• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜେଡି ପ୍ରତିଷ୍ଠା ଦିବସର ଏପାଖ ସେପାଖ …

ବିଜେଡି ପ୍ରତିଷ୍ଠା ଦିବସର ଏପାଖ ସେପାଖ …
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୭ ଡିସେମ୍ବର ୨୦୨୨

ଶଙ୍ଖକ୍ଷେତ୍ରରୁ ୨୦୨୪ ପାଇଁ ଶଙ୍ଖନାଦ କଲା ବିଜେଡି । ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ନେତାମାନେ ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଳର ସୁପ୍ରିମୋଙ୍କ ରାଜନୈତିକ ଜୟଯାତ୍ରାର ସଫଳତା ବଖାଣିଥିଲେ । ବିଜେଡି କ୍ଷମତାକୁ ଆସିବାପରେ ଓଡ଼ିଶାକୁ ଦୁର୍ଦ୍ଦଶାମୁକ୍ତ କରିଛି ବୋଲି ଦଳର ସମସ୍ତ ନେତା ଦାବୀ କରିଛନ୍ତି । ଏହି ବିଶାଳ ସମାବେଶର ଆୟୋଜନ ଓ ଦଳୀୟ ନେତାମାନଙ୍କ ଅଭିଭାଷଣ ଥିଲା ରାଜ୍ୟବାସୀଙ୍କ ପାଇଁ ମନେରଖିବା ଭଳି ।

ବିଜେଡି ଘଣ୍ଟା ବବିଙ୍କ ହାତରେ: ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ହାତରେ ଥିଲା ପୂରା ସମାବେଶର ସମୟନିର୍ଘଣ୍ଟ । ବରିଷ୍ଠ ନେତାଙ୍କ ଠାରୁ କନିଷ୍ଠ ନେତାମାନେ ଜଣକ ପରେ ଜଣେ ଅଭିଭାଷଣ ଆରମ୍ଭ କରିବାପାଇଁ ଅନୁମତି ନେଇଥିଲେ ପ୍ରଣବ ପ୍ରକାଶ ଦାସଙ୍କ ଠାରୁ, ଆଉ ଯଦି କିଏ ଅଧିକ ସମୟ ବକ୍ତବ୍ୟ ରଖୁଥିଲେ, ତେବେ ସଂଗଠନ ସମ୍ପାଦକ ସେମାନଙ୍କୁ ଭାଷଣ ସାରିବାପାଇଁ ନିର୍ଦ୍ଦେଶ ଦେଉଥିଲେ । ଏପରିକି ଭାଷଣ ଦେଉଥିବା ନେତାମାନଙ୍କ ପଛରେ ପ୍ରଣବ ପ୍ରକାଶ ଛାଇ ଭଳି ଠିଆ ହୋଇରହିଥିଲେ । ସେହିପରି ବିଜେଡିର ଏହି ସାଙ୍ଗଠନିକ ସମ୍ପାଦକଙ୍କ ଅନ୍ଦାଜ୍ ଥିଲା ବିଜେପିର ଜାତୀୟ ନେତାଙ୍କ ପରି । “ଜୟଶଙ୍ଖ” ବୋଲି ସ୍ଲୋଗାନ ଦେଇ ବବି ଦାସ ଉତ୍ସାହିତ କରିଥିଲେ ବିଜେଡି ର କର୍ମୀ ମାନଙ୍କୁ ।

୨୨ ବର୍ଷ ସରକାରର ଗୁଣଗାନ: ବିଜେଡି ର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଠାରୁ ଆରମ୍ଭ କରି ଯୁବ ନେତା ଦେବୀ ରଞ୍ଜନ ତ୍ରିପାଠୀ ଆଦି ଓଡ଼ିଶା ସରକାରଙ୍କ ଗୁଣଗାନ କରିବାସହ ଦଳର ସୁପ୍ରିମୋଙ୍କ ସଫଳତାର କାହାଣୀ ରଖିଥିଲେ ବିଜେଡିର କର୍ମୀ ମାନଙ୍କ ନିକଟରେ । ଓଡ଼ିଶାକୁ ୧ ନମ୍ବର ରାଜ୍ୟ କରିବାକୁ ସ୍ବପ୍ନ ଦେଖିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ବପ୍ନ ପୁରଣ କରି ଚାଲିଛନ୍ତି ଓଡ଼ିଶା ସରକାର ବୋଲି ସମସ୍ତେ କହିଥିଲେ। ଏହା ସହ ସମସ୍ତ ଆହ୍ୱାନକୁ ସାମ୍ନା କରି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଏକମାତ୍ର ଲୋକପ୍ରିୟ ନେତା ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି ବୋଲି ସମସ୍ତ ନେତାଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା ।

ବିଜେଡିକୁ ମାଆ ଭରସା: ବିଜେଡି ସୁପ୍ରିମୋଙ୍କ କେଇପଦ କଥା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । ୨୫ ବର୍ଷ ବିଜେଡି ଓଡ଼ିଶାବାସୀଙ୍କ ସେବା କରିଚାଲିଛି, ଆଗକୁ ୫୦ ବର୍ଷ କ’ଣ, ୧୦୦ ବର୍ଷ ପର୍ଯ୍ୟନ୍ତ ମଧ୍ୟ ବିଜେଡି ରାଜ୍ୟବାସୀଙ୍କର ସେବା କରିଚାଲିବ। ଏଥିପାଇଁ ମାଆ ମାନଙ୍କ ଆଶୀର୍ବାଦ ଦରକାର ବିଜେଡିକୁ ଓ ମାଆ ମାନେ ଆଗେଇ ଆସି ଏବେ ଦାୟିତ୍ୱ ନିଅନ୍ତୁ ବୋଲି ଦଳର ସଭାପତି କହିବା ବିଜେଡି ରାଜନୀତି ପାଇଁ ଏକ ବଡ଼ ବାର୍ତ୍ତା ଦେଇଛି । ଅର୍ଥାତ୍ ଆଗାମୀ ଦିନରେ ବିଜେଡିର ସଂଗଠନ ଓ ନିର୍ବାଚନ ରଣନୀତିରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବାସହ ନେତୃତ୍ୱ ମଧ୍ୟ ମହିଳାଙ୍କ ଦ୍ୱାରା ନିୟନ୍ତ୍ରିତ ନହେବ ତାହା କୁହାଯାଇପାରିବ ନାହିଁ ।

