• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଆଉ ଜଣେ ସଂଜୟ…

ଆଉ ଜଣେ ସଂଜୟ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୬ ନଭେମ୍ବର ୨୦୨୨

ମହାଭାରତରେ ସଂଜୟ ଥିଲେ ଜଣେ ଚରିତ୍ର । କୁରୁରାଜ ଧୃତରାଷ୍ଟ୍ରଙ୍କୁ ଯିଏ ଯୁଦ୍ଧରେ କ’ଣ ଘଟୁଛି, କ’ଣ ଘଟିପାରେ ତାର ବିବରଣୀ ଦେଉଥିଲେ ନିଜର ଦିବ୍ୟଦୃଷ୍ଟି ଦ୍ୱାରା । ଯେହେତୁ ଧୃତରାଷ୍ଟ୍ର କିଛି ଦେଖି ପାରୁନଥିଲେ, ପୁତ୍ରମୋହରେ କିଛି ନିଷ୍ପତ୍ତି ନେଇପାରୁନଥିଲେ, ତେଣୁ ସେ ନିଜକୁ ଅସହାୟ ମନେକରୁଥିଲେ। ଯୁଦ୍ଧକ୍ଷେତ୍ରରୁ ଦୂରରେ ରହି ମଧ୍ୟ ସେ ଯୁଦ୍ଧ ସମାଚାର ଜାଣିବାକୁ ବ୍ୟାକୁଳ ହେଉଥିଲେ । ମହାଭାରତ ଯୁଦ୍ଧରେ କ’ଣ ଘଟୁଛି ତାର ପ୍ରତିକ୍ଷଣର ଖବର ସଂଜୟ ଜଣାଉଥିଲେ ଧୃତରାଷ୍ଟ୍ରଙ୍କୁ ଓ କ’ଣ ଘଟିବାକୁ ଯାଉଛି ତାହା ମଧ୍ୟ ଆଗରୁ ଜାଣିପାରୁଥିଲେ ସଂଜୟ। ଏହି ଦୃଷ୍ଟିରୁ ସଂଜୟଙ୍କ ଭୂମିକା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ଆମେ ଯେଉଁ ସଂଜୟଙ୍କ କଥା କହୁଛୁ, ଇଏ ସେହି ମହାଭାରତର ସଂଜୟ ନୁହଁନ୍ତି । ଇଏ ହେଉଛନ୍ତି ବିଜେଡି ର ପୂର୍ବତନ ବିଧାୟକ ସଂଜୟ ଦାସବର୍ମା। ଦଳର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିବା ଏହି ନେତା ଜଣଙ୍କ ଏବେ ଭବିଷ୍ୟତ ବାବଦରେ ନିଜର ଦିବ୍ୟଦୃଷ୍ଟି ଦ୍ୱାରା କିଛିକଥା ଜାଣିପାରିବା ଭଳି ଜଣାପଡୁଛି। ଦଳର ଜନସମ୍ପର୍କ ଯାତ୍ରାରେ ସେ ଏନେଇ ଆଗୁଆ ସୂଚନା ଦେଇଛନ୍ତି । ନିଜ କର୍ମୀ ଓ ଭୋଟର ମାନଙ୍କୁ ଆଗାମୀ ସମୟ ପାଇଁ ସତର୍କ ରହିବାକୁ କହିଛନ୍ତି। ମହାଭାରତର ସଂଜୟଙ୍କ ଭଳି ବିଜେଡି ନେତା ସଂଜୟ ଦାସବର୍ମାଙ୍କର ଦିବ୍ୟଦୃଷ୍ଟି ଅଛି କି ନା ତାହା ଆମେ ଜାଣୁନା । ମାତ୍ର ସେ କହିଥିବା କଥା ଗୁଡ଼ିକ ରାଜ୍ୟ ରାଜନୀତି ପାଇଁ ବିଶେଷ କରି ବିଜେଡି ଦଳର ରାଜନୀତିରେ ପ୍ରଭାବ ପକାଇବା ଭଳି ମନେ ହୁଏ। ତାଙ୍କ ଅଭିଯୋଗ ଗୁଡ଼ିକୁ ଯଦି ବିଶ୍ଳେଷଣ କରାଯାଏ ତେବେ ତାହା ଏହିପରି ହୋଇପାରେ । ସଂଜୟ ଦାସବର୍ମା