• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଆବାସ, ଚାଉଳ ପରେ ମିଶନ ଶକ୍ତି …

ଆବାସ, ଚାଉଳ ପରେ ମିଶନ ଶକ୍ତି …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୧୨ ଜାନୁଆରୀ ୨୦୨୩

ଓଡ଼ିଶାରେ ଏବେ ଶାସନ କ୍ଷମତାରେ ଥିବା ବିଜେଡି ଓ ବିରୋଧୀ ଦଳ ବିଜେପି ମଧ୍ୟରେ ଶ୍ରେୟ ରାଜନୀତି ଜୋର ଧରିଛି । ଆବାସ ଯୋଜନା, ମାଗଣା ଚାଉଳ ଯୋଗାଣ ପ୍ରସଙ୍ଗରେ ଏହି ଦୁଇ ଦଳ ମୁହାଁମୁହିଁ ହେବା ପରେ ମିଶନ ଶକ୍ତିରେ ମଧ୍ୟ ଉଭୟଙ୍କ ଭାଗୀଦାରିତା ନେଇ ଦାବି ଉଠାଇଛନ୍ତି । ନିକଟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା ମାନଙ୍କ ପାଇଁ ୧୨୫ କୋଟି ଟଙ୍କାର ସୁଧ ଛାଡ଼ ଘୋଷଣା କରାଗଲା। ରାଜ୍ୟସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ୍ୟ ବିଜେପି ଏବେ ଏହାର ଅଂଶୀଦାର ହେବାକୁ ନିଜର ଦାବି ଜୋର କରିଛି । ବିଜେପି ମହିଳା ମୋର୍ଚ୍ଚାର ହିସାବ ଅନୁଯାୟୀ ମୋଟ ସୁଧ ରାଶିର ୭% ହେଉଛି କେନ୍ଦ୍ର ସରକାରଙ୍କର ଓ ୪% ହେଉଛି ରାଜ୍ୟ ସରକାରଙ୍କର । ରାଜ୍ୟ ସରକାର ଘୋଷଣା କରିଥିବା ୧୨୫ କୋଟି ସୁଧ ଛାଡ଼ ଟଙ୍କା ମଧ୍ୟରୁ ୮୮କୋଟି କେନ୍ଦ୍ର ସରକାରଙ୍କର ହୋଇଥିବା ବେଳେ ମାତ୍ର ୩୭କୋଟି ହେଉଛି ରାଜ୍ୟ ସରକାରଙ୍କର ବୋଲି ବିଜେପି ଯୁକ୍ତି ବାଢ଼ିଛି ।

ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମାଗଣା ଚାଉଳ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରିଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛି ବିଜେପି । ଅନ୍ୟ ପକ୍ଷରେ ଓଡ଼ିଶା ସରକାରଙ୍କର ମିଶନ ଶକ୍ତି ହେଉଛି ଏକ ସଫଳ ଯୋଜନା । ଯାହାକି ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରିଛି ବୋଲି ବିଜେଡି ସବୁବେଳେ ଦାବି କରିଆସୁଛି । ଏପରିକି ଏହି ମିଶନ ଶକ୍ତିକୁ ଶାସକ ବିଜେଡି ନିଜର ସବୁଠାରୁ ବଡ଼ ଭୋଟ ବ୍ୟାଙ୍କରେ ପରିଣତ କରିସାରିଛି । ବିଜେଡିର ଭୋଟ ପରିମାଣକୁ ଯଦି ତର୍ଜମା କରାଯାଏ, ତେବେ ମହିଳା ଭୋଟ ହିଁ ବିଜେଡି ପାଇଁ ସବୁବେଳେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି । ବିଭିନ୍ନ ନିର୍ବାଚନ ଓ ଉପନିର୍ବାଚନରେ ବିଜୟର ଶ୍ରେୟ ମହିଳା ମାନଙ୍କୁ ଦେଇଛି ବିଜେଡି । କ୍ରମାଗତ ଭାବେ ମହିଳା ଭୋଟରଙ୍କୁ ହାତରେ ରଖିବା ପାଇଁ ସମସ୍ତ ଶକ୍ତି ଖଟାଉଛି ଶାସକ ବିଜେଡି । ତେଣୁ ବିଜେଡି ମିଶନ ଶକ୍ତିକୁ ଏତେ ସହଜରେ ଛାଡ଼ିଦେବ ନାହିଁ । ମିଶନ ଶକ୍ତିକୁ ଶକ୍ତିଶାଳୀ କରିବାପାଇଁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ଜିଲ୍ଲାସ୍ତରୀୟ ଫେଡ଼େରେସନକୁ ୧କୋଟି ଟଙ୍କା ଓ ବ୍ଲକ ଫେଡ଼େରେସନକୁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ ଆଦି ଘୋଷଣା କରି ସାରିଛନ୍ତି ରାଜ୍ୟ ସରକାର । ଆଗାମୀ ୫ବର୍ଷରେ ମଧ୍ୟ ୫୦ହଜାର କୋଟି ଟଙ୍କାର ଋଣ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ହୋଇଛି ଏମାନଙ୍କ ପାଇଁ ।