ସମର୍ପଣ ମୁଦ୍ରାରେ ସୌମ୍ୟରଂଜନ: ଅନେକ ସମୟରେ ନିଜ ଖବର କାଗଜରେ ସ୍ତମ୍ଭ ଲେଖି ଅବା ସଭାସମିତିରେ ଭାଷଣ ଦେଉ ଦେଉ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଲୋକଙ୍କ ଆଗରେ ରଖୁଥିବା ବିଜେଡିର ବରିଷ୍ଠ ବିଧାୟକ ତଥା ସମ୍ବାଦର ସମ୍ପାଦକଙ୍କ ଏଥରର ଅନ୍ଦାଜ ଥିଲା ଟିକେ ଅଲଗା । ପ୍ରଥମରୁ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶଙ୍କ ଠାରୁ ନିଜ ବକ୍ତବ୍ୟ ରଖିବା ପାଇଁ ଅନୁମତି ଲୋଡ଼ିଥିଲେ ଏହି ବରିଷ୍ଠ ବିଧାୟକ। ସେହିପରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋଙ୍କ “କଥା କମ୍, କାମ ବେଶୀ” ନୀତିକୁ ସେ ଆପଣେଇଥିବା କଥାକୁ ସମସ୍ତଙ୍କ ଆଗରେ ସ୍ୱୀକାର କରିଥିଲେ । ୨୨ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡିକୁ ମୁକ୍ତ କଣ୍ଠରେ ପ୍ରଶଂସା କରିବା ସହ ଓଡ଼ିଶା ସବୁ ଅଭାବ, ଅସୁବିଧା, ଅନାଟନ ଓ ଦାରିଦ୍ର୍ୟକୁ ଅତିକ୍ରମ କରିଛି ବୋଲି ସେ କହିଥିଲେ । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ବିକାଶକୁ ସେ ପ୍ରଶଂସାରେ ପୋତି ପକାଇଥିଲେ । ଖାଲି ସେତିକି ନୁହେଁ ଭାରତକୁ ବିଶ୍ଵଗୁରୁ ହେବାକୁ ହେଲେ ଓଡ଼ିଶାରୁ ତାହା ଶିକ୍ଷା କରିବା ଦରକାର ବୋଲି କହି ବିଜେଡି ପ୍ରତି ସେ ଏବେ ସମ୍ପୁର୍ଣ୍ଣ ସମର୍ପିତ ବୋଲି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ ।

ଭୁଲିଗଲେ ବିଜେଡିର ଅନ୍ୟତମ ବିଶ୍ଵକର୍ମାଙ୍କୁ: ଏକଦା ବିଜେଡି ରାଜନୀତିରେ ସମସ୍ତ କ୍ଷମତାର ଅଧିକାରୀ ଥିବା ତଥା ବିଜେଡି ଓ ବିଜେପି ମେଣ୍ଟ ସରକାରକୁ ଭାଙ୍ଗି ବିଜେଡିକୁ କ୍ଷମତାଶାଳୀ ଦଳ ଭାବେ ଗଢ଼ି ତୋଳିଥିବା ପୂର୍ବତନ ସାଂସଦ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କୁ ଭୁଲିଗଲା ବିଜେଡି। ଏପରିକି ବିଜେଡି ଗଠନ ଠାରୁ ୨୫ ବର୍ଷର କାହାଣୀ କହୁଥିବା ଦଳର ନେତାମାନେ ଦଳର ରୌପ୍ୟ ଜୟନ୍ତୀ ଉତ୍ସବରେ ମଧ୍ୟ ମନେପକାଇବାକୁ ଚାହିଁଲେ ନାହିଁ ପ୍ୟାରୀମୋହନ ମହାପାତ୍ରଙ୍କ ଅବଦାନକୁ। ଏକଦା ପ୍ୟାରୀମୋହନଙ୍କ ୩ ଜଣ ପଟ୍ଟଶିଷ୍ୟ ଭାବେ ପରିଗଣିତ ହେଉଥିବା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଡ଼ ଅରୁଣ ସାହୁ ଓ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ଆଦି ଏହି ସଭାରେ ଉପସ୍ଥିତ ଥାଇ ମଧ୍ୟ ମନେପକାଇ ନଥିଲେ ନିଜର ରାଜନୈତିକ ଗୁରୁଙ୍କୁ।

ବିଜେଡି ନେତାଙ୍କ ଗପ, କବିତା, ଅଙ୍ଗେନିଭା କଥାକୁ ଶୁଣିଲେ ଓଡ଼ିଶାବାସୀ । ୨୨ ବର୍ଷ ସରକାରର ସଫଳତାର ଚିତ୍ର ବି ଦେଖିଲେ ବିଜେଡି ନେତାଙ୍କ ଆଖିରେ। ଆଉ ବିଜେଡିର ଭବିଷ୍ୟତ ନେଇ ମିଳିଗଲା ବଡ଼ ବାର୍ତ୍ତା …।

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.