କହିଛନ୍ତି “ଆଗକୁ ଆମ ସମସ୍ତଙ୍କୁ ସତର୍କ ହେବାକୁ ପଡ଼ିବ”, “ବଡ଼ ଷଡ଼ଯନ୍ତ୍ରଟିଏ ହେଉଛି”, “ଷଡ଼ଯନ୍ତ୍ରରୁ ବଂଚିବା ପାଇଁ ମାଆମାନେ ମତେ ସାହାଯ୍ୟ କରନ୍ତୁ”, “ମାଆମାନେ ମତେ ତୁମ ପଣତ କାନିରେ ଘଣ୍ଟ ଘୋଡ଼ାଇ ରଖ”, “ସାଲିସ ରାଜନୀତିରେ ମୁଁ ବିଶ୍ୱାସ କରେ ନାହିଁ” ଏହିପରି ଅନେକ କିଛି । ତେବେ ଏଠାରେ ପ୍ରଶ୍ନଉଠେ ସଂଜୟ କାହାକୁ ସତର୍କ କରାଇଛନ୍ତି? କିଏ ଷଡ଼ଯନ୍ତ୍ର କରୁଛି? ମାଆ ମାନେ ଏଥିରୁ ସଂଜୟଙ୍କୁ କିପରି ବଂଚାଇ ପାରିବେ? ଧାମନଗରରେ ଅବନ୍ତୀ ଦାସ, ପଦ୍ମପୁରରେ ବର୍ଷା ବରିହାଙ୍କ ପରେ ବ୍ରହ୍ମଗିରିରେ କେଉଁ ମାଆଙ୍କର ଆବିର୍ଭାବ ହେବାକୁ ଯାଉଛି କି? କେବଳ ସେତିକି ନୁହେଁ,ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ସଂଜୟ ଦାସବର୍ମା । “ବିଦେଶୀ ଶକ୍ତିର ନଜର ରହିଛି ଓଡ଼ିଶାର ଖଣି, ପ୍ରାଚୁର୍ଯ୍ୟ ଓ ରତ୍ନଭଣ୍ଡାର ଉପରେ”, “ବିଦେଶୀ ଶକ୍ତି ମାନଙ୍କୁ ସହଯୋଗ କରୁଛନ୍ତି ଶିଖି-ମନାଇ”, ବ୍ରିଟିଶ ମାନଙ୍କୁ ଯେଉଁଭଳି କିଛି ଲୋକ ଓଡ଼ିଶା ଦଖଲ କରିବାକୁ ବାଟ ବତାଇଥିଲେ, ଠିକ୍ ସେହିପରି ଓଡ଼ିଶାର ସମ୍ପଦ ଲୁଟ୍ କରିବାକୁ କିଛି ଲୋକ ବିଦେଶୀ ଶକ୍ତିକୁ ସାହାଯ୍ୟ କରୁଥିବାର ସେ ଦେଖି ପାରୁଛନ୍ତି। ସେଥିପାଇଁ ସେ ଆହ୍ୱାନ ଦେଇଛନ୍ତି “ବିଦେଶୀ ଶକ୍ତିକୁ ପରାହତ କରିବାକୁ ପଡ଼ିବ”, “ଷଡ଼ଯନ୍ତ୍ରରୁ ବ୍ରହ୍ମଗିରିକୁ ରକ୍ଷାକରିବା ପାଇଁ ପଡ଼ିବ” ଆଦି ଅନେକ କଥା କହିଛନ୍ତି ବିଜେଡିର ଏହି ନେତା । ସଂଜୟ ଯଦି ନିଜ ଦିବ୍ୟ ଦୃଷ୍ଟିରେ ଏସବୁ ଜାଣି ପାରୁଛନ୍ତି ତେବେ, ବିଦେଶୀ ଶକ୍ତି କିଏ? ବିଦେଶୀ ଶକ୍ତିକୁ ସାହାଯ୍ୟ କରୁଥିବା ଶିଖି-ମନାଇ କେଉଁମାନେ? ଓଡ଼ିଶାର ଖଣି, ପ୍ରାଚୁର୍ଯ୍ୟ ଓ ରତ୍ନଭଣ୍ଡାର ଉପରେ କାହାର ନଜର? କିଏ ଏସବୁକୁ ଲୁଟ୍ କରିବାକୁ ଚାହୁଁଛି? କିଏ ନିଜର ସବୁ ନିଷ୍ପତ୍ତି ଅନ୍ୟମାନଙ୍କ ଉପରେ ଲଦି ଦେଉଛି? ସଂଜୟଙ୍କୁ ସାଲିସ କରିବା ପାଇଁ କିଏ ବାଧ୍ୟ କରୁଛି? କାହା ବିରୋଧରେ ସଂଜୟ ସ୍ୱାଭିମାନ ଲଢ଼େଇର ଆହ୍ୱାନଦେଇଛନ୍ତି?

