• About
  • Contact
Sunday, March 15, 2026
Sunday, March 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଆଉ ଏକ ସୁପ୍ରିମ ରାୟ..

ଆଉ ଏକ ସୁପ୍ରିମ ରାୟ..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୫ ଅପ୍ରେଲ ୨୦୨୩

ଦେଶର ଗଣମାଧ୍ୟମ ଓ ନିର୍ବାଚିତ ସରକାରମାନଙ୍କ ପାଇଁ ମନେ ରହିବାଭଳି ଏକ ଏକ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟପାଳିକା । ମାଲୟାଲମ୍ ନ୍ୟୁଜ୍ ଚ୍ୟାନେଲ୍ “ମିଡ଼ିଆୱାନ୍” ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାରଙ୍କ ନୀତିକୁ ସମାଲୋଚନା କରୁଥିବା କୌଣସି ଗଣମାଧ୍ୟମ ସଂସ୍ଥାନକୁ ଦେଶ ବିରୋଧୀ ବୋଲି କୁହାଯାଇ ପାରିବ ନାହିଁ ବୋଲି ରାୟ ଦେଇ କହିଛନ୍ତି ସୁପ୍ରିମକୋର୍ଟର ଏହି ଖଣ୍ଡପୀଠ ।

ମାଲୟାଲମ୍ ନ୍ୟୂଜ୍ ଚ୍ୟାନେଲ୍ “ମିଡ଼ିଆୱାନ୍” ସିକ୍ୟୁରିଟି କ୍ଳିଅରାନ୍ସ ମଞ୍ଜୁର କରିବା ଲାଗି କେନ୍ଦ୍ରସରକାରଙ୍କ ଅଗ୍ରାହ୍ୟକୁ ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ ରଦ୍ଦ କରିଛନ୍ତି । ଏପରିକି ଏହି ମାମଲାରେ ଜାତୀୟ ସୁରକ୍ଷା ବିପନ୍ନ କଥା ଉଠାଇଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ମଧ୍ୟ ଭର୍ତ୍ସନା କରିଛନ୍ତି ଖଣ୍ଡପୀଠ । ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଏହି ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଜନତାଙ୍କ ଅଧିକାର ଓ ସରକାରୀ ପ୍ରତିଷ୍ଠାନ ଗୁଡ଼ିକୁ ପ୍ରଭାବିତ କରୁଥିଲେ ସୁଦ୍ଧା ସମାଲୋଚନା ମୂଳକ ରିପୋର୍ଟରୁ କେନ୍ଦ୍ରସରକାର ସୁରକ୍ଷିତ ରହିପାରିବେ ନାହିଁ । ଏପରିକି ମୁକ୍ତ ଗଣମାଧ୍ୟମ ଓ ଗଣମାଧ୍ୟମର ସ୍ୱାଧୀନତା ଉପରେ ନିରୁତ୍ସାହଜନକ ପ୍ରଭାବ ପକାଉଥିବା କଥା କହି ସରକାର ଗଣମାଧ୍ୟମ ଉପରେ ଅଯଥା କଟକଣା ଜାରୀ କରିପାରିବେ ନାହିଁ । ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ସତ ଖବର ପରିପ୍ରକାଶ କରିବା ପ୍ରତ୍ୟେକ ଗଣମାଧ୍ୟମର ଦାୟିତ୍ୱ ବୋଲି କହିଛନ୍ତି ସୁପ୍ରିମ କୋର୍ଟଙ୍କ ଏହି ଖଣ୍ଡପୀଠ । ଏପରିକି ଚ୍ୟାନେଲ୍ “ମିଡ଼ିଆୱାନ” ର ସମାଲୋଚନା ମୂଳକ ଖବରକୁ ମଧ୍ୟ ସରକାର ବିରୋଧୀ ବୋଲି କୁହାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିବା ସହ ଗଣତନ୍ତ୍ରର ହିତ ଦୃଷ୍ଟିରୁ ଏବେ ସ୍ୱାଧୀନ ମତପୋଷଣ କରୁଥିବା ଗଣମାଧ୍ୟମର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ସରକାରଙ୍କୁ ଗଣମାଧ୍ୟମ ସମର୍ଥନ କରିବା ଜରୁରୀ ବୋଲି ସରକାରଙ୍କ ଯୁକ୍ତି ଆଦୌ ଗ୍ରହଣୀୟ ନୁହେଁ । ସରକାରଙ୍କୁ ସମାଲୋଚନା କରୁଥିବାରୁ ଗୋଟିଏ ଟିଭି ଚ୍ୟାନେଲ୍ ଉପରେ କଟକଣା ଲଗାଇବା ସମ୍ପୂର୍ଣ୍ଣ ବେଆଇନ ବୋଲି ଏହି ରାୟରେ ଦର୍ଶାଯାଇଛି ।

