• About
  • Contact
Wednesday, March 11, 2026
Wednesday, March 11, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିହାରରେ ହେବ ବିରୋଧୀମେଳି …….

ବିହାରରେ ହେବ ବିରୋଧୀମେଳି …….
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୩୧ ମଇ ୨୦୨୩

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ମେଣ୍ଟର ମୂଳଦୁଆ ପଡ଼ିବ ବିହାରରେ । ଆସନ୍ତା ଜୁନ୍ ୧୨ ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନାରେ ଏକ ବୈଠକ ଡକାଇଛନ୍ତି । ବିଜେପି ବିରୋଧୀ ସମସ୍ତ ରାଜନୈତିକ ଦଳ ଗୁଡ଼ିକୁ ଏହି ବୈଠକକୁ ନିମନ୍ତ୍ରିତ କରାଯିବ ବୋଲି ସୂଚନା ମିଳିଛି । ଜେଡିୟୁ ଏହି ବୈଠକର ଆୟୋଜନ କରିଥିବାରୁ ସମସ୍ତ ରାଜନୈତିକ ଦଳ ଗୁଡ଼ିକୁ ନିଜେ ନୀତିଶ କୁମାର ନିମନ୍ତ୍ରଣ କରିବେ । ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ବିଜେପି ବିରୋଧୀ ନେତା ମାନଙ୍କୁ ଭେଟିବା ପରେ ନୀତିଶ କୁମାର ଏହି ବୈଠକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ତେବେ ଜେଡିୟୁ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏ ପର୍ଯ୍ୟନ୍ତ ୧୮ଟି ରାଜନୈତିକ ଦଳ ସହ ନୀତିଶ କୁମାର ଆଲୋଚନା କରିସାରିଛନ୍ତି । ଏପରିକି ଆହୁରି ୬ଟି ରାଜନୈତିକ ଦଳ ସହ ଆଲୋଚନା ଚାଲିଛି । ତେଣୁ ୨୪ଟି ରାଜନୈତିକ ଦଳକୁ ଏହି ବିରୋଧୀ ମେଣ୍ଟ ଗଠନର ପ୍ରକ୍ରିୟାରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ପ୍ରାଥମିକ ଭାବେ ବିଜେପି ବିରୋଧରେ ଯେଉଁମାନେ ନିର୍ବାଚନ ପ୍ରତିଯୋଗିତା କରୁଛନ୍ତି ଓ ୨୦୨୪ରେ ମଧ୍ୟ ଲଢ଼ିବାକୁ ପ୍ରସ୍ତୁତ ସେହି ରାଜନୈତିକ ଦଳକୁ ଏହି ମେଣ୍ଟରେ ସାମିଲ ହେବାପାଇଁ ଅନୁରୋଧ କରାଯାଇଛି । ତେବେ ବିଜେପି ସହ ମେଣ୍ଟରେ ନଥିବା ଓ ଆବଶ୍ୟକ ସମୟରେ ବିଜେପିକୁ ସମର୍ଥନ ଦେଇଥିବା ଦଳ ଗୁଡ଼ିକୁ ମଧ୍ୟ ନିଜ ସପକ୍ଷକୁ ନେବାକୁ ଚେଷ୍ଟା କରୁଛନ୍ତି ନୀତିଶ କୁମାର । ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ବିହାର ମୁଖ୍ୟମନ୍ତ୍ରୀ ଏହି ନେତାମାନଙ୍କୁ ନିମନ୍ତ୍ରଣ କରିବା ସହ ସେମାନଙ୍କ ସହ ବିଜେପି ବିରୋଧୀ ମେଣ୍ଟର ରୂପରେଖ ବାବଦରେ ଆଲୋଚନା କରିଥିବା ଜଣାପଡ଼ିଛି । ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ନେଇ ଏବେ କୌଣସି ଘୋଷଣା କରାଯିବ ନାହିଁ । ଏପରିକି ଏହି ପ୍ରଶ୍ନ ବାବଦରେ ମଧ୍ୟ ଗଣମାଧ୍ୟମରେ କେହି ପ୍ରତିକ୍ରିୟା ଦେବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ଶୁଣାଯାଉଛି । ବିଭିନ୍ନ ରାଜନୈତିକ ଦଳର କିଛି ବରିଷ୍ଠ ନେତାଙ୍କୁ ଏହି ମେଣ୍ଟ ଗଠନର ଦାୟିତ୍ୱ ଦିଆଯିବା ସହ ବିରୋଧୀ ଦଳ ଗୁଡ଼ିକ ମଧ୍ୟରେ ସମନ୍ୱୟ ରଖିବା ପାଇଁ ଅନୁରୋଧ କରାଯିବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ କଂଗ୍ରେସର ଶୀର୍ଷ ନେତୃତ୍ୱ ମଧ୍ୟରେ ନିଜେ ନୀତିଶ କୁମାର ସମନ୍ୱୟ ରକ୍ଷାକରି କାର୍ଯ୍ୟକରିବେ ବୋଲି ସୂଚନା ମିଳିଛି। ଯଦି ଏହି ରଣନୀତି ମୁତାବକ ସବୁକିଛି ଠିକ ରହେ ତେବେ ଆସନ୍ତା ୧୨ ତାରିଖରେ ବିଜେପି ବିରୋଧୀ ମେଣ୍ଟର ରୂପରେଖ ବାବଦରେ ସ୍ପଷ୍ଟ ଚିତ୍ର ମିଳିବ। ବିହାରରେ ହେବାକୁ ଥିବା ଏହି ମେଗା ଆୟୋଜନ ମଧ୍ୟ ସୂଚୀତ କରିବ ଯେ, ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଦେଶବ୍ୟାପୀ ଏକ ମିଳିତ ବିରୋଧୀ ମଞ୍ଚ ହୋଇ ପାରିବ କି ନାହିଁ । କଂଗ୍ରେସ ଠାରୁ ଏହି ମେଣ୍ଟ ଗଠନ ନେଇ ନୀତିଶ କୁମାର ସମ୍ମତି ହାସଲ କରିବା ପରେ ଅନ୍ୟ ମାନଙ୍କୁ ଏକାଠି କରିବାର ଯୋଜନାକୁ ଜୋରଦାର କରିଛନ୍ତି ।

