• About
  • Contact
Friday, March 6, 2026
Friday, March 6, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ

ବିଜେଡି ଓ କଂଗ୍ରେସକୁ କ୍ରସଭୋଟିଂର ଭୟ
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୫ ମାର୍ଚ୍ଚ ୨୦୨୬

ଓଡ଼ିଶାରୁ ଖାଲି ପଡୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ନିର୍ବାଚନ ଏବେ ବେଶ ରୋଚକ ମୋଡ଼ରେ ପହଞ୍ଚିଛି। ଏହି ନିର୍ବାଚନରେ ବିଜେପି ଦୁଇଟି ଆସନ ଓ ବିଜେଡି ଗୋଟିଏ ଆସନ ଜିତିବା ନିଶ୍ଚିତ। ମାତ୍ର ଚତୁର୍ଥ ଆସନ ନେଇ ଏବେ ବିଜେଡି ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବାକୁ ଯାଉଛି। ଏପରିକି ଏହି ନିର୍ବାଚନରେ ପୁଣି ଥରେ ଘୋଡ଼ା ବେପାର ହେବାର ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଛି।

ବିଜେଡି ଗୋଟିଏ ଆସନରେ ପ୍ରାର୍ଥୀ ଦେବା କଥା ସମସ୍ତେ ଆଶା କରୁଥିଲେ ମାତ୍ର ଦଳ ପକ୍ଷରୁ ଦୁଇ ଜଣକୁ ପ୍ରାର୍ଥୀ ଭାବେ ଘୋଷଣା କରାଗଲା। ସଂତୃପ୍ତ ମିଶ୍ରଙ୍କୁ ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ କମନ୍ କ୍ୟାଣ୍ଡିଡେଟ୍ ଭାବେ ରାଜ୍ୟସଭା ନିର୍ବାଚନ ଲଢାଇବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଦେଲେ। ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ପରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଧ୍ୟ ବିଜେଡି ଦ୍ୱାରା ଘୋଷିତ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପ୍ରାର୍ଥୀତ୍ବ ପ୍ରତି ସମର୍ଥନ ଦେବେ ବୋଲି କହିଦେଲେ। ବିଜେଡି ଓ କଂଗ୍ରେସ ମିଳିତ ଭାବେ ଡାକ୍ତର ଦତ୍ତେଶ୍ୱେର ହୋତାଙ୍କୁ ସମର୍ଥନ କରିବା ସହ ପ୍ରାର୍ଥୀପତ୍ର ଦାଖଲ ବେଳେ ଦୁଇ ଦଳର ନେତାମାନେ ମଧ୍ୟ ଉପସ୍ଥିତ ରହିଲେ । ଏବେ ସଂଖ୍ୟା ଦୃଷ୍ଟିରୁ ହିସାବ କଲେ ସେ ଜିତିବା ସମ୍ଭାବନା ଅଧିକ । ମାତ୍ର ଶାସକ ଦଳ ବିଜେପି ପକ୍ଷରୁ ଦୁଇ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାରଙ୍କ ନାଁ ସାମ୍ନାକୁ ଆସିବା ପରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ କରିବ ବୋଲି ରାଜ୍ୟ ବିଜେପି ପକ୍ଷରୁ ଘୋଷଣା କରାଗଲା। ଏପରିକି ପ୍ରାର୍ଥୀପତ୍ର ଦାଖଲ ବେଳେ ବିଜେପିର ଦୁଇ ପ୍ରାର୍ଥୀଙ୍କ ସହ ଦିଲ୍ଲୀପ ରାୟ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏବେ ଚତୁର୍ଥ ପ୍ରାର୍ଥୀଙ୍କୁ ନେଇ ସାନି ଅଙ୍କ କଷା ଆରମ୍ଭ ହୋଇଛି। ରାଜ୍ୟସଭା ନିର୍ବାଚନ ଅଙ୍କ ଅନୁସାରେ ବିଜେଡି ଓ କଂଗ୍ରେସ ମିଳିତ ଭାବେ ଯଦି ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମସ୍ତ ଭୋଟ ଦିଅନ୍ତି ତେବେ ତାଙ୍କର ଜିତିବା ନିଶ୍ଟିତ। ମାତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ମଇଦାନକୁ ଓହ୍ଲାଇବା ଓ ବିଜେପି ତାଙ୍କୁ ସମର୍ଥନ ଦେବ ବୋଲି ସ୍ପଷ୍ଟ କରିବା ପରେ ଏହି ଅଙ୍କ ବିଗିଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର କାରଣ ହେଉଛି ବିଜେଡି ଓ କଂଗ୍ରେସ ଭିତରେ ଥିବା ଦଳୀୟ ଅସନ୍ତୋଷ ଓ ଉଭୟ ଦଳର ଶୀର୍ଷ ନେତୃତ୍ୱର ନିଷ୍ପତ୍ତିକୁ ନିଜ ନିଜ ଦଳର ନେତା ମାନେ ମାନିବା ଭଳି ସ୍ଥିତିରେ ନାହାଁନ୍ତି। ବିଶେଷ ଭାବେ ଦୁଇ ଦଳ ଭିତରେ ଥିବା ଅସନ୍ତୋଷ ହିଁ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଛି।

ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ଆକଳନ କହୁଛି ଯଦି ଦିଲ୍ଲୀପ ରାୟ ନିଜର ବିଜୟ ସୁନିଶ୍ଚିତ ବୋଲି କହୁଛନ୍ତି,ତେବେ ସେ ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ବିଧାୟକଙ୍କ ସମ୍ପର୍କରେ ଅଛନ୍ତି ବୋଲି ଧରିବାକୁ ପଡ଼ିବ । ଏହି ଭଳି ଏକ ଘଟଣା ଘଟିଥିଲା ୨୦୦୨ ମସିହାରେ । ସେତେବେଳେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ। ବିଜେଡିରେ ଭୋଟ ବିଭାଜନ କରିବା ସହ ବିଜେପି ଓ କଂଗ୍ରେସର କିଛି ବିଧାୟକଙ୍କ ସମର୍ଥନ ମଧ୍ୟ ନିଜ ସପକ୍ଷରେ ଯୋଗାଡ଼ କରି ସେହି ନିର୍ବାଚନର ଫଳାଫଳକୁ ନିଜ ସପକ୍ଷରେ ନେଇପାରିଥିଲେ। ଦଳୀୟ ହ୍ୱିପ କୁ ଅବମାନନା କରି ବିଜେଡି, କଂଗ୍ରେସ ଓ ବିଜେପିର ବହୁ ସଦସ୍ୟ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇ ଜିତାଇ ଦେଇଥିଲେ। ଯାହାଦ୍ୱାରା ସେତେବେଳେର ବିଜେଡି ପ୍ରାର୍ଥୀ ଅନଙ୍ଗ ଉଦୟ ସିଂହଦେଓ ନିର୍ବାଚନରେ ପରାସ୍ତ ହୋଇଥିଲେ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଠାରୁ।

ବିଜେଡିର ଅନ୍ଦର ମହଲର ଖବର ଯାହା ଶୁଣିବାକୁ ମିଳୁଛି,ଏକାଧିକ ବିଜେଡି ବିଧାୟକଙ୍କ ସହ ଦିଲ୍ଲୀପ ରାୟ ସମ୍ପର୍କରେ ଅଛନ୍ତି। ପୁଣି ଏବେ ବିଜେଡିରୁ ନିଲମ୍ବିତ ହୋଇଥିବା ଦୁଇ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କ ସମର୍ଥନ ଦିଲ୍ଲୀପ ରାୟଙ୍କୁ ମିଳିପାରେ। ସେହିପରି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ମଧ୍ୟ ଦଳରୁ ବହିଷ୍କୃତ ହେବାପରେ ତାଙ୍କ ପୁଅ ସୌଭିକ ବିଶ୍ୱାଳଙ୍କ ଭୋଟ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ବିରୋଧରେ ଯିବାର ସମ୍ଭାବନା ଅଧିକ। ଏଣୁ ଯଦି ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ନିଜ ଉଦ୍ୟମରେ ବିଜେଡିରୁ କିଛି ଭୋଟ ନିଜ ସପକ୍ଷରେ ନେଇପାରନ୍ତି ତେବେ ତାଙ୍କର ବିଜୟ ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ। ସେହିପରି କଂଗ୍ରେସ ଭିତରେ ମଧ୍ୟ ତୀବ୍ର ଅସନ୍ତୋଷ ରହିଛି। ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ନେଇ କଂଗ୍ରେସର କିଛି ବିଧାୟକ ରାଜି ନାହାଁନ୍ତି । ତେଣୁ କଂଗ୍ରେସର କିଛି ବିଧାୟକଙ୍କ ଭୋଟ ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ ଯିବାର ସମ୍ଭାବନା ରହିଛି।

ତେବେ ଚତୁର୍ଥ ଆସନ ପାଇଁ ଲଢ଼େଇ ଜୋରଦାର ହେବାର ସମସ୍ତ ସଂକେତ ମିଳିସାରିଲାଣି। ବିଜେପି ସମର୍ଥନରେ ସ୍ୱାଧୀନ ଭାବେ ଲଢ଼ୁଥିବା ଦିଲ୍ଲୀପ ରାୟ ୨୦୦୨ର ସଫଳତାକୁ ଦୋହରାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଉଭୟ ବିଜେଡି ଓ କଂଗ୍ରେସକୁ ଏବେ ଘାରିଛି କ୍ରସଭୋଟିଂର ଭୟ। ଯଦି ଦିଲ୍ଲୀପ ରାୟ ବିଜେଡି ଓ କଂଗ୍ରେସର ବିଧାୟକଙ୍କ ସମ୍ପର୍କରେ ଆଗରୁ ଥାଆନ୍ତି ତେବେ ଦୁଇ ଦଳ ପାଇଁ ଏବେ ଏହା ଚିନ୍ତା ବଢ଼ାଇବା ସ୍ୱାଭାବିକ। ପୂର୍ବରୁ ମଧ୍ୟ ରାଜ୍ୟସଭା ନିର୍ବାଚନ ବେଳେ କ୍ରସଭୋଟିଂ ଅବା ଘୋଡ଼ା ବେପାରର ଅନେକ ନଜିର ରହିଛି। ଏଣୁ ଏଥରର ରାଜ୍ୟସଭା ନିର୍ବାଚନରେ ମଧ୍ୟ ଏହାର ପୁନରାବୃତ୍ତି ନହେବ ତାହା କୁହାଯାଇ ପାରିବନାହିଁ। ବିଜେଡି ଓ କଂଗ୍ରେସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ନିଜ ଦଳର ବିଧାୟକଙ୍କୁ ଏକାଠି ରଖିବା ଓ ଦଳର ଘୋଷିତ ପ୍ରାର୍ଥୀଙ୍କୁ ସମସ୍ତ ଭୋଟ ମିଳିବାର ବ୍ୟବସ୍ଥା କରିବା,ନହେଲେ ଆଗକୁ ରାଜ୍ୟର ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ଶୀର୍ଷ ନେତୃତ୍ୱ ପାଇଁ ଅଡୁଆ ବଢ଼ିପାରେ ।

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.