• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଧାୟକଙ୍କ ଦରମା : କଭି ଖୁସି କଭି ଗମ୍…

ବିଧାୟକଙ୍କ ଦରମା : କଭି ଖୁସି କଭି ଗମ୍…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ଡିସେମ୍ବର ୨୦୨୫

ଓଡ଼ିଶା ବିଧାନ ସଭାରେ ପାରିତ ହୋଇଗଲା ବିଧାୟକ ମାନଙ୍କ ବର୍ଦ୍ଧିତ ଦରମା ଓ ପେନସନ୍ ବିଲ୍ । ସମସ୍ତେ ଏହି ବିଲ୍ କୁ ସମର୍ଥନ କଲେ, କିଏ କିଏ ଦରମା ବୃଦ୍ଧିର ଆବଶ୍ୟକତା ନେଇ ଯୁକ୍ତି ବାଢ଼ିଲେ। ମାତ୍ର ଏକାଥରକେ ସାଢ଼େ ୩ ଗୁଣା ଦରମା ବଢ଼ିବା ନିଷ୍ପତ୍ତିକୁ ଓଡ଼ିଶାର ସାଧାରଣ ଲୋକ, ବୁଦ୍ଧିଜୀବୀ, ଯୁବବର୍ଗ ସମସ୍ତେ ନାପସନ୍ଦ କଲେ। ଆରମ୍ଭ ହୋଇଗଲା ଆଲୋଚନା,ସମାଲୋଚନା ଓ ସୋସିଆଲ ମିଡ଼ିଆରେ ପ୍ରତିବାଦ। ତଥାପି କୌଣସି ରାଜନୈତିକ ଦଳ ଏହି ସମାଲୋଚନାକୁ ଖାତିର କଲେ ନାହିଁ, ଅବା ଲୋକଙ୍କ ପ୍ରତିବାଦକୁ ମଧ୍ୟ ବୁଝିବାକୁ ଚେଷ୍ଟା କଲେ ନାହିଁ। କିନ୍ତୁ ପରିସ୍ଥିତି ଏପରି ହେଲା ଯେ, ବିଧାୟକ ମାନଙ୍କ ଖୁସି ବେଶୀ ସମୟ ରହିପାରିଲା ନାହିଁ।

ତେବେ କାହିଁକି ଏପରି ହେଲା ? ଦରମା ପେନସନ୍ ବଢ଼ିବାର ଖୁସି ଶୀଘ୍ର ଆସି ଶୀଘ୍ର କାହିଁକି ଫେରିଗଲା ? ଏନେଇ ଏକାଧିକ ରୋଚକ କାହାଣୀ ଏବେ ଶୁଣିବାକୁ ମିଳୁଛି। ଶାସକ ବିଜେପି ଦଳର ବିଧାୟକ ମାନେ ମଧ୍ୟ ଭାବି ନଥିଲେ ଏତେ ଶୀଘ୍ର ସେମାନଙ୍କ ଖୁସି ଚାଲିଯିବ ବୋଲି। ଦେଶବ୍ୟାପୀ ଯେତେବେଳେ ଚର୍ଚ୍ଚା ହେଲା ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ହେବାକୁ ଯାଉଛି ବିଧାୟକ ମାନଙ୍କୁ ସର୍ବାଧିକ ଦରମା ଦେବାରେ, ତାହା ପରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ଉପରେ ଚାପ ବଢ଼ିଗଲା। ଆରମ୍ଭ ହେଲା ଖୋଳତାଡ଼, କାହିଁକି ଓଡ଼ିଶା ସରକାର ଏପରି ଏକ ତରବରିଆ ନିଷ୍ପତ୍ତି ନେଲେ ? ଏହି ନିଷ୍ପତ୍ତି ପଛରେ କିଏ ? ଶେଷରେ ଜଣାପଡ଼ିଲା ଯେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ ଦାୟୀ। ଏହାପରେ କେନ୍ଦ୍ର ନେତୃତ୍ୱର ଛାଟ ପଡ଼ିଲା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ। ପଚାରାଗଲା ପ୍ରଶ୍ନ କିପରି ଏମାନେ ଭୁଲିଗଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦରମା ବୃଦ୍ଧି ଆଭିମୁଖ୍ୟକୁ ? ଏଭଳି ନିଷ୍ପତ୍ତି ନେଇ ରାଜ୍ୟ ବିଜେପି ନେତୃତ୍ୱ ସିଧାସଳଖ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତୀ କ୍ଷୁର୍ଣ୍ଣ କରିଥିବାରୁ ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାର ଯୋଜନା ଆରମ୍ଭ ହେଲା। ରାଜ୍ୟ ବିଜେପି ପକ୍ଷରୁ ଲେଖାଗଲା ନୂଆ ନାଟକର ସ୍କ୍ରିପ୍ଟ । ବିଜେପିର ଯେଉଁ ବିଧାୟକ ମାନେ ଦରମା ବୃଦ୍ଧି ନେଇ ଯୁକ୍ତି ରଖୁଥିଲେ ସେମାନେ ନିଜେ ଏହାର ପ୍ରତ୍ୟାହାର ପାଇଁ ଦଳପକ୍ଷରୁ ପ୍ରସ୍ତୁତି ହୋଇଥିବା ସ୍କ୍ରିପ୍ଟ ମୁତାବକ ଆରମ୍ଭ କଲେ ଅଭିନୟ । ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିଲେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲ। ବିଧାୟକ ମାନେ ସ୍କ୍ରିପ୍ଟ ଅନୁଯାୟୀ ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦେଲେ ସ୍ମାରକ ପତ୍ର। ଶେଷରେ ଶାସକ ଦଳ ବିଜେପି ନେଲା ଦରମା ବୃଦ୍ଧି ନିଷ୍ପତ୍ତିର ୟୁ-ଟର୍ଣ୍ଣ।