ଏହି ମେଣ୍ଟ ଗଠନ ହେବା ବାହାରକୁ ସୁବିଧାଜନକ ବୋଲି ଦେଖାଯାଉଥିଲେ ମଧ୍ୟ ଦିଲ୍ଲୀ ବାବଦରେ କେନ୍ଦ୍ରସରକାର ଆଣିଥିବା ଅଧ୍ୟାଦେଶକୁ କେଉଁ ଦଳ ମାନେ ବିରୋଧ କରିବେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିବେ ତାହା ଆମ ଆଦମୀ ପାର୍ଟିକୁ ଏହି ମେଣ୍ଟ ପ୍ରତି ସମର୍ଥନ ଦେବା ନେଇ ପ୍ରଭାବିତ କରିବ । ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ କଂଗ୍ରେସ ମୁକ୍ତ ଅଭିଯାନରେ ଏକମାତ୍ର କଂଗ୍ରେସ ବିଧାୟକ ଟିଏମସି ରେ ସାମିଲ ହେବାପରେ ତୃଣମୂଳ କଂଗ୍ରେସ ସହ କଂଗ୍ରେସ ଏକାଠି ରହିବ ବୋଲି ନିଷ୍ପତ୍ତି ନେବା ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ । ସେହିପରି ବିଜେପିର ଅଘୋଷିତ ସହଯୋଗୀ ଭାବେ ଜଣାଶୁଣା ନବୀନ ପଟ୍ଟନାୟକ, ଜଗନ ମୋହନ ରେଡ୍ଡୀ ଆଦିଙ୍କୁ ଏହି ମେଣ୍ଟରେ ସାମିଲ କରିବା ମଧ୍ୟ ନୀତିଶଙ୍କ ପାଇଁ ସହଜ ହେବ ନାହିଁ । କେ. ଚନ୍ଦ୍ରଶେଖର ରାଓ ଓ ମାୟାବତୀ ଆଦି ମଧ୍ୟ ଏହି ବିରୋଧୀ ମେଣ୍ଟରେ ସାମିଲ ହେବା ନେଇ କୌଣସି ଠୋସ ନିଷ୍ପତ୍ତି ନେବେ ତାହା ମଧ୍ୟ କୁହାଯାଇପାରିବ ନାହିଁ ।

ଯଦିଓ ଏହି ନେତାମାନେ ନିଜ ନିଜ ରାଜ୍ୟରେ ବିଜେପି ବିରୋଧରେ ଲଢ଼ୁଛନ୍ତି ଓ କେନ୍ଦ୍ରରେ ବିଜେପିର ସହଯୋଗୀ ନହୋଇ ମଧ୍ୟ ବିଜେପି ସରକାରକୁ ସମର୍ଥନ ଦେଉଛନ୍ତି ଏମାନଙ୍କୁ ଛାଡ଼ି ବିରୋଧୀ ମେଣ୍ଟ ଏକ ପୂର୍ଣ୍ଣାଙ୍ଗ ବିଜେପି ବିରୋଧୀ ମେଣ୍ଟ ହୋଇପାରିବ କି ?

Nirvik Bureau

Nirvik Bureau

Related Posts

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ
Politics

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

by Nirvik Bureau
March 5, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ମାର୍ଚ୍ଚ ୨୦୨୬ ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏବେ ବେଶ ରୋଚକ ମୋଡ଼ରେ...

Read more
ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

February 28, 2026
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.