ସୁପ୍ରିମକୋର୍ଟଙ୍କ ଏହି ରାୟ କେନ୍ଦ୍ରସରକାରଙ୍କ ଗୃହ ମନ୍ତ୍ରଣାଳୟକୁ ସିଧାସଳଖ ଭାବେ କାଠ ଗଡ଼ାରେ ଛିଡ଼ା କରାଇଛି । କେନ୍ଦ୍ରସରକାର ହୁଅନ୍ତୁ ଅବା ବିଭିନ୍ନ ରାଜ୍ୟ ସରକାର ଯେଉଁମାନେ ଗଣମାଧ୍ୟମ ଗୁଡ଼ିକ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ଏହି ରାୟ ଏବେ ପାଠ ପଢ଼ାଇବ।

ଯେଉଁ ସରକାରର ମୁଖ୍ୟମାନେ ଗଣମାଧ୍ୟମ ଗୁଡ଼ିକୁ ନିୟନ୍ତ୍ରଣରେ ନେଇ ନପାରି ସେମାନଙ୍କୁ ବିଭିନ୍ନ ହଇରାଣ ହରକତ କରୁଛନ୍ତି ଓ ଆଇନର ଛାଟ ଦେଖାଇ ଭୟଭୀତ କରୁଛନ୍ତି ସେଭଳି ସରକାର ମାନଙ୍କ ପାଇଁ ଏଭଳି ଏକ ଦୃଷ୍ଟାନ୍ତ ମୂଳକ ରାୟର ଆବଶ୍ୟକତା ଥିଲା ଥିଲା ବୋଲି ବହୁ ବୁଦ୍ଧିଜୀବୀ ସୋସିଆଲ ମିଡ଼ିଆରେ ମତପୋଷଣ କରିଛନ୍ତି ।

ତେବେ “ମିଡ଼ିଆୱାନ” ସମ୍ପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଦେଇଥିବା ରାୟ ବେଶ ପ୍ରଭାବ ପକାଇବ ବିଭିନ୍ନ ନିର୍ବାଚିତ ସରକାର ଉପରେ ଏଥିରେ ଆଦୌ ସନ୍ଦେହ ନାହଁ । ଏପରିକି ଗଣମାଧ୍ୟମର କ୍ଷମତାକୁ ସଂକୁଚିତ କରିବା ଓ ସରକାରୀ ନିୟନ୍ତ୍ରଣକୁ ଆଣିବା ଲାଗି ଚେଷ୍ଟା କରୁଥିବା ସରକାର ମାନେ ଏବେ ଏହି ରାୟ ପରେ ସତର୍କ ରହିବେ ବୋଲି ଆଶା କରାଯାଏ ।

Nirvik Bureau

Nirvik Bureau

Related Posts

ଘୋଡ଼ା ବେପାରକୁ ସ୍ୱୀକୃତି !
Politics

ଘୋଡ଼ା ବେପାରକୁ ସ୍ୱୀକୃତି !

by Nirvik Bureau
March 14, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୪ ମାର୍ଚ୍ଚ ୨୦୨୬ ନିର୍ବାଚନ ରାଜନୀତିରେ "ଘୋଡ଼ା ବେପାର" ଶବ୍ଦଟି ନୂଆ ନୁହେଁ। ମାତ୍ର ଚଳିତ ଥର ଓଡ଼ିଶାର ୪ଟି ରାଜ୍ୟସଭା ଆସନ...

Read more
ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

March 5, 2026
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.