ଯଦି ସଂଜୟ ଦାସବର୍ମା ଏଭଳି କଥାର ଗୁରୁତ୍ୱ ବୁଝିଛନ୍ତି ଓ ବର୍ତ୍ତମାନର ଷଡ଼ଯନ୍ତ୍ରକୁ ବୁଝିପାରିଛନ୍ତି, ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନିପାରିଛନ୍ତି ନିଜର ଦିବ୍ୟଦୃଷ୍ଟି ବଳରେ, ସେ ତୁରନ୍ତ ଏ ବାବଦରେ ସମସ୍ତ ତଥ୍ୟ ଓଡ଼ିଶାର ଜନସାଧାରଣଙ୍କୁ ଜଣାଇବା ଦରକାର। ଯଦି ବ୍ରହ୍ମଗିରିବାସୀଙ୍କ ବିରୋଧରେ ଷଡ଼ଯନ୍ତ୍ର ହେଉଛି ଓ ଓଡ଼ିଶାକୁ ଲୁଟ କରିବାର ଚକ୍ରାନ୍ତ ହେଉଛି ବୋଲି ସଂଜୟ ଜାଣିପାରୁଛନ୍ତି, ତେବେ ଏ ବାବଦରେ ଷଡ଼ଯନ୍ତ୍ରକାରୀଙ୍କ ପରିଚୟ ଓ ଶିଖି-ମନାଇ କେଉଁମାନେ ତାହା ଏଯାଏଁ ଲୁଚାଇଛନ୍ତି କାହିଁକି? ବରଂ ଭଲ ହୁଅନ୍ତା ସେ ଯଦି ଷଡ଼ଯନ୍ତ୍ରର ସମସ୍ତ ଗୁମର ଖୋଲି ଦିଅନ୍ତେ। ଓଡ଼ିଶାବାସୀ ମଧ୍ୟ ଏହି ଷଡ଼ଯନ୍ତ୍ରକୁ ବୁଝିପାରନ୍ତେ ଓ ଏଥିରୁ ବଞ୍ଚିବାର ଉପାୟ ଖୋଜନ୍ତେ। ସଞ୍ଜୟ ଦାସବର୍ମା ମଧ୍ୟ ମହାଭାରତର ସଞ୍ଜୟଙ୍କ ଭଳି ଲୋକଙ୍କ ପାଖରେ ନିଜର ଦିବ୍ୟଦୃଷ୍ଟିର ପରିଚୟ ଦେଇପାରନ୍ତେ । ନହେଲେ ଏଭଳି ଅଭିଯୋଗ ଯେ କେବଳ ସଞ୍ଜୟଙ୍କ ନିଜର ରାଜନୈତିକ କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତାର ପ୍ରତିଫଳନ ବୋଲି ଲୋକେ ବୁଝିବେ।

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.