• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବଢ଼ି ଚାଲିଛି ବାବୁ – ନେତା ବିବାଦ …

ବଢ଼ି ଚାଲିଛି ବାବୁ – ନେତା ବିବାଦ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୩ ଜାନୁଆରୀ ୨୦୨୩

ଗତ ସପ୍ତାହକ ମଧ୍ୟରେ ବାବୁ-ନେତା ବିବାଦ ଏକ ପ୍ରମୁଖ ଖବର ପାଲଟିଛି ଓଡ଼ିଶାରେ । ସୁନ୍ଦରଗଡ଼ରେ ଶାସକ ବିଜେଡି ଦଳର ନେତା ତଥା ପୂର୍ବତନ ବିଧାୟକ ଯୋଗେଶ ସିଂଙ୍କୁ ଚିହ୍ନିପାରିଲେ ନାହିଁ ସୁନ୍ଦରଗଡ଼ର ପ୍ରୋଜେକ୍ଟ ଡାଇରେକ୍ଟର । ପୂର୍ବତନ ବିଧାୟକଙ୍କୁ ଗାଡ଼ିରୁ ତଳକୁ ଠେଲିଦେଲେ ଓ ମାରିବା ଲାଗି ଧମକ ମଧ୍ୟ ଦେଲେ । ଏହି ଘଟଣା ଥମିବା ପୂର୍ବରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ ସହ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମୁହାଁ ମୁହିଁ ଘଟଣା ପୁଣି ଆଉ ଏକ ବିବାଦ ଭାବେ ଠିଆ ହୋଇଛି । ସେହିପରି ବେଲପଡ଼ାର ବିଡ଼ିଓ ଓ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ମଧ୍ୟରେ ଯୁକ୍ତି ତର୍କର ଭିଡ଼ିଓ ମଧ୍ୟ ଏବେ ଚର୍ଚ୍ଚାରେ ରହିଛି । ବଲାଙ୍ଗୀରର ସାଂସଦ ସଂଗୀତା ସିଂହଦେଓଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳଙ୍କ ବିବାଦ ମାମଲା ଏବେ ପୂର୍ବ ୩ଟି ଘଟଣାକୁ ଟପି ଯାଇଛି।

ନେତା ବା ନିର୍ବାଚିତ ଲୋକ ପ୍ରତିନିଧି ଓ ଅଫିସର ମାନଙ୍କ ଭିତରେ ବିବାଦ ନୂଆ କଥା ନୁହେଁ । ମାତ୍ର ବିଗତ କିଛି ବର୍ଷ ଧରି ଏହାର ସଂଖ୍ୟା ବଢ଼ିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କାହିଁକି ଏମାନଙ୍କ ଭିତରେ ବିବାଦ ବଢୁଛି ? ଲୋକ ପ୍ରତିନିଧି ବା ରାଜନୈତିକ ନେତା ମାନେ ଏଥିପାଇଁ ଦାୟୀ ନା ଅଫିସର ମାନେ ନିଜର ଲକ୍ଷ୍ମଣ ରେଖା ଟପି ଚାଲିଛନ୍ତି ? ବରିଷ୍ଠ ପ୍ରଶାସକଙ୍କ କହିବା ଅନୁଯାୟୀ ଅନେକ କ୍ଷେତ୍ରରେ ଏବେ ଓଡ଼ିଶାରେ ଅଫିସରଙ୍କ ଉପରେ ସରକାରଙ୍କ ନିର୍ଭରଶୀଳତା ବଢ଼ି ଚାଲିଥିବାରୁ ଏହି ବିବାଦର ଏହା ଏକ କାରଣ ହୋଇଥାଇ ପାରେ । ତେବେ କାରଣ ଯାହା ହୋଇଥାଉନା କାହିଁକି ଏହି ବିବାଦ ଏବେ ଅଧିକରୁ ଅଧିକ ବଢ଼ି ଚାଲିଛି । ଏପରିକି ବିବାଦରେ କେବଳ ବିରୋଧୀ ଦଳର ନେତାମାନେ ଅସୁବିଧାରେ ପଡ଼ୁଛନ୍ତି ତାହା ନୁହେଁ ବରଂ ଶାସକ ଦଳର ନେତାମାନେ ମଧ୍ୟ ଏବେ ଅଫିସରଙ୍କ ସହ ମୁହାଁ ମୁହିଁ ହୋଇଛନ୍ତି ।

ବାଲିଯାତ୍ରା ଆୟୋଜନ ନେଇ ଶାସକ ଦଳର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ମଧ୍ୟ ଖୋଲା ଖୋଲି ଭାବେ ଅଫିସର ମାନଙ୍କ ବିରୋଧରେ ମୁହଁ ଖୋଲିଥିଲେ । କିଛି ଦିନ ଆଗରୁ ବିଜେଡି ବିଧାୟକ ତଥା ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ମନ୍ତ୍ରୀଙ୍କ ଠାରୁ ସଚିବ ବଡ଼ ବୋଲି ଏକ ମତାମତ ଦେଇ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ । ଏପରିକି ବହୁ ପୂର୍ବରୁ  ପୂର୍ବତନ ସାଂସଦ ତଥା ବିଜେଡିର କ୍ଷମତା କେନ୍ଦ୍ରର ମୁଖ୍ୟଥିବା ପ୍ୟାରୀ ମୋହନ ମହାପାତ୍ର ମଧ୍ୟ ଆଶଙ୍କା କରିଥିଲେ ଯେ, ଓଡ଼ିଶାରେ ଅମଲା ମାନେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛନ୍ତି ବୋଲି । ତେବେ ଗତ ଦୁଇ ଦଶନ୍ଧି ମଧ୍ୟରେ ବାବୁ-ନେତା ମୁହାଁ ମୁହିଁ ମାମଲାର ସଂଖ୍ୟା ବେଧଡ଼କ ଭାବେ ବଢ଼ିଚାଲିଛି ।

