• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଅସହାୟ ବୋଧତା ନା ନିରାପଦ ଦୂରତା …. ?

ଅସହାୟ ବୋଧତା ନା ନିରାପଦ ଦୂରତା …. ?
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୨ ଅକ୍ଟୋବର ୨୦୨୨

ଓଡ଼ିଶା ରାଜନୀତିରେ ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏକ ଅସହାୟ ବୋଧତା ବାରି ହୋଇ ପଡ଼ୁଛି ବିରୋଧୀ ଦଳଙ୍କ କ୍ଷେତ୍ରରେ । କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ନିର୍ବାଚନ ହାରି ଚାଲିଛନ୍ତି ଓଡ଼ିଶାର ବିରୋଧୀ ଦଳ । ନିର୍ବାଚନୀ ସଫଳତା ପାଇବା ତ ଦୂରର କଥା ସାଧାରଣ ଲୋକଙ୍କର ଆସ୍ଥାଭାଜନ ହୋଇ ପାରୁନାହିଁ ବିରୋଧୀ ଦଳ । ଯଦି ଓଡ଼ିଶାର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ବାରମ୍ବାର ଅସଫଳତାର କାରଣ ଖୋଜିବାକୁ ଚେଷ୍ଟା କରାଯାଏ ତେବେ ଅନେକ ଗୁଡ଼ିଏ ଘଟଣା ଉପରେ ତର୍ଜମା କରିବାକୁ ହେବ ।

ଖଣି ଓ ଚିଟଫଣ୍ଡ ଦୁର୍ନୀତି ଓଡ଼ିଶାର ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ଥିଲା । ମାତ୍ର ଏହି ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ର ଆଭିମୁଖ୍ୟ ଶାଣିତ ହୋଇପାରିଲା ନାହିଁ । କିଛି ଦିନର ଆନ୍ଦୋଳନ, ବୟାନ ବାଜି ଭିତରେ ସୀମିତ ରହିଗଲେ ଦୁଇ ଦଳ । ଯାହାର ପରିଣତି ହେଲା ନିର୍ବାଚନରେ ଏହି ପ୍ରସଙ୍ଗ ଲୋକଙ୍କ ପାଖରେ ଉପସ୍ଥାପିତ ହୋଇପାରିଲା ନାହିଁ । ବିଶେଷ କରି ଖଣି ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ର କିଛି ନେତାଙ୍କର ସମ୍ପୃକ୍ତି ଦଳ ପାଇଁ ବୁମେରାଂ ହେଲା ଓ କେନ୍ଦ୍ରୀୟ ବିଜେପି ନେତାଙ୍କ ସବୁଜ ସଂକେତ ମିଳି ନପାରିବାରୁ ରାଜ୍ୟ ବିଜେପି ମଧ୍ୟ ହାତ ବାନ୍ଧି ବସିଲା । ଚିଟଫଣ୍ଡ ଦୁର୍ନୀତିରେ ଉଭୟେ ଶାସକ ଓ ବିରୋଧୀ ଦଳର ନେତାମାନେ ସମ୍ପୃକ୍ତ ଥିବାରୁ ଏହି ପ୍ରସଙ୍ଗକୁ ମଧ୍ୟ ବିରୋଧୀ ଦଳ ମାନେ ଆଗକୁ ନେଇ ପାରିଲେ ନାହିଁ, ଯାହାର ଫାଇଦା ଶାସକ ବିଜେଡି ପାଇଲା ।

