• About
  • Contact
Monday, March 2, 2026
Monday, March 2, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ବିଜେପିର ମାନସ ମନ୍ଥନ…

ବିଜେପିର ମାନସ ମନ୍ଥନ…
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ଭୁବନେଶ୍ୱର, ୨୪ ଜାନୁଆରୀ ୨୦୨୩

୨ ଦିନ ଧରି ଚାଲିଥିବା ଓଡ଼ିଶା ବିଜେପିର ମାନସ ମନ୍ଥନ ଶେଷ ହୋଇଛି । ୨୦୨୪ରେ ରାଜ୍ୟରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ନେଇ ଦଳ ପ୍ରସ୍ତୁତ କରିଛି ନିଜର ରୋଡମ୍ୟାପ୍ । ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ସୁତ୍ରୀ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ବିଜେପି ଆଗକୁ ବଢ଼ିବ। ପ୍ରଥମ କାର୍ଯ୍ୟକ୍ରମ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣ ଯୋଜନାକୁ ନେଇ ରାଜ୍ୟର ନେତାମାନେ ଲୋକଙ୍କ ନିକଟରେ ପହଞ୍ଚାଇବେ । ସେହିପରି ରାଜ୍ୟ ସରକାରଙ୍କର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ତୃଣମୂଳ ସ୍ତରରୁ ରାଜ୍ୟବ୍ୟାପି ଦଳ ଜୋରଦାର ଆନ୍ଦୋଳନ କରିବ । ଏହି ଦୁଇଟି ଘୋଷଣା ସ୍ପଷ୍ଟ କରିଛି ଯେ, ଏଥିରେ କୌଣସି ନୂଆ ନିଷ୍ପତ୍ତି ସାମିଲ ହୋଇନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ନେଇ ଗତ ସାଧାରଣ ନିର୍ବାଚନରେ ମଧ୍ୟ ବିଜେପି ଓଡ଼ିଶାରେ ନିର୍ବାଚନ ଲଢ଼ିଥିଲା । ୨୦୧୯ ପରେ ମଧ୍ୟ ଓଡ଼ିଶାକୁ ଆସୁଥିବା କେନ୍ଦ୍ରୀୟ ନେତାମାନେ ସେମାନଙ୍କ ଅଭିଭାଷଣରେ ଏହି ଧାରା ବଜାୟ ରଖିଛନ୍ତି । ଏପରିକି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଗତ ଓଡ଼ିଶା ଗସ୍ତ ସମୟରେ କେନ୍ଦ୍ରସରକାରଙ୍କ ଯୋଜନା ଗୁଡ଼ିକ ବାବଦରେ ଅଧିକ ସମୟ ନିଜ ଅଭିଭାଷଣ ରଖିଥିଲେ ।

ମାତ୍ର ୨୦୨୪ ନିର୍ବାଚନର ରଣକୌଶଳ କ’ଣ ହେବ ସେ ନେଇ ଦଳ ପକ୍ଷରୁ କିଛି ବିସ୍ତୃତ ସୂଚନା ଆସିନାହିଁ । ଏପରିକି କେତୋଟି ବିଧାନସଭା ଓ ଲୋକସଭା ଆସନ ଉପରେ ବିଜେପି ଫୋକସ୍ କରିବ ତାହା ମଧ୍ୟ ଜଣା ପଡ଼ିନାହିଁ । ମିଶନ ୧୨୦ର ସ୍ଲୋଗାନକୁ ଏଥର ଦଳ ବ୍ୟବହାର କରିବ କି ନା ତାହା ବି ସନ୍ଦେହ ଭିତରେ । ସବୁଠାରୁ ବଡ଼କଥା ହେଉଛି ବିଜେପି ଏଥର ଅଧିକ ଫୋକସ୍ ଲୋକସଭା କ୍ଷେତ୍ର ଉପରେ ନା ବିଧାନସଭା କ୍ଷେତ୍ର ଗୁଡ଼ିକ ଉପରେ କରିବ ସେ ନେଇ କେନ୍ଦ୍ରୀୟ ନେତା ତଥା ରାଜ୍ୟର ପ୍ରଭାରୀ ମଧ୍ୟ ଚୁପ୍ ରହିଛନ୍ତି । ଯଦିଓ ଏହି ବୈଠକ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦଳର ନେତା ଓ ତୃଣମୂଳ ସ୍ତରର କର୍ମୀମାନଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ମାତ୍ର ସେହିପରି ସଂକେତ ଏଥିରୁ କିଛି ମିଳିପାରି ନାହିଁ। ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡି ସରକାରଙ୍କ ବିରୋଧରେ ଦଳ ଲଢ଼ିବ ବୋଲି ଏକମାତ୍ର ସନ୍ଦେଶ ଦେଇଥିବା ବେଳେ ଲଢ଼େଇର ଆକାର ଓ ପ୍ରକାର କିଭଳି ରହିବ ସେନେଇ କୌଣସି ସଂକେତ ଗଣମାଧ୍ୟମ ପାଖରେ ପହଞ୍ଚି ନାହିଁ ।