ଏସବୁ ଯୋଜନା ଓ ମିଶନ ଶକ୍ତିକୁ ଧରି ରଖିବା ପାଇଁ ବିଜେଡିର ପ୍ରୟାସକୁ ଅଣଦେଖା କରାଯାଇ ପାରିବ ନାହିଁ । ଏମାନଙ୍କୁ ଛାଡ଼ି ମଧ୍ୟ ବିରୋଧୀ ବିଜେପି କ୍ଷମତାକୁ ଆସିବା କଷ୍ଟକର ବ୍ୟାପାର ବୋଲି ଦଳ ଏବେ ବୁଝି ସାରିଲାଣି । ଏଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗିବାକୁ ଜୋରଦାର କସରତ କରିବ ବିଜେପି। ଯଦିଓ ମିଶନ ଶକ୍ତିର ସମାନ୍ତରାଳ ଏକ ସଂଗଠନ ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ “ଅଜିତା” ନାମକ ଏକ ମହିଳା ଗୋଷ୍ଠୀ ତିଆରି କରିଥିଲେ, ମାତ୍ର ଏଥିରେ ରାଜ୍ୟ ବିଜେପିର ସମର୍ଥନ ତାଙ୍କୁ ମିଳିଲା ନାହିଁ । ଏକାଧିକ ଉପନିର୍ବାଚନରେ ମଧ୍ୟ ବିଜେଡି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସହଯୋଗରେ ନିର୍ବାଚନ ବୈତରଣୀ ସହଜରେ ପାର ହୋଇ ପାରିଛି । ଏଣୁ ବିଜେପିର ନଜର ଏବେ ବିଜେଡିର ଏହି ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡ଼ିକ ଉପରେ । ମିଳିଥିବା ଖବର ଅନୁଯାୟୀ ଏବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ମିଶନ ଶକ୍ତିକୁ ଭାଙ୍ଗିବା ପାଇଁ ରାଜ୍ୟ ବିଜେପିକୁ ବାର୍ତ୍ତା ଦେଇଛି । ଯାହାର ଫଳସ୍ୱରୂପ ରାଜ୍ୟ ବିଜେପି ଏବେ ଏହି ମିଶନକୁ କାର୍ଯ୍ୟକାରୀ କରିବାକୁ ପୂରା ଦମରେ ଲାଗିପଡ଼ିଛି । ମାଗଣା ଚାଉଳ ଓ ଆବାସ ଯୋଜନାରେ ଶାସକ ବିଜେଡିକୁ ଅଡ଼ୁଆରେ ପକାଇବା ପରେ ଏବେ ମିଶନ ଶକ୍ତିର ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ହେଉଥିବା ଖର୍ଚ୍ଚରେ ମଧ୍ୟ କେନ୍ଦ୍ର ସରକାରଙ୍କ ଅଂଶଧନ ରହିଛି ବୋଲି ବିଜେପି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିବ। ଚାଉଳ ଓ ଆବାସ ପ୍ରସଙ୍ଗରେ ବିଜେଡିକୁ ଚେକ୍ ଦେଇଥିବା ବିଜେପି ଏବେ ମିଶନ ଶକ୍ତି କ୍ଷେତ୍ରରେ ସଫଳ ହୋଇପାରିବ ତ ? ମିଶନ ଶକ୍ତି ମହିଳା ମାନଙ୍କୁ ନିଜ ସପକ୍ଷରେ ନେବାପାଇଁ ବିଜେପିର ରଣନୀତି କାମ ଦେବ ତ ? ଯଦି ଏଥିରେ ବିଜେପି ସଫଳ ନହୁଏ ତେବେ ୨୦୨୪ ସାଧାରଣ ନିର୍ବାଚନରେ ପୁଣି ବିଜେଡି ସଫଳ ହେଲେ ସଫଳତାର ଶ୍ରେୟ ଯିବ ମିଶନ ଶକ୍ତିକୁ ଏଥିରେ କୌଣସି ସନ୍ଦେହ ନାହିଁ ।

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.