ଆଉକିଛି ସମ୍ବେଦନଶୀଳ ଘଟଣାରେ ମଧ୍ୟ ଓଡ଼ିଶାରେ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ଆଭିମୁଖ୍ୟ ରାଜ୍ୟବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ପରୀ ଅପହରଣ ମାମଲା, ମମିତା ହତ୍ୟାକାଣ୍ଡ, ମାହାଙ୍ଗା ଡବଲ୍ ମର୍ଡର, କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଆଦି ଘଟଣାରେ ପୋଲିସର ତଦନ୍ତ କ’ଣ ହେଲା ତାହା ସମସ୍ତେ ଜାଣନ୍ତି । ଏହି ସବୁ ଘଟଣା ଗୁଡ଼ିକରେ ପ୍ରମୁଖ ବିରୋଧୀ ଦଳ ବିଜେପିର କିଛି ନେତା ରାସ୍ତାକୁ ଓହ୍ଲାଇଲେ ଓ ଆଉକିଛି ନେତା ନିରବତା ଅବଲମ୍ବନ କଲେ । ଗଣମାଧ୍ୟମରେ କିଛି ବୟାନ ଦେଇ ଚୁପ ବସିଗଲେ ବିଜେପିର ନେତାମାନେ । ସେହିପରି କଂଗ୍ରେସର ବରିଷ୍ଠ ନେତାମାନେ ଏହି ଘଟଣା ଠାରୁ ନିଜକୁ ଯଥେଷ୍ଟ ଦୂରେଇ ରଖିବାକୁ ଶ୍ରେୟ ମଣିଲେ । ଛାତ୍ର ଓ ଯୁବ ସଂଗଠନକୁ ଆଗକୁ ପଠାଇ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଏହି ଘଟଣାରେ ମୁହଁ ଖୋଲିଲେ ନାହିଁ । ଏବେ ମଧ୍ୟ ଚର୍ଚ୍ଚାରେ ଥିବା ଯୁବତୀଙ୍କ “ବ୍ଲାକମେଲ୍” ପ୍ରସଙ୍ଗରେ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ ଓ ରାଜ୍ୟ କଂଗ୍ରେସର ବଡ଼ ବଡ଼ ନେତାମାନେ ନିଜକୁ ଦୂରେଇ ରଖିବାର ପ୍ରସ୍ତୁତିରେ ଥିବା ଭଳି ଲାଗୁଛି । ଏହି ଘଟଣାରେ ଶାସକ ଦଳ ନେତାଙ୍କ ସହ ବିରୋଧୀ ଦଳ ନେତାଙ୍କ ସମ୍ପୃକ୍ତି ଖବର ଗଣମାଧ୍ୟମରେ ଆସିବା ପରେ ସତେ ଯେମିତି ରାଜ୍ୟ ରାଜନୀତିରେ ଝଡ଼ ପୂର୍ବର ନିରବତା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପିର ପ୍ରଭାବଶାଳୀ ନେତା ତଥା କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ସଭାପତି, ସାଂସଦ ଓ ବିଧାୟକ ଆଦି ଏହି ଘଟଣାରେ ମୁହଁ ନଖୋଲି ମହିଳା ସଂଗଠନର ନେତ୍ରୀ ମାନଙ୍କ ଦ୍ୱାରା କିଛି ବୟାନ ଗଣମାଧ୍ୟମରେ ଛାଡ଼ିଦେଇଛନ୍ତି । ସେହିପରି କଂଗ୍ରେସର ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ନେତାମାନେ ମଧ୍ୟ ଆଗକୁ ନଆସି ଛାତ୍ର ଓ ଯୁବ ସଙ୍ଗଠନକୁ ଗଣମାଧ୍ୟମର ସାମ୍ନା କରିବାକୁ ପଠାଉଛନ୍ତି ।

କାହିଁକି ଏହି ଘଟଣାରେ ବିଜେପି ଓ କଂଗ୍ରେସର ନେତୃତ୍ୱ ମୁହଁ ଖୋଲିବାକୁ ଭୟ କରୁଛି ? ନିଜ ନେତାଙ୍କ ସମ୍ପୃକ୍ତିର ଭୟ ନା ଆଉ କିଛି …? କୁଆଡ଼େ ଗଲେ ବିଜେପିର ପ୍ରଭାବଶାଳୀ କେନ୍ଦ୍ର ମନ୍ତ୍ରୀ ଓ ଟାଣୁଆ ସାଂସଦ ? ଗଣମାଧ୍ୟମ ଓ ସୋସିଆଲ ମିଡ଼ିଆରେ ସକ୍ରିୟ ଥିବା ଏହି ବିଜେପି ନେତାମାନେ ନିରବ କାହିଁକି ? ବିରୋଧୀଙ୍କ ସ୍ୱର କ୍ଷୀଣ ହୋଇଯିବାର ଏହା ସଂକେତ ନୁହେଁ ତ ? ବିରୋଧୀ ଦଳର ଅସହାୟ ବୋଧତାକୁ ଏହା ପରିପ୍ରକାଶ କରୁନାହିଁ କି ? ତେବେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିରୋଧୀ ଦଳର ଆଭିମୁଖ୍ୟକୁ ନେଇ ଏବେ ଯେଉଁ ଚର୍ଚ୍ଚା ହେଉଛି ତାହା ହେଉଛି “ଅସହାୟ ବୋଧତା” ଅପେକ୍ଷା “ନିରାପଦ ଦୂରତା” କୁ ଅଧିକ ପସନ୍ଦ କରୁଛନ୍ତି ବିଜେପି ଓ କଂଗ୍ରେସ । ଯଦି ଏହା ସତ ହୋଇଥାଏ ତେବେ ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶା ବିରୋଧୀ ମୁକ୍ତ ହେବାକୁ ଯାଉନାହିଁ ତ ?

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.