୍ଵାଧୀନତା ଆନ୍ଦୋଳନର ମହାମନ୍ତ୍ରରେ ଦୀକ୍ଷିତ କରିଥିଲେ । ବ୍ରିଟିଶ୍ ପ୍ରଶାସନ ଅଧୀନରେ ଭାରତର ଲୋକେ ଯେଉଁ ଯାତନା ଭୋଗୁଛନ୍ତି, ସେଥିରୁ ମୁକୁଳିବାକୁ ହେଲେ ଅସହଯୋଗ ଆନ୍ଦୋଳନ ଏକମାତ୍ର ପନ୍ଥା ବୋଲି ବାଛି ନେବାକୁ ପରାମର୍ଶ ଦେଇଥିଲେ। ପ୍ରାଚ୍ୟ ସଂସ୍କୃତିର ମହାନ୍ ବିଚାରଧାରା ସମ୍ପର୍କରେ ସଚେତନ ବାର୍ତ୍ତା ଦେଇ ଗାନ୍ଧିଜୀ କହିଥିଲେ – ପାଶ୍ଚାତ୍ୟ ଦେଶର ଶିକ୍ଷା ସଭ୍ୟତା ଆମ ଭାରତୀୟ ମାନଙ୍କ ଲାଗି ଉପଯୋଗୀ ନୁହେଁ । ଏହି ପରିପ୍ରେକ୍ଷୀରେ ସଭା ସ୍ଥଳରେ ଜଣେ ନିର୍ଭୀକ ଓଡ଼ିଆ ଯୁବକ ଗାନ୍ଧୀଙ୍କୁ ତାଙ୍କ ବିଲାତି ବାରିଷ୍ଟରୀ ଶିକ୍ଷା ସମ୍ପର୍କରେ ପ୍ରଶ୍ନ କରିଥିଲା । କିଛି କ୍ଷଣ ପାଇଁ ସ୍ତବ୍ଧ ହୋଇ ଯାଇଥିଲେ ସମବେତ ଜନତା । ସ୍ଵୟଂ ମହାତ୍ମା କେଇ ମୁହୂର୍ତ୍ତର ନିରବତା ଭାଙ୍ଗି ଉତ୍ତର ଦେଲେ “ଗୁରୁ ନାନକ, ଭକ୍ତ କବୀର ……. ଆଦିଙ୍କ ପାଇଁ ଆମ ଦେଶ ଯେଉଁ ଗରିମା ବହନ କରିଛି, ତାହାଠାରୁ ପାଶ୍ଚାତ୍ୟ ଦେଶର ଶିକ୍ଷା କେବେବି ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇପାରିବ ନାହିଁ ।” ବାସ୍, ଏଇ କଥା ପଦକ ତଡ଼ିତ୍ କମ୍ପନ ସୃଷ୍ଟି କଲା ସଭିଙ୍କ ହୃଦୟରେ । ଘନ ଘନ କରତାଳିର ଉଚ୍ଛ୍ୱାସରେ ନିନାଦିତ ହେଲା କାଠଯୋଡ଼ି ନଦୀ ବାଲୁକା ପଠାର ବାୟୁ ମଣ୍ଡଳ । କାରଣ: ସେଥିରେ ଭରି ରହିଥିଲା ବାପୁଜୀଙ୍କ ମହତ୍ତର ଆବେଦନ । ବିଦେଶୀ ଶିକ୍ଷା, ସଭ୍ୟତା, ଉଚ୍ଚତର ଗବେଷଣା, ଉଦ୍ଭାବନ ସବୁ କିଛି ଆମ ଭାରତୀୟ ପ୍ରାଚ୍ୟ ସଂସ୍କୃତିର ସଂସ୍କାରିତ ଜୀବନ ଚର୍ଯ୍ୟା ଠାରୁ ଅଧିକ ପ୍ରଭାବଶାଳୀ ନୁହେଁ । ଏଇ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଟି ସେତେବେଳେ ଆକାଂକ୍ଷିତ ସ୍ଵାଧୀନତା ର ସ୍ଵାଦ ଆସ୍ୱାଦନ କରିବାପାଇଁ ଲୋକଙ୍କ ମନରେ ଆଗ୍ରହ ଜନ୍ମାଇ ପାରିଥିଲା । ସେଇ ସ୍ମରଣୀୟ ଗାଥାକୁ ଆଜିର ପ୍ରତ୍ୟେକ ଭାରତୀୟ ହୃଦୟଙ୍ଗମ କରିବା କଥା ନିଶ୍ଚୟ।