ଠିକ୍ ସେହିପରି ଏହି ବିଲ୍ କୁ ପ୍ରଥମରୁ ସମର୍ଥନ କରିଥିଲା ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡି। ବିଜେଡିର ବିଧାୟକ ମାନେ ମଧ୍ୟ ଦରମା ବୃଦ୍ଧିର ଆବଶ୍ୟକତାକୁ ବୁଝାଇ ଚାଲିଥିଲେ ଗଣମାଧ୍ୟମ ଆଗରେ। ବିଜେପିର ପରିବର୍ତ୍ତିତ ନିଷ୍ପତ୍ତି ପରେ ବିଜେଡି ପକ୍ଷରୁ ରଚନା କରାଗଲା ଆଉ ଏକ ନାଟକର ସ୍କ୍ରିପ୍ଟ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ ଯେ, ସେ ବର୍ଦ୍ଧିତ ଦରମା ନେବେ ନାହିଁ, ତାହା ରାଜ୍ୟର ଗରିବ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ ହେଉ। ଏହି ଚିଠି ଲେଖି ସେ ଭାବିଥିଲେ ଯେ, ପଲିଟିକାଲ ମାଇଲେଜ୍ ତାଙ୍କୁ ମିଳିବ ଓ ବିଜେଡିର ବିଧାୟକ ମାନେ ବର୍ଦ୍ଧିତ ଦରମା ପାଇ ଖୁସିରେ ରହିବେ। ମାତ୍ର ଏ ଖୁସି ମଧ୍ୟ ବିଜେଡିର ବେଶୀ ସମୟ ରହି ପାରିଲା ନାହିଁ। ବିଜେପିର ୟୁ-ଟର୍ଣ୍ଣ ପରେ ବିଜେଡି ମଧ୍ୟ ବାଧ୍ୟ ହେଲା ନିଷ୍ପତ୍ତି ବଦଳାଇବା ପାଇଁ।

ବିଜେଡି ପକ୍ଷରୁ ଡକାଗଲା ସାମ୍ବାଦିକ ସମ୍ମିଳନୀ। ସାମ୍ନାକୁ ଆସିଲେ ଦଳର ଦୁଇନେତା ପ୍ରତାପ ଦେବ ଓ ପ୍ରମିଳା ମଲ୍ଲିକ। ଗଣମାଧ୍ୟମ ପ୍ରତିନିଧିଙ୍କୁ କୁହାଗଲା ବିରୋଧୀଦଳର ନେତାଙ୍କ ନିଷ୍ପତ୍ତି ଅନୁଯାୟୀ ବିଜେଡି ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଦରମା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର କରାଯାଉ ବୋଲି। ପ୍ରଥମେ ବିଜେପି ଓ ପରେ ପରେ ବିଜେଡି ଚାଲିଲେ ସମାନ ରାସ୍ତାରେ। ଆଉ ଦର୍ଶାଇବାକୁ ଚେଷ୍ଟାକଲେ ଜନସାଧାରଣଙ୍କ ମତକୁ ସମ୍ମାନ ଜଣାଇ ଦୁଇ ଦଳ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି। ପ୍ରକୃତରେ ଜନସାଧାରଣଙ୍କ ଚାପରେ କ’ଣ ସରକାରଙ୍କ ଏ ନିଷ୍ପତ୍ତି ବଦଳିଗଲା ? ବିଜେପି ଓ ବିଜେଡିର ଏହି ଆଭିମୁଖ୍ୟକୁ କ’ଣ ଓଡ଼ିଶାବାସୀ ବୁଝି ପାରିନଥିବେ ? ଦୁଇ ଦଳର ଆଭିମୁଖ୍ୟ କିପରି ହଠାତ୍ ବଦଳି ଗଲା ତାହା କ’ଣ କାହାକୁ ଜଣାନାହିଁ ? ଦୁଇ ଦଳ ବିଜେପି ଓ ବିଜେଡିର ଭିତିରିଆ ସମ୍ପର୍କ ପୁଣି ଥରେ ସାମ୍ନାକୁ ଆସିଲା ନା ନାହିଁ ? କାହିଁକି ଏମାନେ ଦରମା ପେନସନ୍ ବଢ଼ାଇବା ପାଇଁ ନିଷ୍ପତ୍ତି ନେଲେ ଓ ପରେ ଏଥିରୁ ଓହରି ଗଲେ, ଏହାର କାରଣ ଆଉ ଅବୁଝା ହୋଇ ରହିପାରିଲା କି ? ଓଡ଼ିଶା ସରକାର ଏପରି ନିଷ୍ପତ୍ତି ନେବା ପୂର୍ବରୁ ଅଧିକ ଭାବେ ଆଲୋଚନା କରିଥିଲେ କିଛି ଅସୁବିଧା ହୋଇଥାନ୍ତା କି ? ବିଜେପିର ଶୀର୍ଷ ନେତୃତ୍ୱର ଆଭିମୁଖ୍ୟକୁ ନ ବୁଝିବା , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପଦସ୍ତ କରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମିଳିଲା କ’ଣ ? ଏପରି ଏକ ନିଷ୍ପତ୍ତି ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଅପାରଗ ନେତୃତ୍ୱ ଓ ଦୂରଦୃଷ୍ଟି ହୀନତାର ପରିଚୟ ସାରା ଦେଶରେ ତିଆରି କଲା ନା ନାହିଁ?

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.