ଏପରିକି ବିଜେଡିର କେତେକ ପୂର୍ବତନ ମନ୍ତ୍ରୀ ମଧ୍ୟ ଏକାଧିକ ବାର ନିଜ ନିଜ ବିଭାଗର ଶାସନ ସଚିବଙ୍କ ମନୋମୁଖୀ ସ୍ଵଭାଵ ନେଇ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରସ୍ଥ ହୋଇଥିବାର ଏକାଧିକ ନଜିର ରହିଛି। ଯାହାର ଫଳ ସ୍ୱରୁପ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ମନ୍ତ୍ରୀ ମାନଙ୍କୁ କେତେ ବେଳେ ତାଗିଦ କରିଛି ତ ଆଉ କେତେବେଳେ ସଚିବ ମାନଙ୍କୁ ମଧ୍ୟ ବଦଳେଇ ଦେଇଛି । ତେବେ ଯାହାବି ହେଉ ଏହା ପରେ ମଧ୍ୟ ମନ୍ତ୍ରୀ-ସଚିବ ଅବା ନେତା-ଅଫିସର ଲଢ଼େଇରେ ରୋକ୍ ଲାଗିପାରୁ ନାହିଁ । ଧିରେ ଧିରେ ଏହି ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ଏପରିକି କେନ୍ଦ୍ରରୁ ଓଡ଼ିଶା ଗସ୍ତରେ ଆସୁଥିବା ମନ୍ତ୍ରୀମାନେ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରିବାକୁ ବାଧ୍ୟ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ମଧ୍ୟ ଅଫିସର ମାନଙ୍କ ସହ ଲଢ଼ିବାକୁ ପଡ଼ିଛି ଅନେକ ଥର ।

ଏବେ ଓଡ଼ିଶାରେ ଏହି ଘଟଣା ଏକ ନିୟମିତ ଘଟଣା ଭଳି ମନେହେଉଛି। ଏପରିକି ଏହି ବିବାଦର ମଧ୍ୟ ସମାଧାନ ଦିଗରେ ସରକାର ଅବା ପ୍ରଶାସନ କେହିବି ଆନ୍ତରିକତା ପ୍ରଦର୍ଶନ କରିବା ଭଳି ମନେ ହେଉନାହିଁ । ଅନେକ କ୍ଷେତ୍ରରେ ଦେଖିବାକୁ ମିଳୁଛି ଶାସକ ଦଳର ସମର୍ଥନ ପାଇ ଅଫିସର ମାନେ ନିଜ ନିଜ ସଂଘ ମାଧ୍ୟମରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି ଅବା ଥାନାରେ ମାମଲା ମଧ୍ୟ ଦାଏର କରିବାକୁ ପଛାଉନାହାଁନ୍ତି। ଅଧିକାଂଶ ଘଟଣା ଏବେ ବିରୋଧୀ ବିଜେପି ଓ କଂଗ୍ରେସର ନିର୍ବାଚିତ ଲୋକ ପ୍ରତିନିଧିଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ବିରୋଧୀ ଦଳର ଅଭିଯୋଗ ହେଉଛି ଯେ, ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ସଚିବାଳୟ ଠାରୁ ଜିଲ୍ଲା ଓ ବ୍ଲକ ସ୍ତରର ଅଫିସରମାନେ ଏଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି।

ଏବେ ଚିନ୍ତା କରିବାର ବେଳ ଯେ, ବାବୁ-ନେତାଙ୍କ ବିବାଦ କେଉଁ ପରିସ୍ଥିତି ସୃଷ୍ଟି କରିବ ? ସରକାରଙ୍କ ଯୋଜନା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାରେ ଏହି ବିବାଦ ବାଧା ଦେଉ ନାହିଁ ତ ? ସରକାରଙ୍କ ସମର୍ଥନ ଯଦି ଅଫିସର ମାନେ ପାଆନ୍ତି ତେବେ ଆଗକୁ ଲୋକ ପ୍ରତିନିଧି ମାନେ ନିଜର ମର୍ଯ୍ୟାଦା ହରାଇବେନି ତ ? ଏଭଳି ବିବାଦ ବଢ଼ିବା ଯୋଗୁଁ ମନ୍ତ୍ରୀ ବା ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଠାରୁ ବାବୁ ମାନେ ଦିନକୁ ଦିନ କ୍ଷମତାଶାଳୀ ସାବ୍ୟସ୍ତ ହେଉନାହାଁନ୍ତି ତ? ବ୍ଲକ ସ୍ତରରୁ ସଚିବାଳୟ ପର୍ଯ୍ୟନ୍ତ ଯଦି ଏହି ବିବାଦ ଆଗକୁ ବଢ଼େ ତେବେ ନବେ ଦଶକରେ ବିଜୁ ବାବୁ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମାଡ଼ ମାରିବା ପାଇଁ ଦେଇଥିବା ଆହ୍ୱାନ ଭଳି ଏବେର ଲୋକପ୍ରତିନିଧି ମାନେ ସେଇ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ ନାହିଁ ତ ?

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.