       ଅବଶ୍ୟ ପରେ ମାର୍ଚ୍ଚ ୨୫ ତାରିଖରେ ଭଦ୍ରକ ସ୍ଥିତ (ଏବେକାର ଗାନ୍ଧୀ ପଡିଆ) ଠାରେ, ମାର୍ଚ୍ଚ ୨୭ ତାରିଖରେ ପୁରୀ ଠାରେ ଏବଂ ୨୯ତାରିଖରେ ବ୍ରହ୍ମପୁର ଷ୍ଟାଡିୟମ୍ ରେ ଆୟୋଜିତ ସାଧାରଣ ସଭାରେ ଗାନ୍ଧିଜୀ ଓଡ଼ିଶାର ଜନସାଧାରଣଙ୍କୁ ଭାରତର ସ୍ଵାଧୀନତା ସଂଗ୍ରାମରେ ଝାସ ଦେବାକୁ ଆହ୍ଵାନ ଦେଇଥିଲେ । ପୁରୀ ଯିବା ବାଟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟ ପରିଦର୍ଶନ କରି ସେଠାକାର ପ୍ରାଚ୍ୟ ସଂସ୍କୃତିର ମହାନ୍ ପାରମ୍ପରିକ ଶିକ୍ଷା ପଦ୍ଧତି ସମ୍ପର୍କରେ ଅବଗତ ହୋଇ ମୁଗ୍ଧ ହୋଇ ଯାଇଥିଲେ । 

    ମହାତ୍ମାଙ୍କ ୨ୟ ଥର ଓଡ଼ିଶା ଆଗମନ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ସହ ଜଡ଼ିତ; ଏ କଥା ସମସ୍ତେ ସ୍ଵୀକାର କରନ୍ତି । କାରଣ: ସେ ୧୯୨୫ ମସିହା ଅଗଷ୍ଟ ୧୯ -୨୦ ତାରିଖ ରେ ଓଡ଼ିଶା ଆସି ମଧୁବାବୁ ଙ୍କ ପ୍ରତିଷ୍ଠିତ କଟକ ସ୍ଥିତ ଉତ୍କଳ ଟାନେରୀ ( ଜୋତା କାରଖାନା ଓ ସୁନା ରୂପା ତାରକସି କାମ) ପରିଦର୍ଶନ କରିଥିଲେ । ଯେଉଁ କୁଟୀର ଶିଳ୍ପ ଦେଶବାସୀଙ୍କୁ ସ୍ବାବଲମ୍ବୀ କରିବାରେ ସହାୟକ ହୋଇ ପାରିବ ବୋଲି ଗାନ୍ଧିଜୀ ସ୍ବପ୍ନ ଦେଖିଥିଲେ ଆଉ ତାହାର ପ୍ରସାର ପାଇଁ ଅହରହ ଚିନ୍ତା ପ୍ରକଟ କରୁଥିଲେ, ସେଭଳି ଏକ ପ୍ରତ୍ୟକ୍ଷ ଅନୁଷ୍ଠାନର ସଫଳ ରୂପାୟନ ସ୍ବଚକ୍ଷୁରେ ଅବଲୋକନ କରି ଅତ୍ୟନ୍ତ ଅନୁପ୍ରାଣିତ ହୋଇଥିଲେ । ସାଧାରଣ ଖାଉଟି ମାନଙ୍କୁ ଠକାମୀର ଶିକାର ନହେବା ପାଇଁ, ଉତ୍ପାଦନରେ ବାହାରୁଥିବା ଖରାପ ଜୋତା ଗୁଡ଼ିକୁ ବଜାରକୁ ଯୋଗାଣ ନହୋଇ ପୋଡ଼ି ନଷ୍ଟ କରାଯାଉଥିଲା । ଏହା ଥିଲା ଉତ୍କଳ ଟାନେରି ର ବୈଶିଷ୍ଟ୍ୟ ।    

