• About
  • Contact
Monday, December 1, 2025
Monday, December 1, 2025
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବାହାନଗା ଟ୍ରେନ୍ ଦୁର୍ଘଟଣା : ଶବ ଚିହ୍ନଟ ଓ ତଦନ୍ତକୁ ନେଇ ପ୍ରଶ୍ନ…

ବାହାନଗା ଟ୍ରେନ୍ ଦୁର୍ଘଟଣା : ଶବ ଚିହ୍ନଟ ଓ ତଦନ୍ତକୁ ନେଇ ପ୍ରଶ୍ନ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୬ ଜୁନ୍ ୨୦୨୩

ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଏବେ ମୃତକଙ୍କ ସଂଖ୍ୟା, ଶବ ଚିହ୍ନଟ ଓ ତଦନ୍ତ ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ । ବିଭିନ୍ନ ସୂତରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ ରେ ୧୯୩ ଟି ମୃତଦେହ ରହିଥିବା ବେଳେ ସେଥିମଧ୍ୟରୁ ୯୫ଟି ଚିହ୍ନଟ ହୋଇପାରିଛି । ଏମ୍ସ ଭୁବନେଶ୍ୱରରେ ସର୍ବାଧିକ ୧୨୩ ଟି ମୃତଦେହ ମଧ୍ୟରୁ ୭୧ ଟି ଚିହ୍ନଟ ହୋଇଛି । ୬୨ ଟି ପରିବାରକୁ ହସ୍ତାନ୍ତର କରାଯାଇଛି । ଏଠାରେ ମୃତକଙ୍କ ପରିବାରକୁ ୪ କୋଟି ୭୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । କ୍ୟାପିଟାଲ ହସ୍ପିଟାଲ୍ ରେ ଥିବା ୧୪ ଟି ମୃତଦେହ ମଧ୍ୟରୁ ୪ ଟି ଚିହ୍ନଟ ହୋଇଥିବା ବେଳେ ୩ ଟି ପରିବାରକୁ ହସ୍ତାନ୍ତର କରାଯାଇଛି ଓ ସେମାନଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । ସମ୍ ହସ୍ପିଟାଲ୍ ରେ ୨୦ ଟି ମୃତଦେହ ମଧ୍ୟରୁ ୯ ଟିକୁ ଚିହ୍ନଟ କରି ପରିବାରକୁ ହସ୍ତାନ୍ତର କରାଯାଇଛି ଓ ମୃତକଙ୍କ ପରିବାରକୁ ୯୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । ହାଇଟେକ୍ ହସ୍ପିଟାଲ୍ ରେ ୧୦ ଟି ମୃତଦେହ ମଧ୍ୟରୁ ୨ ଟି ଚିହ୍ନଟ କରି ହସ୍ତାନ୍ତର କରିବା ସହ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । ଅପରପକ୍ଷରେ କିମ୍ସ ହସ୍ପିଟାଲ୍ ରେ ଥିବା ୨୦ ଟି ମୃତଦେହ ମଧ୍ୟରୁ ୭ ଟିକୁ ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର କରିବା ସହ ମୃତକଙ୍କ ପରିବାରକୁ ୭୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି । ସେହିପରି ଆମ୍ରି ହସ୍ପିଟାଲ୍ ରେ ଥିବା ୬ ଟି ମୃତଦେହ ମଧ୍ୟରୁ ୨ ଟି ଚିହ୍ନଟ ହୋଇଥିବା ବେଳେ ଗୋଟିଏକୁ ହସ୍ତାନ୍ତର କରିବାସହ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଥିବା ଜଣାପଡ଼ିଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆହୁରି ଅନେକ ମୃତ ଦେହ ଚିହ୍ନଟ ହୋଇପାରିନାହିଁ । ଏପରିକି ଅନେକ ମୃତକଙ୍କ ପରିବାର ମଧ୍ୟ ଏଯାଏଁ ଆସିନାହାଁନ୍ତି । ଯଦି ବାକି ମୃତକଙ୍କ ଶବ ଚିହ୍ନଟ ନହୋଇପାରେ ଓ କେହି ପରିବାର ସଦସ୍ୟ ଏହାକୁ ନେବା ପାଇଁ ଆସନ୍ତି ନାହିଁ ତେବେ, ମୃତକଙ୍କ ଶବକୁ ଅଧିକ ଦିନ ସୁରକ୍ଷିତ କରି ରଖାଯାଇ ପାରିବ କି ? ଚିହ୍ନଟ ନ ହୋଇପାରିଲେ ଏନେଇ ସରକାରୀ ନିଷ୍ପତ୍ତି କ’ଣ ହେବ ? ବିନା ଚିହ୍ନଟରେ ଶବ ଗୁଡ଼ିକ ସରକାରୀ ନିଷ୍ପତ୍ତି ଅନୁଯାୟୀ ସଂସ୍କାର କରାଯିବ କି ? ଯଦି ଏଭଳି ଭାବେ ମୃତକଙ୍କ ଶବକୁ ସଂସ୍କାର କରାଯାଏ, ତେବେ ପରବର୍ତ୍ତୀ ସମୟରେ ଏନେଇ ବିବାଦ ହେବ ନା ନାହିଁ ? ଏଣୁ ମୃତକଙ୍କ ପ୍ରକୃତ ସଂଖ୍ୟା ବିବାଦ ପରେ ଏବେ ଶବ ଚିହ୍ନଟ ପ୍ରକ୍ରିୟାକୁ ନେଇ ମଧ୍ୟ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ବିନା ଚିହ୍ନଟରେ ସରକାରୀ ଅଧିକାରୀ ମାନେ କିଭଳି ମୃତକଙ୍କ ଶବକୁ ସଂସ୍କାର କରିବେ ସେ ନେଇ ଦ୍ବନ୍ଦରେ ରହିଛନ୍ତି ।