ଏପରିକି ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଯେଉଁ ଆନ୍ଦୋଳନ କରିବ ତାହା ମଧ୍ୟ କାହା ନେତୃତ୍ୱରେ ପରିଚାଳିତ ହେବ ସେ ନେଇ କିଛି ଆଭାସ ମିଳି ପାରିନାହିଁ। ଏହି ବୈଠକରେ ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ବେକାରୀ ସମସ୍ୟା, ଚାଷୀ ଓ ଚାଷର ସମସ୍ୟା, ଶିକ୍ଷା ଓ ସ୍ଵାସ୍ଥ୍ୟର ସମସ୍ୟା ଓ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଛନ୍ତି ଆଦି ଅନେକ ପ୍ରସଙ୍ଗ ନେଇ ରାଜନୈତିକ ଚିଠା ପ୍ରସ୍ତାବକୁ ଉପସ୍ଥାପିତ କରିଥିଲେ। ଏହି ପ୍ରସ୍ତାବ ଗୁଡ଼ିକ ମଧ୍ୟ ଆଲୋଚନା ହେବାପରେ ପାରିତ ହୋଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟ ବିଜେପିର ସ୍ପଷ୍ଟ ରଣନୀତି କ’ଣ ହେବ ତାହା ବୁଝା ପଡ଼ିଲା ନାହିଁ। ଏପରିକି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଅନୁପସ୍ଥିତ ଥିବାର ଲକ୍ଷ୍ୟ କରାଯାଇଥିଲା।

ଏବେ ପ୍ରଶ୍ନ ଉଠୁଛି ଯେ, ମାନସ ମନ୍ଥନ ଶେଷ ହେଲା ସତ, ମାତ୍ର ୨୦୨୪ରେ ବିଜେପି ଶାସକ ବିଜେଡି ସହ ଜୋରଦାର ମୁକାବିଲା କରିବ ତ? ଲୋକସଭା ଓ ବିଧାନସଭା ଆସନ ମଧ୍ୟରୁ କାହାକୁ ଅଧିକ ଗୁରୁତ୍ୱ ଦେବ ବିଜେପି? ବିଜେଡି ବିରୋଧୀ ଲଢ଼େଇରେ ଦଳର ଚେହେରା କିଏ ହେବେ? କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନା ଆଉ କିଏ? ରାଜ୍ୟ ସଭାପତି ଭାବରେ ସମୀର ମହାନ୍ତିଙ୍କ ଦାୟିତ୍ୱ ବଢ଼ିବ ନା ଆଉ କାହାକୁ ଦଳ ନୂଆ ସଭାପତି ଭାବେ ବାଛିବ? ନିଜର ସମସ୍ତ ପୁରୁଣା ନେତାଙ୍କୁ ସାଙ୍ଗରେ ନେବାସହ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ଏକାଠି କରିବ କି ବିଜେପି? ଯଦିଓ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ଏହି ମାନସ ମନ୍ଥନରେ ଅସ୍ପଷ୍ଟ ରହିଛି ମାତ୍ର ସଂକେତ ମିଳିଛି ଯେ ରାଜ୍ୟ ବିଜେପି ୨୦୨୪ ନିର୍ବାଚନକୁ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି ଓ ଏଥିପାଇଁ ଖୁବ୍ ଶିଘ୍ର ଦଳୀୟ ରଣନୀତି କ’ଣ ହେବ ତାହା ଦଳର ପ୍ରଭାବଶାଳୀଗୋଷ୍ଠୀ ହିଁ ନିର୍ଦ୍ଧାରଣ କରିବ କେନ୍ଦ୍ରୀୟ ନେତାଙ୍କ ସହ ବିଚାର ଆଲୋଚନା ପରେ।

Nirvik Bureau

Nirvik Bureau

Related Posts

ପୁରୁଣା ଫର୍ମକୁ ଫେରିଲେ କି ନବୀନ  ?
Politics

ପୁରୁଣା ଫର୍ମକୁ ଫେରିଲେ କି ନବୀନ ?

by Nirvik Bureau
February 28, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୮ ଫେବୃଆରୀ ୨୦୨୬ ନବୀନ ନିବାସରେ ବିଜେଡି ରାଜନୈତିକ ବ୍ୟାପାର କମିଟି(ପିଏସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ...

Read more
ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

ରାଜ୍ୟ ସଭା ରେସ୍ : ବିଜେଡି ପାଇଁ ଚିନ୍ତା …

February 20, 2026
ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

ଦିଲ୍ଲୀର ଅଶୋକା ହୋଟେଲରେ ବାବୁଙ୍କ କାରନାମା : ସୋସିଆଲ ମିଡ଼ିଆରେ ଚହଳ

February 15, 2026
ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

ନୋଚା ଲାଖି, ନୂଆପଡ଼ା ଓ ଅରୁଣଙ୍କ ପୀଡ଼ା…

February 6, 2026
ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

ନବୀନ ବନାମ ଅରବିନ୍ଦ : ସନ୍ଦେହରେ ବବି, ଦେବୀ ଓ ପ୍ରତାପ…

January 29, 2026
ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

ନିଲମ୍ବନ ପରେ ବଢୁଛି ବିଜେଡି ବିବାଦ

January 19, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.