ସାଧୁତା – ସଚ୍ଚୋଟତାପୂର୍ଣ୍ଣ ମନସ୍ଵୀ ମଧୁସୂଦନଙ୍କ ଜୀବନାଦର୍ଶ ଗାନ୍ଧିଜୀଙ୍କ ହୃଦୟକୁ ବିଗଳିତ କରି ଦେଇଥିଲା । 

        ବାପୁଜୀ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ କାଳରେ ଆଉ ଯେଉଁ ସବୁ ଐତିହାସିକ ତଥ୍ୟ ସ୍ମରଣ ଯୋଗ୍ୟ, ତନ୍ମଧ୍ୟରେ ୧୯୨୭ ମସିହା ଡିସେମ୍ବର ୪ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ଖଦୀ – ଗ୍ରାମ୍ୟ ଉଦ୍ୟୋଗ ଗୁଡ଼ିକ ର ବିକାଶ ପାଇଁ ବ୍ରହ୍ମପୁର ସମେତ ଓଡ଼ିଶା ର ବିଭିନ୍ନ ଖଦୀ ଉତ୍ପାଦନ କେନ୍ଦ୍ର ପରିଦର୍ଶନ, ଭଦ୍ରକ ର ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ବାସୀଙ୍କୁ ସାକ୍ଷାତ, କଟକରେ ସାଧାରଣ ସଭାରେ ଯୋଗଦାନ ଏବଂ ୧୯୨୮ ମସିହା ଡିସେମ୍ବର ୨୨ ତାରିଖରେ କଲିକତା ଯିବା ବାଟରେ ଦିନିକିଆ ଓଡ଼ିଶା ଗସ୍ତରେ ଝାରସୁଗୁଡ଼ା କଂଗ୍ରେସ ସଭାରେ ଯୋଗଦାନ ସହିତ ମହାନଦୀ ପାର୍ଶ୍ଵବର୍ତ୍ତୀ ସମ୍ବଲପୁର ଠାରେ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ପ୍ରଭୃତି ଅନ୍ୟତମ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, ଓଡ଼ିଶା ସହିତ ପୂଜ୍ୟ ମହାତ୍ମା ଗାନ୍ଧୀଙ୍କ ନିବିଡ଼ ସମ୍ପର୍କ ରହିଥିଲା ।

      ୧୯୩୪ ମସିହାରେ ଦଳିତ ଅବହେଳିତ ବର୍ଗର ଜନସାଧାରଣଙ୍କ ପାଇଁ ମଇ ୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଗାନ୍ଧୀ ପଦଯାତ୍ରା ଏକ ବିଶେଷ ସ୍ମୃତି ର ସ୍ୱାକ୍ଷର ହୋଇ ରହିଛି । ଅସ୍ପୃଶ୍ୟତା ନିବାରଣ ପାଇଁ ଏକ ଯୁଗାନ୍ତକାରୀ ବାର୍ତ୍ତା ବହନ କରି ଗାନ୍ଧିଜୀଙ୍କ ଏହି ପଦଯାତ୍ରା ଅଭୂତପୂର୍ବ ସଫଳତା ହାସଲ କରିଥିବା କାହାରିକୁ ଅବିଦିତ ନାହିଁ ।

       ଓଡ଼ିଶା ପାଇଁ ଅନ୍ୟତମ ଉଲ୍ଲେଖ ଯୋଗ୍ୟ: ୧୯୩୪ ମସିହା ମଇ ମାସ ୨୧ ତାରିଖ ଠାରୁ ଜୁନ୍ ୭ ତାରିଖ ମଧ୍ୟରେ ବାପୁ ମହାତ୍ମାଙ୍କ “ହରିଜନ ପଦଯାତ୍ରା” । ବଇରୀ ରେଳ ଷ୍ଟେସନ ରୁ ପଦ ଯାତ୍ରାରେ ବାହାରି କଟକ, ଯାଜପୁର, କେନ୍ଦ୍ରାପଡ଼ା, ବରି, କବୀରପୁର ଆଦି ବିଭିନ୍ନ ଗ୍ରାମାଞ୍ଚଳ ପରିଦର୍ଶନ କରିଥିଲେ ମହାତ୍ମା ଗାନ୍ଧୀ । କଇଥା-ଚଂପାପୁର ଠାରେ ୩ ଦିନ ରହଣି ମଧ୍ୟରେ ସାଧାରଣ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ସେ । ନିରାଡ଼ମ୍ବର ଜୀବନ ଶୈଳୀ ତାଙ୍କର ଅନେକ ଙ୍କୁ ଆକୃଷ୍ଟ କରିଥିଲା । 