ଅନ୍ୟପକ୍ଷରେ ଏହି ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ଏବେ ସିବିଆଇ ନେଇଛି । ପୂର୍ବରୁ ୨୦୧୦ ମସିହାରେ ଲୋକମାନ୍ୟ ତିଳକ-ଜ୍ଞାନେଶ୍ୱରୀ ସୁପର ଡିଲକ୍ସ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୧୫୦ ଜଣ ଯାତ୍ରୀ ମୃତ୍ୟୁ ବରଣ କରିବା ସହ ୩୦୦ ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହି ଦୁର୍ଘଟଣାର ତଦନ୍ତ ଭାର ନେଇଥିଲା ସିବିଆଇ । ୧୩ ବର୍ଷ ହେଲାଣି ଏହାର ତଦନ୍ତ ଶେଷ ହୋଇନାହିଁ । ଏପରିକି ସିବିଆଇ ଚାର୍ଜସିଟ ଅନୁଯାୟୀ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ମଧ୍ୟ ପରବର୍ତ୍ତୀ ସମୟରେ ଜାମିନ ପାଇ ଯାଇଥିଲେ। ତେବେ ବାହାନଗା ଘଟଣାରେ ସିବିଆଇ ତଦନ୍ତର ଫଳାଫଳ କ’ଣ ହେବ ? କେତେ ସମୟ ଲାଗିବ ଏହି ତଦନ୍ତ ଶେଷ ହେବାକୁ ? ଅଭିଯୁକ୍ତଙ୍କୁ ଧରିବାରେ ସିବିଆଇ ସଫଳ ହେବ ତ ?

ତେବେ ଟ୍ରେନ ଚଳାଚଳ ସ୍ୱାଭାବିକ ହେଲା, ମୃତକଙ୍କ ପରିବାର କ୍ଷତିପୂରଣ ପାଇବେ, ମାତ୍ର ସମସ୍ତ ମୃତକ ଚିହ୍ନଟ ହେବେ କିପରି ଓ ସିବିଆଇ ତଦନ୍ତରେ ପ୍ରକୃତ ଦୋଷୀ ଧରାପଡ଼ିବା ସହ ଏକ ନିର୍ଦ୍ଦିଷ୍ଟ ସମୟ ଭିତରେ ଏହି ତଦନ୍ତ ଶେଷ ହେବ କି ନାହିଁ ତାହା ଏବେବି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ।

Nirvik Bureau

Nirvik Bureau

Related Posts

ଓଡ଼ିଶା ବିଜେପି ଓ ଘୋଡ଼ା-ଯୋଡ଼ାର ଲଢ଼େଇ…
Politics

ଓଡ଼ିଶା ବିଜେପି ଓ ଘୋଡ଼ା-ଯୋଡ଼ାର ଲଢ଼େଇ…

by Nirvik Bureau
November 23, 2025

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୩ ନଭେମ୍ବର ୨୦୨୫ ଓଡ଼ିଶାରେ ବିଜେପି ସରକାର ଗଠନ କରିବାରେ ୧୫ମାସ ବିତିଗଲାଣି। ବିଜେପିର ରାଜ୍ୟ ସଙ୍ଗଠନ ବି ନିଜକୁ ଶାସନ...

Read more
ନୂଆପଡ଼ାରୁ ସଂକେତ…..

ନୂଆପଡ଼ାରୁ ସଂକେତ…..

November 17, 2025
The Political Messages from Nuapada

The Political Messages from Nuapada

November 15, 2025
କାହାର ହେବ ନୂଆପଡ଼ା ?

କାହାର ହେବ ନୂଆପଡ଼ା ?

November 11, 2025
Sabotage Within BJD!  Happy Birthday, Naveen Patnaik!

Sabotage Within BJD!
Happy Birthday, Naveen Patnaik!

October 16, 2025
ଦାୟୀ କିଏ ?

ଦାୟୀ କିଏ ?

October 7, 2025
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.