         ନୟାଗଡ଼ (ଦଶପଲ୍ଲା) ଅଞ୍ଚଳରୁୁ ଆସି ଥିବା ଗୋବିନ୍ଦ ମିଶ୍ର, କଇଥା ଗ୍ରାମର ନାପିତ ପୁଅ ରାଜୁ ବାରିକ ଗାନ୍ଧିଜୀଙ୍କ ଅତି ନିକଟତର ହୋଇଥିଲେ । କ୍ଷୌର କାର୍ଯ୍ୟ ପାଇଁ ରାଜୁ ବାରିକଙ୍କୁ ଦେଇଥିଲେ ତାଙ୍କ ସେବାର ସୁଯୋଗ । କୁମୁଡ଼ା ଜୟପୁର ପ୍ରଗଣା ଅନ୍ତର୍ଗତ ବିରୂପା – ବଡ ଗେଙ୍ଗୁଟି ନଦୀ ଉତ୍ପତ୍ତି ସ୍ଥଳ ଏକ ବାଲିକୁଦ ଉପରେ ଭେଡ଼ା ଗ୍ରାମର ଜମିଦାର ବଂଶଜ ଚୌଧୁରୀ ପରିବାରର ସ୍ଵାଧୀନଚେତା ଯୁବକ (ଚୌଧୁରୀ ରାଧାନାଥ ମିଶ୍ର) ବିଦେଶୀ ବସ୍ତ୍ର ଗଦାରେ ଅଗ୍ନି ସଂଯୋଗ କରୁଥିବା ଦେଖି ଗାନ୍ଧିଜୀ କଇଥା – ଚଂପାପୁର ରୁ ଯାଇ ଭୂୟସୀ ପ୍ରଶଂସା କରିବା ସହିତ ଭେଡ଼ା ଗ୍ରାମସ୍ଥିତ ଚୌଧୁରୀ ଘରେ ରାତ୍ରି ଯାପନ କରିଥିଲେ । ପୂଜ୍ୟ ମହାତ୍ମାଙ୍କ ପଦ ରେଣୁ ପଡ଼ି ଯେଉଁ ମାଟି ପବିତ୍ର ହୋଇଗଲା, ସେଇ କଇଥା – ଚଂପାପୁର ଅଂଚଳରେ ପରବର୍ତ୍ତୀ କାଳରେ ଗାନ୍ଧୀଙ୍କ ସ୍ମୃତି ବହନ କରି ଗଢି ଉଠିଛି ଗାନ୍ଧୀ ଶିକ୍ଷାଶ୍ରମ । 

         ପୁନର୍ବାର ୧୯୩୮ ମସିହା ମାର୍ଚ୍ଚ ମାସ ୨୫ ରୁ ୩୧ ତାରିଖ ପର୍ଯ୍ୟନ୍ତ ଗାନ୍ଧିଜୀ ଙ୍କ ଓଡ଼ିଶା ଆଗମନ ଅନେକ ମହତ୍ତ୍ଵପୂର୍ଣ୍ଣ ଘଟଣା ର ମୁକ ସାକ୍ଷୀ ହୋଇ ରହିଛି । ଗାନ୍ଧୀ ସେବା ସଂଘ ପକ୍ଷରୁ ସପ୍ତାହ ବ୍ୟାପି ସମ୍ମିଳନୀରେ ଯୋଗଦାନ ସହିତ ପୁରୀ (ଡେଲାଙ୍ଗ) ଅଞ୍ଚଳରେ କୃଷି – ଗ୍ରାମ୍ୟ ଉଦ୍ୟୋଗ ପ୍ରଦର୍ଶନୀ ରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଡଃ ରାଜେନ୍ଦ୍ର ପ୍ରସାଦ ପ୍ରମୁଖ ଙ୍କ ସହିତ ଗାନ୍ଧିଜୀ ଓଡ଼ିଶାବାସୀଙ୍କ ଉନ୍ନତି କଳ୍ପେ ଯେଉଁ ଦିଗ୍ ଦର୍ଶନ ଦେଇ ଯାଇଛନ୍ତି, ତାହା ଯୁଗ ଯୁଗ ଧରି ଆଲୋକ ର ସନ୍ଧାନ ଦେଉଥିବ । ପରିଶେଷରେ ୧୯୪୬ ମସିହା ଜାନୁଆରୀ ୨୦ ତାରିଖରେ ଟ୍ରେନ୍ ଯୋଗେ ମାଡ୍ରାସ ଯିବା ବାଟରେ ଓଡ଼ିଶାର ଭଦ୍ରକ,ବାଲେଶ୍ଵର, କଟକ, ବ୍ରହ୍ମପୁର ଆଦି ଷ୍ଟେସନ ମାନଙ୍କରେ ଗାନ୍ଧୀ ସପକ୍ଷବାଦୀ ଓଡ଼ିଶାର ବିପୁଳ ଜନନେତା ଙ୍କୁ ସମ୍ବୋଧିତ କରି ମାର୍ଗଦର୍ଶନ କରିଥିବା ମହାତ୍ମା ଗାନ୍ଧୀଙ୍କୁ ଯଥେଷ୍ଟ ସ୍ମରଣ କରିବାର ଅବକାଶ ଇଏ ସ୍ଵାଧୀନତା ର ଅମୃତ ମହୋତ୍ସବ । 

ଶ୍ରୀ ଅବନୀ ଚନ୍ଦ୍ର ଦାସ 

ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ,

୧୩୭, ପ୍ରଶାନ୍ତି ବିହାର, ଭୁବନେଶ୍ଵର-୨୪

ଅବନୀ ଚନ୍ଦ୍ର ଦାସ

ଅବନୀ ଚନ୍ଦ୍ର ଦାସ

(ସାହିତ୍ୟିକ, ସ୍ତମ୍ଭକାର, ଗବେଷକ, ସୁସଂଗଠକ)
ସଂପାଦକ, ନିର୍ଭିକ
ସଂପାଦକ, ମାହାଙ୍ଗା ମୈତ୍ରୀ ମଞ୍ଚ
ସଂପାଦକ, ଉତ୍କଳୀୟ ସାହିତ୍ୟ ସଂସ୍କୃତି ପରିଷଦ
ପ୍ରଶାନ୍ତି ବିହାର, ଭୁବନେଶ୍ବର-୨୪
ଫୋନ୍ ନଂ. ୯୯୩୭୫୩୭୯୭୪

Related Posts

Artificial Intelligence: The Newest Story on Humanity’s Horizon
Opinion

Artificial Intelligence: The Newest Story on Humanity’s Horizon

by Manoj K. Dash
March 11, 2026

Dr. Manoj Dash, Bhubaneswar, 11 March 2026 Understanding the human civilization better requires one to appreciate the stories that have...

Read more
Political chessboard set for Rajya Sabha polls: Fourth seat emerges as decisive battle in Odisha

Political chessboard set for Rajya Sabha polls:
Fourth seat emerges as decisive battle in Odisha

March 7, 2026
Odisha’s Two-Speed Economy: Growth at the Top, Distress at the Bottom

Odisha’s Two-Speed Economy: Growth at the Top, Distress at the Bottom

February 28, 2026
Fault Lines in the National Education Policy

Fault Lines in the National Education Policy

January 10, 2026
Small is Beautiful!

Small is Beautiful!

January 10, 2026
Centre’s New Work Guarantee Scheme: A Promise Sans Dignity

Centre’s New Work Guarantee Scheme: A Promise Sans Dignity

December 25, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.